ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

1 min read
More 14 Covid Death In Odisha Last 24 Hours

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ଭଦ୍ରକରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, ରାୟଗଡ଼ାରୁ ୪ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୫୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୪୮ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୬୯ ହଜାର ୪୫୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଏଥିସହ ପଢ଼ନ୍ତୁ- ରାଜ୍ୟରୁ ଆଉ ୮୦୧୫ ସଂକ୍ରମିତ ଚିହ୍ନଟ, ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ଦୈନିକ ସଂକ୍ରମଣ

Leave a Reply