spot_img
Home Blog Page 5833

ଓ୍ୱାଣ୍ଡେ ସିରିଜ୍‌କୁ ସିଲ୍‌ କରିବା ପାଇଁ ଆଜି ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଭ୍ରମଣକାରୀ ଇଂଲିସ ଟିମ୍‌କୁ ୬୬ ରନରେ ପରାସ୍ତ କରିଥିଲା। ଆଜି ହେବାକୁ ଯାଉଛି ଦ୍ୱିତୀୟ ମ୍ୟାଚ। ଟି ୨୦ ମ୍ୟାଚ ସିରିଜକୁ ଭାରତ ଅକ୍ତିଆର କଲାଭଳି ଓ୍ୱାଣ୍ଡେ ସିରିଜକୁ ମଧ୍ୟ ହାତେଇ ବାକୁ ଚେଷ୍ଟରା କରିବ ଭାରତ।

ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ଭାରତୀୟ ଦଳ ODI ରେ ମଧ୍ୟ ପ୍ରଥମ ସ୍ଥାନରେ ରହିବା ପାଇଁ ଆଜି ଚେଷ୍ଟା କରିବ। ଏଥିପାଇଁ ଭାରତକୁ ଆଗାମୀ ଦୁଇଟି ମ୍ୟାଚ୍ ଜିତିବା ସହିତ ଇଂଲଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବାକୁ ପଡ଼ିବ। ଯଦି ଏହି ସିରିଜରେ ଭାରତ ତିନୋଟି ମ୍ୟାଚ୍ ଜିତେ ତେବେ ଭାରତୀୟ ଦଳ ତିନୋଟି ରେଟିଂ ପଏଣ୍ଟ ହାସଲ କରିବ ଏବଂ ୧୨୦ ପଏଣ୍ଟ ସହ ODI ରେ ନମ୍ବର ଓ୍ୱାନ୍‌ ସ୍ଥାନରେ ରହିବ।

୧୯୮୪ ପରେ ଇଂଲଣ୍ଡ ଭାରତରେ ODI ସିରିଜ୍ ଜିତି ନାହିଁ

ଭାରତ ତାର ଭଲ ଫର୍ମକୁ ଆସି ପ୍ରଥମ ଓ୍ୱାଣ୍ଡେ ମ୍ୟାଚକୁ ଅକ୍ତିଆର କରିଛି । ଏହା ପରେ ଇଂଲଣ୍ଡ ବିପକ୍ଷରେ ଆଉ ଦୁଇଟି ମ୍ୟାଚ ଜିତିବା ପାଇଁ ଆଶା ବଢ଼ିଛି। ନିଜ ଦେଶରେ ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ବହୁତ ଭଲ ରହିଛି। ଦୁଇ ଦେଶ ମଧ୍ୟରେ ଭାରତରେ ୯ ଟି ODI ସିରିଜ୍ ହୋଇଛି। ଏଥିମଧ୍ୟରୁ ଭାରତ ୬ ଟି ଏବଂ ଇଂଲଣ୍ଡ ଗୋଟିଏ ଜିତିଛି। ଅବଶିଷ୍ଟ ଦୁଇଟି ସିରିଜ୍ ଡ୍ର ରହିଛି । ଯେଉଁଥିପାଇଁ ଏପର୍ଯ୍ୟନ୍ତି ଇଂଲଣ୍ଡ ଭାରତରେ ଗୋଟିଏବି ସିରିଜ ଜିତିନାହିଁ ।

 

ବ୍ୟାଙ୍କରେ ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ବ୍ୟାଙ୍କରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। କଟକ ମହାନଦୀ ବିହାର ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କ ରିଜୋନାଲ ଅଫିସରେ ଅଗ୍ନିକାଣ୍ଡ। ବ୍ୟାଙ୍କରେ ଥିବା ଏ.ସି, କମ୍ପ୍ୟୁଟର ସହ ବିଭିନ୍ନ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିଵା ଅନୁମାନ କରାଯାଉଛି।

