spot_img
Home Blog Page 5846

ଟିକାକୁ ନେଇ ବଢ଼ିଲା ସନ୍ଦେହ, ୨ ଡୋଜ୍ ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର ଓ ନର୍ସ

ନୂଆଦିଲ୍ଲୀ: ଗୋଟେପଟେ ଦେଶରେ କରୋନା ଟିକାକରଣ ଚାଲିଥିବାବେଳେ ଅନ୍ୟପଟେ ଦିନକୁ ଦିନ କରୋନା ଗ୍ରାଫ ବି ବଢ଼ିବାରେ ଲାଗିଛି। ତେବେ କୋରନା ଟିକାର ୨ଟି ଡ଼ୋଜ ନେବା ପରେ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଦିଲ୍ଲୀସ୍ଥିତ ଏକ ସରାକାରୀ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଫେବୃଆରୀ ୧୭ରେ ଟିକା ନେଇଥିବା ବେଳେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି।

ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ କୋଭିଡ-୧୯ର ୨ଟି ଡୋଜ ନେବା ପରେ ମଧ୍ୟ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତର ନିତିନ ମିଶ୍ରା ଲକ୍ଷ୍ନୌର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ। ସେ ଗତ ୧୬ ତାରିଖରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ମାର୍ଚ୍ଚ ୨୦ରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା । ତେବେ ଦିନକ ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛନ୍ତି। ଏହି ଘଟଣା ସବୁ ସାମ୍ନାକୁ ଆସିବା ପରେ ବର୍ତ୍ତମାନ କୋରନା ଟିକାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପଜୁଛି।

ଯାଜପୁର ବୈତରଣୀ ନଦୀ ଗର୍ଭରେ ମିଳିଲା ଶିବ ଲିଙ୍ଗ, ମାଆ ଲକ୍ଷ୍ମୀ ଓ ବାସୁଆ ବଳଦଙ୍କ ମୂର୍ତ୍ତି

ଯାଜପୁର: ଯାଜପୁର ବୈତରଣୀ ନଦୀ ଗର୍ଭରେ ପୁଣି ମିଳିଲା ପ୍ରାକୃତିକ କୀର୍ତ୍ତିରାଜି । ଦେବୀଗଡ଼ା ଘାଟରୁ ଶିବ ଲିଙ୍ଗ, ଲକ୍ଷ୍ମୀଙ୍କ ମୂର୍ତ୍ତୀ ଓ ବାସୁଆ ବଳଦର ମୂର୍ତ୍ତି ଦେଖିବାକୁ ମିଳିଛି । ତେବେ ନଦୀ ଗର୍ଭରେ ମୂର୍ତ୍ତି ବାହାରିବା ପରେ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି । କିଛି ଦିନ ପୂର୍ବେ ସିଧେଶ୍ୱର ମନ୍ଦିର ପାଖରୁ ପୁରାତନ ମନ୍ଦିର ଓ ଶିବ ଲିଙ୍ଗ ବାହାରିଥିଲା । ନଦୀ ଗର୍ଭରୁ ମୂର୍ତ୍ତି ବାହାରୁଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗ ଉକ୍ତ ସ୍ଥାନରେ ସମୀକ୍ଷା  କରିବାକୁ ଦାବି ହୋଇଛି । ସେପଟେ ବାସୁଆ ବଳଦକୁ ନଦୀ ଗର୍ଭରୁ ଆଣି ଏକ ବରଗଛ ମୂଳରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଲୋକେ ।

ବିଧାନସଭାରେ ଗାନ୍ଧିଚର୍ଚ୍ଚା: ବାପୁଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ଆଲୋଚନା ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ଶହେ ବର୍ଷ ପୁରୁଥିବାରୁ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେଉଛି ।

 

