spot_img
Home Blog Page 5866

କଡ଼ ଲେଉଟାଇଲାଣି କରୋନା: ରାଜ୍ୟରେ ୩ ଅଙ୍କ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ କରୋନାର ଦ୍ୱିତୀୟ ଲହରୀ ଖେଳାଇଲାଣି ଆତଙ୍କ  । ଦୁଇରୁ ପୁଣି ତିନି ଅଙ୍କ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ୨୪ ଘଣ୍ଟାରେ ରାଜ୍ୟରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନ୍‌ରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟରୁ ୪୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି  । ଗତକାଲି ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ  । ଆଜି ୧୧୦ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି କରୋନା ୧୭ଟି ଜିଲ୍ଲାରେ ସୀମିତ ଥିବା ବେଳେ ଆଜି ୨୨ଟି ଜିଲ୍ଲାକୁ ବ୍ୟାପିଛି  । ଆଜି କଟକରୁ ୨୦, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜ ଓ ନୂଆପଡ଼ାରୁ ୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ଅଛନ୍ତି  । ସେହିପରି ସୁନ୍ଦରଗଡ଼ରୁ ୭, ଗଞ୍ଜାମ ଓ ଅନୁଗୁଳରୁ ୬ ଲେଖାଏ, ବରଗଡ଼ରୁ ୪, ଯାଜପୁରରୁ ୫, ସମ୍ବଲପୁର ଓ ଝାରସୁଗୁଡ଼ାରୁ ୪ ଲେଖାଏ, ଷ୍ଟେଟ୍ ପୁଲରୁ ୩, ପୁରୀରୁ  ୩, ବାଲେଶ୍ୱର ଓ ଦେବଗଡ଼ରୁ ୨, ନବରଙ୍ଗପୁର, କଳାହାଣ୍ଡି ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି  । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୩୮ହଜାର ୫୯୯ରେ ପହଞ୍ଚିଛି  । ସେମଧ୍ୟରୁ ୩ ଲକ୍ଷ ୩୫ହଜାର ୯୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୭୦୫ ସକ୍ରିୟ ମାମଲା ରହିଛି  ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଚାଷୀ ନେତା ରାକେଶ ଟିକାୟତ

ଭୁବନେଶ୍ୱର: ଦିଲ୍ଲୀରୁ ଓଡ଼ିଶା ଭାୟା ବେଙ୍ଗାଲ । ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର ପରେ ଏବେ ଓଡ଼ିଶା ଆସି ପହଞ୍ଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆଜି ଭୁବନେଶ୍ୱର ବିମାନବନ୍ଦରେ ରାକେଶ ଟିକାୟତ ପହଞ୍ଚିଥିବା ବେଳେ ତାଙ୍କୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତରେ ଯୋଗଦେବେ  । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଜରୁରୀ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଶୁକ୍ରବାର ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ବହୁ ଚାଷୀ ନେତା ସାମିଲ ହେବେ ।

ରାଜବାଟି ପରିସରରୁ ବିରଳ ପ୍ରଜାତିର ଗୁଣ୍ଡୁଚି ନାଗସାପ ଉଦ୍ଧାର

ନୀଳଗିରି: ରାଜବାଟି ପରିସରରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଗୁଣ୍ଡୁଚି ନାଗସାପ। ସାପଟିର ଲମ୍ବ ପାଖାପାଖି ପାଞ୍ଚଫୁଟ ଦୁଇଇଞ୍ଚ ହେବ ବୋଲି ଅନୁମାନ କରାଯାଉଛି। ରାଜବାଟି ପରିସରରୁ ସାହେବ ମର୍ଦ୍ଦରାଜ ଘରେଥିବା ସମୟରେ ରୋଷେଇ ଘର ଛାତରେ ଥିବା ଓରାରୁ  ସାପଟି ତଳକୁ ଖସି ପଡ଼ିଥିଲା। ସାପଟିକୁ ଦେଖି ସଙ୍ଗେ ସଙ୍ଗେ ସାହେବ ମର୍ଦ୍ଦରାଜ ସର୍ପ ବିଶେଷଜ୍ଞ ପ୍ରକାଶ ମର୍ଦ୍ଧରାଜଙ୍କୁ ଖବର ଦେଇଥିଲେ। ଖବର ପାଇଁ ସର୍ପ ବିଶେଷଜ୍ଞ ସାପଟିକୁ ଉଦ୍ଧାର କରି ନିକଟସ୍ଥ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରେ ଛାଡିଥିବା ସୂଚନା ରହିଛି। ତେବେ କିଛିସମୟ ପାଇଁ ସାପଟି ନିଜର ବିଷଧର ଫୋଣା ବାହାର କରୁଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

 

