spot_img
Home Blog Page 5865

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଗତ ୫ ବର୍ଷରେ ଜମି ପାଇଛନ୍ତି ୬୪୮ ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଶିଳ୍ପାୟନ । ଏଥିଲାଗି ଇଡକୋ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ଜମି ଯୋଗାଇ ଦେଉଛି । ବିଦଗ ୫ ବର୍ଷ ମଧ୍ୟରେ କେତେ ସଂଖ୍ୟକ ଉଦ୍ୟୋଗୀ ଜମି ପାଇଁ ଆବେଦନ କରିଥିଲେ ଏବଂ କେତେ ଜଣଙ୍କୁ ଜମି ଦିଆଯାଇଛି । ଏ ନେଇ ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ମନ୍ତ୍ରୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ବିଗତ ୫ ବର୍ଷ ଭିତରେ ୧୦୩୩ ଗୋଟି ଶିଳ୍ପ ସଂସ୍ଥା MSME ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ତିରୀକୃତ ବିଭିନ୍ନ ନୋଡାଲ୍ ଏଜେନ୍ସିମାନଙ୍କ ସୁପାରିସ୍ କ୍ରମେ ଇଡକୋରେ ଜମି ଆବଣ୍ଟନ ଲାଗି ଆବେଦନ କରିଥିଲେ । ସେଥିମଧ୍ୟରୁ ୭୦୧ଗୋଟି ଶିଳ୍ପ ସଂସ୍ଥା ମାନଙ୍କ ପ୍ରସ୍ତାବ ଆବଣ୍ଟନ ପାଇଁ ଅନୁମୋଦନ ଲାଭ କରିଥିଲା । ଅନୁମୋଦିତ ପ୍ରସ୍ତାବ ମଧ୍ୟରୁ ୬୪୮ ଗୋଟି ସଂସ୍ଥାଙ୍କୁ ଜମି ପ୍ରଦାନ କରାଯାଇଥିବା ବେଳେ ୫୩ ଗୋଟି ଶିଳ୍ପ ସଂସ୍ଥାମାନଙ୍କ ପ୍ରସ୍ତାବ କ୍ରିୟାଶୀଳ ଅବସ୍ଥାରେ ଅଛି ।

IDCO Allotted Land To 648 Organisation For MSME

ଏତଦବ୍ୟତୀତ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ନୋଡାଲ୍ ଏଜେନ୍ସି ତଥା ଇପିକଲର ସୁପାରିସ୍ ଅଧୀନରେ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇ ୧୩୭ ଗୋଟି ଶିଳ୍ପ ସଂସ୍ଥା ମାନଙ୍କୁ ଆବଣ୍ଟନ କରାଯାଇଛି ।

ସମ୍ପୃକ୍ତ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରୁ କେତେ ସଂଖ୍ୟକଙ୍କୁ ୬ ମାସ, ୧ ବର୍ଷ, ୨ ବର୍ଷ ଓ ୩ ବର୍ଷ ମଧ୍ୟରେ ଜମି ପ୍ରଦାନ କରାଯିହା ଏବଂ କେତେ ସଂଖ୍ୟକ ଅଦ୍ୟାବିଧି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି ବା ତାହା କାର୍ଯ୍ୟକ୍ଷମ ହୋଇନାହିଁ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନଲାଇନରେ ମିଳୁଛି ଜାତିଗତ ପ୍ରମାଣପତ୍ର, ଦାଖଲ ଖେଉଛି ଖଜଣା

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଆଗେଇଛି ଓଡ଼ିଶା । ଆଗରୁ ଅନେକ ଗୁଡ଼ିଏ ସେବା ପାଇଁ ଲୋକମାନଙ୍କୁ ବାରମ୍ବାର ତହସିଲ୍, ଆର.ଆଇ ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା । ସରକାର ଅଧିକାଂଶ ସେବାକୁ ଡିଜିଟାଲାଇଜେସନ୍ କରିବା ପରେ ଏବେ ଆଉ ଅଫିସରେ ଲାଗୁନି ଲୋକଙ୍କ ଭିଡ଼ । ଅନଲାଇନ୍ ମାଧ୍ୟମରେ ମାତ୍ର କିଛି ମିନିଟରେ ମିଳୁଛି ପ୍ରମାଣ ପତ୍ର ।