ଗୃହରେ ସଙ୍କଳ୍ପ ଅଣାଯିବା ସହ ପାରିତ କରାଯିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯାଉଛି । ସକାଳ ୧୦ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ଆଲୋଚନା ଅପରାହ୍ନ ସାଢ଼େ ଗୋଟାଏ ମିନିଟ ପର୍ଯ୍ୟନ୍ତ ଚାଲିବ । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି ସମ୍ବନ୍ଧରେ ବିଧାନସଭାରେ ଆଜି ଏକ ସଂକଳ୍ପ ପାରିତ ହୋଇପାରେ । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବାଚସ୍ପତିଙ୍କ ସମେତ ସବୁ ବିଧାୟକ ଓ ମନ୍ତ୍ରୀ ।

ବଢ଼ୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା; ୨୪ ଘଣ୍ଟାରେ ୪୦ ହଜାର ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେଉଛି କରୋନା। ଦିନକୁ ଦିନ କରୋନା ଗ୍ରାଫ୍ ପୁଣି ଥରେ ଉପରମୁହାଁ ହେଉଥିବାବେଳେ ବିଭିନ୍ନ ରାଜ୍ୟରେ ଗତବର୍ଷର ରେକର୍ଡ଼ ଭାଙ୍ଗୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୦ ହଜାର ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିଗରେ ୧୯୯ଜଣଙ୍କ ଜୀବନ ଯାଇଛି।

ସଂକ୍ରମଣ ହାର ବଢୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି । ଗୁଜୁରାଟରେ ଗତ ୨୪ ଘଣ୍ଟାର ସଂକ୍ରମଣ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି । ସେହିପରି ପଞ୍ଜାବରେ ଗୋଟିଏ ଦିନରେ ୨ହଜାର ୨୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ସମେତ କେତେକ ରାଜ୍ୟରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ହୋଲି ଓ ମେଲଣ ଉତ୍ସବ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଘରେ ଘରେ ହୋଲି ଉତ୍ସବ ପାଳନ କରିବାକୁ ପଞ୍ଜାବ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସେପଟେ ୟୁପିରେ କରୋନାକୁ କାବୁ କରିବା ପାଇଁ ଆସନ୍ତା ୩୧ ତାରିଖ ଯାଏ ସ୍କୁଲ ବନ୍ଦ ରିଦିଆଯାଇଛି। ବନାରସ ହିନ୍ଦୁ ୟୁନିଭରସିଟିରେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅଫଲାଇନ କ୍ଲାସ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ପିଲାମାନଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି।

ସ୍ତ୍ରୀକୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିବା ସହ ମାଡ଼ ମାରି ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ଵାମୀ ସ୍ତ୍ରୀ ପବିତ୍ର ସମ୍ପର୍କରେ କଳଙ୍କ । ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗିନ ଘଟଣା ଦେଖୁବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଏପରିକି ନିଜ ସ୍ତ୍ରୀ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ କରିଛି ସ୍ଵାମୀ ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳା ଏବଂ ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ କାବୁ କରିଛି । ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତି ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହୋଇଥିଲା ।

ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିବା ପୀଡ଼ିତା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବା ପୀଡ଼ିତା କହିଛନ୍ତି । ଘଟଣା ବିଷୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନେ ରହୁଥିବା ଘରେ ଚଢ଼ଉ କରି ମା’- ଝିଅଙ୍କୁ ଉଦ୍ଧାର କରିବା ସହ ଚନ୍ଦନକୁ କାବୁ କରି ଥାନାକୁ ଆଣିଛି ।

ରାଜ୍ୟରେ ୨୪ ଘଣ୍ଟାରେ ୧୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ ୪୬ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମୟୂରଭଞ୍ଜରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ସଂକ୍ରମିତ ହେଲେଣି ୩ ଲକ୍ଷ ୩୬ ହଜାର ୨୦୬ ଜଣ ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ରାତିରୁ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଉଛି । ସେହିଭଳି ହୋଲି ପାଳନ ଉପରେ ରାଜ୍ୟ ସରକାର କଟକଣଆ ଜାରି କରିଛନ୍ତି । କରୋନାର ଦ୍ୱିତୀୟ ଲହର ଆସିଯାଇଥିବା ବିଶେଷଜ୍ଞମାନେ କହୁଥିବାବେଳେ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏସଆରସି ପ୍ରଦୀପ୍ତ ଜେନା ମଧ୍ୟ ସମସ୍ତଙ୍କୁ ସତର୍କ କରାଇଥିଲେ । ଆବଶ୍ୟକ ହେଲେ ଲକଡାଉନ ହୋଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଆଜି ଅପରାହ୍ନରେ କୋଭିଡ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ବିଭିନ୍ ଜିଲ୍ଲାର ଜିଲ୍ଲାପାଳମାନେ ଭିସି ଯୋଗେ ସାମିଲ ହେବେ ।