ଭାରତକୁ ଧନ୍ୟବାଦ ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତକୁ କୃତଜ୍ଞତା ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍  କ୍ରିସ ଗେଲ୍ । ଜାମାଇକାକୁ କରୋନା ଟିକା ଯୋଗାଇଥିବାରୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍  । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଭାରତର ଜନସାଧାରଣଙ୍କୁ ମଧ୍ୟ କରୋନା ଟିକା ପଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।            ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଭାରତର ଜନସାଧାରଣ, ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ଧନ୍ୟବାଦ । କରୋନା ଭ୍ୟାକ୍ସିନ୍ ଡୋନେଟ୍ କରିଥିବାରୁ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ଭାରତ । ବହୁତ ଶୀଘ୍ର ଦେଖାହେବ ।

https://www.instagram.com/p/CMlt_ddJlWs/?utm_source=ig_web_copy_link

             ଅନ୍ୟ ପକ୍ଷରେ ବେସମାରିକ ବିମାନ ଚଳାଚଳ ମନ୍ତ୍ର ହରଦୀପ ସିଂହ ପୁରୀ ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଭ୍ୟାକ୍ସିନ୍ ମୈତ୍ରୀ’ ସାରା ବିଶ୍ୱରେ ଥିବା ଆମ ବୁନ୍ଧୁ ରାଷ୍ଟ୍ରଗୁଡ଼ିକ ପାଖରେ ପହଞ୍ଚୁଥିବାରୁ ଆମେ ଖୁସି । ଏଥିସହିତ ସେ ଗେଲଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ସେ  କହିଛନ୍ତି ଯେ, ଗେଲ୍‌ଙ୍କୁ ପଡ଼ିଆର ବିଭିନ୍ନ କୋଣକୁ ବଲ୍‌ ମାରୁଥିବା ଦେଖିବା ଭାରତୀୟ ଦର୍ଶକଙ୍କ ପାଇଁ ଖୁସିର ବିଷୟ । ସେମାନେ ଆଗକୁ ମଧ୍ୟ ଗେଲ୍‌ଙ୍କ ଏଭଳି ବିସ୍ପୋରକ ବ୍ୟାଟିଂ ଦେଖିବାକୁ ଚାହୁଁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରେ: ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡ଼ିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା । ଆସନ୍ତା ୧୧୨ଜରୁରୀକାଳୀନ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ସନ୍ଧ୍ୟା ୫ଟାରେ ଭିସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେବେ । ଏଥି ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ । ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ସପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡ଼ୁଥିଲା ।

ଏଥିସହିତ ପଢ଼ନ୍ତୁ: ଆଜି ଆସିବ ଶୁଭଖୁଣ୍ଟି, ମାଆଙ୍କ ଯାତ୍ରା ଲାଗି ହେବ ଦିନ ଧାର୍ଯ୍ୟ

ଆଜି ସ୍ଥାପିତ ହେବ ଶୁଭଖୁଣ୍ଟି, ମାଆଙ୍କ ଯାତ୍ରା ଲାଗି ହେବ ଦିନ ଧାର୍ଯ୍ୟ

ବ୍ରହ୍ମପୁର: ଆଜି ସ୍ଥାପନ ହେବ ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ବୁଢୀ ଠାକୁରାଣୀଙ୍କ ଶୁଭଖୁଣ୍ଟି  । ଯାତ୍ରା ପାଇଁ ଧାର୍ଯ୍ୟ ହେବ ଦିନ  । ବିଶିଷ୍ଠ ପଣ୍ଡିତ ଓ ମାନ୍ୟଗଣ୍ୟ ବକ୍ତି ମାନେ ପାଞ୍ଜୀ ଦେଖି ଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରିବେ । ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ବାପ ଘରକୁ ଆସିଥାନ୍ତି ମାଆ । ମାଆଙ୍କୁ ସ୍ବାଗତ ପାଇଁ ଏହି ଯାତ୍ରା ଆୟୋଜନ କରାଯାଇଥାଏ  । ଚଳିତବର୍ଷ କରୋନା କଟକଣା ଭିତରେ ପାଳିତ ହେବ ମା’ ବୁଢୀ ଠାରୁରାଣୀଙ୍କ ଯାତ୍ରା  । ମହାମାରୀ ପାଇଁ ଯାତ୍ରା ପାଳନ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ତେବେ ମହାନଗର ନିଗମ ପକ୍ଷରୁ ଅନୁମତି ମିଳିବା ପରେ ଯାତ୍ରାର ଆୟୋଜନ କରାଯାଇଛି  ।  ଯାତ୍ରା ଆୟୋଜକ ଦେଶୀ ବେହେରା, ଯାତ୍ରା କମିଟିର ସଦସ୍ୟ ଓ ମହାନଗର ନିଗମ କମିସନରଙ୍କ ମଧ୍ୟରେ  ଆଲୋଚନା ପରେ ଯାତ୍ରା ପାଇଁ ଦିନ ଧାର୍ଯ୍ୟ ହୋଇଛି  । ଯାତ୍ରାର ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନାକୁ ବନ୍ଦ ରଖାଯିବ । ମେଢ, କଳାକୁଞ୍ଜ, ବାହାରେ ପ୍ରସାଦ ସେବନ ଉପରେ କଟକଣା ଜାରି ହୋଇଛି । ଘଟ ପରିକ୍ରମା ଓ ମାନସିକଧାରୀଙ୍କ ବେଶ ନେଇ କିଛି ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏକ ମାସ ଧରି ଚାଲୁଥିବା ଏହି ଯାତ୍ରାକୁ ଚଳିତ ବର୍ଷ କୋଭିଡ ଯୋଗୁ କମ ଦିନ ଭିତରେ ସିମିତ ରଖାଯିବ ।