ଜଙ୍ଗଲରେ ବଳଦକୁ ଖାଇଗଲା ବାଘ, ଲୋକେ ଆତଙ୍କିତ

ବାଘ ଖାଇଦେଲା ବଳଦ। ଏଭଳି ଖବର ପରେ ଲୋକ ମାନଙ୍କ ଆଦ୍ୟରେ ଆତଙ୍କ ଖେଳିଯାଇଛି। ବଳଦକୁ ଜଙ୍ଗଲି ଯନ୍ତୁ ଖାଇ ଦେଇଥିବାରୁ ଲୋକେ ଏହା ବାଘ ଖାଇଛି ବୋଲି ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳର ଗୁମା ସେକ୍ସନ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ଦେଖିବାକୁ ମିଳିଛି। ବାଘ ଆତଙ୍କ ପରେ ଏବେ ଲୋକେ ଭୟରେ ଘରୁ ବାହାରିବା ବାହାର କରିଦେଇଛନ୍ତି। ଗୋଟିଏ ବଳଦକୁ ବାଘ ଖାଇଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବାଘ ଆତଙ୍କ ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦେଇଛି ବନବିଭାଗ। ଏଥିସହ ବନ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କିନ୍ତୁ ବାଘ ଏପର୍ଯ୍ୟନ୍ତ କାହାରି ନଜରରେ ଆସିନାହିଁ।

ଟ୍ରାକ୍ଟରରୁ ଜବତ ହେଲା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଲମତାପୁଟ ପୋଲିସ ଧରିବାରେ ସଫଳ ହୋଛନ୍ତି। ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଧରିଥିବା ବେଳେ ୨ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ ବାଙ୍ଗୁରୁପଡା ନଦୀ ଘାଟରୁ ଲମତାପୁଟକୁ ଗଞ୍ଜେଇ ଚୋରା ଚାଲାଣ ନେଇ  ଲମତାପୁଟ ପୋଲିସ ଖବର ପାଇଥିଲେ। ପରେ ଲମତାପୁଟ ପୋଲିସ ଏକ ଟିମ୍‌ ଗଠନ କରି ବାଙ୍ଗୁରୁପଡା ନିକଟରେ ଚଡାଉ କରିଥିଲେ। ପୋଲିସକୁ ଦେଖି ଘଟଣାସ୍ଥଳରେ ଗଞ୍ଜେଇ ଭର୍ତ୍ତି  ଟ୍ରାକ୍ଟରକୁ ଛାଡ଼ି ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ। ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଲମତାପୁଟ ଥାନାକୁ ଆଣିବା ପରେ ସେଥିରୁ ୩୮୭ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ପ୍ରକାଶ କରିଛି।

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଜଣେ ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ: ଘରେ ଶୋଇଥିବା ସମୟରେ ଲାଗିଲା ନିଆଁ। ୪ ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ନିଁଆ ଲାଗିବା ଫଳରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାର ଉଚ୍ଚଡିଆ ୨୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ସମସ୍ତେ ନିଦରେ ଶୋଇଥିବା ବେଳେ ଉଚ୍ଚଡିଆର ସୁରେନ୍ଦ୍ର ବାରିକଙ୍କ ଘର କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଦେଖି ପାଟି କରି ଡାକ ପକାଇ ଥିଲେ। ଚାହୁଁ  ଚାହୁଁ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଗୌରାଙ୍ଗ ବାରିକ, ନିଶାକର ବାରିକ, ନରେନ୍ଦ୍ର ବାରିକ ଓ ସୁରେନ୍ଦ୍ର ବାରିକଙ୍କ ୪ଟି ପରିବାରର ୧୨ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଘରର କୌଣସି ଆସବାବପତ୍ର ବାହାର କରିବା ପାଇଁ ସୁଯୋଗ ପାଇନଥିଲେ ପରିବାର ଲୋକେ।

ଗ୍ରାମବାସୀ  ବାଲ୍ଟିରେ ପାଣି ଢାଳି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ବାସୁଦେବପୁର ଦମକଳ ଅନ୍ୟତ୍ର ନିଆଁ ଲିଭାଇବା କାର୍ଯ୍ୟରେ  ଯାଇଥିବାରୁ ସୋର ଦମକଳ ୨ ଘଣ୍ଟା ପରେ ପହଞ୍ଚି ସକାଳ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିଥିଲେ। ତେବେ ଘର ମଧ୍ଯରେ ଥିବା ଜଣେ ମହିଳା ବାହାରକୁ ବାହାରି ନପାରିବାରୁ ଜୀବନ୍ତ ଦଗ୍ଧ ହୋଇଥିଲେ।

ବସ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ୧୫ ଯାତ୍ରୀ ଆହତ

ବୌଦ୍ଧ: ବସ୍‌  ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ୧୫ ଯାତ୍ରୀ ଆହତ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଖଜୁରୀପଡା ନିକଟରେ ଘଟିଛି ଏହି ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତିରୁପତି ନାମକ ଏକ ଘରୋଇ ବସ୍ ଭୁବନେଶ୍ବରରୁ ଭବାନୀପାଟଣା ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା। କେମିତି ଦୁର୍ଘଟଣା ଘଟିଲା ତାହା ଏବେ ପର୍ଯ୍ୟନ୍ତି ଯଣାପଡ଼ିନାହିଁ। ସବୁଠାରୁ ବଡ଼କଥା ହେଉଛି ଏହି ଦୁର୍ଘଟଣାରେ କାହାରି ଜୀବନହାନି ହୋଇନାହିଁ।

ବାହାଘର ସାରି ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ସୋନପୁର: ବରଯାତ୍ରୀ ଗାଡି-ଟ୍ରକ୍ ମୁହାଁମୁହିଁ ଧକ୍କା। ଧକ୍କା ହେବା ଫଳରେ ୮ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ବାହାଘର ସାରି ଫେରୁଥିବା ସମୟରେ ହୋଇଛି ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଝିଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ବଲେରୋ ସହ ସାମ୍ନାରୁ ଧକ୍କା ଦେଲା ଟ୍ରକ।

ମୁହାଁମୁହିଁ ଧକ୍କା  ହେବା ଫଳରେ ୮ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ବରଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସୋନପୁର ଦମକଳ ବାହିନୀ ଆହତ ମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ବରାଯାତ୍ରୀ ମାନେ ହରିନାପାଲି ଗାଁରୁ ପାଟଣାଗଡ଼ ବରଯାତ୍ରୀ ଯାଇ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଆଜି ୧୨ ଘଣ୍ଟା ଅଟକିବ ଭାରତ। କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷି ଆଇନ ବିରୁଦ୍ଧରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ସବୁ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି। ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ଏହି ଡାକରାକୁ ସଫଳ କରିବା ପାଇଁ ଓଡ଼ିଶାରେ ମଧ୍ୟ ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଗଠନ ଓ ବ୍ୟବସାୟୀକ ସଂଗଠନ ଅଣ୍ଟା ଭିଡ଼ିଛନ୍ତି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବନ୍ଦ ସମୟରେ ଗାଡି ମଟର, ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।

ସେପଟେ ଭାରତ ବନ୍ଦ ଡାକରା ପ୍ରଭାବ ଗୁଣୁପୁର ଠାରେ ଦେଖିବାକୁ ମିଳିଛି। ରାୟଗଡାଜିଲ୍ଲା ଗୁଣୁପୁର ଏସ୍ପିଗୁଡା ଛକ ନିକଟରେ ଆଜି ଅଖିଳ ଭାରତୀୟ କୃଷକ ମହାସଭା ପକ୍ଷରୁ ଟାୟାର୍ ଜାଳି ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସେହିପରି ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ମଧ୍ୟ ପଡ଼ିଛି। ସହରରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ରାଉରକେଲା ଘରୋଇ ଵସଣ୍ଟାଣ୍ଡ ଠାରେ ସିଟୁ ଶ୍ରମିକ ସଂଗଠନ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ହକର୍ସ ଆସୋସିଏସନ୍ ଓ ରାଉରକେଲା ମିନି ଵସ ଆସୋସିଏସନ୍ ପକ୍ଷରୁ ଵନ୍ଦକୁ ସମର୍ଥନ କରାଯାଇ ଵିଷୋଭ ପ୍ରଦର୍ଶନ କରାଯାଉଛି।

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ଆଶ୍ରୀତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଏ ନେଇ ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଆଶ୍ରିତ ପଟ୍ଟନାୟକ। ଆଶ୍ରୀତ ଏବେ ବିଜେପିର ପୁରୀ ଜିଲ୍ଲା ସଭାପତି ଅଛନ୍ତି। କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଶ୍ରୀତ ୨୦୧୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ ଆଶ୍ରୀତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୧୮ ହଜାର ଭୋଟ୍ ହାତେଇଥିଲେ। ପରେ ୨୦୧୯ରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା। ୨୦୧୯ରେ ଆଶ୍ରୀତ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡିର ପ୍ରଦୀପ ମହାରଥି ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ପାଇ ୧ ନମ୍ବର ସ୍ଥାନରେ ରହିଥିଲେ। ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ, ମାର୍ଚ୍ଚ ୩୦ ତାରିଖ ରହିଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ।

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ୭ ମାସର ଗର୍ଭବତୀ କରାଇଲେ ଯୁବକ

ନୟାଗଡ଼: ନୟାଗଡ଼ରେ ପୁଣି ଲଜ୍ୟା। ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହେଲେ ଗର୍ଭବତୀ। ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ ଯୁବକ। ଦଶପଲ୍ଲା ବାଣିଗୋଛା ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ୟାଜନକ ଘଟଣା। ସରଳତାର ସୁଯୋଗ ନେଇ ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭବତି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ନାବାଳିକା ଛାତ୍ରୀ ଜଣଙ୍କ ଗଣିଆ ବ୍ଳକର ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି। ଗତବର୍ଷ ଲକ୍‌ଡାଉନ ଯୋଗୁଁ  ସ୍କୁଲ ବନ୍ଦ ହେବା ପରେ ସେ ନିଜ ଗାଁରେ ରହୁଥିଲେ।

ନାବାଳିକା ଛାତ୍ରୀ  ଜଣଙ୍କର ସରଳତାର ସୁଯୋଗ ନେଇ ସେହି ଗାଁର ବୁଲୁ ମଲ୍ଲିକ ବିବାହ ର ଲୋଭ ଦେଖାଇ  ଶାରୀରିକ ସମ୍ପର୍କ ରଖି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ନାବାଳିକା ଛାତ୍ରୀ ଜଣଙ୍କ ଏବେ ୭ ମାସର  ଗର୍ଭବତୀ ଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଠାରୁ ସ୍କୁଲ କତ୍ତୃପକ୍ଷ ଏଭଳି ଘଟଣା ଜାଣିବା ପରେ  ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି ଜିଲ୍ଲା  ମଙ୍ଗଳ ଅଧିକାରୀ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକା ଛାତ୍ରୀର ସ୍ବାସ୍ଥ୍ୟ ପରୀକ୍ଷା କରାଯାଛି। ସେପଟେ ଥାନାରେ ଅଭିଯୋଗ ପରେ ବୁଲୁ ମଲ୍ଲିକ ଫେରାର ରହିଛି । ତେବେ ତାକୁ ଖୁବଶୀଘ୍ର ଗିରଫ କରାଯିବା ବୋଲି SP କହିଛନ୍ତି କହିଛନ୍ତି ।