ଗତକାଲି ରାଜଧାନୀ ଭୁବନେଶ୍ୱରରେ ଥିବା ଜାଭିୟର ଇଷ୍ଟିଟ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଥିଲା । ଏହି ସଂସ୍ଥାକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ ପଜିଟିଭ ଚିହ୍ନ ହୋଇଛନ୍ତି । ଏବେବି ରାଜ୍ୟରେ ୮୭୦ ଜଣ ପଜିଟିଭ ରହିଛନ୍ତି । ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡ଼ା୪, କଳାହାଣ୍ଡି ୭, କେନ୍ଦ୍ରପଡ଼ା ୩, କେଉଁଝର ୨, କୋରାପୁଟ ୧, ନୂଆପଡ଼ା ୪, ରାୟଗଡ଼ା ୧, ସମ୍ବଲପୁର ୩ ଏବଂ ଷ୍ଟେଟ୍ ପୁଲରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ମାର୍ଚ୍ଚ ୩୧ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୩ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏପ୍ରିଲ ୧୭ରେ ହେବ ଭୋଟ୍ ଗ୍ରହଣ । ସକାଳ ୭ରୁ ସଂଧ୍ୟା ୬ଯାଏ ଭୋଟ୍ ଗ୍ରହଣ କରାଯିବ । ମେ ୨ରେ ଭୋଟ୍‌ଗଣତି କରାଯିବ । ମେ ୪ସୁଦ୍ଧା ସରିବ ଉପନିର୍ବାଚନ ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏଥିରେ ଆଗରେ ଅଛି ବିଜେଡି । ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ । ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।

ଏମାନଙ୍କ ନେତୃତ୍ୱରେ ଅନ୍ୟ ନେତା ଓ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ନେତା, ବିଜୁ ଛାତ୍ର ଜନତା ଦଳର ନେତା ଓ ବିଜୁ ମହିଳା ଜନତା ଦଳର ନେତ୍ରୀ ମଧ୍ୟ ପ୍ରତି ପଞ୍ଚାୟତ ସ୍ତରରେ ନେତା ଓ ବିଧାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ । ଏଥିସହ ଦଳ ସୋସିଆଲ୍ ମିଡିଆ ଓ ଭର୍ଚୁଆଲ୍ ମିଟିଂ କୋଅର୍ଡିନେସନ୍ ଲାଗି ୨ ଜଣଙ୍କୁ ଦାୟିତ୍ୱ ଦେଇଛି ।

ମଧ୍ୟପ୍ରଦେଶ: ଅଟୋ ଉପରେ ମାଡିଗଲା ବସ୍, ୧୩ ଜଣଙ୍କ ମୃତ୍ୟୁ

ଭୋପାଳ:  ମଧ୍ୟପ୍ରଦେଶ ଗ୍ୱାଲିୟରଠାରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ପୁରାନୀ ଛାବନୀଠାରେ ଅଟୋ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଅଛନ୍ତି । ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବଗୁଡ଼ିକୁ ବ୍ୟବଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ ବସଟି ଗ୍ୱାଲିୟରରୁ ମୁରେନା ପଟେ ଯାଉଥିଲା, କୁହାଯାଉଛି କି ମହିଳା ମାନେ ୨ ଟି ଅଟୋରେ ଯାଉଥିବା ବେଳେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା । ଫଳରେ ମହିଳାମାନେ ଗୋଟିଏ ଅଟୋରେ ଖୁନ୍ଦା ଖୁନ୍ଧି ହୋଇ ବସି ପଡ଼ିଥିଲେ । ହଠାତ କୌଣସି କାରଣରୁ ବସ୍‌ଟି ଅଟୋ ଉପରେ ମାଡ଼ି ଯାଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ବି ଘୋଷଣା କରିଛନ୍ତି ।

