spot_img
Home Blog Page 5708

ଘରୋଇ ସ୍କୁଲରେ ଆଉ ପିଲା ପଢ଼ିବେନି ପାଠ, ସରକାରୀ ସ୍କୁଲ-ମୁହାଁ ଅଭିଭାବକ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଆରମ୍ଭ ହୋଇଛି ନାମଲେଖା। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ନବମ ଶ୍ରେଣୀ ଯାଏ ଚାଲିଛି ନାମଲେଖା। ପ୍ରଥମ ଦିନ ହାତ ଗଣତି ଅଭିଭାବକ ଆସିଥିବାବେଳେ ଅନେକ ବେସରକାରୀ ସ୍କୁଲରୁ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ଆସିଥିଲେ।

ଘରୋଇ ସ୍କୁଲରେ ଆଉ ପିଲା ପଢ଼ିବେନି ପାଠ  । ସରକାରୀ ସ୍କୁଲ-ମୁହାଁ ଅଭିଭାବକ  । ବର୍ଦ୍ଧିତ ସ୍କୁଲ ଫି ପାଇଁ ବାପା ମା’ଙ୍କ ମୁଣ୍ଡରେ ଚଡକ  ।  ୨୦୨୧-୨୨ କରୋନା ମାଡ଼ରେ ବେହାଲ ଆର୍ଥିକି ସ୍ଥିତି  । ପ୍ରାଇଭେଟ ସ୍କୁଲର ଫି ବୃଦ୍ଧି ମଧ୍ୟ ଅଭିଭାବକଙ୍କ ପକେଟ ଫାଙ୍କା କରୁଛି  । ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଟଙ୍କା ଶୋଷିବା ଆରମ୍ଭ କରିଛନ୍ତି  । ଫଳରେ  ପିଲାଙ୍କ ପାଠ ପଢା ସହ ପରିବାର ଚଳାଇବା  କଷ୍ଟକର ହେଉଛି  । ତେଣୁ ସରକାରୀ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ସ୍ଥିର କରିଛନ୍ତି  ।…

ସୂର୍ଯ୍ୟକାନ୍ତଙ୍କ ଭଳି ରାଉରକେଲାର ସୁବଳ ବିଶ୍ବାଳ ବି ସମାନ ନିଷ୍ପତ୍ତି ନେଇଛନ୍ତି  । ସୁବଳଙ୍କ ଝିଅ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିଲେ  ।   ଚଳିତ ବର୍ଷ ସପ୍ତମ ଶ୍ରେଣୀରୁ ଟିସି ନେଇ ସରକାରୀ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଚିନ୍ତା କଲେଣି ସୁବଳ  ।…

ଏ କାହାଣୀ କେବଳ ସୂର୍ଯ୍ୟକାନ୍ତ କିମ୍ବା ସୁବଳଙ୍କର ନୁହେଁ, ଏଭଳି ଅନେକ ମଧ୍ୟବିତ୍ତ ଅଭିଭାବକ ବେସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି  ।

ଆହାର କେନ୍ଦ୍ରକୁ ଲାଗିଲା କଟକଣା, ବିଏମ୍‌ସି ଜାରି କଲା ସ୍ବତନ୍ତ୍ର ଏସ୍ଓପି

ଭୁବନେଶ୍ୱର: ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆ ଯାଉଛି ଅନେକ ପଦକ୍ଷେପ। ହେଲେ ଆହାର କେନ୍ଦ୍ର ଗୁଡ଼ିକରେ ଲାଗିରହୁଛି ଭିଡ଼। ନା ଏଠି ଅଛି ସାମାଜିକ ଦୂରତା ନା ଏଠାରେ ହେଉଛି ବିଶୋଧନ। ଯାହାକୁ ନେଇ ଖୋଦ୍ ଆହାର କେନ୍ଦ୍ର ହିତାଧିକାରୀ ଉଠାଇଛନ୍ତି ପ୍ରଶ୍ନ। ସେପଟେ କେନ୍ଦ୍ରରେ ଭିଡ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ  ଯଥେଷ୍ଟ ନଥିବା ସ୍ୱିକାର  କରିଛନ୍ତି ନିଜେ କେନ୍ଦ୍ରର କର୍ମଚାରୀ।

