spot_img
Home Blog Page 5742

ସ୍ୱର୍ଣ୍ଣ ପଦକ ହାସଲ କଲେ ଝିଲ୍ଲି, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା । ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।

ସେପଟେ ଝିଲ୍ଲି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିଲ୍ଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ଭବିଷ୍ୟତ ପାଇଁ କାମନା କରିଛନ୍ତି । ଏବଂ ରାଜ୍ୟ ଆଜି ଝଲ୍ଲିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

ଶ୍ମଶାନରେ ଶବ ଭିଡ: ମହାରାଷ୍ଟ୍ର, ଗୁଜୁରାଟରେ ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ମୃତ୍ୟୁ ଅପେକ୍ଷାରେ ମଶାଣି। ଶବର ଆସିବା ବାଟକୁ ଯେମିତି ଚାହିଁ ରହିଛି ଶଶ୍ମାନ । କେଉଁଠି ଶବ ରଖିବାକୁ ସ୍ଥାନର ଅଭାବ ତ, ଆଉ କେଉଁଠି ଅକ୍ସିଜେନ ନେବାକୁ ବେଡର ଅଭାବ । ଦ୍ବିତୀୟ ପର୍ଯ୍ୟାୟରେ କରୋନା ଭାଇରସ ଭୟଙ୍କର ରୂପ ନେଲାଣି । କୋଭିଡ ଏବେ କିଛି ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି କଲାଣି । ଗୁଜୁରାଟରେ ଏହି ସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଛି ଯେ ଶ୍ମଶାନରେ ଶବ ସଂସ୍କାର କରିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଆଉ ସଂକ୍ରମିତଙ୍କୁ ବେଡ ମିଳିବା ବି କଷ୍ଟସାଧ୍ୟ ହେଲାଣି । ଏହାରି ଭିତରେ ଏମିତି କିଛି ଚିତ୍ର ପୁଣି ଆସିଛି, ଯାହା ଆମ ସଭିଙ୍କୁ ଆନ୍ଦୋଳିତ କରିବା ସ୍ୱଭାବିକ ।

ଆପଣ ଦେଖୁଥିବା ଏ ଚିତ୍ର ମଧ୍ୟ ସେହି ସୁରତରୁ ଆସିଛି । ଜଣେ ବ୍ୟକ୍ତିଙ୍କ ପାଖରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ କଳସି ଥୁଆହୋଇଛି । ଆଉ ସବୁଥିରେ ନାଲି କପଡ଼ା ମଧ୍ୟ ବନ୍ଧା ହୋଇଛି । ଆପଣ ଜାଣନ୍ତି କି.., ଏହି କଳସି ମଧ୍ୟରେ ରହିଛି ମଣିଷ ଅସ୍ତି । ଆଉ ପ୍ରତିଟି ଅସ୍ତି ଜଣେ ଜଣେ କରୋନା ସଂକ୍ରମିତଙ୍କର । ହରିଦ୍ବାରରେ ବିସର୍ଜନ ହେବା ପୂର୍ବରୁ ସାଇତା ରହିଛି ସେମାନଙ୍କ ଅସ୍ତି । ଏମିତି ସ୍ଥିତି ହୋଇଛି ଯେ, ୨୪ ଘଣ୍ଟା ଚିତା ଜଳିବା ଫଳରେ ତରଳି ଯାଉଛି ଚିତା ଦାହ ହେଉଥିବା ଭାଟି। ଦୀର୍ଘ ସମୟ ଧରି ଶବଦାହ ହେଉଥିବାରୁ ଗ୍ୟାସ ଚୁଲାର କିଛି ଅଂଶ ତରଳି ଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ କେବଳ ସୁରତ ଜିଲ୍ଲାରେ ୨ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ କେବଳ ସୁରଟ ସହରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣିବାକୁ ମିଳିଛି ।

ସେପଟେ ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି। କରୋନା ଚେନ୍ ଭାଙ୍ଗିବାକୁ ମହାରାଷ୍ଟ୍ର ସରକାର ‘ବ୍ରେକ୍‌ ଦ ଚେନ୍’ ଅଭିଯାନ ଆରମ୍ଭ କରିଛନ୍ତି । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହୋଇଛି ୧୪୪ ଧାରା । ତଥାପି କମୁନାହିଁ ସଂକ୍ରମିତଙ୍କ ସଂଖ୍ୟା। ଦିଲ୍ଲୀରେ ମଧ୍ୟ କୋଭିଡ ସ୍ଥିତି ଉଦବେଗଜନକ ହେଲାଣି । ପ୍ରତିଦିନ ବୃଦ୍ଧି ଘଟୁଛି ମୃତ୍ୟୁ ସଂଖ୍ୟା । ମୃତକ ପରିବାରର ବିକଳ ଚିତ୍ର କେବଳ ଦିଲ୍ଲୀ ନୁହେଁ ଦେଶବାସୀଙ୍କୁ ଆନ୍ଦୋଳିତ କରିଛି । ସରକାର ମଧ୍ୟ କୋଭିଡ କେସ କମାଇବା ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୧୦ରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବା ନେଇ ଘୋଷଣା କରାଯାଇଛି ।

ସେବାୟତ ସଂକ୍ରମିତ, ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କୋଭିଡ ସଂକ୍ରମିତ ବଢିବାରୁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପୁଣି ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । କିନ୍ତୁ ମନ୍ଦିର ଭିତର ପୂର୍ବପରି ନୀତିକାନ୍ତି ଜାରି ରହିବ । ନୀତିକାନ୍ତିରେ କୈଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି ସେବାୟତ ମାନେ ନୀତିକାନ୍ତି ସମ୍ପାଦନ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ ମନ୍ଦିରର 4ଜଣ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅଧିକ ସଂକ୍ରମଣ ରୋକିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କରିଛି ଭୁବନେଶ୍ୱର ମହାନଗର ନିଗମ।

ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି ହୋଇଥିଲା ଟେଷ୍ଟିଂ। ଆଜି ମଧ୍ୟ କିଛି ସେବାୟତଙ୍କ ଟେଷ୍ଟିଂ କରାଯାଇଛି।ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

‘ମେ ୨ରେ ଦିଦି ଚାଲିକରି ଇସ୍ତଫା ଦେବାକୁ ଯିବେ’

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ୪ ପର୍ଯ୍ୟାୟରେ ଯେଉଁ ୧୮୦ ଆସନରେ ଭୋଟ୍ ହୋଇଥିଲା ସେଥିରୁ ୧୨୨ରେ ବିଜେପି ବିଜୟୀ ହେବ । ରବିବାର ଦିନ ଏମିତି ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରିବେ । ମମତା ପାଇଁ ଦେଶର ସାଧାରଣ ନାଗରିକ ଗୁରୁତ୍ୱ ରଖନ୍ତି ନାହିଁ । ତାଙ୍କ ପାଇଁ ବେଆଇନ ଅନୁପ୍ରବେଶକାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ, ଆପଣ ଓ ମୁଁ ମମତାଙ୍କ ପାଇଁ କୌଣସି ଅର୍ଥ ରଖୁନା । ତାଙ୍କ ଭୋଟ୍ ବ୍ୟାଙ୍କ ଦୃଷ୍ଟିରୁ ଅନୁପ୍ରବେଶକାରୀ ଗୁରୁତ୍ୱପୂର୍ଣ୍ଣ ।

ନିର୍ବାଚନରେ ତୃଣମୁଳ କଂଗ୍ରେସର ପରାଜୟ ସୁନିଶ୍ଚିତ ବୋଲି କହିବାକୁ ଯାଇ ସେ କହିଛନ୍ତି ଯେ, ଦୁଇ ମେ’ ପୂର୍ବରୁ ଦିଦିଙ୍କ ପାଦ ଠିକ୍ ହୋଇଯାଇଥିବ ବୋଲି ଆଶା କରୁଛି,ଯେମିତି ସେ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ଦେବାକୁ ନିଜେ ଚାଲିକରି ଯାଇ ପାରିବେ । ଆମେ ମମତାଙ୍କ ବୋମା,ବନ୍ଧୁକ ଓ ବାରୁଦ ମଡେଲକୁ ବିଶ୍ୱାସ,ବିକାଶ ଓ ବ୍ୟବସାୟ ଦ୍ୱାରା ବଦଳାଇବାକୁ ଚାହୁଁ ।
ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ୍ କରି ସେ ଏହା ମଧ୍ୟ କହିଥିଲେ ଯେ, ଦିଦିଙ୍କ ପାଖରେ ରାଜ୍ୟର ବିକାଶ ପାଇଁ କୌଣସି ଏଜେଣ୍ଡା ନାହିଁ । ଦିଦି ୧୨ ମିନିଟ୍ ଭାଷଣ ଦିଅନ୍ତି ଓ ତାହା ମଧ୍ୟରୁ ୧୦ ମିନିଟ୍ ସେ ମୋତେ ଓ ମୋଦିଙ୍କୁ ଗାଳି ଦିଅନ୍ତି । ବାକି ଦୁଇ ମିନିଟ ସୁରକ୍ଷା ବଳକୁ ଗାଳି ଦିଅନ୍ତି ।