ଜମି ଖଜଣାରୁ ନେଇ ଜାତିଗତ ପ୍ରମାଣପତ୍ର ଯାଏ ସବୁକିଛି ଅନଲାଇନ୍ ମାଧ୍ୟମରେ ହେଉଛି । ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂହ ଏନେଇ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭୁବନଶ୍ୱର ସୂଚନା ଅନୁସାରେ ୨୦୧୯-୨୦ ବର୍ଷରେ ୬ ହଜାର ୭୬୭ଟି ଏବଂ ୨୦୨୦-୨୧ ବର୍ଷରେ ୩୧୭୦ଟି କୃଷି ଖତିୟାନର ଜମି ଖଜଣା ମୋବାଇଲ୍ ଆପ୍ ଜରିଆରେ ପୈଠ କରାଯାଇଛି । ସମଗ୍ର ରାଜ୍ୟରେ ୧ କୋଟି ୭୧ ଲକ୍ଷ ୨୬ ହଜାର ୫୪୬ଟି ଖତିୟାନ ରହିଛି । ବହୁ ଖତିୟାନରେ ଏକାଧିକ ଚାଷୀଙ୍କ ନାମ ରହିଛି ।

ସେହିଭଳି ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ପ୍ରସ୍ଥାନ ପ୍ରମାଣପତ୍ର (SLC) ସହ ଜାତଗିତ ପ୍ରମାଣପତ୍ର (ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି) ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସରକାର ସମ୍ପୃକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି ।

ଏହାଛଡ଼ା ରାଜ୍ୟ ସରକାର 5T କାର୍ଯ୍ୟକ୍ଷମ ମାଧ୍ୟମରେ ୨୦୧୯ ଡିସମ୍ବର ୨୮ରୁ ଅନଲାଇନରେ ଜାତିଗତ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଏଥିରେ ବର୍ତ୍ତମାନ ଯାଏ ୨ ଲକ୍ଷ ୪୬ ହଜାର ୯୧୯ ଗୋଟି ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ଓ ୩ ଲକ୍ଷ ୫୩ ହଜାର ୯୪୪ ଗୋଟି ତଫସିଲଭୁକ୍ତ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛି । ଉତ୍ତରାଧିକାରୀ ପ୍ରମାଣ ପତ୍ର ବଦଳରେ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନଥିବା ମନ୍ତ୍ରୀ କହିଛନ୍ତି ।

ଭାରତ-ପାକିସ୍ତାନ ଅତିତକୁ ଭୁଲି ଆଗକୁ ବଢ଼ିବା ଉଚିତ: ପାକିସ୍ତାନ ସେନା ମୁଖ୍ୟ

ପାକିସ୍ତାନ, ଭାରତର ପଡ଼ୋଶୀ ଶତ୍ରୁ ଦେଶ। ପଡ଼ୋଶୀ ହୋଇ ମଧ୍ୟ ଶତ୍ରୁତା ଆଚରଣ ତାର ବିନ୍ଦୁ ବିନ୍ଦୁ ରକ୍ତରେ ଲେଖା ହୋଇଛି। ଆତଙ୍କବାଦକୁ ତିଆରି କରିବାଠାରୁ ଆରମ୍ଭ କରି ଭାରତରେ ଆତଙ୍କ ଶ୍ରୁଷ୍ଟି କରିବା ତାର ପ୍ରଥମ କର୍ତ୍ତବ୍ୟ। ଯେବେଳେ ପାକିସ୍ତାରେ ପାଳିତ ଆତଙ୍କବଦୀଙ୍କ ଦ୍ୱାରା ଭାତର ବୀର ଯଓ୍ୱାନ ସହିଦ ହେଉଛନ୍ତି ଠିକ ସେତିକି ବେଳେ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଯାବେଦ ବାଜଓ୍ୱାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି। ଭଲ ମନ୍ତବ୍ୟ ଦେଇ ସାରା ବିଶ୍ୱ ଆଗରେ ଭଲେଇ ହେବାକୁ ଚେଷ୍ଟାର କରିଛି ପାକିସ୍ତାନ ।