ରାଜଧାନୀରେ ଥିବା ୧୨ଟି ଆହାର କେନ୍ଦ୍ରରେ ସୁଲଭ ମୁଲ୍ୟରେ ଦିନକୁ ଖାଦ୍ୟ ପାଉଛନ୍ତି  ୫ହଜାରରୁ ଅଧିକ ଲୋକ। ତେବେ କେନ୍ଦ୍ରଗୁଡ଼ିକରେ ଭିଡ଼କୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି କରାଯାଇଛି ସ୍ବତନ୍ତ୍ର ଗାଇଡ୍ ଲାଇନ୍। ସେପଟେ ଆହାର କେନ୍ଦ୍ର ଖୋଲିବା ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ନିୟମିତ ବ୍ୟବଧାନରେ ବିଶୋଧନ କରାଯିବା ସହ ବିନା ମାସ୍କ ଓ ସାମାଜିକ ଦୂରତାରେ କେନ୍ଦ୍ରକୁ ପ୍ରବେଶ କରିବା ଉପରେ କଟକଣା ଲଗାଯିବ ବୋଲି କହିଛନ୍ତି ବିଏମ୍ସି ଅତିରିକ୍ତ କମିଶନର।

ସପ୍ତାହାନ୍ତ ସଟଡାଉନ୍ ଦୁଇ ଦିନ ରାଜଧାନୀର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି ।

ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହରରେ କରୋନା ଅଧିକ ତୀବ୍ର ହୋଇଛି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍। ପ୍ରଥମ ଲହରରେ କରୋନା ମୁକାବିଲାରେ ସଫଳ ହୋଇଥିଲେ ରାଜ୍ୟବାସୀ । ଦ୍ବିତୀୟ ଲହରରେ ମଧ୍ୟ ସତର୍କ ରହିଲେ କରୋନାର ମୁକାବିଲା କରିପାରିବା। ଏନେଇ ପ୍ରେସମିଟ କରି ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଡାକ୍ତର। ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ସଂକ୍ରମଣ କରୁଛି। ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ଟିକା ନେଇଥିଲେ ମଧ୍ୟ ପୁନଃ ସଂକ୍ରମିତ ହେବାର ଆଶଙ୍କା ଅଛି ବୋଲି ସେ କହିଛନ୍ତି।

ଏଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏକମାତ୍ର ନିରାପଦ ଉପାୟ ହେଲା ମାସ୍କ ବ୍ୟବହାର। ଘରେ କିମ୍ବା ଗାଡ଼ି ଚାଳନା ବେଳେ ମଧ୍ୟ ମାସ୍କର ବ୍ୟବହାର ଅନିବାର୍ଯ୍ୟ । ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ଏଣୁ ଡବଲ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ବରୋପ କରିଛନ୍ତି । ଅନ୍ୟପଟେ ଡାକ୍ତର ସଂପଦ ଦାସ କହିଛନ୍ତି, ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଛି ।

ତେବେ ନୂଆ ଭୂତାଣୁର ଚିକିତ୍ସା ପାଇଁ ଅକ୍ସିଜେନ ବ୍ୟବହାର ଅଧିକ ଦରକାର ରହୁଛି । ନୂଆ ଭୂତାଣୁ ଦ୍ବାର ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି । କୋଭିଡରେ ଆକ୍ରାନ୍ତ ଥିଲେ ହୋମ ଆଇସୋଲେନସରେ ରୁହନ୍ତୁ । ଭୟଭୀତ ନହୋଇ ଅଯଥାରେ ଡାକ୍ତରଖାନାରେ ଭିଡ ନଜମାଇବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ସମସ୍ୟା ରୁହେ ତେବେ କୋଭିଡ ହେଲପ ଲାଇନକୁ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଗତଥର ଭଳି ସମସ୍ତ ନିୟମାବଳୀ ମାନି ରହିଲେ କୋଭିଡକୁ ମାତ ଦେଇହେବ ବୋଲି କହିଛନ୍ତି ଡାକ୍ତର ସଂପଦ ଦାସ ।

