ବାଲେଶ୍ୱର: ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି 5-T ସଚିବ । 5-T ସଚିବ ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଗସ୍ତରେ 5-T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବାକୁ ବାଲେଶ୍ବରରେ ପହଞ୍ଚିଛନ୍ତି 5-T ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ଅଛନ୍ତି । ସହର ସୌନ୍ଦର୍ଯ୍ୟକରଣ, ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ, ପ୍ରସ୍ତାବିତ ପାର୍କ ନିର୍ମାଣ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ ।
ଗ୍ରୀଷ୍ମକଷ୍ଟରୁ ବଳିଗଲାଣି ଜଳକଷ୍ଟ: ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ
ଏପ୍ରିଲ ମାସରେ ଡହଡହ ଖରା । ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ଲୋକଙ୍କୁ ଅତିଷ୍ଟ କଲାଣି । କଳାହାଣ୍ଡି ଜିଲ୍ଲା ହଳଦୀ ପଞ୍ଚାୟତର ସାଗରପଡା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ନଳକୂପର ଜଳସ୍ତର କମୁଛି, ଯେଉଁଠାରୁ ପାଣି ବାହାରୁଛି ସେଠାରେ ଫ୍ଲୋରାଇଡ ଯୋଗୁଁ ବଢୁଛି ରୋଗ । ସେପଟେ ଗଞ୍ଜାମ ଜିଲ୍ଲା ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଏଠି ଓଭର ହେଡ୍ ଟାଙ୍କି ଥାଇବି ପାଣିପାଇଁ ଡହଳବିକଳ ଲୋକେ ।
ଚୈତ୍ର ମାସରେ ଜଳକଷ୍ଟ । ଉପରେ ଉତ୍ତାପ, ତଳ ଶୁଖିଲା । ନଳକୂପରୁ ବାହାରୁନି ପାଣି । ଯେଉଁଠାରୁ ବାହାରୁଛି, ତାହା ଫ୍ଲୋରାଇଡ ଯୁକ୍ତ । ଫଳରେ ନାନା ପ୍ରକାର ଦୂଷିତ ଜଳ ଜନିତ ରୋଗରେ ପୀଡ଼ିତ ଲୋକେ । ଏହି ସମସ୍ୟା ଏବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ସାଗରପଡା ଗାଁ ର । ଏଠାରେ ଥିବା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ପାଇଁ ରହିଛି ୪ଟି ନଳକୂପ । ହେଲେ ଖରାଦିନେ ଜଳସ୍ତର କମିଯାଉଛି । ଲୋକଙ୍କ ସମସ୍ୟାକୁ ଦେଖି ଏଠାରେ ପ୍ରଶାସନ ନିର୍ମାଣ କରିଥିଲା ସୌରଜଳ ଯୋଗାଣ ପ୍ରକଳ୍ପ । ହେଲେ କିଛି ଦିନ ଚାଲିବା ପରେ ଏହା ଅଚଳ । ଏପରିକି ଷ୍ଟାଣ୍ଡ ପୋଷ୍ଟ ବି ଭାଙ୍ଗି ଗଲାଣି । ସେପଟେ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ଗ୍ରୀଷ୍ମ ପାଇଁ ପ୍ରସ୍ତୁତି କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।
ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଗାଁ ମୁଣ୍ଡରେ ରହିଛି ଓଭରହେଡ୍ ଟାଙ୍ଗି । ହେଲେ ଏଥିରୁ ପାଣି ନ ମିଳିବାରୁ ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି । ।
ବାଲେଶ୍ୱର ଗସ୍ତରେ ଯିବେ ୫-ଟି ସଚିବ, ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ
ବାଲେଶ୍ୱର: ଆଜି ବାଲେଶ୍ବର ଗସ୍ତରେ ଯିବେ 5-T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା ପାଇଁ ଆଜି ବାଲେଶ୍ବର ଗସ୍ତ କରିବେ 5-T ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ବର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚିବା ପରେ ବିଭିନ୍ନ ପ୍ରକଳ୍ପର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିସହିତ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୯ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ତାରାତାରିଣୀଙ୍କ ଦର୍ଶନ କରିପାରିବେ ନାହିଁ ବାହାର ଲୋକ, କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି
ଗଞ୍ଜାମ: ଜିଲ୍ଲାରେ ବୃଦ୍ଧି ଘଟିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ରବିବାର ୮୦ ଟପିଛି । ଯାହାକୁ ନେଇ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ମା ତାରାତାରିଣୀଙ୍କ ଦର୍ଶନ ଉପରେ ରୋକ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ ପରିସ୍ଥିତି ବିଗୁଡୁ ଥିବାରୁ ଦର୍ଶନ କରିବାକୁ ଲଗାଯାଇଛି ରୋକ । କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ଏବଂ ତାହା ପୁଣି କଟକଣା ଅନୁଯାୟୀ ବୋଲି କହିଛି ପ୍ରଶାସନ ।
ମନ୍ଦିରକୁ ବାହାର ଅର୍ଥାତ ଜିଲ୍ଲା ବାହରୁ ଆସୁଥିବା ଲୋକଙ୍କୁ ଛଡା ଯିବନାହିଁ ବୋଲି ସିଧାସଳଖ କହିଛନ୍ତି ଜିଲ୍ଲାପାଳ । ସେହିପରି ମନ୍ଦିରକୁ ଆସୁଥିବା ସମସ୍ତ ଯାନବାହାନ ବନ୍ଦ ରଖାଯିବ । ଆଜି ରାତିରୁ ସମସ୍ତ ଛକରେ କୋଭିଡ କଟକଣା କଡାକଡି ହେବା ସହ ଚେକିଂ ମଧ୍ୟ କରାଯିବ । ଜାନୁଆରୀରୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ତେଣୁ ଜିଲ୍ଲା ବାସୀ ସତର୍କ ଏବଂ ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ।

