ଶପଥ ପାଠ କରାଇବା ପରେ ରାଜ୍ୟପାଳ ମମତାଙ୍କୁ ପଢ଼ାଇଲେ ରାଜଧର୍ମ ପାଠ,ମମତା ଦେଲେ ଏମିତି ଉତ୍ତର

କୋଲକୋତା: ମମତା ବାନାର୍ଜୀ ବୁଧବାର ଦିନ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ କାରଣରୁ ଶପଥ ଗ୍ରହଣ ସମାରୋହ ନିରାଡମ୍ବର ଭାବେ ହୋଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଖୁବ କମ ବ୍ୟକ୍ତି ଯୋଗ ଦେଇଥିଲେ । ମମତା ଏକୁଟିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସହିତ ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନଥିଲେ । ଶପଥ ଗ୍ରହଣ କାଳରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପରସ୍ପରକୁ ନମସ୍କାର କରି ଅଭିବାଦନ କରିଥିଲେ । କିନ୍ତୁ ଶପଥ ଗ୍ରହଣ ସରିବା ପରେ ଉଭୟଙ୍କ ମଧ୍ୟ ତିକ୍ତତା ପଦାକୁ ଆସିଥିଲା ।


ଛୋଟ ଭଉଣୀ ବୋଲି କହି ରାଜଧର୍ମ କଥା ମନେ ପକାଇଦେଲେ
ରାଜ୍ୟପାଳ ଜଗଦୀପ ଧନକ୍କଡ ମମତାଙ୍କୁ ଶପଥ ପାଠ କରାଇବା ପରେ ମୁଖ୍ୟମନ୍ତ୍ରୀ ଭାବେ କରୋନା ମୁକାବିଲା ତାଙ୍କ ପ୍ରାଥମିକତା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ସେ କହିଥିଲେ ଯେ, ରାଜ୍ୟରେ କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବ ନାହିଁ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମମତାଙ୍କ ପରେ ରାଜ୍ୟପାଳ ନିର୍ବାଚନୀ ଫଳାଫଳ ପରବର୍ତ୍ତି ହିଂସା ପ୍ରସଙ୍ଗ ଉଠାଇଥିଲେ । ମମତାଙ୍କୁ ଛୋଟ ଭଉଣୀ ବୋଲି ସମ୍ବୋଧନ କରି ରାଜ୍ୟପାଳ କହିଥିଲେ ଯେ, ରାଜ୍ୟରେ ଆଇନର ଶାସନ ରହିବା ଆବଶ୍ୟକ । ମମତା ସମ୍ବିଧାନ ହିସାବରେ ଚାଲିବେ ବୋଲି ସେ ଆଶା କରିଥିଲେ । ରାଜ୍ୟପାଳଙ୍କ ଏହି କଥା ମମତାଙ୍କୁ ପସନ୍ଦ ଆସିନଥିଲା । ମମତା ରାଜ୍ୟପାଳଙ୍କୁ ତୁରନ୍ତ ଜବାବ ଦେଇଥିଲେ । ସେ କହିଥିଲେ ଯେ, ଏପର୍ଯ୍ୟନ୍ତ ସବୁକିଛି ନିର୍ବାଚନ କମିଶନାଙ୍କ କର୍ତ୍ତୁତ୍ୱ ଭିତରେ ଥିଲା । ନିର୍ବାଚନ କମିଶନ ଅନେକ ଅଧିକାରୀଙ୍କୁ ବଦଳାଇ ଦେଇଛନ୍ତି । ମୁଁ ଏବେ ନୁଆ କରି ସବୁ ବ୍ୟବସ୍ଥା କରିବି ।


ପରିସ୍ଥିତି ଗମ୍ଭୀର : ରାଜ୍ୟପାଳ
ପରେ ସାମ୍ବାଦିକଙ୍କ ସହ କଥା ହେବା କାଳରେ ରାଜ୍ୟପାଳ ଧନକଡ ଖୋଲାଖୋଲି ଭାବେ ମମତାଙ୍କୁ ହିଂସା ପାଇଁ ଦାୟୀ କରିଛନ୍ତି । ନିର୍ବାଚନ କମିଶନ ଅଧିନରେ ରାଜ୍ୟ ପ୍ରଶାସନ ଥିଲା ବୋଲି ମମତାଙ୍କ ବୟାନକୁ ଖଣ୍ଡନ କରିବାକୁ ଯାଇ ସେ କହିଛନ୍ତି ଯେ, ୨ ତାରିଖ ପରେ କିଏ କର୍ତ୍ତୁତ୍ୱରେ ଅଛନ୍ତି ତାହା ସମସ୍ତଙ୍କୁ ଜଣା । କୋଡ୍ ଅଫ୍ କଣ୍ଡକ୍ଟ କ’ଣ ତାହା ସମସ୍ତଙ୍କୁ ଜଣା । ସୂଚନାଯୋଗ୍ୟ ଯେ, ହିଂସାରୁ ନିଜକୁ ଦୁରେଇବାକୁ ଯାଇ ମମତା କହି ଆସୁଛନ୍ତି ଯେ, ନିର୍ବାଚନ କାଳରେ ପ୍ରଶାସନ ଉପରେ ନିର୍ବାଚନ କମିଶନଙ୍କ କର୍ତ୍ତୁତ୍ୱ ଥିଲା ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ଫଳାଫଳ ଆସିବା ପରଠାରୁ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡରେ ୧୦ ଜଣରୁ ଅଧିକ ପ୍ରାଣ ହରାଇଲେଣିଯ । ବିଜେପିର ଅଭିଯୋଗ ଯେ, ତାର କ୍ୟାଡରଙ୍କୁ ଟାର୍ଗେଟ୍ କରାଯାଉଛି ।

Leave a Reply