ଭାରତ ସହ ସମ୍ପର୍କକୁ ନେଇ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ବାଜୱା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅତୀତକୁ ଭୁଲି ଭାରତ ଏବଂ ପାକିସ୍ତାନ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ବାଜୱା ତାଙ୍କ ମନ୍ତବ୍ୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେନା ମୁଖ୍ୟ କହିଛନ୍ତି ଯେ ଯଦି ଦୁଇ ପଡୋଶୀ ଦେଶ ମଧ୍ୟରେ ଶାନ୍ତି ରହିବ ତେବେ ଆଗକୁ ଦକ୍ଷିଣ ଏବଂ ମଧ୍ୟ ଏସିଆର ବିକାଶ ଆଉ ‘ସମ୍ଭାବନା’ ହୋଇ ରହିବ ନାହିଁ। ଖାଲି ସେତିକି ନୁହେଁ ଜେନେରାଲ ତାଙ୍କର ଭାଷଣରେ ଏମିତି ଅନେକ କଥା କହିଛନ୍ତି । ସେ କହିଛନ୍ତି ବିବାଦ କାରଣରୁ ଆଞ୍ଚଳିକ ଶାନ୍ତି ଏବଂ ବିକାଶରରେ ସବୁବେଳେ ବାଧାପ୍ରାପ୍ତ ହେଉଛି।

ବିକାଶ ପାଇଁ ଉଭୟ ଦେଶ ସେମାନଙ୍କର ଅତୀତର ତିକ୍ତତାକୁ ଭୁଲି ଆଗକୁ ବଢ଼ିବା ଉଚିତ। ଏଥି ସହିତ ସେ ଆର୍ଥିକ ଆଲୋଚନାର ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ କରାଗଲା ବୋଲି ବାଜଓ୍ୱା କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି। ବିଗତ କିଛି ସମୟରେ ଉଭୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସ୍ଥିତି ଏବେ ସୁଧୁରୁଥିବା ଦେଖାଦେଇଛି ବୋଲି ଇମ୍ରାନ ଖାନ କହିଛନ୍ତି। ଇମ୍ରାନ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତ ତାର ଆକାଶ ମାର୍ଗରେ ସୀମାକୁ ପାକିସ୍ତାନ ପାଇଁ ଖୋଲିଥିଲା। ଯାହାଫଳରେ ଇମ୍ରାନ ଶ୍ରୀଲଙ୍କା ଗସ୍ତ କରିପାରିଥିଲେ। ଏହା ପରେ ଦୁଇ ଦେଶ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ରାଜି ହୋଇଥିଲେ।

କାଶ୍ମୀର ପ୍ରସଙ୍ଗକୁ ନେଇ ବାଜଓ୍ୱା କହିଛନ୍ତି ଯେ । ‘ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କାଶ୍ମୀର। କାଶ୍ମୀରରେ ସମାଧାଦ ଯଦି ଶାନ୍ତିପୂର୍ଣ୍ଣ ଭାବରେ ହୁଏ ତେବେ କାଶ୍ମୀରରେ କେବେ ଶାନ୍ତି ଆସିପାରିବ ନାହିଁ। ଯେହେତୁ ଆମେ କାଶ୍ମୀରର ପଡ଼ୋଶୀ ସେଥିପାଇଁ ଆମକୁ କାଶ୍ମୀରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆଉ ଏଥିପାଇଁ ‘ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ପଡିବ। ଯଦି ଭାରତ ଏଥିପ୍ରତି ପ୍ରଥମ ପଦକ୍ଷେପ ନନିଏ ତାହାଲେ ଆମେ ଅଧିକ କିଛି କରିପାରିବୁ ନାହିଁ। ହେଲେ ଭାରତ ତାର ପ୍ରଥମ ପଦକ୍ଷେପରେ କଣ କରିବା ଉଚିତ ତାହା ପାକିସ୍ତାନ ଖୋଲି କହିନାହିଁ। ଏଭଳି ମନ୍ତବ୍ୟ ଦେଇ ପାକିସ୍ତାନ ପୁଣି ଥରେ ତାର ମନ୍ଦବୁନ୍ଧିର ପ୍ରମାଣ ଦେଇଛି।

ଦୁଇ ଦେଶର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ବିଶେଷଜ୍ଞ ମତ ଦେଇଛନ୍ତି ଯେ, ଭାରତ କାଶ୍ମୀର ଉପରେ ପାକିସ୍ତାନକୁ କିଛି ରିଲଫ ଦେବ ବୋଲି ପାକିସ୍ତାନ ଆଶା କରିଛି। କିନ୍ତୁ କାଶ୍ମୀର ଉପରେ ଇସଲାମାବାଦର ଚିନ୍ତାଧାରାର ସମ୍ପୂର୍ଣ୍ଣ ଓଲଟା ପଦକ୍ଷେପ ଗ୍ରହଣ କରିବ ନୂଆଦିଲ୍ଲୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ CRPF କନଭେନ ଉପରେ ଆତ୍ମଘାତୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇଛି। ଏହି ଆକ୍ରମଣରେ ଭାରତର ୪୦ ଜଣ CRPF ଯଓ୍ୱାନ ସହିଦ ହୋଇଥିଲେ।