କଟକ ସିଡିଏରେ ଟିକାକରଣରେ ବିଳମ୍ବ ଓ ଟିକା ଅନ୍ୟତ୍ର ସ୍ଥାନାନ୍ତରିତ ନେଇ ଅଭିଯୋଗ

କଟକ: ଭ୍ୟାକସିନ୍ ପାଇଁ ଭୟାବହ ସ୍ଥିତି। ସବୁଠି ହାହାକାର, ଉତ୍ତେଜନା। ଟିକା ଗାଡିକୁ ଅଟକାଇଲେ ଲୋକେ। କଟକ ସିଡିଏ ଅଞ୍ଚଳରେ ଆଜି ଟିକାକରଣରେ ବିଳମ୍ବ ଓ ଟିକା ଅନ୍ୟତ୍ର ସ୍ଥାନାନ୍ତରିତ ନେଇ ଅଭିଯୋଗ।  କଟକ ସିଡିଏ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରର ଏହି ଦୃଶ୍ୟ । ଟିକା ନେବାକୁ ଆସିଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକ ନିରାସ ହୋଇଛନ୍ତି। ଏପରିକି ମୁଣ୍ଡୁଳି ଯାଉଥିବା ଶହେ ଡୋଜ ଟିକାକୁ ଜୋର ଜବରଦସ୍ତି ଅଟକାଇଥିଲେ ସ୍ଥାନୀୟବାସିନ୍ଦା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଟିକାକରଣ ଆରମ୍ଭ ହୋଇଥିଲା ।   ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଦ୍ବିତୀୟ ଓ ପ୍ରଥମ ଡୋଜ ଟିକା ଦିଆ ଯାଇଥିଲା। ସ୍ଥାନୀୟ ବିଧାୟକ ମଧ୍ୟ ଆସନ୍ତାକାଲିଠାରୁ ଟିକାକରଣ ସ୍ବାଭାବିକ କରିବାକୁ ଦାବି କରିଥିଲେ।

କେବଳ ସିଡିଏ ନୁହେଁ କଟକ ର ଅଧିକାଂଶ ଟୀକା କେନ୍ଦ୍ର ରେ ଆଜି ଟୀକା ଅଭାବ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତେଣୁ ଟୀକାକରଣ ର ସୁପରିଚାଳନା  ଆଗକୁ ଯେପରି ହେବ ସେ ନେଇ ଆଶା ରଖିଛନ୍ତି ସାଧାରଣ ଲୋକ ।

ଆସିକାରେ ପ୍ରଥମ କଣ୍ଟେନମେଣ୍ଟ ଘୋଷଣା ପରେ ସକ୍ରିୟ ସରପଞ୍ଚ

ଆସିକା: କରୋନାରେ ଘାଣ୍ଟି ହେଉଛି ସାରା ରାଜ୍ୟ। ସବୁଠି ଆତଙ୍କ ଓ ସବୁଠି ସତର୍କତା। ଗଞ୍ଜାମ ଜିଲ୍ଲା ଉପରେ ରହିଛ ପ୍ରଶାସନର ନଜର। ସଜାଗ ସରପଞ୍ଚ, ଚାଲିଛି ସଚେତନତା। ଜିଲ୍ଲାର ଆସିକା ଅଞ୍ଚଳରେ ପ୍ରଥମ କଣ୍ଟେନମେଣ୍ଟ ଘୋଷଣା ପରେ ସକ୍ରିୟ ହୋଇଛନ୍ତି ସରପଞ୍ଚ। ଆସିକା ବ୍ଳକର ଆଲିପୁର ପଞ୍ଚାୟତରେ ସରପଞ୍ଚ ଲୋକଙ୍କୁ ସଚେତନ କରିବା ସହ ଶପଥ ପାଠ କରାଇଛନ୍ତି। ସାମାଜିକ କର୍ମୀଙ୍କ ସହ ମିଶି ପ୍ରଚାର ଗାଡ଼ିରେ ଲୋକଙ୍କୁ ସଚେତନ କରିବା ସହ ନିଜେ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି।

