spot_img

Latest Posts

ଦେଶରୁ ଆଉ ୩ ଲକ୍ଷ ୯୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୬୮୯ ଜଣ । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୦୭ ହଜାର ୮୬୫ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦେଶରେ ୪ ଲକ୍ଷ ୧ ହଜାର ୯୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୪୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମିତଙ୍କ ସଂଖ୍ୟା– ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭

ମୋଟ ସୁସ୍ଥ– ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧

ମୋଟ ସକ୍ରିୟ ମାମଲା– ୩୩ ଲକ୍ଷ ୪୯ ହଜାର ୬୪୪

ମୋଟ ମୃତ୍ୟୁ– ୨ ଲକ୍ଷ ୧୫ ହଜାର ୫୪୨

ମୋଟ ଟିକାକରଣ– ୧୫ କୋଟି ୬୮ ଲକ୍ଷ ୧୬ ହଜାର ୩୧ ଡୋଜ୍

Latest Posts

Don't Miss