ଆଉ ଏବେ ପାକିସ୍ତାନର ଇମ୍ରାନ ସରକାର ଅର୍ଥନୀତି ଠାରୁ ଆରମ୍ଭ କରି ଅନେକ ଦିଗରେ ପୁରା ଛନ୍ଦି ହୋଇପଡ଼ିଛି। ଦୁର୍ନୀତି ଏବଂ ମୁଦ୍ରାସ୍ଫୀତି ଚରମ ସୀମାରେ ରହିଛି ପାକିସ୍ତାନର। ଯେଉଁଥିପାଇଁ ପାକିସ୍ତାନରେ ଲୋକ ମାନଙ୍କର ଚଳଣି ଏବେ ବହୁତ କଠିନ ହୋଇପଡ଼ିଛି । କେବଳ ଏତିକି ନୁହେଁ କାଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କୁ ସବୁ ସ୍ଥାନରୁ କୂଟନୈତିକ ବିଫଳତା ମଧ୍ୟ ମିଳିଛି। ଭାରତକୁ ବିରୋଧ କରିବା ଏବେ ଇମ୍ରାନ ସରକାର ଉପରେ ଭାରି ପଡ଼ିଛି । ପାକିସ୍ତାନ ସରକାର ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ (FATF) ର ‘ଗ୍ରେ’ ତାଲିକାରୁ ବାହାରିବାକୁ ଚାହୁଁଛି। ଏଭଳି ପରିସ୍ଥିତିରେ ସେ ଅନୁଭବ କରୁଛନ୍ତି ଯେ ଭାରତ ସହ ତାର ସମ୍ପର୍କ ଏହି ତାଲିକାରୁ ବାହାର କରିବାରେ ସାହାଯ୍ୟ କରିପାରିବ। ହେଲେ ବାରମ୍ବାର ଧୋକା ଦେଉଥିବା ପାକିସ୍ତାନ ଉପର ଭାରତ କେବେ ବିଶ୍ୱସ କରିପାରିବ ତାହା ଅସମ୍ଭବ

ସଂଘର୍ଷରୁ ସଫଳତା: ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଏବେ ସେହି କମ୍ପାନୀର ସଫ୍ଟଓ୍ୱେୟାର ଇଞ୍ଜିନିୟର

ସିକ୍ୟୁରିଟି ଗାର୍ଡରୁ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଲେ । କେବଳ ନିଯୁକ୍ତି ପାଇଲେନି ତ ଆଜିକୁ ଦୀର୍ଘ ୮ ବର୍ଷ ହେଲା ସଫଳତାର ସହ ନିଜ ଦାୟିତ୍ୱ ତୁଲାଉଛନ୍ତି । କୌଣସି ସିନେମାର କାହାଣୀ ଭଳ ମନେ ହେଉଥିବା ଏଭଳି କହାଣୀର ଚରିତ୍ର ହେଉଛନ୍ତି ଅବଦୁଲ୍ ଅଲିମ୍ ।

            ଅବଦୁଲ୍ ବର୍ତ୍ତମାନ ଜୁହୁ କର୍ପୋରେସନ୍‌ର ଟେକ୍ନିକାଲ ଟିମ୍‌ରେ କାର୍ଯ୍ୟ କରୁଛନ୍ତି । ଜୁହୁ କର୍ପୋରେସନ୍ ସଫ୍ଟଓ୍ୱେୟାର ଡେଭଲପମେଣ୍ଟ, କ୍ଳାଉଡ୍ କମ୍ପ୍ୟୁଟିଂ ଏବଂ ଓ୍ୱେବସାଇଟ୍‌ ଆଧାରିତ ବ୍ୟବସାୟରର ଟୁଲ୍ସ ନେଇ କାର୍ଯ୍ୟ କରୁଛି । ଅବଦୁଲ୍ କହନ୍ତି ଯେ, ସେ ନିଜ କମ୍ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ କୌଣସି ଭଲ କମ୍ପାନୀରେ ଚାକିରି ପାଇଁ ଆବେଦନ କରିନଥିଲେ । ସୋସିଆଲ୍ ମିଡିଆରେ ଅବଦୁଲ୍ ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି ଯେ, ସେ ୨୦୧୩ ମସିହାରେ ଘରୁ ୧ ହଜାର ଟଙ୍କା ନେଇ ବାହାରିଥିଲେ । ଯେଉଁଥିରୁ ୮୦୦ ଟଙ୍କା ସେ ଟ୍ରେନ୍ ଟିକେଟ୍ କିଣିବା ପାଇଁ ଖର୍ଚ୍ଚ କରିଥିଲେ । ସେ ଚେନ୍ନାଇ ସ୍ଥିତି ଜୁହୁ ଟେକ୍ନୋଲୋଜିରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି ପାଇବା ଯାଏଁ ପ୍ରାୟ ୨ ମାସ ରାସ୍ତାକଡ଼ରେ ଜୀବନ ବିତାଉଥିଲେ ।