ନବୀନଙ୍କୁ ଜଗନଙ୍କ ଚିଠି, ନରେଡି ବ୍ୟାରେଜ ନିମନ୍ତେ ଲୋଡିଲେ ସହଯୋଗ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଓଡିଶାର ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିହା ବଂଶଧାରା ନଦୀର ନରେଡ଼ି  ବ୍ୟାରେଜ ନିମନ୍ତେ ଚିଠି ଲେଖିଛନ୍ତି ଜଗନମୋହନ । ଜଗନମୋହନ କହିଛନ୍ତି ବଂଶଧାରା ପ୍ରକଳ୍ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆଶା କରୁଛି । ଏହାକୁ ନେଇ ଥିବା ବିବାଦକୁ ବୁଝାମଣା ଜରିଆରେ ସମାଧାନ କରାଯାଉ । ଏବଂ ଜଳ ପ୍ରକଳ୍ପ ହେବା ଦ୍ବାରା ଉଭୟ ରାଜ୍ୟର ସୀମାନ୍ତ ଚାଷୀ ଉପକୃତ ହେବେ ବୋଲି ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

ଜଗନ ମୋହନ କହିଛନ୍ତି, ମୁଁ ଆଲୋଚନା ପାଇଁ ସକରାତ୍ମକ ରହିଛି । ଓଡିଶା ଯାଇ ଆଲୋଚନା କରିବାକୁ ମଧ୍ୟ ଆଗ୍ରହ ରହିଛି । ଏ ନିମନ୍ତେ ଓଡିଶା ସରକାରଙ୍କ ସହଯୋଗ ଆବଶ୍ୟକ । ବଂଶଧାରାରେ ଦ୍ବାରା ପ୍ରଭାହିତ ହେଉଥିବା ୭୦ ପ୍ରତିଶତ ଜଳ ନଷ୍ଟ ହେଉଛି । ଏହା ଚାଷୀଙ୍କ କାର୍ଯ୍ୟରେ ଉପଯୋଗ ହୋଇପାରୁନାହିଁ । ତେଣୁ ଏହାକୁ ଅଟକାଇ ଚାଷୀଙ୍କ ସ୍ବାର୍ଥରେ ବିନିଯୋଗ ପାଇଁ ଆନ୍ଧ୍ର ସରକାର ଆଗ୍ରହୀ ଅଛନ୍ତି ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ ।

ଏହି ପ୍ରୋଜେକ୍ଟ ପାଇଁ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯାଉ  । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଆନ୍ଧ୍ର ପ୍ରଦେଶ ବ୍ୟତୀତ ଓଡିଶାର ଗଜପତି ଜିଲ୍ଲାର ଚାଷୀ ମଧ୍ୟ ଲାଭ ପାଇବେ  । ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଦରକାର  । ନରେଡି ବ୍ୟାରେଜ କୁ ନେଇ ସୁପ୍ରିମ କୋର୍ଟରେ ମଧ୍ୟ ମାମଲା ରହିଛି  । ୨୦୧୭ ମସିହାରେ ଏନେଇ କେସ ହୋଇଛି  । ସେବେଠାରୁ ବ୍ୟାରେଜ କାର୍ଯ୍ୟ ବ୍ୟାହତ ଘଟିଛି  ।

କଠୋର ହେଲା ଗଞ୍ଜାମ ପ୍ରଶାସନ, ସଦର ମହକୁମା ଛାଡ଼ିବାକୁ ସରକାରୀ କର୍ମଚାରୀଙ୍କୁ ବାରଣ

ଗଞ୍ଜାମ: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ । ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Ganjam Collector Directs All Govt Employee Not To Leave Headquarters Without Permissions

ଗତ ୨୪ ଘଣ୍ଟାରେ ଗଞ୍ଜାମରେ ୬୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଜିଲ୍ଲାରେ ୨୨ ହଜାର ୫୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୯୩୧ ଜଣ ସୁସ୍ଥ ହୋଇଛନ୍ତି । ୨୫୧ ଜଣ କୋଭିଡ୍ ପ୍ରାଣ ହରାଇଥିବା ବେଳେ ଜିଲ୍ଲାରେ ୩୫୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଜିଲ୍ଲାରେ ୨୦୨୦ ଜୁଲାଇ ୨୭ରେ ସର୍ବାଧିକ ୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କରୋନାର ପ୍ରଥମ ପ୍ରବାହରେ ଜିଲ୍ଲା ରେଡ୍ ଜୋନରେ ଥିଲା ।