ଗାଁର ଯୁବକମାନଙ୍କୁ ନେଇ ଗଠିତ କରିଛନ୍ତି କୋରୋନା ଲଢେଇ ଯୋଦ୍ଧା ସଂଗଠନ। ଘର ଘର ବୁଲି ଲୋକଙ୍କ କରୋନା ଲଢେଇରେ ସାମିଲ କରିବାକୁ ସଚେତନ କରାଯାଉଛି। ପ୍ରବାସୀ ଫେରିଲେ କିପରି ସଂଗରୋଧ କେନ୍ଦ୍ରରେ ରଖାଯିବ ସେଥିପାଇଁ ବ୍ୟବସ୍ଥା ହୋଇଛି। କରୋନା ମୁକ୍ତ ପଞ୍ଚାୟତ ପାଇଁ ସଂଗ୍ରାମ ଜାରି ରହିଥିବା କହିଛନ୍ତି ସରପଞ୍ଚ।

ଖାଲି ଆଲିପୁର ନୁହେଁ, ଗତବର୍ଷ କରୋନାରୁ ଶିକ୍ଷା ଲାଭ କରିଛି ପୁରା ଗଞ୍ଜାମ ଜିଲ୍ଲା। ଏଥିପାଇଁ ପଞ୍ଚାୟତ ସ୍ତରରୁ ସବୁଠି ଆରମ୍ଭ ହୋଇଛି ସଚେତନତା।

କରୋନା ମୁକାବିଲା ପାଇଁ ୧୨ OASଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ୧୨ OASଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଛି। ସେଥିପାଇଁ ୧୨ OAS କରୋନା ମୁକାବିଲା ପାଇଁ ଗଲେ ପଶ୍ଚିମ ଓଡ଼ିଶା। ତୁରନ୍ତ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାରୁ OAS ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୨ OAS ମୁକାବିଲା ଓ ପରିଚାଳନାରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ। ବିବେକାନନ୍ଦ ସାହୁ, ହେମନ୍ତ ସିଂ, ଶ୍ବେତ କୁମାର ଦାସ ଗଲେ ନୂଆପଡ଼ା। ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ର ଗଲେ ବଲାଙ୍ଗୀର। ଦୁର୍ଗାପ୍ରସାଦ ମହାପାତ୍ର, ଧୀରେନ୍ଦ୍ର ନାଥ କର ଗଲେ ବରଗଡ଼। ମଧୁସୂଦନ ବେହେରା, ପ୍ରଭାତ ସାହୁଙ୍କୁ ସମ୍ବଲପୁର ପଠାଯାଇଛି। ସେହିପରି ସନ୍ତୋଷ ଦାଶ, ଆଶିଷ ଜେନା, ଦେବାଶିଷ ପଟ୍ଟନାୟକଙ୍କୁ କରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପଠାଯାଇଛି ।

ଅମ୍ଲଜାନ ସ୍ତର କମିଲେ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ

ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି ଲୋକମାନେ କରୋନାର କୋପରୁ ରକ୍ଷା ପାଇପାରୁନାାଁନ୍ତି। କରୋନାର ଏହି ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ଅପେକ୍ଷା ରୋଗୀମାନେ ଅଧିକ ଅମ୍ଳଜାନ ଆବଶ୍ୟକ କରୁଛନ୍ତି।  ହେଲେ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ସହ ଶଯ୍ୟା, ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ହେତୁ ପ୍ରତିଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି।