            ଦିନେ ସେଠାକାର ଜଣେ ବରିଷ୍ଠ କର୍ମଚାରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ କମ୍ପ୍ୟୁଟର ଉପରେ ତାଙ୍କ ଦଖଲ ନେଇ ପଚାରି ବୁଝିଥିଲେ । ସେ ତାଙ୍କୁ ସ୍କୁଲ ସମୟରେ HTML କିଛିଟା ଶିଖିଥିବା କହିଥିଲେ । ସେ ମୋତେ ଅଧିକ ଶିଖିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଅବଦୁଲ୍ ନିଜର ୧୨ ଘଣ୍ଟିଆ ସିଫ୍ଟ ସାରିବା ପରେ ସେହି ବରିଷ୍ଠ ଅଧିକାରୀଙ୍କ ପାଖକୁ କମ୍ପ୍ୟୁଟର ଶିଖିବା ପାଇଁ ଯାଉଥିଲେ । ଏଭଳି ଭାବେ ପୁଣି ତାଙ୍କ ଶିକ୍ଷା ଆରମ୍ଭ ହୋଇଥିଲା ।

କିଛି ମାସ ଶିଖିବା ପରେ ଅବଦୁଲ୍ ଏକ ଆପ୍ ଡେଭଲପ୍ କଲେ । ଏହି ଆପ୍ ବ୍ୟବହାରକାରୀଙ୍କ ନିର୍ଦ୍ଦେଶ ଗ୍ରହଣ କରି ଭିଜୁଆଲାଇଜ୍ କରିବ । ସେହି ବରିଷ୍ଠ ଅଧିକାରୀ ନିଜ ମ୍ୟାନେଜରଙ୍କୁ ଏହି ଆପ୍ ଦେଖାଇଥିଲେ ।ଏବଂ ସେ ଏହାକୁ ପସନ୍ତ କରିଥିଲେ । ଏବଂ ଅବଦୁଲଙ୍କ ସାକ୍ଷାତକାର ନେଇଥିଲେ ।                କୌଣସି ବିଶେଷ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଅବଦୁଲ୍ ପୂର୍ବରୁ କୌଣସି ଇଣ୍ଟରଭ୍ୟୁ ଦେଇନଥିଲେ । କିନ୍ତୁ ଜୁହୁ ଟେକ୍ନୋଲୋଜିରେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ତାଙ୍କ ସ୍କିଲର ଆବଶ୍ୟକତା ଥିବା କୁହାଯାଇଥିଲା ।  ଏବଂ ସେ କମ୍ପାନୀରେ କାମ କରିବାକୁ ମନୋନୀତ ହୋଇଥିଲେ । ଏବଂ ତା’ ପରଠାରୁ ସେ ଏଯାବତ୍ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି ।

‘ମାହାଙ୍ଗାକୁ ବଦନାମ୍ କରିବାକୁ ଅପଚେଷ୍ଟା କରୁଛନ୍ତି ସାରଦା:୫ ଥର ମାଟ୍ରିକ ଫେଲ୍ ହୋଇଥିବା ନୀତି ନୈତିକତା ନ ଶିଖାନ୍ତୁ’

