କୋଭିସିଲ୍ଡର ଗୋଟିଏ ଡୋଜ୍ କଣ ଯଥେଷ୍ଟ ? ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣଙ୍କ ମନରେ କେବେ ନା କେବେ ଆସିଥିବ ଯେ ଟିକାର ଗୋଟିଏ ଡୋଜ କଣ ପ୍ରଭାବଶାଳୀ ନୁହେଁ କି ? ଏହାର ଦ୍ୱିତୀୟ ଡୋଜ ନେବା କେତେ ଗୁରୁତ୍ୱପୂର୍ଣ୍ଣ ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ? କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟୀକାକରଣ ଚାଲିଛି । ବର୍ତ୍ତମାନ ଦେଶରେ ଲୋକଙ୍କୁ କୋଭିସିଲ୍ଡର ଦୁଇଟି ଏବଂ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଉଛି। ଏହି ସମୟରେ, କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କୋଭସିଲ୍ଡର ଗୋଟିଏ ଡୋଜ ଦେବାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହା ପରେ, ନୀତି ଆୟୋଗ ସଦସ୍ୟ ଭି.କେ ପାଲ ସ୍ପଷ୍ଟ କରିଛନ୍ତି ଯେ କୋଭିସିଲ୍ଡର ଡୋଜରେ କୌଣସି ପରିବର୍ତ୍ତନ ହୋନାହିଁ। ଏହାର ଦୁଇଟି ଡୋଜରେ ହିଁ ଦିଆଯିବ ।

କିନ୍ତୁ ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ କ୍ୟାଟ୍ ବିଙ୍ଗମ୍ ଗତ ବର୍ଷ ଏକ କହିଥିଲେ ଯେ, କୋଭିଡ 19 ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାର ମାତ୍ର ଗୋଟିଏ ଡୋଜ ଯଥେଷ୍ଟ ହୋଇପାରେ। ଏହା ପରେ, ଚଳିତ ବର୍ଷ ଜନସନ ଆଣ୍ଡ ଜନସନଙ୍କ ବ ବୈଜ୍ଞାନିକ ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ଟିକାର ମାତ୍ର ଗୋଟିଏ ଡୋଜ୍ କରୋନାରୁ ରକ୍ଷା କରିପାରିବ।

ଏହାପରେ ଏସବୁକୁ ନେଇ ଭାରତରେ ବିତର୍କ ଆରମ୍ଭ ହୋଇଯାଇଥିଲା ଯେ କୋଭିସିଲ୍ଡର ଗୋଟିଏ ଡୋଜ ହିଁ ଯଥେଷ୍ଟ ବୋଲି। ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ସଫୋର୍ଡର ଭ୍ୟାକ୍ସିନ ଗ୍ରୁପର ନିର୍ଦ୍ଦେଶକ ପ୍ରଫେସର ଏଣ୍ଡ୍ରିୟୁ ଜେ ପୋଲାର୍ଡ କହିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିସିଲ୍ଡକୁ ଗୋଟିଏ ଡୋଜ ଟିକା ଭାବରେ ଗଣା ଯାଉଥିଲା । ଯଦିଓ ବର୍ତ୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ସହଯୋଗରେ କୋଭିସିଲ୍ଡ ତିଆରି କରୁଛି ।

ପୋଲାର୍ଡ କହିଛନ୍ତି ଯେ, ପ୍ରାରମ୍ଭରୁ ଆମେ ଲୋକଙ୍କୁ ଯଥାଶୀଘ୍ର ଏକ ମାତ୍ର ଟିକା ଦେଇ କରୋନାରୁ ରକ୍ଷା କରିବାକୁ ଚାହୁଁଥିଲୁ । କିନ୍ତୁ ବ୍ରିଟେନରେ ଲକଡାଉନ କାରଣରୁ ରିସର୍ଚ୍ଚ କରିବାକୁ ଆଉ ଅଧିକ ସମୟ ମିଳିଥିଲା । ଏବଂ ଅଧ୍ୟୟନରେ ଏହା ଜଣାପଡିଥିଲା ଯେ ଟିକାର ଦୁଇ ଡୋଜ ନେଇଥିବା ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢିଛି ।

ଏହାସହ ସେ କହିଛନ୍ତି ଯେ, କୋଭିସିଲ୍ଡର କ୍ଲିନିକାଲ୍ ଟ୍ରାଏଲରେ ଏହା ଜଣାପଡିଛି ଯେ ଏହାର ଗୋଟିଏ ମାତ୍ର ଡୋଜ ବହୁତ ପ୍ରଭାବଶାଳୀ । ଟୀକାକରଣ ଯେଉଁ ପରିସଂଖ୍ୟାନ ଜାନୁଆରୀ ପରେ ଆସିଥିଲା, ସେଥିରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ କୋଭିସିଲ୍ଡର ଗୋଟିଏ ମାତ୍ର ଡୋଜ ଆପଣଙ୍କୁ ଭଲ ସ୍ତରର ସୁରକ୍ଷା ଦେଇପାରିବ । କାରଣ ଗୋଟିଏ ଡୋଜ ପରେ ଯଦି କେହି ସଂକ୍ରମିତ ହୁଏ, ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ନାହିଁ ।

ଏହାସହ, ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ମିଳୁଥିବା ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ କୋଭିସିଲ୍ଡର ଗୋଟିଏ ଡୋଜ ମାତ୍ର ୩୩ ପ୍ରତିଶତ ପ୍ରଭାବଶାଳୀ । ଏହା ଉପରେ ପ୍ରଫେସର ପୋଲାର୍ଡ କହିଛନ୍ତି ଯେ, ଯଦିଓ ପ୍ରଭାବ ହାର କମ୍, କିନ୍ତୁ ଟିକା ନେଉଥିବା ଲୋକଙ୍କୁ ସଂକ୍ରମଣ ପରେ ଯଦି ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ନକରିବାକୁ ପଡ଼େ ତାହାଲେ ଭଲ । କିନ୍ତୁ ଯଦି ଗୋଟିଏ ଡୋଜ ନେବା ପରେ ସଂକ୍ରମିତ ହୁଅନ୍ତି ଏବଂ ଡାକ୍ତରଖାନା ଯିବାକୁ ପଡେ, ତେବେ ଏହା ଚିନ୍ତାଜନକ ବିଷୟ ହେବ ।

Leave a Reply