ରବିବାର କୋଭିଡ ପରିଚାଳନା ନେଇ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆସନ୍ତାକାଲି ବଡ଼ ଘୋଷଣା କରିବେ ରାଜ୍ୟ ସରକାର । ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ ବଡ଼ ଘୋଷଣା କରିବେ । କୋଭିଡ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ, ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର । ବର୍ତ୍ତମାନ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ଥିବା ବେଳେ ଅଧିକ ସଂକ୍ରମିତ ସହର କିମ୍ୱା ଜିଲ୍ଲା ପାଇଁ କଟକଣା ଅଧିକ କଡ଼ାକଡ଼ି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ  ରେକର୍ଡ ଟିପିଛି । ଦୈନିକ ସଂକ୍ରମଣ ଆଜି ପାର୍‌ କରିଛି ୧୦ ହଜାର । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ତା’ପଛକୁ ଅଛି ସୁନ୍ଦରଗଡ଼ ଓ କଟକ । ମେ’ ମାସ ଆରମ୍ଭରୁ ସଂକ୍ରମଣ ୧୦ ହଜାର ଟପିଥିବାରୁ ବଢ଼ିଯାଇଛି ଚିନ୍ତା । ଲୋକ ଅଧିକ ସର୍ତକ ନହେଲେ ମେ ୧୫ ସୁଦ୍ଧା ସଂକ୍ରମଣ ପିକ୍‌କୁ ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

୧୭ଟି ଜିଲ୍ଲା  । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ  । ବିଶେଷଜ୍ଞଙ୍କ ମତ, ମେ ୧୫ରେ ପିକ୍‌କୁ ଯିବ ସଂକ୍ରମଣ । ଖୋଦ୍ଧା ଜିଲ୍ଲାରେ ୧୭୯୬ ପଜିଟିଭ୍‌ । ମେ’ ପହିଲାରୁ ରାଜ୍ୟରେ ଏତେ ବଢ଼ିଛି କରୋନା ଗ୍ରାଫ୍‌ । ଖୋର୍ଦ୍ଧା ଜିଲ୍ଳା ଲଗାତର ୫ଦିନ ଧରି ଟପ୍‌ରେ ଅଛି । ଆଜି ରାଜ୍ୟରେ କରୋନା ଗ୍ରାଫ୍‌ ୧୦ହଜାର ୪୧୩ରେ ପହଞ୍ଚିଛି ।  ବିଶେଷଜ୍ଞଙ୍କ ମତରେ ନିୟମ କଡ଼ାକଡ଼ି ନମାନିଲେ ସଂକ୍ରମଣ ଆହୁରି ବଢ଼ିବ । ଅଧିକ ସଚେତନ ନହେଲେ ସ୍ଥିତି ବିଗିଡ଼ିଯିବ ବୋଲି ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । କରୋନା ଗ୍ରାଫ୍‌ ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Leave a Reply