ଭୁବନେଶ୍ୱର: ମାହାଙ୍ଗା ଭଳି ସଂସ୍କୃତି ସମ୍ପନ୍ନ ମାଟିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛନ୍ତି ବିଜେପି ନେତା ସାରଦା ପ୍ରଧାନ । ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟ ଏହା ସୂଚିତ କରୁଛି । ବୁଲୁ ପ୍ରଧାନ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସେ ଜଣେ ଘୃଣ୍ୟ ବ୍ୟକ୍ତି । ୧୯୯୭ ମସିହାରେ ସାରଦା ବିପିଏଲ ଶ୍ରେଣୀଭୁକ୍ତ  ଥିଲେ । ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ  । ମାହାଙ୍ଗା ବିକାଶ ପରିଷଦ ନାଁରେ ସେ କୋଟି କୋଟି ଚଳୁ କରିଛନ୍ତି । ୧୯୯୯ ମସିହାରେ ସେ ନିଜ ଭାଇକୁ ହଇରାଣ କରି ୧୪ ଦିନ ଚୌଦ୍ୱାର ଜେଲରେ ଥିଲେ  । ସେଭଳି ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ । ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଶୁକ୍ରବାର ଅନୁଷ୍ଠିତ ବିଜେଡି ପ୍ରେସମିଟରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମାଟ୍ରିକରେ  ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ । ରାଜନୀତିକୁ ଏତେ ତଳସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ  । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, । ମାହାଙ୍ଗା ଚେୟାରମ୍ୟାନ ଶରତ କୁମାର ନାୟକ, ମାହାଙ୍ଗା ଭାଇସ ଚେୟାର ମ୍ୟାନ ରସିତା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ‘୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ୍‌ ଧାନ କିଣା ହୋଇଛି , ମାର୍ଚ୍ଚ ୩୧ ଯାଏଁ ଜାରି ରହିବ‘

ଫାଣ୍ଡି ପରିସରରୁ ଜବତ ନରକଙ୍କାଳର ଜାରି ହେଲା ସ୍କେଚ୍

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ବେଙ୍ଗଲୁରୁରୁ ଆସିଲା ନରକଙ୍କାଳର ପ୍ରଥମ ସ୍କେଚ୍ । ସର୍ବସାଧାରଣ ସ୍ଥାନରେ ଲଗାଯିବ ସ୍କେଚର ପୋଷ୍ଟର । ବେଙ୍ଗାଲୁରୁ ଏକ କମ୍ପାନୀ ମୃତ ମହିଳାଙ୍କ ସ୍କେଚ ତିଆରି କରିଛି । ସ୍କେଚରେ ମହିଳା ଜଣକ ବୟସ୍କ ବୋଲି ଜଣାପଡ଼ିଛି । ଅନ୍ୟପଟେ ମାମଲାର ତଦନ୍ତ ଭାର ନେଇଥିବା ମହିଳା ଥାନା ଇନ୍‌ସ୍‌ପେକ୍ଟର ବନୀତା ମହାରଣା ଯାଁଳା ଅଞ୍ଚଳର ୧୨ ଜଣଙ୍କୁ ଜେରା କରିଛନ୍ତି । ଏଥିରେ ୩ ଜଣ ବ୍ୟବସାୟୀ, ଫାଣ୍ଡିର ଦୁଇ ଜଣ କର୍ମଚାରୀ ଓ ସାଧାରଣ ଲୋକ ଅଛନ୍ତି । ବିଭିନ୍ନ ସମୟରେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା କେତେକଙ୍କୁ ସେ ଚିହ୍ନଟ କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କାର୍‌, କଙ୍କାଳ ଓ କାହାଣୀ ! ପରିଚୟ ଖୋଜୁଛି ପୋଲିସ, ସାମ୍ନାକୁ ଆସିଲା ରହସ୍ୟମୟ ଚିଠି..

‘୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ୍‌ ଧାନ କିଣା ହୋଇଛି , ମାର୍ଚ୍ଚ ୩୧ ଯାଏଁ ଜାରି ରହିବ‘

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଗଲାଣି  । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କ ଧାନ କିଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଧାନକିଣା ନେଇ ଆଜି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଏହି ବିବୃତି ରଖିଛନ୍ତି  । ସେ କହିଛନ୍ତି, ବିଗତ ଖରିଫଋତୁ ତୁଳନାରେ ୧୮ପ୍ରତିଶତ ଅଧିକ ଧାନ କିଣାଯାଇଛି । ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନହେବ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି, ସେନେଇ ତଦନ୍ତ ଚାଲିଛି । ଟୋକନ ଲାପ୍ସ, ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ  ଯୋଗ୍ୟ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ, ଆମେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ଚଳିତ ଖରିଫରେ ଏବେ ସୁଦ୍ଧା ୧୧ ଲକ୍ଷ ୫୦ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିସାରିଲେଣି  । ଗତ ବର୍ଷ ଏହି ସମୟକୁ ଚାଷୀଙ୍କ ସଂଖ୍ୟା ଥିଲା ୯ ଲକ୍ଷ ୩୦ ହଜାର  ।  ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଆଜି ଧାନ ସଂଗ୍ରହ ନେଇ ବିବୃତି ରଖିଥିଲେ  । ହେଲେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ ।

