spot_img
Home Blog Page 5847

ବାଲେଶ୍ୱରରେ ଯୁବକଙ୍କୁ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ବସ୍ତାରେ ବାନ୍ଧି ଫିଙ୍ଗିଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ବାହାନଗା ବ୍ଲକ କଲ୍ୟାଣପୁରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ରୁ ୫ ଦୁର୍ବୃତ୍ତ । ଆକ୍ରମଣରେ ଅରଳା ଗାଁର ପ୍ରଶାନ୍ତ ଦାସ ଗୁରୁତର ହୋଇଛନ୍ତି । ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ହସପିଟାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୪ରୁ ୫ ଦୁର୍ବୃତ୍ତ ପ୍ରଶାନ୍ତଙ୍କୁ ଗୋପାଳପୁର ବଜାରରୁ ଉଠାଇ ନେଇଥିଲେ । ପ୍ରଶାନ୍ତଙ୍କୁ ହାଣିବା ପରେ ବସ୍ତାରେ ସିଲାଇ କରି ତାଙ୍କୁ ହାଟୁଆଣିର ପୋଲ ପାଖରେ ପିଙ୍ଗିଦେଇଥିଲେ । ପୋଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି ।

ଖନ୍ତାପଡ଼ା ଥାନା ନୂଆପୁର ପଞ୍ଚାୟତ ର କେତେକ ଯୁବକଙ୍କ ସହ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର କେତେକ ଯୁବକ ଙ୍କ ସହ ଶତ୍ରୁତା ଲାଗିଥିଲା। ସୋମବାର ଅପରାହ୍ନରେ ଗୋପାଳପୁର ବଜାରରେ ବିବାଦ ପୁନର୍ବାର ଲାଗିଥିଲା । ପରେ ପରେ କେତେକ ଯୁବକ ମିଶି ପୂର୍ବ ଶତ୍ରୁତାକୁ ନେଇ ପ୍ରଶାନ୍ତଙ୍କୁ ସନ୍ଧ୍ୟାରେ ଗୋପାଳପୁର ବଜାରରୁ ଅପହରଣ କରିନେଇଥିଲେ ।

ରାତି ୧୦.୩୦ ରେ ଗୋପାଳପୁର ଓ ଖନ୍ତାପଡ଼ା ପୋଲିସ ଅପହରଣ ପ୍ରଶାନ୍ତକୁ ହାଟୁଆଣିର ଏକ ପୋଲ ନିକଟରୁ ଉଦ୍ଧାର କରିଥିଲେ। ପରେ ଗୋପାଳପୁର ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା କରିଥିଲେ। ଗୁରୁତର ଆହତ ପ୍ରଶାନ୍ତର ମୁଣ୍ଡ ,ଗୋଡ, ହାତକୁ ଦୁର୍ବୃତ୍ତ ମାନେ ହାଣିବା ପରେ ବସ୍ତାରେ ସିଲାଇ କରି ଫିଙ୍ଗି ଦେଇଥିଲେ । ଗୁରୁତର ଆହତ ପ୍ରଶାନ୍ତକୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଭିଜିଲାନ୍ସ ପଞ୍ଝାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ମୁକୁନ୍ଦପୁର ପାଟଣା ପଞ୍ଚାୟତର GRS

କେଉଁଝର: ଭିଜିଲାନ୍ସ ପଞ୍ଝାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ମୁକୁନ୍ଦପୁର ପାଟଣା ପଞ୍ଚାୟତର GRS । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ GRS ସୌଭାଗ୍ୟ ଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଓ ବାଲେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଏକକାଳିନ ୪ ଜାଗାରେ ଚଢାଉ ଜାରି ରଖିଛନ୍ତି । ଅଫିସ, ବାସଭବନ, ହୋଟେଲ ଓ ଜଣେ ସମ୍ପର୍କୟ ଭାଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୂର୍ବରୁ ଏହି ପଞ୍ଚାୟତଟି ରୋଜଗାର କ୍ଷେତ୍ରରେ ସର୍ବଭାରତୀୟ କ୍ଷେତ୍ରରେ ପୁରସ୍କୃତ ହୋଇଥିଲା ।

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍: ନବାଗତଙ୍କ ସହ ଅଭିଜ୍ଞଙ୍କୁ ନେଇ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ

ପୁଣେ: ଟେଷ୍ଟ, ଟି-୨୦ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତୀୟ କ୍ରିକେଟ୍ ଟିମର ନଜର । ଆଜି ପୁଣେରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ୍ । ଅପରାହ୍ନ ୧:୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ଦିନିକିଆରେ ଶିଖର ଧାୱନ ଫେରିବା ନେଇ ନିଶ୍ଚିତ ହୋଇଛି । ଓପନର ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶିଖର ଧାୱନ ।

ସେହିଭଳି ନବାଗତ ଭାବେ ପ୍ରସିଦ୍ଧି କ୍ରିଷ୍ଣା ଡେବ୍ୟୁ କରିପାରନ୍ତି । ଏଥିସହ କ୍ରୁନାଲ ପାଣ୍ଡ୍ୟାଙ୍କୁ ମଧ୍ୟ ମିଳିପାରେ ସୁଯୋଗ । ସେହିଭଳି ହାର୍ଦିକ୍ୟ ପାଣ୍ଡ୍ୟା, ଶ୍ରେୟସ ଆୟାର ଓ ରିସଭ ପନ୍ଥ ୧୧ ଜଣିଆ ଟିମରେ ସାମିଲ ହୋଇପାରନ୍ତି । କ୍ୟାପଟେନ୍ କୋହଲିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ପ୍ରଥମେ ଟେଷ୍ଟ ଓ ପରେ ଟି-୨୦ ସିରିଜ୍ ହାରି ସାରିଥିବା ଭ୍ରମଣକାରୀ ଦଳ ଏବେ ଚାପରେ ରହିଛି । ତେଣୁ ଆଜିର ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ ପ୍ରଥମ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତିନୋଟି ଏକ ଦିବାସୀୟ ମ୍ୟାଚ୍ ।

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଭାବିଚିନ୍ତି କଥା କୁହନ୍ତୁ, ହୋଇପାରେ ସମ୍ମାନହାନୀ

ଆଜିର ପଞ୍ଚାଙ୍ଗ:

ଆଜି ମାର୍ଚ୍ଚ ୨୩ ତାରିଖ, ୨୦୨୧, ମଙ୍ଗଳବାର ମୀନ ୧୦ ଦିନ

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ଫାଲ୍‌ଗୁନ୍‌ ମାସ ଶୁକ୍ଳପକ୍ଷ ଦିନ ୧୦ଟା୧୧ ମିନିଟ୍ ପର୍ଯ୍ୟନ୍ତ ନବମୀ

ଏହା ପରେ ଦଶମୀ ତିଥି

ପୁନର୍ବସୁ ନକ୍ଷତ୍ର,

ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ପୂର୍ବେ ଦିନ ୧୦ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିବେ

ଦିନ ୧୦ଟା ୧୧ ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ

କନ୍ୟା ରାଶି ପୁରୁଷ ଏବଂ କୁମ୍ଭ ରାଶି ମହିଳାହଖ୍ର ଘାତଚନ୍ଦ୍ର

ମକର ରାଶିର ଘାତବାର

ଶୁଭ ସମୟଦିନ ୯ଟା ୫୧ ମିନିଟ୍ ଠାରୁ ଦିନ ୧୨ଟା ୧୬ ମିନିଟ୍

ଦିନ ୪ଟା ୨୭ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ୪୫ ମିନିଟ୍

ଅଶୁଭ ସମୟଦିନ ୨ଟା ୫୫ ମିନିଟ୍ ଠାରୁ ଦିନ ୪ଟା ୨୬ ମିନିଟ୍

ମହାଉପାୟ

ରାଶି ଅନୁସାରେ ଜାଣନ୍ତୁ କେଉଁ ଦେବାଜଦେବୀଙ୍କୁ ପୂଜା କରିଲେ ଶୁଭ ଫଳ ମିଳିଥାଏ

ପ୍ରତି କାର୍ଯ୍ୟରେ ମିଳିବ ସଫଳତା

ରାଶି ଅନୁସାରେ ବି ଜାଣନ୍ତୁ ଆପଣଙ୍କର ଇଷ୍ଟଦେବ ଓ ଦେବୀ

ମେଷ ରାଶି

ଅଶ୍ବନୀକର୍ମକ୍ଷେତ୍ରକୁ ନେଇ ଶୁଭ ଖବର ମିଳିବ, ସ୍ବାସ୍ଥ୍ୟ ଓ ମନ ଠିକ୍ ରହିବ

ଦ୍ବିଜାବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ଆର୍ଥିକସ୍ଥିତିରେ ସୁଧାର ଆସିବ

କୃତ୍ତିକାନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିବ, ପୁରା ଦିନ ମନ ଉତ୍ସାହପୂର୍ଣ୍ଣ ରହିବ

ମେଷ ରାଶିର ମହିଳାମାନେ ପରିବାରକୁ ନେଇ ଖୁସି ରହିବେ

ଭଗବାନ ଶିବଙ୍କୁ ମହୁ ଅର୍ପଣ କରନ୍ତୁ

ବୃଷ ରାଶି-

କୃତ୍ତିକାଦିନଟି ସାମାନ୍ୟ ରହିବ, କିଛି କଥାକୁ ନେଇ ମନ ଅଶାନ୍ତ ରହିବ

ରୋହିଣୀଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ, ପରିବାର ମଧ୍ୟରେ ମନାନ୍ତର,ମତାନ୍ତର ଦେଖାଦେବ

ମୃଗଶିରାପ୍ରେମ ସଂର୍ପକକୁ ନେଇ ଚିନ୍ତା ବଢିବ, ଯାହାକୁ ନେଇ ମନରେ ଅସ୍ଥିରତା ବୃଦ୍ଧି ପାଇବ

ବୃଷ ରାଶିର ମହିଳାମାନେ କର୍ତ୍ତବ୍ୟପରାୟଣା ହେବେ

ବିଦ୍ୟାର୍ଥୀମାନେ ଶୁଭ ଫଳ ପାଇବେ

ମହାଦେବଙ୍କୁ ଅରୁଆ ଚାଉଳ,କ୍ଷୀର ଅର୍ପଣ କରନ୍ତୁ

ମିଥୁନ ରାଶି-

ମୃଗଶିରାଭାବିଚିନ୍ତି କଥା କୁହନ୍ତୁ, ସମ୍ମାନହାନୀ ହୋଇପାରେ

ଆର୍ଦ୍ରା ବନ୍ଧୁ ପରିଜନଙ୍କ ଠାରୁ ସହଯୋଗ ମିଳିବ, ମନରେ ଅସ୍ଥିରତା ଲାଗି ରହିବ

ପୁନର୍ବସୁପରିବାର ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ, ଯାତ୍ରାଜନିତ ଓ କର୍ମଜନିତ କଷ୍ଟ ଅନୁଭବ କରିବେ

ମିଥୁନ ରାଶିର ମହିଳାଙ୍କ ପାଇଁ ଖୁସିର ଦିନ ରହିବ

ମହାଦେବଙ୍କୁ ୨୧ଟି ତ୍ରିଶାକା ବେଲପତ୍ର ଅର୍ପଣ କରନ୍ତୁ

କର୍କଟ ରାଶି-

ପୁନର୍ବସୁଶୁଭ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ,କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ

ପୁଷ୍ୟାପୁରା ଦିନ ସ୍ବାସ୍ଥ୍ୟ ଭଲ ରହିବ,ମାନସିକ ଶାନ୍ତି ଅନୁଭବ କରିବେ

ଅଶ୍ଳେଷାକାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଦାୟିତ୍ବ ନେଇଥିବା କାର୍ଯ୍ୟରେ ସଫଳତା ପାଇବେ

ଏହି ରାଶିର ମହିଳାମାନେ ସନ୍ତାନ ଓ ପରିବାରକୁ ନେଇ ଖୁସି ରହିବେ

ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ, ଦିନଟି ବହୁତ ଭଲରେ କଟିବ

ସିଂହ ରାଶି-

ମଘାକର୍ମକ୍ଷେତ୍ରକୁ ନେଇ ଚିନ୍ତା ବଢିବ, ମନରେ ଅସ୍ଥିରତା ଲାଗି ରହିବ

ପୂ:ଫାପରିବାର ମଧ୍ୟରେ ଭୁଲବୁଝାମଣାକୁ ନେଇ ମନ ଅଶାନ୍ତ ରହିବ, ସତର୍କ ହୋଇ ଚଳନ୍ତୁ

:ଫାଭାବୁଥିବା କାମକୁ ନେଇ ଶୁଭ ଖବର ମିଳିବ, ଆର୍ଥିକସ୍ଥିତିରେ ଉନ୍ନତି ହେବ

ସିଂହ ରାଶିର ମହିଳାମାନେ ସତର୍କ ହୋଇ ଆଜି ଦିନରେ ଚଳିବେ, କିଛି ସମସ୍ୟା ଆସିପାରେ

ଧର୍ମସ୍ଥାନରେ ଚିନି କିମ୍ବା ଘିଅ ଦାନ କରନ୍ତୁ

କନ୍ୟା ରାଶି-

:ଫାସୁଖଶାନ୍ତିର ସହିତ ଦିନଟି କାଟିବେ, ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବ

ଅଧୁରାକାମକୁ ସାକାର କରିବାରେ ସମର୍ଥ ହେବେ

ହସ୍ତାନୂତନ କର୍ମାରମ୍ଭ କରିପାରନ୍ତି, ସୁଖ,ସମୃଦ୍ଧି ସହିତ କାର୍ଯ୍ୟସିଦ୍ଧି ହେବ, ଦିନଟି ସପକ୍ଷରେ ରହିବ

ଚିତ୍ରା ମଧୁର କଥା ଦ୍ବାରା କର୍ଯ୍ୟ ହାସଲ କରିନେବେ

କନ୍ୟା ରାଶିର ଗୃହିଣୀମାନେ ମାନସିକ ଶାନ୍ତି ଅନୁଭବ କରିବେ

ଧଳାବସ୍ତ୍ର ପରିଧାନ କରନ୍ତୁ, ମନରେ ଉତ୍ସାହ ବଢିବ

ତୁଳା ରାଶି-

ଚିତ୍ରାଶାରିରୀକ,ମାନସିକ କଷ୍ଟ ମିଳିବ,କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଠକାମୀରେ ପଡିପାରନ୍ତି

ସ୍ବାତୀଶୁଭ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିପାରନ୍ତି, ଅପୂରଣୀୟ ଆଶା ପୂରଣ ହେବ

ବିଶାଖାଆକସ୍ମିକ ଖର୍ଚ୍ଚ ବୃଦ୍ଧିକୁ ନେଇ ମନ ଖରାପ ରହିବ, ଅନ୍ୟକୁ ଭୁଲ୍ ବୁଝିବେ

ଯାହାକୁ ନେଇ ଅନ୍ୟମାନଙ୍କ ପାଖରେ ସମାଲୋଚିତ ହୋଇପାରନ୍ତି

ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ରଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ

ଅନୁରାଧା ନକ୍ଷତ୍ରନିଜ କାମ ଓ ବ୍ୟବହାରକୁ ନେଇ ମାନସମ୍ମାନ ମିଳିବ, ମନରେ ଥିବା ଇଛା ପୂରଣ ହେବ

ଜ୍ୟେଷ୍ଠା ନକ୍ଷତ୍ର ଶୁଭ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି, ବାଣିଜ୍ୟ,ବ୍ୟବସାୟରେ ଲାଭବାନ ରହିବେ

ବିଛା ରାଶିର ମହିଳାମାନେ ପୁରା ଦିନ ହସଖୁସିରେ କାଟିବେ

କୌଣସି ମହିଳାଙ୍କୁ କିଛି ଉପହାର ଦିଅନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ପାଇବେ, ଚେଷ୍ଟା ସଫଳ ହେବ

ପୂର୍ବାଷାଢା ନକ୍ଷତ୍ର – ପୂର୍ବରୁ ରଖିଥିବା ଯୋଜନାକୁ ସଫଳ କରିବାରେ ସକ୍ଷମ ହେବେ

ଉତ୍ତରାଷାଢା ନକ୍ଷତ୍ରବନ୍ଧୁଙ୍କର ପରାମର୍ଶ ଓ ସହଯୋଗ ମିଳିବ, ପୂଜା ପାଠରେ ମନ ଲାଗି ରହିବ

ଗହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭ ଖବର ପାଇବେ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର –ପାରିବାରିକ ବୁଝାମଣା ଭଲ ରହିବ, ଆର୍ଥିକଲାଭର ସୁଯୋଗ ଆସିବ

ଶ୍ରବଣା ନକ୍ଷତ୍ର – ପୁରା ଦିନ ମନରେ ଉତ୍ସାହ ଭରି ରହିବ, ଦେହ, ମନ ଭଲ ରହିବ ନାହିଁ

ଧନିଷ୍ଠା ନକ୍ଷତ୍ର – ଆର୍ଥିକ ଓ ପାରିବାରିକସ୍ଥିତିକୁ ନେଇ ଖୁସି ରହିବେ

ନୀଳ କିମ୍ବା ସବୁଜ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ବହୁତ ଭଲ ରହିବ, ଭାବୁଥିବା କିମ୍ବା ଚେଷ୍ଟାରେ ଥିବା ସବୁ କାର୍ଯ୍ୟରେ ସଫଳତା ପାଇବେ

ଶତଭିଷା ନକ୍ଷତ୍ର – ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ

ପୂର୍ବଭାଦ୍ର ନକ୍ଷତ୍ର –କିଛି ଭଲ କାମ କରିବା ପାଇଁ ଇଛା କରିବେ, ଧାର୍ମିକ କାର୍ଯ୍ୟରେ ମନ ଲାଗି ରହିବ

ଧଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଦିନଟି ଭଲରେ କଟିବ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ପୁରା ଦିନ ବ୍ୟସ୍ତତା ମଧ୍ୟରେ କଟିବ

ଉତ୍ତରଭାଦ୍ର ନକ୍ଷତ୍ର – ଧିରସ୍ଥିର ହୋଇ ସଂଯମତା ରଖି କଥା କୁହନ୍ତୁ, ପୁରା ଦିନ ସତର୍କ ରୁହନ୍ତୁ

ରେବତୀ ନକ୍ଷତ୍ର – ଭଲ କାମ କରି ମଧ୍ୟ ସମାଲୋଚିତ ହେବାକୁ ପଡିପାରେ ଅନ୍ୟକୁ ବିଶ୍ବାସ କରନ୍ତୁ ନାହିଁ

ଓଁ ନମଃ ଶିବାୟ ମନ୍ତ୍ରକୁ 21ଥର ଜପ କରନ୍ତୁ

ମହାଉପାୟ

ବୁଧ ଗ୍ରହଘ୍କର ରାଶି ପରିବର୍ତ୍ତନରେ ଶୁଭ ପ୍ରଭାବ ରହିବ ୧୦ଟି ରାଶି ଉପରେ

ମେଷ ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ଉନ୍ନତି ହେବ, ନୂତନ କର୍ମ ନିଯୁକ୍ତି ମିଳିବ,ପାରିବାରିକସ୍ଥିତି ଭଲ ରହିବ

ବୃଷ ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଓ କର୍ମକ୍ଷେ୍ରରେ ଆସିବ ପରିବର୍ତ୍ତନ ।ଶିକ୍ଷା ଓକ୍ୟାରିୟରେ ମିଳିବ ସଫଳତା

ମିଥୁନ ରାଶିର ବ୍ୟକ୍ତିମାନଙ୍କର ମାନସମ୍ମାନ ବୃଦ୍ଧି ହେବ, ଆର୍ଥିକ ଲାଭ ସହ ସମସ୍ତ ପ୍ରକାରର ସୁଖସୁବିଧା ମିଳିବ

ସିଂହ ରାଶିର ବ୍ୟକ୍ତିମାନଙ୍କର ମାନସମ୍ମାନ ବୃଦ୍ଧି ସହ ଆର୍ଥିକ ଲାଭ ମିଳିବ

ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନରେ ସୁଧାର ଆସିବ

ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଚୁଡାନ୍ତ ହେବ

କନ୍ୟା ରାଶି ବ୍ୟକ୍ତିମାନଙ୍କର ଋଣରୁ ମିଳିବ ମୁକ୍ତି

ପାରିବାରିକ ଶାନ୍ତି ସହ ଦୁର ଯାତ୍ରାରେ ମିଳିବ ସଫଳତା

ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିବ

ତୁଳା ରାଶିର ବ୍ୟକ୍ତିମାନଙ୍କର ସେୟାର ମାର୍କେଟରେ ମିଳିବ ଅଧିକ ଲାଭ

ବକେୟା କାର୍ଯ୍ୟରେ ମିଳିବ ସଫଳତା

ଧନ ଲାଭ ସହିତ ଭାଗ୍ୟରେ ହେବ ପରିବର୍ତ୍ତନ

ବିଛା ରାଶିର ବ୍ୟକ୍ତିମାନଙ୍କର ନୂତନ ସ୍ଥାନ ଲାଭ ହୋଇପାରେ

ଆର୍ଥିକ ଉନ୍ନତି ସବ ପୂର୍ବରୁ ପରିବାର ମଧ୍ୟରେ ଥିବା ମନାନ୍ତର ଓ ଅଶାନ୍ତି ଦୁର ହେବ

ମାନସମ୍ମାନ ସହିତ ମିତ୍ରବନ୍ଧୁଙ୍କ ସହଯୋଗ ମିଳିବ

ଧନୁ ରାଶିର ବ୍ୟକ୍ତିମାନଙ୍କର ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ପରାକ୍ରମ ସାହସ ବଢିବ

ଆର୍ଥିକ ଏବଂ କର୍ମକ୍ଷେତ୍ରକୁ ନେଇ ରହୁଥିବା ଚିନ୍ତା ଦୁର ହେବ

ମକର ରାଶିର ବ୍ୟକ୍ତିମାନଙ୍କର ପରିବାରରେ ଖୁସି ରହିବ, କଥାରେ ସୁଧାର ଆସିବ

ଧଲଲାଭର ସୁଯୋଗ ଆସିବ

ଋଣ ମୁକ୍ତିର ସୁଯୋଗ ଆସିବ

କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ମାନସମ୍ମାନ ବୃଦ୍ଧି ହେବ

ଉଚ୍ଚଶିକ୍ଷା ଆଶା ସଫଳ ହେବ

ଆର୍ଥିକ ସ୍ଥିତିର ଆସିବ ବଡ ପରିବର୍ତ୍ତନ

ଋଣ ମୁକ୍ତିର ସୁଯୋଗ ପାଇବେ

ଅଶୁଭ ପ୍ରଭାବ

କର୍କଟ ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି ଖରାପ ରହିବ

ମାନସିକ ଚିନ୍ତା ବଢିବ

ଅଧିକ ସଂଘର୍ଷ ପରେ ହିଁ ସଫଳତା ମିଳିବ

ମୀନ ରାଶିର ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ

ସ୍ବାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ

ଅଯଥା ଖର୍ଚ୍ଚ ବଡିବ

ବିଶେଷ କରି ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିବ

୧୯୨୧ ମସିହା ଆଜିର ଦିନରେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର: ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । କଟକରେ ଏକ ପଦଯାତ୍ରା କରି ପୁରୀଘାଟରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ ଗାନ୍ଧି । ଏହି ଐତିହାସିକ ଦିବସକୁ ଆଜି ପୁରିଛି ଶହେ ବର୍ଷ । ଏହି ଅମୂଲ୍ୟ ସମୟକୁ ସ୍ମରଣ କରିବା ପାଇଁ କଟକ ଷ୍ଟେସନରୁ ଏକ ବିରାଟ ପଦଯାତ୍ରାର ଆୟୋଜନ କରାଯାଉଛି । ଏଥିରେ ପ୍ରଜ୍ଞାପନ ମେଢ ସହ ବାଚସ୍ପତି, ପିସିସି ସଭାପତି, କଟକ ସାଂସଦ ଓ ଜିଲ୍ଲାପାଳ ସହ ବହୁ ଗାନ୍ଧୀ ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗାନ୍ଧୀଜି କଟକ ଗସ୍ତ ବେଳେ ସ୍ୱରାଜ ଆଶ୍ରମରେ ରାତ୍ରିଯାପନ କରିଥିବାରୁ ଶତବାର୍ଷିକୀ ଅବସରରେ ଏକ ଡାକ ଟିକେଟକୁ ଉନ୍ମୋଚନ କରିବେ ସଂସ୍କୃତି ମନ୍ତ୍ରୀ । ଏଥି ସହ କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଚିଠି, ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି। ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ସଭାର ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତ ବର୍ଷ ପୂର୍ତ୍ତି ଅବସରରେ କଟକ ଦରଘା ବଜ଼ାର ଜେଲ ପଡିଆରେ ଆୟୋଜିତ ହୋଇଛି ଗାନ୍ଧୀ ସ୍ମୃତି ପଦର୍ଶନୀ । ଏଥିରେ ବାପୁଜୀଙ୍କ ଜୀବନିର ଓଡିଶା କଟକ ସହିତ, ଅନେକ ସ୍ମୃତି ସ୍ଥାନ ପାଇଛି ।

ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ହେବ ଆଲୋଚନା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ଶହେ ବର୍ଷ ପୁରୁଥିବାରୁ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଗୃହରେ ସଙ୍କଳ୍ପ ଅଣାଯିବା ସହ ପାରିତ କରାଯିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯିବ । ସକାଳ ୧୦ଟା ୩୦ ମିନିଟରୁ ଅପରାହ୍ନ ଗୋଟାଏ ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ ମହାତ୍ମା ଗାନ୍ଧୀଙ୍କ ଉପରେ ଚାଲିବ ଆଲୋଚନା । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାପୁଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଓଡ଼ିଶା ପାଇଁ ଆନନ୍ଦର ବିଷୟ ଅଟେ । ମହାତ୍ମାଙ୍କର ଓଡ଼ିଶାବାସୀଙ୍କ ସହ ଥିବା ସମ୍ପର୍କ ବେଶ ଚିରସ୍ମଣରୀ । ବାପୁଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମରେ ଅବଦାନ ଅବିସ୍ମରଣୀୟ ଅଟେ । ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଗଲେ ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି ସମ୍ବନ୍ଧରେ ବିଧାନସଭାରେ ଏକ ସଂକଳ୍ପ ଆସିପାରେ ।

ଜୁନ୍ ୩୦ ଯାଏଁ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି । ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଜୁନ ୩୦ ଯାଏଁ ଆବେଦନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧି ସରିଯାଇଥିବ, ତେବେ ତାହାକୁ ବୈଧ ଘୋଷଣା କରାଯିବ । କରୋନାର ଲେଉଟାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଡିଏଲ କରିବା ପାଇଁ ଅନେକ ଏଲଏଲଧାରୀ ଅପେକ୍ଷାରେ ରହିଛନ୍ତି । ଏଭଳି ସ୍ଥିତିରେ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ କରୋନାର ଭୟବହତାକୁ ଦେଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୩୦ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ନୂଆ ଗାଡ଼ି ଚାଳକଙ୍କ ସମେତ ସମସ୍ତ ଲର୍ଣ୍ଣିଂ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିପାରିବେ । ଏସମ୍ପର୍କରେ ଏସ୍ଟିଏ ତରଫରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି ।

ସରଗରମ ପିପିଲା ଉପନିର୍ବାଚନ: ରାତି ପାହିଲେ ବିଜ୍ଞପ୍ତି, ପ୍ରାର୍ଥୀ ଘୋଷଣା ପରେ ଜୋରଦାର ହେବ ପ୍ରଚାର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଘଣ୍ଟା ଚକଟା ଆରମ୍ଭ କରିଦେଇଛନ୍ତି । ତେବେ ଏଯାଏଁ କୌଣସି ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ମଧ୍ୟ ବିଜେପି ଓ ବିଜେଡିର ପ୍ରାର୍ଥୀ ପ୍ରାୟତଃ ସ୍ଥିର ହୋଇସାରିଥିବା କୁହାଯାଉଛି । କିନ୍ତୁ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ କିଏ ହେବ ସେନେଇ ବିଚାର ବିମର୍ଷ ଚାଲିଛି । ଲାଗୁଛି ସତେ ଯେମିତି କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତାରେ ପଡ଼ିଛି ।

ସେପଟେ ବିଜେଡି ୩୦ରୁ ୩୫ହଜାର ଭୋଟ୍ ବ୍ୟବଧାନରେ ଜିତିବ ବୋଲି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିଲାଗି ଦଳ ସବୁପ୍ରକାର ପ୍ରସ୍ତୁତି ମଧ୍ୟ କରି ସାରିଥିବା କହିଛନ୍ତି ଶ୍ରୀ ସାମନ୍ତରାୟ । ସେହିପରି ବିଜେପିର ପ୍ରାର୍ଥୀ ମଧ୍ୟ ସ୍ଥିର ହୋଇସାରିଥିବା ଦଳ ପକ୍ଷରୁ କୁହାଯାଇଛି । ଗତଥର ଯାହାଙ୍କୁ ପ୍ରାର୍ଥୀ କରାଯାଇଥିଲା, ଏକରକମର ତାଙ୍କୁ ହିଁ ପ୍ରାର୍ଥୀ କରିବା ଚୂଡାନ୍ତ ବୋଲି ଭିତିରି ସୂଚନା ମିଳିଛି । କେବଳ ବିଜେପି ସଂସଦୀୟ ବୋର୍ଡର ସ୍ୱୀକୃତିକୁ ଅପେକ୍ଷା ରହିଛି । ଉପରୁ ନିର୍ଦ୍ଦେଶ ଆସିଲେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପିପିଲିରେ କଂଗ୍ରେସ ବିଜୟ ଲାଭ କରିବ । ୫ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି, ଦିନେ ଦୁଇ ଦିନ ଭିତରେ ଜଣଙ୍କ ନାଁ ଘୋଷଣା କରାଯିବ ।

ତେବେ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବ । ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ମାର୍ଚ୍ଚ ୩୧ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍ ୩ । ଏପ୍ରିଲ୍ ୧୭ରେ ଭୋଟ୍ ହେବ । ମେ’ ୨ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଏହା ପରଠାରୁ ଉପନିର୍ବାଚନ ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା ।

ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରାକୁ ପୁରିବ ଶହେ ବର୍ଷ, ୭ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ପ୍ରଦର୍ଶନୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରାକୁ ମଙ୍ଗଳବାର ପୁରିବ ଶହେ ବର୍ଷ । ଏହି ଐତିହାସିକ ଦିବସକୁ ସ୍ମରଣ କରିବା ପାଇଁ କଟକରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । କଟକ ଷ୍ଟେସନରୁ ଏକ ପଦଯାତ୍ରା ପ୍ରଜ୍ଞାପନ ମେଢ ସହ ବାହାରି ସହର ପରିକ୍ରମା କରି ବେଲଭ୍ୟୁ ଆସିବ । ଏଥି ସହିତ ପୁରୁଣା ଜେଲ ପରିସରରେ ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହେବ ।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । କଟକରେ ଏକ ପଦଯାତ୍ରା କରି ପୁରୀ ଘାଟରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ ଗାନ୍ଧି । ଏହି ଐତିହାସିକ ଦିବସକୁ ମଙ୍ଗଳବାର ଶହେ ବର୍ଷ ପୁରୁଛି । ତେବେ ଏହି ପ୍ରଜ୍ଞାପନ ମେଢ଼ ସହ ବାଚସ୍ପତି, ପିସିସି ସଭାପତି, କଟକ ସାଂସଦ ଓ ଜିଲ୍ଲାପାଳ ସହ ବହୁ ଗାନ୍ଧୀ ପ୍ରେମୀ ଯୋଗ ଦେବେ । ଏହା ସହର ପରିକ୍ରମା କରି ବେଲଭ୍ୟୁରେ ଶେଷ ହେବ ।

ଏଥି ସହିତ ଗାନ୍ଧୀ ପ୍ରେମୀ କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଚିଠି, ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି । ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ସଭାର ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଏହା ସାତ ଦିନ ଧରି ଚାଲିବ । ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ସକାଳ ଦଶଟାରୁ ରାତି ଦଶଟା ମଧ୍ୟରେ ବୁଲି ପାରିବେ । ଗାନ୍ଧୀଜି କଟକ ଗସ୍ତ ବେଳେ ସ୍ୱରାଜ ଆଶ୍ରମରେ ରାତ୍ରିଯାପନ କରିଥିବାରୁ ଶତବାର୍ଷିକୀ ଅବସରରେ ଏକ ଡାକ ଟିକେଟକୁ ସଂସ୍କୃତି ମନ୍ତ୍ରୀ ଉନ୍ମୋଚନ କରିବେ ବୋଲି ନିଷ୍ପତି ହୋଇଛି ।

ଭୋଟିଂର ୭୨ ଘଣ୍ଟା ପୂର୍ବରୁ ହୋଇପାରିବନି ବାଇକ୍ ରାଲି: ନିର୍ବାଚନ ଆୟୋଗ

କୋଲକାତା: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ମତଦାନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଇକ୍ ରାଲି ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଏହି ସମୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗର ଫୁଲ୍ ବେଞ୍ଚ ବଙ୍ଗଳା ଗସ୍ତ କରିବ ।

ନିର୍ବାଚନ ଆୟୋଗର ଫୁଲ୍ ବେଞ୍ଚ ବଙ୍ଗଳା ଗସ୍ତ ପୂର୍ବରୁ ସୋମବାର ଦିନ ବଙ୍ଗଳାର ଡେପୁଟି ନିର୍ବାଚନ କମିଶନର ସୁଦୀପ ଜେନା ସୋମବାର ଦିନ ରାଜ୍ୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସୁଦୀପ ଜେନା ସିଧାସଳଖ ଉତ୍ତର ବଙ୍ଗଳାକୁ ଯିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨୩ରେ ଆୟୋଗର ଫୁଲ୍ ବେଞ୍ଚ ଉତ୍ତର ବଙ୍ଗଳାକୁ ଯିବ। ଏହି ବେଞ୍ଚର ସଦସ୍ୟମାନେ ଉତ୍ତର ବଙ୍ଗଳାର ଜିଲ୍ଲାଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୖେଠକ କରିବେ।

ସେହିପରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେମାନେ ଦକ୍ଷିଣ ବଙ୍ଗଳାର ଜିଲ୍ଲାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଏବଂ ଭୋଟ୍ ପ୍ରସ୍ତୁତି ସମ୍ବନ୍ଧରେ ବିଚାର ବିମର୍ଶ କରିବେ । ବଙ୍ଗଳାର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ୨୬ ମାର୍ଚ୍ଚରେ ସେମାନେ ଦିଲ୍ଲୀ ଫେରିବ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଘୋଷଣା ପରେ ଏହା ଫୁଲ୍ ବେଞ୍ଚର ପ୍ରଥମ ଗସ୍ତ। ଗତ ଗସ୍ତ ସମୟରେ ମୁଖ୍ୟ ନିର୍ବାଚନ କମିଶନର ପଶ୍ଚିମବଙ୍ଗଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେପଟେ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ଆଜି ବାଗଡୋଗରା ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ସେ  ଫୁଲ୍ ବେଞ୍ଚ ସହ ଏକ ବୈଠକରେ ଯୋଗଦେବେ ବୋଲି ଜଣାପଡିଛି।

ସାବଧାନ ! ବଢୁଛି ସାଇବର ଅପରାଧର ଗ୍ରାଫ୍, ବର୍ଷକରେ ଦୁଇଗୁଣା ଠକେଇ

ଭୁବନେଶ୍ୱର: ବଢୁଛି ସାଇବର ଅପରାଧର ଗ୍ରାଫ୍ । ବର୍ଷକରେ ଦୁଇଗୁଣା ଠକେଇ । ଓଡ଼ିଶାରେ ଅଦୃଶ୍ୟ ଠକଙ୍କ ଆତଙ୍କ । ନିମିଷକେ ଗାଏବ କରି ଦେଉଛନ୍ତି କୋଟି କୋଟି ଟଙ୍କା । କେତେ ବେଳେ ଲୋଭନାୟ ଅଫର ତ କେତେବେଳେ ବ୍ଳାକମେଲିଂ କରି ଚାଲିଛି କାରବାର । ଇଣ୍ଟରନେଟ୍‌ ଜରିଆରେ ଲୋକଙ୍କୁ ବୋକା ବନାଇ ସାଇବର ଠକ ରାଜ୍ କରୁଛନ୍ତି । ଏମାନଙ୍କୁ ସାବାଡ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

୨୦୨୦ରେ ସାଇବର ଠକ ରାଜ୍ୟରୁ ଲୁଟିଛନ୍ତି ୩୫ କୋଟି । ସାଇବର ଅପରାଧୀଙ୍କ ବିରୋଧରେ ଦଣ୍ଡବିଧାନ ସଂଖ୍ୟା କମ୍‌ ରହିଛି । ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ସାଇବର ଠକେଇ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ମନ୍ତ୍ରୀ କହିଥିଲେ, ସାଇବର ଅପରାଧ ରୋକିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ କାମ କରୁଛି । ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଖୋଲିଛି ସାଇବର ଥାନା । ଆଗାକୁ ସବୁ ଜିଲ୍ଲାରେ ସାଇବର ଥାନା ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ୨୦୧୯ରେ ୧୪୭୫ଟି ସାଇବର ଠକେଇ ମାମଲା ରୁଜୁ ହୋଇଥିବା ବେଳେ ୧୬ କୋଟି ୯ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହରୁ ୩୪୨ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଥିବା ବେଳେ ୩୫ କୋଟି ୭ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ୩୬୬ ଜଣ ଗିରଫ ହୋଇଥିବା ବେଳେ ଜଣେ ବି ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ହୋଇନାହିଁ ।

ତେବେ ୨୦୨୧ ଆରମ୍ଭରୁ ଓଡ଼ିଶାରେ ଅଥୟ କଲେଣି ସାଇବର ଠକ । ୩ ମାସରେ ୩ କୋଟି ଗାଏବ ହେଲାଣି । କେବଳ ଭୁବନେଶ୍ୱରରୁ ୩ ମସାରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିଥିବା ସାଇବର ହେଲ୍ପ ଡେସ୍କ ରିପୋର୍ଟ ଦେଇଛି । ଓଟିପି, କାର୍ଡ, କ୍ୟୁଆର କୋଡ୍‌କୁ ସ୍କାନ କରି, ଲୋଭ, ଭୟ, ଗିଫ୍ଟ, ଆକାଉଣ୍ଟ ଭ୍ୟାଲିଡିଟି, କେୱାଇସି, କାର୍ଡ ବନ୍ଦ ହେବାର ଭୟ ଦେଖାଇ ସାଇବର ଅପରାଧୀ ଠକୁଛନ୍ତି । ସାଇବର ଅପରାଧକୁ ରୋକିବା ପାଇଁ ପ୍ରତି ଥାନାରେ ରିସେସ୍ପନ୍‌ସ ଡେସ୍କରେ ସଚେତନ ପୋଷ୍ଟର ଲଗାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସାଇବର ଅପରାଧକୁ ରୋକିବାକୁ ହେଲେ ସଚେତନ ହେବା ହିଁ ଉପଯୁକ୍ତ ଉପାୟ ବୋଲି ବିଶେଷଜ୍ଞ କହିଛନ୍ତି ।