ଯାତ୍ରୀ ନ ନେଇ ଖାଲି ଖାଲି ଫେରି ଆସିଲା ଏୟର ଇଣ୍ଡିଆର ଫ୍ଲାଇଟ

ନୂଆଦିଲ୍ଲୀ: ସିଡନୀରୁ ଉଡ଼ାଣ ଭରିବାକୁ ଥିବା ଏୟର ଇଣ୍ଡିଆ ବିମାନର ଜଣେ ପାଏଲଟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସିଡନୀରୁ ଦିଲ୍ଲୀ ଉଡ଼ାଣ ଭରିବାକୁ ଥିବା ବିମାନରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ଏହି ବାବଦରେ ସୂଚନା ଦିଆଯାଇଥିଲା । ଯେଉଁଥିପାଇଁ ବିମାନ ବିନା ଯାତ୍ରୀରେ ଖାଲି ଖାଲି ଦିଲ୍ଲୀ ଫେରିଥିଲା ।

ସୂଚନା ଅନୁସାରେ, ସିଡନୀ ଏବଂ ଦିଲ୍ଲୀ ମଧ୍ୟରେ ଉଡ଼ାଣ ଚଳାଚଳ ପୂର୍ବରୁ ଗତ ଶନିବାର ଦିଲ୍ଲୀରେ ବିମାନର ସମସ୍ତ ପାଏଲଟଙ୍କ ଆରଟି.ପିସିଆର ଯାଞ୍ଚ୍‌କରାଗଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ଆସିଲା । ରବିବାର ସକାଳେ ସିଡନୀରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଅଧିକାରୀମାନେ ସମସ୍ତ ପାଏଲଟ ସଦସ୍ୟଙ୍କ ଆରଟି.ପିସିଆର ଯାଞ୍ଚ୍‌କଲେ । ଯାହାର ରିପୋର୍ଟ ସୋମବାର ଆସିଲା । ଏମାନଙ୍କ ମଧ୍ୟରୁ ଜଣେ ପଜିଟିଭ୍‌ଚିହ୍ନଟ ହେଲେ । ଯାହାପରେ ଅଷ୍ଟ୍ରେଲିଆ ଅଧିକାରୀ ଯାତ୍ରୀଙ୍କୁ ବିମାନରେ ଆସିବା ଉପରେ ରୋକ ଲଗାଇଲେ ।

ସୂଚନା ମୁତାବକ ପଜିଟିଭ୍‌ଚିହ୍ନଟ ହୋଇଥିବା ପାଏଲଟଙ୍କ ସମେତ ଅନ୍ୟ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଅଷ୍ଟ୍ରେଲିଆ ଭାରତରେ କୋଭିଡ ୧୯ ସଂକ୍ରମଣକୁ ନଜରରେ ରଖି ୧୫ ମଇ ପର୍ଯ୍ୟନ୍ତ ଭାରତ ଓ ସିଡନୀ ମଧ୍ୟରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି ।
ସୂଚନାଯୋଗ୍ୟ ଭାରତରେ କରୋନାର ଦ୍ୱିତୀୟ ପ୍ରବାହ କାୟା ବିସ୍ତାର କରି ସାରିଲାଣି । ଏଥିପାଇଁ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।

Leave a Reply