ଏଭଳି ପରିସ୍ଥିତିରେ ହୋମ ଆଇଶୋଲେଶନରେ ଥିବା ରୋଗୀଙ୍କ ପାଇଁ ବିପଦ ଅଧିକ ରହିଛି। ଘରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଶରୀରରେ କମ୍ ଅମ୍ଳଜାନ ସ୍ତରର ଲକ୍ଷଣ କ’ଣ ଏବଂ କେତେବେଳେ  ଡାକ୍ତରଖାନା ଯିବା ଆବଶ୍ୟକ ତାହା ଜାଣିବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ଅମ୍ଳଜାନ ହ୍ରାସ ହେବାର ଲକ୍ଷଣ କ’ଣ ଏବଂ ଯଦି ଏହା ଘଟେ ତେବେ କ’ଣ କରିବେ।

ଲକ୍ଷଣ:

ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା: ଶରୀରରେ ହଠାତ୍ ଅମ୍ଳଜାନ ସ୍ତର କମିଗଲେ କରୋନା ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ରୋଗୀ ଛାତିରେ  ଯନ୍ତ୍ରଣା, ଲଗାତାର କାଶ ଓ ଅଣନିଶ୍ୱାସୀ ଲାଗିବା ଓ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ତେବେ ଯଦି କରୋନା ରୋଗୀଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାରେ କରାନ୍ତୁ।

ଚେହେରା ନୀଳ ପଡ଼ିଯିବା: ଯଦି ଶରୀରରେ ଅମ୍ଳଜାନର ଅଭାବ ଥାଏ, ତେବେ ରୋଗୀଙ୍କ ଚେହେରାର ରଙ୍ଗ ନୀଳ ହେବାକୁ ଲାଗେ ଏବଂ ଓଠ ମଧ୍ୟ ନୀଳ ହୋଇଯାଏ। ଏହାକୁ ସିଆନୋସିସ୍ ର ଲକ୍ଷଣ ବି କୁହାଯାଏ। ବାସ୍ତବରେ ସୁସ୍ଥ ଅମ୍ଳଜାନଯୁକ୍ତ ରକ୍ତ ହେତୁ ଆମ ଚର୍ମ ଲାଲ କିମ୍ବା ଗୋଲାପୀ ଦେଖାଯାଏ। କିନ୍ତୁ ଯେତେବେଳେ ଶରୀର ଅମ୍ଳଜାନ ହରାଇବାକୁ ଲାଗେ, ସେତେବେଳେ ଏହିପରି ଲକ୍ଷଣ ଦେଖାଯାଏ।

କ’ଣ କରିବେ:

ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ: ଦିଲ୍ଲୀ AIMSର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ଥିବା ରୋଗୀମାନେ ସେମାନଙ୍କର ଅମ୍ଳଜାନ ସ୍ତରକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରିବା ଉଚିତ୍। ଏଥିପାଇଁ ଘରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ଏହାକୁ ହାତର ଆଙ୍ଗୁଳିରେ ଲଗାଇ ଅକ୍ସିଜେନ ଲେଭଲ ମାପନ୍ତୁ। ଯଦି ଆପଣଙ୍କ ଅକ୍ସିଜେନ ଲେଭଲ୍ 94ରୁ ଅଧିକ ଅଛି, ତେବେ ଆପଣ ବିପଦରୁ ଦୂରେରେ ଅଛନ୍ତି।

କେତେବେଳେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବେ: କରୋନା ଦ୍ୱିତୀୟ ଲହରରେ ବ୍ୟକ୍ତି ସଂକ୍ରମିତ ହେବା ମାତ୍ରେ ଅକ୍ସିଜେନ ଲେଭଲ ସ୍ତର କମିଯାଉଛି। ଏଭଳି ସ୍ଥିତିରେ ରୋଗୀଙ୍କ SpO2  ସ୍ତର ଯଦି 94 ରୁ 100 ଭିତରେ ରହୁଛି ତେବେ ଏହା ସୁସ୍ଥ ଥିବାର ଲକ୍ଷଣ। କିନ୍ତୁ ଯଦି ଏହାର ଲେଭଲ 94ରୁ ତଳକୁ ଯାଉଛି ତେବେ ଏହା ହାଇପୋକ୍ସୋମିଆର କାରଣ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ। ଆଉ ଯଦି ଅକ୍ସିୁଜେନ ସାଚୁରେଶନ ଲେଭଲ 90ରୁ ତଳକୁ ଯାଏ ତେବେ ଜୀବନ ବି ଯାଇପାରେଯ ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।

