ବାତ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରଦାନ: ଜଳ ସମ୍ପଦ ବିଭାଗରେ ୮୭କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏ ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ। ବୃହତ ଜଳ ପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟି। ଡ୍ରେନେଜରେ ୭.୬୬ କୋଟି। ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୨.୬୩ କୋଟି । ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷୟକ୍ଷତି ହୋଇଛି। ବାଲେଶ୍ୱରର ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନି।ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବା ପରେ ଆକଳନ କରାଯିବ। ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ଼ ଘାଇକୁ ମିଶାଇ ୩୫ଟି ଘାଇ ମରାମତି କରାଯାଇଛି। ମୋଟ ୭୭ ଘାଇ ହୋଇଛି। ବାଲେଶ୍ଵରରେ ଲୁଣବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଉଛି। ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ। ବନ୍ୟା ସ୍ଥିତିରେ ସୁଧାର ଆସୁଛି ।

ଏଥିସହିତ ପଢ଼ନ୍ତୁ: ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା

 

Leave a Reply