କଳଙ୍କ: ୧୩ ବର୍ଷର ଛାତ୍ରକୁ ଜବରଦସ୍ତି ବାହାହେଲେ ଶିକ୍ଷୟିତ୍ରୀ

ଜଳନ୍ଧର:   ଘଟଣା ଜଳନ୍ଧରର ବସ୍ତି ବାବା ଖେଳ ଅଞ୍ଚଳର । ବିବାହରେ ବିଳମ୍ବ ହେଉଥିବାରୁ ସ୍କୁଲ ଶିକ୍ଷୟତ୍ରୀ ୧୩ ବର୍ଷର ନିରୀହ ଛାତ୍ରକୁ ବିବାହ କରିଥିବା ବୟାନ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । କିନ୍ତୁ ଘଟଣା ପଛରେ ରହିଛି ଅନ୍ଧିବଶ୍ୱାସ । ନାବାଳକକୁ ବିବାହ କଲେ ମାଙ୍ଗଳିକ ଦୋଷ ଦୂର ହେବ ଭାବି ଏଭଳି ନିଷ୍ପତ୍ତି ନେଇଛନ୍ତି ଶିକ୍ଷୟତ୍ରୀ । ନାବାଳକ ଛାତ୍ରଙ୍କ ପରିବାର ପକ୍ଷରୁ ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ଛାତ୍ରଙ୍କ ପରିବାରର ଆର୍ଥିକ ସ୍ଥିତି ଖୁବ୍‌ଦୁର୍ବଳ ହୋଇଥିବାରୁ ଏହାର ଫାଇଦା ଉଠାଇଥିଲେ ଶିକ୍ଷୟତ୍ରୀ । ଯାହାକୁ ନଜରରେ ରଖି ଶିକ୍ଷୟତ୍ରୀ ଜଣକ ନାବାଳକ ଛାତ୍ରଙ୍କୁ ଟିଉସନ କରିବାର ଲୋଭ ଦେଖାଇ ଛଅ ଦିନ ପର୍ଯ୍ୟନ୍ତ ନିଜ ଘରେ ଅଟକାଇ ରଖି ଜୋର ଜବରଦସ୍ତ ବିବାହ କରିଥିଲେ । ସାଧାସିଧା ନୁହେଁ ବରଂ ରୀତିନୀତି ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହ ଶେଷ ହେବାପରେ ପଣ୍ଡିତଙ୍କ କହିବା ଅନୁସାରେ ଶିକ୍ଷୟତ୍ରୀ ଜଣକ ଚୁଡ଼ି ଭାଙ୍ଗି ବିଧବା ମଧ୍ୟ ହେଲେ । କେବଳ ସେତିକି ନୁହେଁ ଶୋକସଭା ମଧ୍ୟ ଆୟୋଜିତ ହୋଇଥିଲା । ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । କିନ୍ତୁ ଏହା ସତ ।

ଅନ୍ଧିବିଶ୍ୱାସରେ ପଡ଼ି ଏଭଳି ଷଡ଼ଯନ୍ତ୍ର ରଚିବା ଏବଂ ତାକୁ ରୂପଦେବା ପରେ ଛାତ୍ରଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଛି । ନାବାଳକଙ୍କ ପରିବାରର ଅଭିଯୋଗ ପରେ ଶିକ୍ଷୟତ୍ରୀ ଏବଂ ପରାମର୍ଶ ଦେଇଥିବା ପଣ୍ଡିତ ଥାନାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ମାମଲାର ରଫାଦଫା ମଧ୍ୟ ହୋଇଗଲା । କିନ୍ତୁ ଘଟଣା ବରିଷ୍ଠ ପୋଲିସ୍‌ଅଧିକାରୀଙ୍କ ନିକଟରେ ପହଞ୍ଚିଲା । ପରେ ପରିବାରର ବିନା ଅନୁମତିରେ ନାବାଳକକୁ ଜୋର ଜବରଦସ୍ତ ଘରେ ଅଟକାଇ ରଖି ଏଭଳି ଷଡ଼ଯନ୍ତ୍ର ରଚିବା ଏକ ଅପରାଧ ଏବଂ ତା ଠାରୁ ସଙ୍ଗୀନ ଅପରାଧ ହେଉଛି ନାବାଳକକୁ ବିବାହ କରିବା ବୋଲି କହି ଘଟଣାର ତଦନ୍ତ କରିବା ନିର୍ଦ୍ଦେଶ ଦେଇଛନ୍ତି ଜଳନ୍ଧରର ବରିଷ୍ଠ ପୋଲିସ ଅଧିକାରୀ ।

