ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୭ରେ ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ଏହି ଦିନକୁ ବିଜୁ ଜନତା ଦଳ ନିରାଡମ୍ବର ଭାବେ ପାଳନ କରିଆସୁଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ପବିତ୍ର ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିବସରେ ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳାଷିତ ଓଡ଼ିଶା ଗଠନ ପାଇଁ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂଙ୍କଳ୍ପ ନେବେ । ଓଡିଶା ‘ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ । ରାଜ୍ୟ ଏବେ କଷ୍ଟକର ସମୟ ଦେଇ ଗତି କରୁଛି । ବିଜୁ ବାବୁ ସବୁବେଳେ ଲୋକ ସେବାକୁ ସର୍ବାଧିକ ଗୁରୁତ୍ବାରୋପ ଦେଉଥିଲେ । କୋଭିଡ ସମୟରେ ତାଙ୍କ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା । ସମଗ୍ର ଓଡିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହା ହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ୧୭ରେ ପିପିଲି ଉପନିର୍ବାଚନ ଥିବାରୁ ପୁରୀରେ ପାଳିତ ହେବନି ।
ଆର୍ଯ୍ୟ ସମାଜ ପକ୍ଷରୁ ଭଦ୍ରକରେ ନବବର୍ଷ ପାଳିତ
ଭଦ୍ରକ: ଚୈତ୍ର ଶୁକ୍ଳ ପ୍ରତିପଦା ଜାତୀୟ ନବବର୍ଷ । ଏହି ଦିନ ସୃଷ୍ଟି ରଚନା ଆରମ୍ଭ ହୋଇଥିଲା ବୋଲି ବେଦାନୁକପଳ ଶାସ୍ତ୍ରରେ ପ୍ରମାଣ ଅଛି । ଆମେ ମହାପୁରୁଷଙ୍କ ନାମରେ ବର୍ଷ ପ୍ରଚଳନ କରିଥିଲେ ବି ସୃଷ୍ଟିର ଆଦ୍ୟ ଦିବସର ମହତ୍ତ୍ବକୁ ଉପଲବ୍ଧି କରିବା ଉଚିତ ବୋଲି ଆର୍ଯ୍ୟ ସମାଜ, ଭଦ୍ରକ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ । ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସ୍ତମ୍ବକାର ଅଭୟ ଦ୍ବିବେଦୀ ଆର୍ଯ୍ୟ ସମାଜ ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ସ୍ବାଧୀନତା ପାଇଁ ଆର୍ଯ୍ୟ ସମାଜର ଦାନ ସହ ଜାତୀୟ ନବବର୍ଷ ବିଷୟରେ ଆଲୋକପାତ କରିଥିଲେ । ଆର୍ଯ୍ୟ ସମାଜର ସମ୍ପାଦକ ଲକ୍ଷ୍ମୀଧର ପଣ୍ଡା ଦିବସର ମହତ୍ତ୍ୱ ପ୍ରକାଶ କରିଥିଲେ ଓ ସଭାପତି ସୁଶୀଳାରାଣୀ ଗୁପ୍ତା ସ୍ବାଗତ ଭାଷଣ ଦେଇଥିଲେ । ସଭା ପୂର୍ବରୁ ବିଶିଷ୍ଟ ଅତିଥି ସମାଜସେବୀ, ସହିଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ସମାଜ ପାଇଁ ଏକ ନୂତନ ଭବ୍ୟ ଯଜ୍ଞଶାଳା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ସମାଜର ସଦସ୍ୟ ଜୀତେନ୍ଦ୍ର ଲେଙ୍କା, ଓମ୍ ପ୍ରକାଶ ସେନାପତି, ପ୍ରିନସ୍ ପ୍ରୀତମ ଲେଙ୍କା, ବୈଦିକ ଭଜନ ପରିବେଷଣ କରିଥିଲେ ଓ ସମିଧା ନାୟକ, ଆର୍ଯ୍ୟ କୁମାର ଦେବଦତ୍ତ ଆର୍ଯ୍ୟ ସମାଜର ୧୦ ନିୟମ ଓ ବିନୟ ପ୍ରାର୍ଥନା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ରବି ନାରାୟଣ ଲେଙ୍କାଙ୍କ ତତ୍ତ୍ବାବଧାନରେ ନନ୍ଦ କିଶୋର ସାହୁ, କାଶୀନାଥ ସାହୁ, ରାଜକିଶୋର ସାହୁ ଆଦି ପରିଚାଳନା କରିଥିଲେ । ଉକ୍ତ ସଭାରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନସାଧାରଣ ଯୋଗଦାନ କରିଥିଲେ ।
ଆମେରିକା, ୟୁରୋପ ଓ WHO ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସବୁ ଟିକାକୁ ଭାରତରେ ମିଳିବ ଅନୁମତି
