ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟରେ ଲାଗିବନି ରୋକ, ଆବେଦନକାରୀଙ୍କ ଉପରେ ଲାଗିଲା ଜୋରିମାନା

1 min read

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟରେ ଲାଗିବନି ରୋକ। ଏନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ କାର୍ଯ୍ୟରେ ରୋକ ଲଗାଇବାକୁ ଦାଏର ହୋଇଥିବା ପିଟିସନର ଶୁଣାଣି କରି କାର୍ଯ୍ୟ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ପିଟିସନ ଦାଏର କରିଥିବା ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏହି ଅବସରରେ କୋର୍ଟ କହିଛନ୍ତି ଯେ, ସେଣ୍ଟ୍ରାଲ ଭିଷ୍ଟା ଏକ ପ୍ରମୁଖ ପ୍ରକଳ୍ପ ଏବଂ ଏକ ଆବଶ୍ୟକୀୟ ରାଷ୍ଟ୍ରୀୟ ଯୋଜନା । ଏହା ସହ ଆବେଦନକୁ ଏକ ସୁପରିକଳ୍ପିତ କହିବା ସଙ୍ଗେସଙ୍ଗେ ଏହା ବାସ୍ତବିକ ଜନସ୍ୱାର୍ଥ ମାମଲା ନୁହେଁ ବୋଲି କହିଛନ୍ତି ।

ଦିଲ୍ଲୀରେ ଲକଡାଉନ ଜାରି କରାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ହେଲେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ସହ ସେଠାରେ ପ୍ରାୟ ୫ଶହ ଶ୍ରମିକ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଯୋଗୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି କୋର୍ଟରେ ପିଟିସନ ଦାଏର ହୋଇଥିଲା ।

Delhi High Court

ତେବେ ଏହି ପ୍ରକଳ୍ପ କାର୍ଯ୍ୟସ୍ଥଳରେ କରୋନା କଟକଣାରେ କାର୍ଯ୍ୟ ଚାଲିଛି । ତେଣୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି।

 

Leave a Reply