ଦିଲ୍ଲୀରେ ସପ୍ତାହେ ଯାଏ ବଢ଼ିପାରେ ଲକଡାଉନ୍, ବିଚାର କରୁଛନ୍ତି କେଜ୍ରିୱାଲ ସରକାର

Covid Lockdown In Delhi May Be Extended By A Week

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା ଗୋଟିଏ ସପ୍ତାହର ସମ୍ପୂର୍ଣ୍ଣ ଲକଡାଉନ୍ ସତ୍ତ୍ୱେ କରୋନା ସଂକ୍ରମଣ ଥମୁନି । ସ୍ଥିତି ଏବେବି ବେଶ୍ ଚିନ୍ତାଜନକ ରହିଛି । ଏସବୁକୁ ଦେଖି ଆଉ କିଛିଦିନ ଲାଗି ଲକଡାଉନ୍ ଅବଧି ବଢ଼ାଇବା ଲାଗି ବିଚାର କରୁଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଏପ୍ରିଲ୍ ୨୬ ପରେ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି ଦିଲ୍ଲୀର ୭୦ ପ୍ରତିଶତ ବ୍ୟବସାୟୀ ।

Covid Lockdown In Delhi May Be Extended By A Week

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ୱିୱାଲ୍ ୧୯ ଏପ୍ରିଲରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଯାହାକି ସୋମବାର ସକାଳ ୫ଟା ଯାଏ ଲାଗୁ ହେବ । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ୍ କରିବା ଲାଗି ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ତଥାପି ସ୍ଥିତି ଖରାପରୁ ଆହୁରି ଖରାପ ହେବାରେ ଲାଗିଛି । ଫଳରେ ଲକଡାଉନକୁ ଆଉ ଗୋଟିଏ ସପ୍ତାହ ଲାଗି ବୃଦ୍ଧି ନେଇ ସରକାର ଚିନ୍ତା କରୁଛନ୍ତି ।

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ବିଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏବେ ଯାଏ ଦିଲ୍ଲୀରେ କରୋନାରେ ୧୩ ହଜାର ୮୯୮ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ଦିଲ୍ଲୀରେ ୯୩, ହଜାର ୮୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୫୦ ହଜାର ୨୮୫ ଜଣ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି ।

Leave a Reply