ମେଡିକାଲ ମାସ୍କ ପିନ୍ଧଲେ କରୋନାରେ ମୃତ୍ୟୁ ସମ୍ଭାବନା ୮୭ ପ୍ରତିଶତ ହ୍ରାସ ପାଉଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାରୁ ବଞ୍ଚିବା ପଇଁ ଟିକା ନେଲେ ମଧ୍ୟ ଆମକୁ ମାସ୍କ ପିନ୍ଧିବାକୁ ପଢ଼ିବ। ମାସ୍କ ପିନ୍ଧିଲେ ଆମେ କରୋନା ଠାରୁ ଦୁରେଇ ରହିପାରିବା ବୋଲି ପୂର୍ବରୁ ବୈଜ୍ଞାନିକ ମାନେ କହିଛନ୍ତି। ଏବେ ଆଉ ଏକ ରିପୋର୍ଟ ଆସିଛି ମାସ୍କ କମାଉଛି ମୃତ୍ୟୁ ସମ୍ଭାବନା।

ଯଦି ଲୋକମାନେ ମେଡିକାଲ ମାସ୍କ ପିନ୍ଧନ୍ତି ତେବେ କରୋନାରେ ମୃତ୍ୟୁ ହେବା ସମ୍ଭାବନା ୮୭ ପ୍ରତିଶତ ହ୍ରାସ ପାଉଛି। ଏହାସହ କରୋନାର ୟୁକେ ଷ୍ଟ୍ରେନକୁ  ପ୍ରତିହତ କରିବା ପାଇଁ ଡବଲ ମାକ୍ସ ପିନ୍ଧିବା ନିହାତି ଜରୁରି ବୋଲି କହିଛନ୍ତି ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଓ ପ୍ରିଭେନସନ ବା ସିଡିସି। ଗତ ୬ ମାସ ଧରି ଆମେରିକାରରେ ଚାଲିଥିବା ଷ୍ଟଡିରୁ ବିଶେଷଜ୍ଞମାନେ ଏହି ତଥ୍ୟ ହାସଲ କରିଛନ୍ତି। ବିଶେଷଜ୍ଞ କହିଛନ୍ତି, ଯଦି ଜଣେ ବ୍ୟକ୍ତି କପଡ଼ା ମାସ୍କ ପିନ୍ଧନ୍ତି, ତେବେ କରୋନାରେ ମୃତ୍ୟୁ ହେବା ଆଶଙ୍କା ୮୨ ପ୍ରତିଶତ କମ୍।

ମେଡିକାଲ ମାସ୍କଗୁଡ଼ିକୁ ୭୮ ପ୍ରତିଶତ ସଂକ୍ରମଣ ରୋକୁଥିବା ବେଳେ କପଡ଼ା ମାସ୍କ ସଂକ୍ରମଣକୁ ୬୯ ପ୍ରତିଶତ ହ୍ରାସ କରିଥାଏ। ଏହାଛଡ଼ା ବ୍ରିଟେନ୍ ଷ୍ଟ୍ରେନ ଓ ଉହାନ ଷ୍ଟ୍ରେନକୁ ମାତ୍ ଦେବାକୁ ଲୋକମାନେ ଡବଲ ମାସ୍କ ପିନ୍ଧିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି।

Leave a Reply