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ଖେଳାଇ ଦେଇଛି । ଅନେକ ରାଜ୍ୟ ଟିକା ଅଭାବ କଥା ଉଠାଉଛନ୍ତି । କେନ୍ଦ୍ର ଟିକା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହେଲାଣି । ଏହାରି ଭିତରେ ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର ସେହି ସବୁ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଯାହାକୁ ଆମେରିକା, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ବ୍ରିଟେନରେ ଜରୁରୀକାଳିନ ମଞ୍ଜୁରୀ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ୟୁରୋପିଆନ୍ ମେଡିକାଲ ଏଜେନ୍ସି, ବ୍ରିଟେନ୍ PMDA,MHRA ଯେଉଁ ସବୁ ଟିକାର ଜରୁରୀ କାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ତାକୁ ଭାରତରେ ବ୍ୟବହାର କରାଯାଇପାରିବ । ଏହା ପୂର୍ବରୁ ଋଷ୍ ନିର୍ମିତ ସ୍ପୁଟନିକ୍-ଭି ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟଙ୍କର ରୂପ ନେଇଛି । ଗତବର୍ଷ ଏପ୍ରିଲ ମାସ ୧୩ ତାରିଖରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟ ୧୦ ହଜାର ଥିବା ବେଳେ ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ଏହି ସଂଖ୍ୟା ଏକ ଲକ୍ଷରୁ ଅଧିକ ।
ଏହା ଭିତରେ ଟିକା ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତି । କେନ୍ଦ୍ର ସରକାର ଟିକା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ସମାଲୋଚନା କରୁଛନ୍ତି । ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଥାଳି ପିଟିବା ଓ ଟିକା ଉତ୍ସବ କରିବା ବଦଳରେ ଲୋକଙ୍କୁ ସରକାର ଟିକା ଯୋଗାଇ ଦିଅନ୍ତୁ ।
Pakistan France Tension: ଫ୍ରାନ୍ସ ବିରୁଦ୍ଧରେ ମୌଳବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଛି ପାକ୍ ସେନା, ଭିଡିଓ ଭାଇରାଲ୍
ଇସଲାମାବାଦ: ପାକିସ୍ତାନରେ ପ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବା ପ୍ରସଙ୍ଗକୁ ନେଇ ଅସାନ୍ତ ହୋଇପଡ଼ିଛି ପାକିସ୍ତାନ। ଏ ନେଇ ମୋଳବାଦୀ ପାର୍ଟିଗୁଡ଼ିକ ଇମରାନ ସରକାରଙ୍କୁ ଘେରିଛନ୍ତି । ସୋମବାର ମୋଳବାଦୀ ଦଳର ତହରିକ-ଏ-ଲବୈକ୍ ର ହଜାର ହଜାର କର୍ମୀ ଫ୍ରାନ୍ସ ସହ ସମ୍ପର୍କ ଭାଙ୍ଗିବାକୁ ଦାବି କରି ଲୋହୋରର ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଏହିସମୟରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ବି ହୋଇଛି। ଲେକଙ୍କୁ ଦେଖେଇବା ପାଇଁ ପୋଲିସ ଏହି ମୌଳବାଦୀ ଦଳର ନେତା ସାଦ ହୁସେନ୍ ରିଜଭିଙ୍କୁ ଗିରଫ ତ କରିଛି, କିନ୍ତୁ ପାକିସ୍ତାନୀ ସେନା ଯବାନଙ୍କ ଏକ ଭିଡିଓ ଏମାନଙ୍କର ମିଲିଭଗତର ପର୍ଦ୍ଦାଫାସ କରିଦେଇଛି।
ଖୋଲିଲା ପାକ୍ ସେନାର ଅସଲ ମୁଖା:
ସୋସିଆଲ ମିଡିଆରେ ପାକିସ୍ତାନ ଯବାନଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ପାକ୍ ସେନାର ଯବାନମାନେ ତହରିକ-ଏ-ଲବୈକ୍ ଦଳର କର୍ମୀମାନଙ୍କ ମଧ୍ୟରେ ନାରା ଲଗାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏକ ଖୋଲା ଜିପରେ ଆର୍ମି ପୋଷାକରେ ଗନ ସହ ଯବାନମାନେ ଏହି ମୌଳବାଦୀ ବିକ୍ଷୋଭକାରୀଙ୍କ ସହ ନାରା ଲଗାଉଥିବା ଦେଖିବାକୁ ମିଳିଛି । ଆଉ ବିକ୍ଷୋଭକାରୀମାନେ ବି ଯବାନଙ୍କ ସହ ତାଳ ଦେଇ ‘ପାକ୍ ସେନା ଜିନ୍ଦାବାଦ’ର ନାରା ଲଗାଉଛନ୍ତି ଯାହାକି ସାରା ବିଶ୍ୱ ଆଗରେ ପାକ୍ ସେନାର ଅସଲ ମୁଖା ଖୋଲିଦେଇଛି।
"No good can be expected from outside until we put own house in order," Gen Bajwa.
pic.twitter.com/3EKnSD6ZiW— Naila Inayat (@nailainayat) April 12, 2021
ଲାହୋର ପୋଲିସର ମୁଖ୍ୟ ଗୁଲାମ ମହମ୍ମଦ ଡୋଗର କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରିଜଭିଙ୍କୁ ଗିରଫ କରାଯାଇଛି। ତେବେ ରିଜଭି କହିଛନ୍ତି ଯେ ଫ୍ରାନ୍ସରେ ପୈଗମ୍ବର ମହମ୍ମଦଙ୍କ ବିକୃତ ଛବି ପ୍ରକାଶନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୨୦ପୂର୍ବରୁ ଦେଶରୁ ବହିଷ୍କାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସରକାର କହିଛନ୍ତି ଯେ ସେ କେବଳ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପାକ୍ ସଂସଦରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ପ୍ରସ୍ତାବ:
ମୌଳବାଦୀଙ୍କ ଭୟରେ ଇମ୍ରାନ ସରକାର ପାକ୍ ସଂସଦରେ ପ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବିଦା କରିବାକୁ ଏକ ପ୍ରସ୍ତାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୌଠକରେ ପାକ୍ ଆଇନ ମନ୍ତ୍ରୀ ଫରୋଜ ନସିମଙ୍କ ସମେତ ବହୁ ବଡ଼ ବଡ଼ ଅଧିକାରି ମାନେ ଉପସ୍ଥିତ ଥିଲେ।
ପ୍ରାନ୍ସ ଉପରେ କାହିଁକି ରାଗ?
ନିକଟରେ ଫ୍ରାନ୍ସର ପତ୍ରିକା ‘ଚାର୍ଲି ହେବଡୋ’ରେ ଇସଲାମ ଧର୍ମର ପ୍ରଚାରକ ବା ପେଗମ୍ବର ମହମ୍ମଦ ସାହେବଙ୍କର ଏକ ବିବାଦୀୟ କାର୍ଟୁନ୍ ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ପାକିସ୍ତାନର ଏହି କଟ୍ଟରପନ୍ଥିମାନେ ଫ୍ରାନ୍ସ ଉପରେ କ୍ଷୁବ୍ଧ ହୋଇଛନ୍ତି। କେବଳ ଏତିକି ନୁହେଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କର ଇସଲାମିକ ଆତଙ୍କବାଦ ଉପରେ ଦେଇଥିବା ବୟାନକୁ ନେଇ ମଧ୍ୟ ପାକିସ୍ତାନ ସଂସଦରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି।
କରୋନାରେ ଲାଗୁନି ବ୍ରେକ: ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାରରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ: ଡରାଉଛି ଦ୍ୱିତୀୟ ଲହର। କରୋନା କହରରେ ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଥିବା ବେଳେ ମୃତ୍ୟୁ ହାରରେ ରୋକ ଲାଗୁନି । ଗତ ସପ୍ତାହେ ଧରି ଲକ୍ଷେ ପାର କରୁଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୧ ଲକ୍ଷ ୬୧ହଜାର ୭୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ଅନୁସାରେ ସୁସ୍ଥତା ହାର ବଢୁ ନଥିବାରୁ ଚିନ୍ତା ବଢ଼ିଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୮୭୯ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ। ଦେଶରେ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୬୪ହଜାର ୬୯୮ ରହିଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୧ହଜାର ୫୮ରେ ପହଞ୍ଚିଛି । ଗତକାଲି ୧୪ ଲକ୍ଷ ୧୨୨ ସାମ୍ପଲ ଟେଷ୍ଟ ଟେଷ୍ଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟସୂଚନା ଦେଇଛି। ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଆଦି ୮ଟି ରାଜ୍ୟରେ କରୋନା ଭୟଙ୍କର ସ୍ଥିତିରେ ପହଞ୍ଚିଛି।
