CBIର ନୂଆ ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତି

1 min read
Director-General CISF Subodh Kumar Jaiswal Appointed As New CBI director

ନୂଆଦିଲ୍ଲୀ: ସିବିଆଇର ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ନିଯୁକ୍ତି । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (CBI)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲ୍ । ଦାୟିତ୍ୱ ଗ୍ରହଣ ଦିନ ଠାରୁ ସୁବୋଧ ଜୈସୱାଲ୍ ୨ ବର୍ଷ ଧରି ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, କଂଗ୍ରେସର ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।

୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁବୋଧ ଜୈସୱାଲ୍ । ଏବେ ସେ ସିଆଇଏସଏଫର ମହାନିର୍ଦ୍ଦେଶକ ଅଛନ୍ତି । ଫେବ୍ରୁଆରୀରୁ ସିବିଆଇ ମୁଖ୍ୟ ପଦବୀ ଖାଲି ପଡ଼ିଥିବା ବେଳେ ସୁବୋଧ ଜୈସୱାଲ୍ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ଜୈସୱାଲ୍ ମହାରାଷ୍ଟ୍ର ଡିଜିପି ଥିଲେ ।

Leave a Reply