ଅମ୍ଳଜାନ ସ୍ତର 91 ରୁ 94 ମଧ୍ୟରେ ରହିଲେ କ’ଣ କରିବେ: ଯଦି ରୋଗୀର ଅମ୍ଳଜାନ ସ୍ତର 91 ରୁ 94 ମଧ୍ୟରେ ଥାଏ, ତେବେ ଘରେ ପ୍ରୋନିଂ ଏକ୍ସରସାଇଜ୍ କରନ୍ତୁ। ତେବେ ଏହି ପ୍ରେନିଂ ଏକ୍ସରସାଇଜ କେମିତି ହୁଏ ଏହାର ସୂଚନା ଆପଣ ଇଣ୍ଟରନେଟରେ ସହଜରେ ପାଇଯିବେ। ତେବେ ଏହି ବ୍ୟାାୟମ କରିବା ଦ୍ୱାରା ରୋଗୀଙ୍କ ଶରୀରର ଅ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ।

 

 

ଗର୍ଭବତୀ ମହିଳା ନେଇପାରିବେ କି କରୋନା ଭ୍ୟାକ୍ସିନ୍? କ’ଣ କହୁଛନ୍ତି ଏକ୍ସପର୍ଟ…

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ନେଇ ସାରା ଦେଶ ଚିନ୍ତିତ ରହିଥିବା ବେଳେ ମେ ମାସରୁ ରାଷ୍ଟ୍ରୀୟ ଟିକାକରଣ ଅଭିଯାନର ଦ୍ୱତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ । ହେଲେ ଏଭଳି ସମୟରେ ପ୍ରଶ୍ନ ଉଠୁଛି ଯେ କ’ଣ ଗର୍ଭବତୀ ମହିଳା ମାନେ ମଧ୍ୟ ଟିକା ନେଇପାରିବେ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଏକ୍ସପର୍ଟ…

ଆମେରିକାର ୟୁଏସଏ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେସନ (US CDC)ର ଏକ ଅଧ୍ୟୟନ ଅନୁଯାୟୀ, ମଡର୍ଣ୍ଣା ଓ ଫାଇଜର-ବାୟୋଏନଟେକ୍ ଭ୍ୟାକ୍ସିନ୍ ଗର୍ଭବସ୍ଥା ସମୟରେ ବ୍ୟବହାର କରିବା ସୁରକ୍ଷିତ। ଏହା ସଂକ୍ରମଣ କବଳରୁ ଶିଶୁକୁ ସୁରକ୍ଷା ଦେବାରେ ସକ୍ଷମ । ଏଥିପାଇଁ US CDC ପକ୍ଷରୁ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ନେବା ପାଇ ସୁପାରିଶ କରାଯାଇଛି । CDCର ନିର୍ଦ୍ଦେଶକ ରୋଶେଲ ବାଲେକ୍ସି ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଆମେରିକାରେ ଗର୍ଭବତୀ ମହିଳା ମାନେ ଟିକାକରଣ କରୁଛନ୍ତି।

ଦ ନ୍ୟୁ ଇଂଲଣ୍ଡ ଜର୍ନଲ ଅଫ୍ ମେଡିସିନରେ ପ୍ରକାଶିତ ଆର୍ଟିକିଲ୍ ଅନୁଯାୟୀ ୩୫,୦୦୦ରୁ ଅଧିକ ମହିଳାଙ୍କର ଡାଟା ମୂଲ୍ୟାଙ୍କନ କରାଯାଉଛି । ଯେଉଁମାନେ ଡିସେମ୍ବର ୧୪ରୁ ଫେବୃଆରୀ ୨୮ ମଧ୍ୟରେ ଏମଆରଏନଏ କୋଭିଡ-୧୯ ଟିକା ଲଗାଇଥିଲେ । ଦ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ନିଷ୍କର୍ସରୁ କୌଣସି ସ୍ପଷ୍ଟ ସେଫ୍ଟି କନସର୍ନ ନଜରକୁ ଆସିନାହିଁ ।