କବାଡି ଚାମ୍ପିୟନସିପ୍ ଉଦଘାଟନୀ ସମାରୋହରେ ଅଘଟଣ, ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୧୫୦ରୁ ଅଧିକ ଦର୍ଶକ ଆହତ

ତେଲେଙ୍ଗାନା: କବାଡି ଚାମ୍ପିୟନସିପ୍ ଉଦଘାଟନୀ ସମାରୋହ ବେଳେ ଅଘଟଣ । ଭୁଶୁଡ଼ିଲା ଷ୍ଟାଡିୟମ ଗ୍ୟାଲେରୀ । ଉପସ୍ଥିତ ୧୫୦ରୁ ଉର୍ଦ୍ଧ୍ୱ ଦର୍ଶକ ଆହତ ହୋଇଥିବା ସୂଚନା । ତେଲେଙ୍ଗାନାର ସୂର୍ଯ୍ୟପେଟଠାରେ ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନସିପ୍ ଆୟୋଜନ କରାଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୋମବାର ସନ୍ଧ୍ୟାରେ ଚାମ୍ପିୟନସିପ୍ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଷ୍ଟାଡିୟମ ଗ୍ୟାଲେରୀରେ ଭରପୁର ଦର୍ଶକ ଥିବା ବେଳେ ହଠାତ୍ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା । ଫଳରେ ଶତାଧିତ ଦର୍ଶକ ଆହତ ହୋଇଥିଲେ । ଏଥିରେ କୌଣସି ଖେଳାଳି କିମ୍ବା ଚାମ୍ପିୟନସିପ୍ ପରିଚାଳନା ଅଧିକାରୀ ଆହତ ହୋଇ ନ ଥିବା ସୂଚନା ରହିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ଘଟଣାରେ କହାରି ମୃତ୍ୟୁ ହୋଇ ନ ଥିବା ପୋଲିସ କହିଛି ।

ଆମେରିକା କୋଲୋରାଡୋ ସୁପର ମାର୍କେଟରେ ଫାଇରିଂ, ପୋଲିସ ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ

ଯୁକ୍ତରଷ୍ଟ୍ର ଆମେରିକା: ଆମେରିକାର କୋଲୋରାଡୋରେ ଆତଙ୍କ । ସୁପର ମାର୍କେଟରେ ଆଖିବୁଜା ଗୁଳିଚାଳନାରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ସାମିଲ ଥିବା ସୂଚନା । ଏଡି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମୟରେ ପ୍ରତ୍ୟେକ୍ଷଦର୍ଶୀ କରିଥିବା

ଏକ ଲାଇଭ୍ ଷ୍ଟ୍ରିମିଂ ୟୁଟ୍ୟୁବରେ ପ୍ରସାରିତ ହୋଇଥିଲା। ଦିନ ପ୍ରାୟ ସାଢ଼େ ୨ଟା ବେଳେ ସନ୍ଦିଗ୍ଧ ଯୁବକ ସୁପରମାର୍କେଟ ଭିତରେ ପଶି ଗୁଳି ଚଳାଇବା ଆରମ୍ଭ କରିଥିଲେ । ଗୁଳି ଶବ୍ଦ ଶୁଣି ଲୋକମାନେ ବାହାରକୁ ଦୌଡ଼ିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ସୁପରମାର୍କେଟ ଭିତରେ ୩ଜଣଙ୍କ ମୃତଦେହ ପଡ଼ିଥିବା ବେଳେ ପାର୍କିଂ ଓ ଏଣ୍ଟ୍ରିଂ ଗେଟ୍ ପାଖରେ କେତେକଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ସମ୍ପୃକ୍ତ ସୁଟରଙ୍କୁ ପୋଲିସ କିଙ୍ଗ ସୁପରସ୍ ନିକଟରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁଳିକାଣ୍ଡର କାରଣ ସମ୍ପର୍କରେ ଏ ଯାଏଁ ଜଣାପଡ଼ି ନ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଘଟଣା ଉପରେ ନଜର ରଖିଛନ୍ତି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।