ଦିଲ୍ଲୀ ଏନସିଆରରେ ଭ୍ୟାକସିନ ପାଇଁ ମାରପିଟ..

କରୋନା ସହ ଲଢିବା ପାଇଁ ଦେଶରେ ଆରମ୍ଭ ହୋଇଥିଲା ଭ୍ୟାକସିନ୍ ଅଭିଯାନ । ସେଥିପାଇଁ ପ୍ରଥମେ ବୟସ୍କ ନାଗରିକଙ୍କୁ ଆଉ ଏବେ ୧୮ ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ଥିବା ନାଗରିକଙ୍କୁ ଦିଆଯାଉଛି ଭ୍ୟାକସିନ୍ । କିନ୍ତୁ ଟିକା ଅଭାବ କାରଣରୁ ଦେଶରେ କିଛି କିଛି ସ୍ଥାନରେ ଏହି ଟିକାକରଣ ଅଭିଯାନ ଏଯାଏଁ ଆରମ୍ଭ ହିଁ ହୋଇନାହିଁ । ଏହିଭଳି ସମୟରେ ଦିଲ୍ଲୀର ଏନସିଆରର ଅନେକ ସ୍ଥାନରେ ସ୍ଥିତି ବିଗିଡିବାରେ ଲାଗିଛି । ଏଠାରେ ଟିକା ଅଭିଯାନ ତ ଆରମ୍ଭ ହୋଇଯାଇଛି କିନ୍ତୁ ଘୋର ଅବ୍ୟବସ୍ଥା ଯୋଗୁଁ ଲୋକେ ଟିକା ପାଇଁ ଲମ୍ବା ଲାଇନରେ ଛିଡାହେଉଛନ୍ତି । ଲୋକଙ୍କ ପାଖରେ ସିରିଅଲ ନମ୍ବର ସ୍ଲଟ ନମ୍ବର ଥାଇ ବି ସେମାନଙ୍କ ନମ୍ବର ପଡୁନି । ସରକାର ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କଲେ କିନ୍ତୁ କୋୱିନରେ ରେଜିଷ୍ଟ୍ରେସନ ଓ ଆପୋଏଣ୍ଟମେଣ୍ଟ ଥିବା ସତ୍ୱେ ବି ଲୋକେ ନିରାସ ହୋଇ ଘରକୁ ଫେରୁଛନ୍ତି । ଲୋକଙ୍କର ଅଭିଯୋଗ ଯେ ଆମକୁ ଆପୋଏଣ୍ଟମେଣ୍ଟ ତାରିଖ ମିଳିବା ପରେ ବି କୋଭିଡ କେନ୍ଦ୍ରରେ ସେମାନଙ୍କର ନାଁ ନାହିଁ ବୋଲି କୁହାଯାଉଛି । ଦିଲ୍ଲୀର ୍‌ଦାଦରୀ ଏନଟିପିସି ଭ୍ୟାକସିନେସନ ସେଣ୍ଟରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ଲୋକେ ଉତ୍ତେଜିତ ହୋଇ ମାରପିଟ ମଧ୍ୟ ଆରମ୍ଭ କଲେଣି ।

ଯେଉଁମାନଙ୍କ ପାଖରେ ସ୍ଲୋଟ ଅଛି ସେମାନେ ଫେରିଯାଉଥିବାରୁ ତାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା କଥା ଯେ ପ୍ରତ୍ୟେକ ଦିିନ ଏହି ସେଣ୍ଟରରେ ୧୩୦ ରୁ ୧୫୦ ଜଣ ଭ୍ୟାକସିନ ଦେବାର କ୍ଷମତା ରହିଛି । ତାପରେ ଅନେକ ଲୋକ ବିନା ରେଜିଷ୍ଟ୍ରେସନରେ ବି ସେଣ୍ଟରକୁ ଆସୁଛନ୍ତି । ତେଣୁକରି କିଛି ଲୋକ ନିରାଶ ହୋଇ ଫେରୁଛନ୍ତି । ହେଲେ ଫେରିଯାଉଥିବା ଲୋକଙ୍କୁ ଚିକିତ୍ସା ଅଧିକାରୀଙ୍କ ନମ୍ବର ଦିଆଯାଉଛି । ଯେମିତିକି ସେମାନେ ପରବର୍ତୀ ସମୟରେ ଯୋଗାଯୋଗ କରି ନିଜର ସ୍ଲୋଟ ପ୍ରସ୍ତୁତ କରିପାରିବେ । ହେଲେ ଏହିଭଳି ସ୍ଥିତିକୁ କେଉଁ ହିସାବରେ ଆୟତ୍ତ କରିହେବ ତାହା ଚିନ୍ତାର ବିଷୟ । କାହିଁକି ନା ଅନେକ ଭ୍ୟାକସିନ ସେଣ୍ଟରରେ ଏବେ ହଜାର ହଜାର ସଂଖ୍ୟାରେ ଭିଡ ଜମୁଛି । ତାସହ ସେଣ୍ଟରେ ଭ୍ୟାକସିନର ଅଭାବ ମଧ୍ୟ ରହିଛି । କେମିତି ପ୍ରତ୍ୟେକ ଲୋକଙ୍କୁ ଭ୍ୟାକସିନ ମିଳିବ ଓ ସମସ୍ତେ କୋଭିଡକୁ ହରାଇବେ ତାହା ହିଁ ଚିନ୍ତା ।

Leave a Reply