ଖାସକରି ଥର୍ଡ ଟ୍ରାଇମେଷ୍ଟରରେ ଟିକା ନେଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ମଧ୍ୟରେ କୗେଣସି ସମସ୍ୟା ଦେଖାଦେଇନାହିଁ । ଯାହାକୁ ନେଇ CDC କହିଛି ଯେ ଗର୍ଭବତୀ ମାଆ ମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ୍ । କିନ୍ତୁ ଭାରତୀୟ ଟିକାକୁ ନେଇ ଏଯାବତ୍ ଏଭଳି କୌଣସି ଷ୍ଟଡି ଆସିନି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେବା ଉଚିତ୍।

ଏକ ମେଡିକାଲ୍ ଜର୍ନଲରେ ପ୍ରକାଶିତ ହାର୍ଟଫୋଡ୍ ହେଲ୍ଥ କେୟାର ଡିଭିଜନ୍ ଅଫ୍‌ ଇନଫେକସିୟସ୍ ଡିଜିଜେଜର ଡା. ଏନ୍ ପାମରଙ୍କ ରିପୋର୍ଟ ଅନୁଯାୟୀ SARC CoV-2 ଭ୍ୟାକ୍ସିନ୍ ନେବା ପରେ ଯେଉଁ ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ କିଛି ଚିନ୍ତା କରିବାର ନାହିଁ । କାରଣ ଟିକା ନେବା ପରେ କୗେଣସି ପ୍ରକାରର ଇନଫର୍ଟିଲିଟିର ପ୍ରମାଣ ମିଳିନାହିଁ ।

 

ଯାତ୍ରୀ ନ ନେଇ ଖାଲି ଖାଲି ଫେରି ଆସିଲା ଏୟର ଇଣ୍ଡିଆର ଫ୍ଲାଇଟ

ନୂଆଦିଲ୍ଲୀ: ସିଡନୀରୁ ଉଡ଼ାଣ ଭରିବାକୁ ଥିବା ଏୟର ଇଣ୍ଡିଆ ବିମାନର ଜଣେ ପାଏଲଟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସିଡନୀରୁ ଦିଲ୍ଲୀ ଉଡ଼ାଣ ଭରିବାକୁ ଥିବା ବିମାନରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ଏହି ବାବଦରେ ସୂଚନା ଦିଆଯାଇଥିଲା । ଯେଉଁଥିପାଇଁ ବିମାନ ବିନା ଯାତ୍ରୀରେ ଖାଲି ଖାଲି ଦିଲ୍ଲୀ ଫେରିଥିଲା ।

ସୂଚନା ଅନୁସାରେ, ସିଡନୀ ଏବଂ ଦିଲ୍ଲୀ ମଧ୍ୟରେ ଉଡ଼ାଣ ଚଳାଚଳ ପୂର୍ବରୁ ଗତ ଶନିବାର ଦିଲ୍ଲୀରେ ବିମାନର ସମସ୍ତ ପାଏଲଟଙ୍କ ଆରଟି.ପିସିଆର ଯାଞ୍ଚ୍‌କରାଗଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ଆସିଲା । ରବିବାର ସକାଳେ ସିଡନୀରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଅଧିକାରୀମାନେ ସମସ୍ତ ପାଏଲଟ ସଦସ୍ୟଙ୍କ ଆରଟି.ପିସିଆର ଯାଞ୍ଚ୍‌କଲେ । ଯାହାର ରିପୋର୍ଟ ସୋମବାର ଆସିଲା । ଏମାନଙ୍କ ମଧ୍ୟରୁ ଜଣେ ପଜିଟିଭ୍‌ଚିହ୍ନଟ ହେଲେ । ଯାହାପରେ ଅଷ୍ଟ୍ରେଲିଆ ଅଧିକାରୀ ଯାତ୍ରୀଙ୍କୁ ବିମାନରେ ଆସିବା ଉପରେ ରୋକ ଲଗାଇଲେ ।