ଶ୍ରୀମନ୍ଦିରରେ ସୁରକ୍ଷାକର୍ମୀଙ୍କ ରକ୍ତ ଛିଟା, ମହାପ୍ରଭୁଙ୍କ ରୀତିନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ପୁଣି ପଡିଛି ରକ୍ତ ଛିଟା । ସୂଚନା ମୁତାବକ ମନ୍ଦିର ପରିସରରେ କାର୍ଯ୍ୟରତ ଦୁଇ ଜେଟିପି ପୋଲିସଙ୍କ ମଧ୍ୟରେ ଝଗଡା ହୋଇଥିଲା । ଭଉୟଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ପର୍ଯ୍ୟନ୍ତ ଯାଇଥିଲା । ଜଣେ ପୋଲିସ କର୍ମଚାରୀଙ୍କ ମାଡରେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଫଳରେ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିବା ଜଣାପଡିଛି ।

 

ଆହାତ ହୋଇଥିବା କର୍ମଚାରୀଙ୍କୁ ମେଡିକାଲରେ ଭର୍ତି କରାଯିଛି | ତେବେ ଶ୍ରୀମନ୍ଦିର ମଧ୍ୟରେ ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କ ରୀତିନିତୀରେ ବିଭ୍ରାଟ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରେ ରକ୍ତ ପଡିବା କାରଣରୁ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହେବାକୁ ଯାଉଛି | ପରେ ଅନ୍ୟାନ ରୀତି ନୀତି ମଧ୍ୟ ଅନୁଷ୍ଠିତ ହେବ  ।

ସୂଚନା ମୁତାବକ ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ଥିବା ଦୁଇ ଜେଟିପି ପୋଲିସ ମନୋଜ ପାଣିଗ୍ରାହୀ ଏବଂ ଗଙ୍ଗାପ୍ରଧାନ ଉଭୟଙ୍କ ମଧ୍ୟରେ ଥଟ୍ଟା ପରିହାସ ଚାଲିଥିଲା  । ପରେ ଥଟ୍ଟାରୁ ଝଗଡ଼ା ହୋଇଥିଲା  । ଝଗଡ଼ାରେ ଉତକ୍ଷିପ୍ତ ହୋଇ ଗଙ୍ଗା ପ୍ରଧାନ ସହକର୍ମୀ ମନୋଜ ପାଣିଗ୍ରାହୀଙ୍କୁ ମାଡ ମାରିଥିଲେ  । ଫଳରେ ମନ୍ଦିର ଭିତରେ ଥିବା ଧୁକୁଡ଼ି ଦ୍ବାରରେ ରକ୍ତ ଛିଟା ପଡିଥିବା ଦେଖାଦେଇଛି  ।

RACକୁ ମନୋନୀତ ହେଲେ ଡକ୍ଟର ଅମର ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି ।

ଡକ୍ଟର ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ RACକୁ ମନୋନୀତ କରିଛନ୍ତି । ପୂର୍ବରୁ ପ୍ରଶାସନିକ ସ୍ଥରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ବେଳେ ଗୃହରେ ନିଜର ମୂଲ୍ୟବାନ ପ୍ରଶ୍ନ ତାଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛି ।

ନିୟମିତ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଚେତନ ଓ ସତର୍କତା ମାଧ୍ୟମରେ କରୋନା ସଂକ୍ରମଣରୁ ବର୍ତ୍ତି ହେବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସଚେତନ ହେବା ସହ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖି ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ମୁହଁରୁ ମାସ୍କ ଖସିବା ଅର୍ଥ କରୋନାକୁ ଆମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହ ଅତିକମରେ ୨ ମିଟର ଦୂରତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । କୋଦାନବଜାର, ହାଟ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିବେଦନ କରିଛନ୍ତି । ହାଟରେ ପ୍ରତି ଦୋକାନ ମଧ୍ୟରେ ଦୂରତା ରଖା ଉପରେ ଗୁରୁତ୍ୱ ଦିଆଯାଉଛି ।

କାଳବୈଶାଖୀ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବାରମ୍ବାର ବଦଳୁଛି ପାଗ । ଖରା ପରେ ପୁଣି କାଳବୈଶାଖୀ ବର୍ଷା । ଏନେଇ ବିଭିନ୍ନ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏସଆରସି ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ।

୧୮ ତାରିଖରୁ ୧୯ ତାରିଖ ସକାଳ ୮ଟା ୩୦ ଯାଏ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୯ ତାରିଖରୁ ୨୦ ତାରିଖ ସକାଳ ୮ଟା ୩୦ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କାଳବୈଶାଖୀ ସହ ବଜ୍ରପାତ ହେବ । ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ୨୦ରୁ ୨୧ ତାରିଖ ସକାଳ ୮ଟା ୩୦ ଯାଏ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଦିନବେଳାର ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।