ଦସ୍ତଖତକୁ ନେଇ ନର୍ସ-ଡାକ୍ତର ହାତାହାତି

1 min read

ଲକ୍ଷ୍ନୗେ: ଦସ୍ତଖତକୁ ନେଇ ନର୍ସ-ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଏକ ମୃତ୍ୟୁ ପ୍ରମାଣପତ୍ରରେ ଡାକ୍ତରଙ୍କ ଦସ୍ତଖତକୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଛି। ପ୍ରଥମେ ପରସ୍ପରକୁ ଗାଳିଗୁଲଜ କରିବା ପରେ ନର୍ସ ଜଣକ ଡାକ୍ତରଙ୍କୁ ଏକ ଚାପୁଡ଼ା ମାରିଥିଲେ । ଯାହାପରେ ଡାକ୍ତର ମଧ୍ୟ ଉତ୍ତ୍ୟକ୍ତ ହୋଇ ନର୍ସଙ୍କୁ ମାଡ଼ ମାରିବାକୁ ପଛାଇନଥିଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ଆଡମିଟ୍ ଥିବା ଜଣେ କରୋନା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମୃତ୍ୟୁ ପ୍ରମାଣପତ୍ର ମାଗିଥିଲେ । ପ୍ରମାଣ ପତ୍ରରେ ଡାକ୍ତରଙ୍କ ଦସ୍ତଖତ ମାଗିବାରୁ ଡାକ୍ତର ମନା କରିଦେଇଥିଲେ । ଯାହାକୁ ନେଇ ନର୍ସ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଲୋକଙ୍କ ସାମ୍ନାରେ ଗାଳିଗୁଲଜ ଓ ମାରପିଟ କରିବାକୁ ପଛାଇନଥିଲେ ଡାକ୍ତର ଓ ନର୍ସ।

ସୂଚନା ଅନୁଯାୟୀ, ଘଟଣାଟି ଘଟିଛି ସୋମବାର ରାତିରେ । ଭିଡ଼ିଓଟି ଭାଇରାଲ୍ ହେବାପରେ ଡିଏମ୍ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୁଇ ଜଣଙ୍କୁ ଡକାଯାଇ ବୁଝାଶୁଝା କରାଯାଉଥିବା ଜଣାପଡିଛି । ଏନେଇ ସିଟି ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ଦୁଇ ଜଣଙ୍କର ଭିନ୍ନ ଭିନ୍ନ ଅଭିଯୋଗ ରହିଛି । ହସ୍ପିଟାଲରେ ପ୍ରବଳ ଭିଡ଼ ଯୋଗୁଁ ଚାପଗ୍ରସ୍ତ ପରିସ୍ଥିତି ରହୁଛି । ଆଉ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ସମ୍ପୂର୍ଣ୍ଣ ତଦନ୍ତ ହେବ ଏବଂ ଆଗାମୀ ଦିନରେ ଏଭଳି ଅପ୍ରିତିକର ପରିସ୍ଥିତି ଯେପରି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ।

Leave a Reply