ସୂଚନା ମୁତାବକ ପଜିଟିଭ୍‌ଚିହ୍ନଟ ହୋଇଥିବା ପାଏଲଟଙ୍କ ସମେତ ଅନ୍ୟ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଅଷ୍ଟ୍ରେଲିଆ ଭାରତରେ କୋଭିଡ ୧୯ ସଂକ୍ରମଣକୁ ନଜରରେ ରଖି ୧୫ ମଇ ପର୍ଯ୍ୟନ୍ତ ଭାରତ ଓ ସିଡନୀ ମଧ୍ୟରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି ।
ସୂଚନାଯୋଗ୍ୟ ଭାରତରେ କରୋନାର ଦ୍ୱିତୀୟ ପ୍ରବାହ କାୟା ବିସ୍ତାର କରି ସାରିଲାଣି । ଏଥିପାଇଁ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।

ଉତ୍ତରପ୍ରଦେଶରେ କରୋନା ପିଡିତଙ୍କୁ ମିଳିଲାନି ଚିକିତ୍ସା, ୫୦ ହଜାର ଟଙ୍କା ଦେଇ ଆମ୍ବୁଲାନ୍ସରେ ଗଲେ…

ହୁଗଲି: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଉତ୍ତରପ୍ରଦେଶରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । କରୋନା ସଙ୍କଟ ବେଳେ ଅକ୍ସିଜେନର ଅଭାବ ପରିଲିକ୍ଷିତ ହୋଇଛି । ଏଭଳି ସମୟରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରହୁଥିବା ଜଣେ ଦମ୍ପତି ଏକ ହୃଦୟ ବିଦାରକ ଦୃଶ୍ୟ ବଖାଣିଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ବାସିନ୍ଦା ଜଣେ ଦମ୍ପତ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ମିଳିପାରିନଥିଲା । ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଦମ୍ପତ୍ତି ପଶ୍ଚିମବଙ୍ଗର ହୁଗୁଳିରେ ରହୁଥିବା ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ସେମାନଙ୍କ ଠାରୁ ଆଶ୍ୱାସନା ପାଇବା ପରେ ସେ ସ୍ୱାମୀଙ୍କୁ ଆମ୍ବୁଲାନ୍ସରେ ଧରି ହୁଗୁଲିର ଚୁଚୁଡାରେ ପହଞ୍ଚିଥିଲେ । ଆଉ ଯେଉଁଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫୦ ହଜାର ଟଙ୍କା ।

ଯେଉଁ ଜୀବନ ତାଙ୍କୁ ଉତ୍ତରପ୍ରଦେଶର ଡାକ୍ତରଖାନାରେ ମିଳିପାରିନଥିଲା ତାହା ଚୁୁଚୁଡାର ଅଜନ୍ତା କୋଭିଡ଼ ହସ୍ପିଟାଲ୍ ଦେଇଥିଲା । ଏନେଇ ପିଡିତ ଦମ୍ପତ୍ତି ଲାଲଜୀ ଓ ରେଖା ଯାଦବଙ୍କ ସମ୍ପର୍କୀୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଚିକିତ୍ସା ବ୍ୟବସ୍ଥା ଏକପ୍ରକାର ଦୋହଲିଯାଇଛି । କରୋନା ମହାମାରୀ ସମୟରେ ସେଠାରେ ଲୋକଙ୍କୁ ସଠିକ୍ ଚିକିତ୍ସା ମିଳୁନଥିବା ବେଳେ ଜୀବନଦାୟୀ ଅକ୍ସିଜେନର ମଧ୍ୟ ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି ।