ଲଣ୍ଡନ ଚାଲିଗଲେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାଓ୍ୱାଲା: କହିଲେ, ମିଳୁଥିଲା ଧମକ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଏଭଳି ସମୟରେ ଦେଶ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା ଲମ୍ୱା ସମୟ ପାଇଁ ଲଣ୍ଡନ ଚାଲିଯାଇଛନ୍ତି । ସୂଚନା ମୁତାବକ ଭ୍ୟାକ୍ସିନକୁ ନେଇ ବଢ଼ୁଥିବା ଚାପ ଯୋଗୁଁ ସେ ଏଭଳି କରିଛନ୍ତି । କୋଭିଡ-୧୯ ଟିକା ଉତ୍ପାଦନ ନେଇ ତାଙ୍କ ଉପରେ ବହୁତ ଅଧିକ ଚାପ ପଡ଼ୁଥିଲା । ଭାରତ କିଛି ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ଠାରୁ ତାଙ୍କୁ ଲଗାତାର ଧମକ ଆସୁଥିଲା । ଏ ନେଇ ଅବଗତ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଓ୍ୱାଇ କାଟେଗୋରିର ସୁରକ୍ଷା ତାଙ୍କୁ ଯୋଗାଇ  ଦିଆଯାଇଥିଲା । ପୁନାଓ୍ୱାଲା ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ, ଭାରତ କିଛି ଶକ୍ତିଶାଳୀ ଲୋକ ତାଙ୍କୁ ଫୋନରେ ଧମକ ଦେଉଛନ୍ତି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଆ ଦେଶରେ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନ୍ ଉତ୍ପାଦନ କରୁଛି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ସପ୍ତାହେ ବଢିଲା ଲକଡାଉନ ଅବଧି

Leave a Reply