କରୋନା ଭୟରେ କଏଦୀଙ୍କୁ ମିଳିପାରିବନି ଆଗୁଆ ଜାମିନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭୟ ତଥା ମୃତ୍ୟୁ ଆଶଙ୍କାରେ କଏଦୀ ମାନଙ୍କୁ ଆଗୁଆ ଦିଆଯାଇପାରିବ ନାହିଁ ବୋଲି ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ଯେଉଁଥିରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଅପରାଧୀ ମାନେ କରୋନା ସଂକ୍ରମିତ ହେବା ତଥା ସଂକ୍ରମଣରେ ମୃତ୍ୟୁବରଣ କରିବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି କଏଦୀଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ୟୁପି ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର ଦିନ କହିଛନ୍ତି ଯେ କରୋନାରେ ମୃତ୍ୟୁ ବରଣ ଭୟରେ କେହି ବ୍ୟକ୍ତିଙ୍କୁ ଜାମିନ ମିଳିପାରିବ ନାହିଁ। ଏହାର ଶୁଣାଣି କରି ଜଷ୍ଟିସ ଭୀନିତ ସରନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ ଏଭଳି କହିଛନ୍ତି।

ତେବେ ଆହ୍ଲାବାଦ ହାଇକୋର୍ଟର ଏଭଳି ପଦକ୍ଷେପ ଅନ୍ୟ କୋର୍ଟଙ୍କୁ ଭୁଲ୍ ବାର୍ତ୍ତା ଦେବ ବୋଲି ଅଭିଯୋଗ କରିବା ସହ ଉତ୍ତରପ୍ରଦେଶ ସରକାର ସୁପ୍ରିମକାେର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ।

ତେବେ ୨୦୨୨ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ପ୍ରତିକ ଜୖେନଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ ଲାଗି ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

Leave a Reply

Your email address will not be published.