ଆହୁରି ସଶକ୍ତ ହେବ ଏସ୍‌ଟିଏଫ୍: ୨୭ ନୂଆ ପଦବୀ ସୃ୍ଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

1 min read

ଭୁବନେଶ୍ୱର: ଡ୍ରଗ୍ସ ବେପାରୀ ସାବଧାନ । ଆହୁରି ସଶକ୍ତ ହେବ ଏସଟିଏଫ୍ । ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ୍ । ଡ୍ରଗ୍ସ ପେଡଲରଙ୍କ ଉପରେ କଡ଼ା ନଜର ରଖିଛି ଓଡିଶାର ପୋଲିସର STF । ଏଥିପାଇଁ 27ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏହାସହ ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‌ପି ନିଯୁକ୍ତ ହେବେ । ଏସଟିଏଫ୍‌ର 2ଟି ୟୁନିଟ୍‌ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍‌ଟିଏଫ୍‌ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଏଥିସହିତ ପଢ଼ନ୍ତୁ: ଘରୁ ଡାକିନେଇ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା

 

Leave a Reply