spot_img
Home Blog Page 5741

ରାହୁଲଙ୍କ ପରେ ନିର୍ବାଚନ ପ୍ରଚାରକୁ ନେଇ ମମତାଙ୍କ ବଡ଼ ଘୋଷଣା

କୋଲକାତା: କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗରେ ହେଉଥିବା ବିଧାନସଭା ନିର୍ବାଚନକୁ ଅନେକ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଗକୁ ନିର୍ବାଚନ ପ୍ରଚାର କରିବେ ନାହିଁ । ଟିଏମସି ସାଂସଦ ଡେରେକ ଓ ବ୍ରାୟନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମମତା ବାନାର୍ଜୀ ଏବେ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ ।

ଡେରେକ ଓ ବ୍ରାୟନଙ୍କ ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ମମତା ବାନାର୍ଜୀ ଆଉ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ । ପ୍ରତୀକାତ୍ମକ ଭାବେ ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଏପ୍ରିଲ୍ ୨୬ରେ କୋଲକାତାରେ ଗୋଟିଏ ମାତ୍ର ସଭା କରିବେ । ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ବାଚନ ରାଲି ସମୟକୁ କମ୍ କରି ୩୦ ମିନିଟ୍ କରି ଦିଆଯାଇଛି ।

Corona Crisis Mamata Banerjee Will Not Campaign In Kolkata Anymore

ଏହା ପୂର୍ବରୁ ମମତା ଚାହୁଁଥିଲେ ନିର୍ବାଚନ ହେବାକୁ ଥିବା ସମସ୍ତ ଫେଜ୍ ମତଦାନ ଏକାଥରକେ ହେଉ । ତେବେ ନିର୍ବାଚନ ଆୟୋଗ ମନା କରି ଦେଇଥିଲେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ କରିବାକୁ ଥିବା ସମସ୍ତ ରାଲିକୁ ରଦ୍ଦ କରି ଦେଇଛନ୍ତି । ରାହୁଲ୍ ପଶ୍ଚିମବଙ୍ଗରେ ମାତ୍ର ୨ଟି ରାଲି କରିଛନ୍ତି ।

୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଏବେ ଯାଏ ୫ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୩ଟି ପର୍ଯ୍ୟାୟ ବାକି ଅଛି । ଷଷ୍ଠ ପର୍ଯ୍ୟାୟରେ ୪୩ ସିଟ୍ ପାଇଁ ଏପ୍ରିଲ୍ ୨୨ରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ରାହୁଲ ଓ ମମତାଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି ।

ଡରାଉଛି କାଳବୈଶାଖୀ ବର୍ଷା, ୨ ଦିନ ଯାଏ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଖରା ପରେ ପୁଣି କାଳବୈଶାଖୀ ବର୍ଷା । ଏନେଇ ବିଭିନ୍ନ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୱେଲୋ ୱାର୍ଣ୍ଣିଂ । ୨୧ ତାରିଖ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏସଆରସି ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ।

୧୯ ତାରିଖରୁ ୨୦ ତାରିଖ ସକାଳ ୮ଟା ୩୦ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କାଳବୈଶାଖୀ ସହ ବଜ୍ରପାତ ହେବ । ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ୨୦ରୁ ୨୧ ତାରିଖ ସକାଳ ୮ଟା ୩୦ ଯାଏ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଦିନବେଳାର ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଗତକାଲି ରାଜ୍ୟର ୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଅନ୍ୟପଟେ ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିଲା ।

ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଓ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ । ସବୁ କ୍ଲାସ୍ ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଫଲାଇନ୍ ପରୀକ୍ଷା ଓ କ୍ଲାସ୍ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ଆଜିଠୁ ସବୁ ହଷ୍ଟେଲ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ରହିଛି । ଠିକ୍ ସମୟରେ ଯେପରି ପାଠ୍ୟକ୍ରମ ସରିବ ଧ୍ୟାନ ଦିଆଯିବ । କୁଳପତି ଓ ଅଧ୍ୟକ୍ଷଙ୍କ ପରାମର୍ଶ ପରେ ସଂଶୋଧିତ ପରୀକ୍ଷା ସୂଚୀ ବାହାରିବ । ଏହା ସହିତ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ ।

ସମୀରଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ମକର

ଭୁବନେଶ୍ୱ: ପୁନର୍ବାର ପିପିଲି ନିର୍ବାଚନ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇଛି । କିଛି ଦିନର ନିରବତା ପରେ ପୁଣି ସକ୍ରୀୟ ହୋଇଛନ୍ତି ରାଜନୈତିକ ଦଳ । ରବିବାର ବିଜେଡ଼ିରେ ମିଶିଛନ୍ତି ପୁରୀ ଜିଲ୍ଲା କିଷାନ କଂଗ୍ରେସ ସଭାପତି ମକର ପ୍ରଧାନ ।

ପିସିସି ସଭାପତିଙ୍କ ଉପରେ କ୍ଷୁବ୍ଧ ହୋଇ ଗତକାଲି ନିଜ ପଦ ଛାଡିବା ସହ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ପୁରୀ ଜିଲ୍ଲା କିଷାନ କଂଗ୍ରେସ ସଭାପତି ମକର ପ୍ରଧାନ। ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ପିପିଲି ବିଜେଡି କାର୍ଯ୍ୟାଳୟ ଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ସମେତ ଦଳର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମକର ପ୍ରଧାନଙ୍କ ସହ ତାଙ୍କ ଏକାଧିକ ସମର୍ଥକ ମଧ୍ୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଦ୍ୱିତୀୟ ଦିନରେ ନାଇଟ କର୍ଫ୍ୟୁ; ପଇଁତରା ମାରୁଛି ପୋଲିସ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଜାରି ରହିଛି ନାଇଟ୍ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ବରରେ କଡାକଡି ହୋଇଛି କଟକଣା । ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇଛି । କୋଭିଡ କଟକଣା ମାନି ଚଳିବାକୁ ଲୋକଙ୍କୁ ଅନୁରୋଧ କରିଛି ପୋଲିସ ।

ସେପଟେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଚେକିଂ କଡାକଡି କରାଯାଇଛି । ସ୍ଥାନେ ସ୍ଥାନେ ପୋଲିସ ଚଢାଉ କରିବା ସହିତ ଚେକିଂ ଜାରି ରକିଛି । କଟକ, ପୁରୀରେ ମଧ୍ୟ ପୋଲିସ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ଘଟୁଥିବା କାରଣରୁ ସରକାର ରାତ୍ରି କାଳୀନ କର୍ଫ୍ୟୁ ଲାଗୁ କରିବା ନେଇ ନିଷ୍ପତି ନେଇଛନ୍ତି ।

ବିହାରରେ ସ୍କୁଲ ଓ କଲେଜ ବନ୍ଦ, ରାତିରେ ନାଇଟ କର୍ଫ୍ୟୁ

ପାଟନା: ବିହାରରେ ପୁଣି କୋଭିଡ କଟକଣା କଡ଼ାକଡ଼ି ହୋଇଛି । ସାରା ରାଜ୍ୟରେ ଆରମ୍ଭ ହୋଇଛି ରାତ୍ରୀକାଳିନ କର୍ଫ୍ୟୁ । ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ଏହି କର୍ଫ୍ୟୁ। ମେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସିନେମା ହଲ ବନ୍ଦ ହେବା ସହ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତି ନେଇଛନ୍ତି ବିହାର ସରକାର।

ସେପଟେ ମେ ୧୫ ପର୍ଯ୍ୟନ୍ତ ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନରେ ପରୀକ୍ଷା ହେବନାହିଁ ବୋଲି ଘୋଷଣା କରାଯାଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟି ରଖି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଶବଦାହ ପାଇଁ ଲମ୍ବା ଲାଇନ୍, ମୃତଦେହ ଧରି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବା ପରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । କେଉଁଠି କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ୍ । ଫଳରେ ଗୁରୁତର ରୋଗୀ ଜୀବନ ହାରୁଛନ୍ତି । ଆଉ ଏ ହେଉଛି ତା’ପରର ଦୃଶ୍ୟ । ସଂସ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍ ଲାଗିଛି । ଉତ୍ତରପ୍ରଦେଶ ଗାଜିଆବାଦ ମହାନଗର ନିଗମ ଅଧୀନରେ ଥିବା ଶବଦାହ ଗୃହରେ ଧାଡ଼ି ଧାଡ଼ି ହୋଇ ସଂସ୍କାର ଅପେକ୍ଷାରେ ପଡ଼ି ରହିଛି ମୃତଦେହ ।

