ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଘନ୍ୟ କାଣ୍ଡ: ଅକ୍ସିଜେନ୍ ଆବଶ୍ୟକତା ଜାଣିବାକୁ ବନ୍ଦ କରିଦେଲେ ସପ୍ଳାଏ, ଚାଲିଗଲା ୨୨ ଜୀବନ

1 min read

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଘନ୍ୟ କାଣ୍ଡ । ରୋଗୀଙ୍କ ନିକଟରେ ଅକ୍ସିଜେନର ଆବଶ୍ୟକତା ଜାଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସାଂଘାତିକ କାଣ୍ଡ । କେଉଁ ରୋଗୀ ବିନା ଅକ୍ସିଜେନ୍ ସପ୍ଳାଇରେ ବଞ୍ଚିପାରିବେ ଜାଣିବା ପାଇଁ ୫ ମିନିଟ ପାଇଁ ବନ୍ଦ କରିଦେଲେ ଅକ୍ସିଜେନ୍ ସପ୍ଳାଇ । ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ପାରସ୍ ହସ୍ପିଟାଲ କର୍ତ୍ତୃପକ୍ଷ ମକ୍‌ଡ୍ରିଲ୍ ନାଁ ଭିଆଇଛନ୍ତି ଏଭଳି ଅମାନବୀୟ କାଣ୍ଡ । ଆଉ ଏଥିଲାଗି ଚାଲିଗଲା ୨୨ ରୋଗୀଙ୍କ ଜୀବନ । । ହସ୍ପିଟାଲ ମାଲିକଙ୍କ ୧.୩୨ ସେକେଣ୍ଡ ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ଅର୍ଥାତ୍ ୨୬ ଏପ୍ରିଲରେ ହସ୍ପିଟାଲରେ ୯୬ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ଅକ୍ସିଜେନର ଘୋର ସଙ୍କଟ ଯୋଗୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ସମ୍ପର୍କୀୟଙ୍କୁ କୁହାଯାଇଥିଲା । ହେଲେ କେହି ଏଥିପାଇଁ ରାଜି ନହୋଇ ନଥିଲେ । ତେବେ ଅକ୍ସିଜେନ ଅଭାବରୁ କେତେଜଣ ରୋଗୀ ବଞ୍ଚିରହୁଛନ୍ତି ଅର୍ଥାତ କେଉଁ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନାହିଁ ଜାଣିବା ପାଇଁ ସପ୍ଲାଇ ବନ୍ଦ କରିଦିଆଯାଇଥିଲା । ଫଳରେ କୋଭିଡ୍‌ ଓ ନନ୍ କୋଭିଡ୍ ଓ୍ବାର୍ଡରେ ଥିବା ୨୬ ଜଣ ରୋଗୀଙ୍କ ଶରୀର ନୀଳ ପଡ଼ିବା ଆରମ୍ଭ ହେବା ସହ ୫ ମିନିଟ୍‌ ଭିତରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବଞ୍ଚି ଯାଇଥିବା ୭୪ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆଣିବାକୁ କୁହାଯାଇଥିଲା ।

ଭାଇରାଲ ଭିଡିଓରେ ମାଲିକ ଡା. ଅରିଞ୍ଜୟ ଜୈନ୍ ମେଡିକାଲରେ ଅକ୍ସିଜେନ ଅଭାବ କଥା କହୁଛନ୍ତି । ଏଭଳି କି ସ୍ୱୟଂ ମୁଖ୍ୟମନ୍ତ୍ରୀ ଚାହିଁଲେ ମଧ୍ୟ ଅକ୍ସିଜେନ୍ ଯୋଗାଇପାରିବେ ନାହିଁ । ଏଣୁ ଆମେ ସମ୍ପର୍କୀୟଙ୍କୁ ଡିସଚାର୍ଜ କରିବାକୁ କହିଲୁ କିନ୍ତୁ ସେମାନେ ମାନିଲେ ନାହିଁ । ଏଣୁ କେଉଁ ରୋଗୀଙ୍କୁ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ରହିଛି ଏବଂ କେଉଁ ରୋଗୀ ବିନା ଅକ୍ସିଜେନ୍ ସପୋର୍ଟରେ ବଞ୍ଚିପାରିବେ ଜାଣିବା ପାଇଁ ସେ କର୍ମଚାରୀଙ୍କୁ ମକଡ୍ରିଲ କରିବାକୁ କହିଥିଲେ । ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମକଡ୍ରିଲରେ ୫ ମିନିଟ ପାଇଁ ଅକ୍ସିଜେନ ସପ୍ଳାଏକୁ ବନ୍ଦ କରାଯାଇଥିଲା । ଆଉ ଏଥିଲାଗି ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଭାଇରାଲ ଭିଡିଓକୁ କଂଗ୍ରେସ ମହାସିଚି ପ୍ରିୟଙ୍କା ଗାନ୍ଧୀଭଦ୍ରା ଟ୍ୱିଟ୍‌ରେ ସେୟାର କରିବା ସହ ତୀବ୍ର ନିନ୍ଦା କରିଛନ୍ତି ।

Leave a Reply