ପୁରୀରେ ଆରମ୍ଭ ହେଲାଣି ଚନ୍ଦନଯାତ୍ରା ପ୍ରସ୍ତୁତି, ଆଜି ବସିବ ଛତିଶାନିଯୋଗ ବୈଠକ

1 min read

ପୁରୀ: ପୁରୀରେ ଆରମ୍ଭ ହେଲାଣି ଚନ୍ଦନଯାତ୍ରା ପ୍ରସ୍ତୁତି । କିପରି ସୁରୁଖୁରୁରେ କୋଭିଡ୍‌ କଟକଣାରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ, ସେନେଇ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ଆଜି ଛତିଶାନିଯୋଗ ବୈଠକ ବସିବ । ଏହା ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି । କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ, ତା’ର ସମୀକ୍ଷା କରିଛନ୍ତି । ଚନ୍ଦନଯାତ୍ରାର ଅପୂର୍ବ ଦୃଶ୍ୟର ଲାଇଭ ଫିଡ୍ ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଚନ୍ଦନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସେପଟେ ଅକ୍ଷୟତୃତୀୟାରୁ ଆରମ୍ଭ ହେବାକୁ ଥିବା ରଥ ନିର୍ମାଣ କାମର ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆସନ୍ତାକାଲିଠୁ ଆରଟି-ପିସିଆର ଟେଷ୍ଟ ହେବ । ପ୍ରତ୍ୟେକ ଦିନ ଥର୍ମାଲ ସ୍କ୍ରିନିଂ ହେବ ।

Leave a Reply