Long Que For Covid Dead Body Cremation In Ghaziabad

ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୯ ଜଣଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ମୃତକଙ୍କ ଲାଗି ପୂର୍ବରୁ ଏଭଳି ଭିଡ଼ ହେଉନଥିବା ବେଳେ ଗତ ୧୦ ଦିନ ହେଲା ଲମ୍ବା ଲାଇନ୍ ଲାଗୁଥିବା କହିଛନ୍ତି ଶବଦାହ ଗୃହ ଦାୟିତ୍ୱରେ ଥିବା କର୍ମଚାରୀ । ଗୋଟିଏ ପଟେ କୋଭିଡ୍ ମୃତକଙ୍କ ଶବଦାହ ଲାଗି ଲମ୍ବା ଲାଇନ୍, ଅନ୍ୟପଟେ ଆମ୍ବୁଲାନ୍ସରେ ବି ପଡ଼ି ରହିଛି ଶବ ।

ଅନ୍ୟପଟେ ଗାଜିଆବାଦ ମହାନଗର ନିଗମର କମିଶନରଙ୍କ କହିବା କଥା ସ୍ଥିତି ଠିକ୍ ଅଛି । ଶବଦାହ ଲାଗି ବ୍ୟବସ୍ଥା ବି ହୋଇଛି । ଅଧିକ ମୃତ୍ୟୁ ପାଇଁ ନୁହେଁ ବରଂ ସାମାଜିକ ଦୂରତା ଲାଗି ଲମ୍ବା ଲାଇନ୍ ଲାଗିଛି ।

Long Que For Covid Dead Body Cremation In Ghaziabad

ଶବଦାହ ଗୃହ କର୍ମଚାରୀ ଓ ମହାନଗର ନିଗମ କମିଶନରଙ୍କ ବୟାନରେ ତାଳମେଳ ରହୁନଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କୋଭିଡ୍ ରିପୋର୍ଟରେ ବି କୋଭିଡ୍ ଆକ୍ରାନ୍ତ ମରିନଥିବା କୁହାଯାଇଛି । ଦୈନିକ ଏକାଧିକ ରୋଗୀ କରୋନାରେ ପ୍ରାଣ ହରାଉଥିବା ବେଳେ ପ୍ରଶାସନ ମୃତ୍ୟୁସଂଖ୍ୟା ଚାପିବାକୁ ଏଭଳି ଷଡ଼ଯନ୍ତ୍ର କରିଛି । ପ୍ରଶାସନ ଅନୁସାରେ ଏପ୍ରିଲ୍ ୧୬ ଓ ୧୭ରେ କୌଣସି କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇନଥିବା ବେଳେ ୧୮ ତାରିଖରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗାଜିଆବାଦରେ କୋଭିଡର ଭୟାନକ ସ୍ଥିତିକୁ ଦେଖି ଅସ୍ଥାୟୀ କରୋନା ହସ୍ପିଟାଲ ତିଆରି ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅନୀଲ ଅଗ୍ରୱାଲ । କରୋନା ସ୍ଥିତି ବେଶ୍ ଭୟଙ୍କର ଥିବାବେଳେ ପ୍ରଶାସନ ଦୋଷତ୍ରୁଟିକୁ ଲୁଚାଇ ସବୁକିଛି ଠିକ୍ ଥିବା କହି କାମ ସାରି ଦେଉଛି ।

କଟକ-ଭୁବନେଶ୍ୱରରେ ହୋଇପାରେ କାଳବୈଶୀଖୀ

ଭୁବନେଶ୍ୱର: ରାଜ୍ୟରେ କିଛି ସମୟ ମଧ୍ୟରେ କାଳବୈଶାଖୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ସେହିପରି ରାଜଧାନୀରେ ଆସନ୍ତା ୧ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  କିଛି ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଏବଂ ପବନ ବୋହିବା ନେଇ ଆଶଙ୍କା କରାଯାଇଛି  । ଏଣୁ ଏପରି ସ୍ଥିତିକୁ ଆଖି ଆଗରେ ରଖି ଘରୁ ନବାହାରିବା ପାଇଁ ସତର୍କ ସୂଚନା କରାଯାଇଛି  । ସେହିପରି ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