ଏଥିସହିତ ପଢ଼ନ୍ତୁ: କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

ସର୍ବଦଳୀୟ ବୈଠକରେ ସହମତି: ସ୍ୱାଭାବିକ ହେବ ଗୃହ କାର୍ଯ୍ୟ

ଭୁବନେଶ୍ୱର: ଆଜିଠୁ ସ୍ବାଭାବିକ ହେବ ବିଧାନସଭା  । ଠିକଠାକ୍ ଚାଲିବ ଗୃହ କାର୍ଯ୍ୟ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଦିନ ୧୧ଟା ୩୦ରେ ସମବାୟ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ କିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ । ଏହାସହ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସରକାରୀ ଦଳ ଆଣିଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବନାହିଁ । ଏ ପ୍ରସଙ୍ଗ ସ୍ବାଧିକାର କମିଟିକୁ ଯିବ ବୋଲି ବାଚସ୍ପତି କହିଛନ୍ତି । ଗତକାଲି ବସିଥିବା ସର୍ବଦଳୀୟ ବୈଠକ ପରେ ସବୁ ଦଳ ଗୃହକୁ ସୁପରିଚାଳନା ପାଇଁ ସହମତି ପ୍ରକାଶ କରିଛନ୍ତି । ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗତ କିଛି ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲା  । ତେବେ  ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ହେବା ନେଇ ଆଶା ରଖିଛନ୍ତି ବାଚସ୍ପତି  ।

ଏଥିସହିତ ପଢ଼ନ୍ତୁ: କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ବଖରା ଘର

ଭଦ୍ରକ: ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୫ଟି ପରିବାରର ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗିବା ଦେଖି ପରିବାର ଲୋକ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ ।  ସେତେବେଳକୁ ଗ୍ରାମର ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା, ଦୀନେଶ ବେହେରାଙ୍କର ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

 

କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

କଟକ: ସ୍ଥାନୀୟ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ  । ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି  । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।  ସେପଟେ କଲେଜର ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି  । ପଜିଟିଭ ପିଲାଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି  । ସେହିପରି କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି  ।  ନେଗେଟିଭ୍ ରିପୋର୍ଟ ଥିବା ପିଲା ହଷ୍ଟେଲ ଛାଡିବାକୁ କୁହାଯାଇଛି  । ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି  ।

୨-୨ରେ ଟି-ଟ୍ୱେଣ୍ଟି ସିରିଜ୍ ବରାବର, ପଞ୍ଚମ ମ୍ୟାଚ୍ ଉପରେ ୨ ଦଳର ନଜର

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରତିଶୋଧ ନେଲା ଭାରତ । ତୃତୀୟ ଟି-ଟ୍ୱେଣ୍ଟିକୁ ଇଂଲଣ୍ଡ ୮ ୱିକେଟରେ ଜିତି ନେଇଥିବା ବେଳେ ଚତୁର୍ଥ ମ୍ୟାଚରେ ଭାରତ ନେଇଛି ବଦଲା । ଭ୍ରମଣକାରୀ ଦଳଠାରୁ ଚତୁର୍ଥ ଟି-ଟ୍ୱେଣ୍ଟିକୁ ଭାରତ ୮ ରନରେ ଜିତି ନେଇଛି । ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୨-୨ରେ ବରାବର ସ୍ଥିତିରେ ରହିଛି । ଆସନ୍ତା ଶନିବାର ସିରିଜର ପଞ୍ଚମ ମ୍ୟାଚ୍ ଖେଳାଯିବ । ଯେଉଁ ଦଳ ଶେଷ ମ୍ୟାଚ୍ ଜିତିବ ସିରିଜ୍ ତା’ର ହେବ ।

India Won Fourth T20 Against England By 8 Runs

ରୋମାଞ୍ଚକର ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ଘରୋଇ ଦଳ ୧୮୫ ରନ୍ କରିଥିଲା । ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ସର୍ବାଧିକ ୫୭ ରନ କରିଥିଲେ । ୧୮୬ ରନର ପିଛା କରୁଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୭ ରନ୍ କରି ପାରିଥିଲା । ଫଳରେ ମ୍ୟାଚକୁ ଭାରତ ୮ ରନରେ ଜିତି ନେଇଛି ।

India Won Fourth T20 Against England By 8 Runs

ମ୍ୟାଚର ଶେଷ ଓଭର ଥିଲା ବେଶ୍ ରୋମାଞ୍ଚକର । ଶେଷ ୬ ବଲରେ ଭ୍ରମଣକାରୀ ଦଳ ଜିତିବା ଲାଗି ୨୩ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ ଦଳ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଛି । ଏହି ବିଜୟ ସହ ଭାରତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି ।