ରେଡ୍ ଜୋନ୍‌ରେ ରାଜ୍ୟର ୧୭ ଜିଲ୍ଲା: ମଇ ୧୫ ବେଳକୁ ପିକ୍ ଛୁଇଁବ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଟିପିଛି । ଦୈନିକ ସଂକ୍ରମଣ ଆଜି ପାର୍‌ କରିଛି ୧୦ ହଜାର । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ତା’ପଛକୁ ଅଛି ସୁନ୍ଦରଗଡ଼ ଓ କଟକ । ମେ’ ମାସ ଆରମ୍ଭରୁ ସଂକ୍ରମଣ ୧୦ ହଜାର ଟପିଥିବାରୁ ବଢ଼ିଯାଇଛି ଚିନ୍ତା । ଲୋକ ଅଧିକ ସର୍ତକ ନହେଲେ ମେ ୧୫ ସୁଦ୍ଧା ସଂକ୍ରମଣ ପିକ୍‌କୁ ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା ପିଜିଟିଭ୍‌ ସଂଖ୍ୟା। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ । ରେଡ୍‌ ଜୋନ୍‌ରେ ୧୭ଟି ଜିଲ୍ଲା  । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ  । ବିଶେଷଜ୍ଞଙ୍କ ମତ, ମେ ୧୫ରେ ପିକ୍‌କୁ ଯିବ ସଂକ୍ରମଣ । ଖୋଦ୍ଧା ଜିଲ୍ଲାରେ ୧୭୯୬ ପଜିଟିଭ୍‌ । ମେ’ ପହିଲାରୁ ରାଜ୍ୟରେ ଏତେ ବଢ଼ିଛି କରୋନା ଗ୍ରାଫ୍‌ । ଖୋର୍ଦ୍ଧା ଜିଲ୍ଳା ଲଗାତର ୫ଦିନ ଧରି ଟପ୍‌ରେ ଅଛି । ଆଜି ରାଜ୍ୟରେ କରୋନା ଗ୍ରାଫ୍‌ ୧୦ହଜାର ୪୧୩ରେ ପହଞ୍ଚିଛି ।  ବିଶେଷଜ୍ଞଙ୍କ ମତରେ ନିୟମ କଡ଼ାକଡ଼ି ନମାନିଲେ ସଂକ୍ରମଣ ଆହୁରି ବଢ଼ିବ । ଅଧିକ ସଚେତନ ନହେଲେ ସ୍ଥିତି ବିଗିଡ଼ିଯିବ ବୋଲି ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । କରୋନା ଗ୍ରାଫ୍‌ ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ମେ ୧୫ ବେଳକୁ ରାଜ୍ୟରେ କରୋନା ପିକ୍‌କୁ ଯିବ ଓ ପରେ ଧୀରେଧୀରେ କମିବ । ତେଣୁ ମେ ମାସରେ ରାଜ୍ୟବାସୀ ସରକାରଙ୍କ କଟକଣା ମାନିବା ଆବଶ୍ୟକ । ତେବେ ରାଜ୍ୟ ସରକାର ସଂକ୍ରମଣ ନିୟନ୍ତ୍ରଣ ଓ ରୋଗୀଙ୍କ ପାଇଁ କରିଥିବା ବ୍ୟବସ୍ଥାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଶଂସା କରିଛନ୍ତି । ରାଜ୍ୟରେ ଆଜି କରୋନାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୪ ଲକ୍ଷ ୫୪ ହଜାର ୬୦୭ ଜଣ ଆକ୍ରାନ୍ତ ହୋଇଛନ୍ତି  । ୩ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି । ପରୀକ୍ଷା ବଢ଼ିବାରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ତେବେ ରୋଗୀଙ୍କ ଚକିତ୍ସା ପାଇଁ ରାଜ୍ୟ ସରକାର ସବୁ ସୁବିଧା କରିଛନ୍ତି ।

Leave a Reply