ଅର୍ଥ କମିଶନ ସୁପାରିସ୍ ଗ୍ରହଣ କରୁନି କେନ୍ଦ୍ର: ରାଜ୍ୟ ଉପରେ ପଡ଼ୁଛି ଅଯଥା ବୋଝ

ଭୁବନେଶ୍ୱର: ପ୍ରାକୄତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି। ଯାହା ଫଳରେ ରାଜ୍ୟ ଉପରେ ଅଯଥା ବୋଝ ପଡୁଛି । ବିଧାନସଭାର ପ୍ରଶ୍ନକାଳରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ୯୦ ଓ ରାଜ୍ୟର ୧୦ ପ୍ରତିଶତ ଅଂଶ ରହିବା କଥା । କିନ୍ତୁ ୨୦୧୭ରେ ଜିଏସ୍‌ଟି ଲାଗୁ ପରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ଅଂଶ ୭୫ ଓ ରାଜ୍ୟର ଅଂଶ୨୫ ପ୍ରତିଶତ ନିୟମ କରିଛନ୍ତି । ଏଥିଯୋଗୁ ରାଜ୍ୟ ୬୨୦କୋଟି ୫୦ ଲକ୍ଷ ଟଙ୍କା କମ୍‌ ପାଇଛି। ଏ ବାବଦରେ ଆଜି ବିଧାୟକ ଅମର ଶତପଥୀ, ପ୍ରଦୀପ ଅମାତ ପ୍ରମୁଖ  ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାର ଉତ୍ତର ରଖଥିଲେ  ।

ଏଥିସହିତ ପଢ଼ନ୍ତୁ: ଭାରତକୁ ଧନ୍ୟବାଦ ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଜାଣନ୍ତୁ କାହିଁକି

କଡ଼ ଲେଉଟାଇଲାଣି କରୋନା: ରାଜ୍ୟରେ ୩ ଅଙ୍କ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ କରୋନାର ଦ୍ୱିତୀୟ ଲହରୀ ଖେଳାଇଲାଣି ଆତଙ୍କ  । ଦୁଇରୁ ପୁଣି ତିନି ଅଙ୍କ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ୨୪ ଘଣ୍ଟାରେ ରାଜ୍ୟରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନ୍‌ରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟରୁ ୪୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି  । ଗତକାଲି ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ  । ଆଜି ୧୧୦ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି କରୋନା ୧୭ଟି ଜିଲ୍ଲାରେ ସୀମିତ ଥିବା ବେଳେ ଆଜି ୨୨ଟି ଜିଲ୍ଲାକୁ ବ୍ୟାପିଛି  । ଆଜି କଟକରୁ ୨୦, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜ ଓ ନୂଆପଡ଼ାରୁ ୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ଅଛନ୍ତି  । ସେହିପରି ସୁନ୍ଦରଗଡ଼ରୁ ୭, ଗଞ୍ଜାମ ଓ ଅନୁଗୁଳରୁ ୬ ଲେଖାଏ, ବରଗଡ଼ରୁ ୪, ଯାଜପୁରରୁ ୫, ସମ୍ବଲପୁର ଓ ଝାରସୁଗୁଡ଼ାରୁ ୪ ଲେଖାଏ, ଷ୍ଟେଟ୍ ପୁଲରୁ ୩, ପୁରୀରୁ  ୩, ବାଲେଶ୍ୱର ଓ ଦେବଗଡ଼ରୁ ୨, ନବରଙ୍ଗପୁର, କଳାହାଣ୍ଡି ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି  । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୩୮ହଜାର ୫୯୯ରେ ପହଞ୍ଚିଛି  । ସେମଧ୍ୟରୁ ୩ ଲକ୍ଷ ୩୫ହଜାର ୯୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୭୦୫ ସକ୍ରିୟ ମାମଲା ରହିଛି  ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