ଚୀନରେ ଏବେ ଆମେ ଦୁଇ, ଆମର ତିନି

1 min read

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେତୁ ଚିନ୍ତାରେ ପଡିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପରିବାର ନିୟୋଜନ ନିୟମକୁ ମଧ୍ୟ କୋହଳ କରିଛନ୍ତି ଚୀନ ସରକାର। ସୋମବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ଚୀନରେ ଦମ୍ପତ୍ତି ମାନେ ୩ଟି ସନ୍ତାନ ଜନ୍ମ କରିପାରିବେ ।

ସୂଚନା ଅନୁଯାୟୀ ନିକଟରେ ଚୀନର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାରେ ଥିବା ନଜର ଆସିଥିଲା ବେଳେ ଶିଶୁ ଜନ୍ମ ସଂଖ୍ୟା ହ୍ରାସ ପାଇଛି। ଯାହା ଫଳରେ ଆଗାମୀ ଭବିଷ୍ୟତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ସରକାର ।

ଚୀନର ଗଣମାଧ୍ୟମ ଅନୁଯାୟୀ, ଏହି ନୂଆ ପଲିସିକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଙ୍ଗୁରୀ ମିଳିଛି । ଫଳରେ ବହୁ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଟୁ-ଚାଇଲ୍ଡ ପଲିସି ଏବେ ଶେଷ ହେବାକୁ ଯାଉଛି ।

ଜନସଂଖ୍ୟା ଆକଳନ ଅନୁଯାୟୀ, ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ଚୀନ ଜନସଂଖ୍ୟା ବୃଦ୍ଧି ହାର ୦.୫୩% ଥିଲା । ୨୦୦୦ରୁ ୨୦୧୦ ମଧ୍ୟରେ ଏହି ହାର ୦.୫୭% ରହିଥିଲା । ଏହାକୁ ଦେଖିଲେ ଜଣାପଡିବ ଯେ, ଚୀନରେ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି।

Leave a Reply