ଗୁଜୁରାଟର ଅହମ୍ମଦାବାଦରେ କରୋନା ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢୁଥିବା ବେଳେ ହସ୍ପିଟାଲରେ ବେଡ୍ ଫୁଲ୍ ହେବା ଲାଗିଛି। ସେହିଭଳି ରାଜଧାନୀ ଦିଲ୍ଲୀରେ ବି ଦିଦକୁ ଦିନ ଗମ୍ଭୀର ହେଉଛି ସ୍ଥିତି। ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଇଥିବା ବେଳେ କଟକଣା କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର। ସଂକ୍ରମଣ ବଢୁଥିବା କାରଣରୁ କେତେକ ମେଟ୍ରୋ ଷ୍ଟେସନରେ ଏଣ୍ଟ୍ରି ବନ୍ଦ କରିଦିଆଯାଇଛି। ଲକ୍ଷ୍ନୌରେ ବି ସ୍ଥିତି ବିଗୁଡ଼ୁଥିବାରୁ ଲକ୍ଡାଉନ ଲାଗୁ କରିବା ନେଇ ଆଲୋଚନା କରୁଛନ୍ତି ରାଜ୍ୟ ସରକାର।
ଅଳ୍ପକେ ବର୍ତ୍ତିଲେ ଯବାନ: ସୁକ୍ମା ଜିଲ୍ଲାରୁ ଆଇଇଡି ଜବତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରୁ ଆଇଇଡି ଜବତ । ଅଳ୍ପକେ ବର୍ତ୍ତି ଗଲେ ଯବାନ । ମୀନାପା ଏବଂ ବୁର୍କାପାଲ ଅଞ୍ଚଳରେ ଘଟିଛି ଏହି ଘଟଣା । ସର୍ଚ୍ଚ ଅପରେସନ ବେଳେ ୧୦ କିଲୋର ଆଇଇଡି ଠାବ ହୋଇଛି । ଘଟଣାସ୍ଥଳରେ ହିଁ ଯବାନମାନେ ଅତି ସତର୍କତାର ସହିତ ଆଇଡି ବୋମା ନିଷ୍କ୍ରିୟ କରିଛନ୍ତି । ସୂଚନା ଅନୁସାରେ ରାସ୍ତା ନିର୍ମାଣ ସମୟରେ ଉଦ୍ଧାର ହୋଇଥିଲା IED ପ୍ରେସର ବୋମା ।
ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ଘଟିଥିବା ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନଙ୍କ ହୋଇଥିଲେ । ଯାହା ଥିଲା ଚଳିତ ବର୍ଷର ସବୁଠାରୁ ବଡ଼ ନକ୍ସଲ ଆକ୍ରମଣ । ଏହି ଆକ୍ରମଣରେ ୮ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ନିଖୋଜ ଅଛନ୍ତି । ସେହିଭଳି ଏଥିରେ ରାଜ୍ୟ ପୋଲିସର ୧୪ ଜଣ ଯବାନ ସହିଦ ହୋଇଛନ୍ତି ।
![]()
ନକ୍ସଲ କରିଥିବା ଏହି ଆକ୍ରମଣରେ ଦେଶୀ ରକେଟ୍ ଲଞ୍ଚର୍ ଏବଂ ଲାଇଟ୍ ମେସିନ୍ ଗନର ବ୍ୟବହାର କରିଥିଲେ । ନକ୍ସଲଙ୍କ ସବୁଠୁ ମଜଭୁତ୍ ଗଡ଼ କୁହାଯାଉଥିବା ବିଜାପୁରରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ କରିଥିଲେ । ନକ୍ସଲ ବିରୋଧୀ ଅଭିଯାନ ବେଳେ ସୂଚନା ମିଳିଥିଲା ନକ୍ସଲଙ୍କ ସବୁଠୁ ବଡ଼ ପିପୁଲ୍ସ ଗ୍ରୁପ୍ ଆର୍ମି ପ୍ଲାଟୁନ୍ ବନ (PLGA 1)ର ବଡ଼ ଦୁର୍ଦ୍ଦାନ୍ତ କମାଣ୍ଡର ହିଡମା ଥିବା ଖବର ମିଳିଥିଲା । ଆକ୍ରମଣ ସ୍ଥଳରୁ ୧ କିଲୋମିଟର ଦୂର ପୋବର୍ତ୍ତି ଗାଁରେ ହିଡମା ଥିବା ଖବର ପରେ ସିଆରପିଏଫ୍ ଓ ଛତିଶଗଡ଼ ପୋଲିସର DRG ଏକ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ।
ଏଥିସହିତ ପଢ଼ନ୍ତୁ: ରକେଟ୍ ଲଞ୍ଚର ଓ ଲାଇଟ୍ ମେସିନ୍ ଗନରୁ ଆକ୍ରମଣ କରିଥିଲା ହିଡମା ବାହିନୀ, ୨୨ ଯବାନ ସହିଦ