କୁମାରସ୍ୱାମୀଙ୍କୁ କରୋନା, ମେଡିକାଲରେ ମିଳୁନି ବେଡ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏବଂ ତାଙ୍କ ପୁଅ ନିଖିଲ କୁମାର ସ୍ୱାମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ କୁମାର ସ୍ୱାମୀଙ୍କୁ ସେହି ଡାକ୍ତରଖାନାରେ ବେଡ୍ ମିଳିଲା ନାହିଁ ଯେଉଁଠି ସେ ଆଡମିଟ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଡାକ୍ତରଖାନାରେ ବେଡ ଖାଲି ନଥିବାରୁ ଏଭଳି ପରିସ୍ଥି ହୋଇଥିବା ସୂଚନା ରହିଛି ।

କରୋନା ସଂକ୍ରମଣ ହେବା ପରେ କୁମାର ସ୍ୱାମୀ ଟ୍ୱିଟ କରି ଅପିଲ କରିଥିଲେ ଯେ, ବିଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତି ମାନେ ନିଜର କରୋନା ଟେଷ୍ଟ କରିନିଅନ୍ତୁ । କୁମାର ସ୍ୱାମୀ କିଛି ଦିନ ହେବ ବାସବକଲ୍ୟାଣ ଠାରେ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରୁଥିଲେ । ବାସବ କଲ୍ୟାଣ ବିଧାନସଭା ଆସନ ପାଇଁ ଶନିବାର ଉପନିର୍ବାଚନ ସମାପ୍ତ ହୋଇଛି । କୁମାର ସ୍ୱାମୀ ମାର୍ଚ୍ଚ ୨୩ ଚାରିଖରେ କୋଭିଡ ୧୯ର ପ୍ରଥମ ଡୋଟ ଟିକା ନେଇଥିଲେ ।

ମୋଦିଙ୍କୁ ମନମୋହନଙ୍କ ଚିଠି: ଟିକାର ସଂଖ୍ୟା ଦେଖନି, ଟିକାକରଣ ବଢାଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ଦେଶରେ କୋଭଡ ସ୍ଥିତି ଏବଂ ଟିକାକରଣ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଦେଶରେ ଟିକାକରଣର ଗତି ବଢାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଅଧିକରୁ ଅଧିକ ଟିକାକରଣ ହେଲେ ହିଁ କରୋନାରୁ ମୁକ୍ତି ମିଳିବ ବୋଲି ଚିଠି ଲେଖି ପରାମର୍ଶ ଦେଇଛନ୍ତି ମନମୋହନ ।

କେତେ ଟିକାକରଣ ହେଲା, ତା’ର ସଂଖ୍ୟା ନଦେଖି ଦେଶର ଜନସଂଖ୍ୟା ହିସାବରେ କେତେ ପ୍ରତିଶତ ଟିକାକରଣ ହେଉଛି ତା’ରି ଉପରେ ଧ୍ୟାନ ଦେବାକୁ ମନମୋହନ ସିଂହ ଲେଖିଛନ୍ତି । ଭାରତରେ ବର୍ତ୍ତମାନ ୧୦ ପ୍ରତିଶତରୁ କମ୍‌ ଲୋକ ଟିକାକରଣରେ ସାମିଲ ହୋଇଛନ୍ତି । ଆହୁରି ଅଧିକ ଲୋକଙ୍କୁ ଟିକାକରଣ ଦରକାର । ଏଥିସହ ରାଜ୍ୟଗୁ଼ଡିକୁ ମଧ୍ୟ ଯଥେଷ୍ଟ ପରିମାଣରେ ଟିକା ଯୋଗାଇବା ଦରକାର ।

ବର୍ତ୍ତମାନ ପ୍ରତ୍ୟେକ ଦିନ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଟିକାକରଣ ସହ କୋଭିଡ ପ୍ରଟୋକଲ ହିଁ ଏଥିରୁ ମୁକ୍ତି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲେଖିଛନ୍ତି । ଗତକାଲି ଦେଶରେ କରୋନା ସ୍ଥିତି ନେଇ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମନମୋହନ ସିଂହ ।