ସମସ୍ୟା ସମାଧାନ ନହେଲେ ପିପିଲି ଉପନିର୍ବାଚନରେ ଭୋଟ ବର୍ଜନ କରିବୁ: ଗ୍ରାମବାସୀ

ପିପିଲି: ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ ଧମକ। ସମସ୍ୟା ସମାଧାନ ନହେଲେ ପିପିଲି ଉପନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ! ଏ ଅଭିଯୋଗ ଆସିଛି ପିପିଲି ତେଇଶପୁର ପଂଚାୟତ ନୂଆଗୋଡ଼ି ଗାଁରୁ। ନୂଆଗୋଡ଼ି ଗାଁ ବାଙ୍ଗରପଡ଼ା ମୌଜାର ୧୦୮ ଜଣ ଭୋଟର ଥିବାବେଳେ ସେମାନେ ଅନ୍ୟ ପଞ୍ଚାୟତରେ ଭୋଟ ଦେଇଆସୁଛନ୍ତି। ପଞ୍ଚାୟତ ଭୋଟ ନିଜ ଗାଁ ବୁଥରେ ମତଦାନ କରୁଥିବାବେଳେ ବିଧାନସଭା ପାଇଁ ଅନ୍ୟ ପଞ୍ଚାୟତକୁ ଯିବାକୁ ପଡୁଛି। ସହଜପୁରରେ ସେମାନେ ଭୋଟ ଦେଉଛନ୍ତି।

ତେଣୁ ପିପିଲି ଉପନିର୍ବାଚନ ପାଇଁ ନୂଆଗୋଡ଼ିରେ ବୁଥ କରିବା ପାଇଁ ସେମାନେ ପିପିଲି ବିଡିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଯଦି ପ୍ରଶାସନ ସମସ୍ୟା ସମାଧାନ କରିବାରେ ଅସଫଳ ହୁଅନ୍ତି ତେବେ ଆଗାମୀ ପିପିଲି ଉପନିର୍ବାଚନ ବର୍ଜନ କରିବେ ବୋଲି ବାଙ୍ଗରପଡ଼ା ମୌଜାର ଅଧିବାସୀ ଧମକ ଦେଇଛନ୍ତି। ତେବେ ଏବେ ଖୁବ କମ ସମୟ ଥିବାରୁ ସମସ୍ୟାର ସମାଧାନ ସମ୍ଭବପର ନହୋଇପାରେ। ତଥାପି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପିପିଲି ବିଡିଓ।

Leave a Reply