spot_img
Home Blog Page 5681

ଭ୍ୟାକ୍ସିନ୍ ଅଭାବ, ବୁଧବାର ୧୫ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଭ୍ୟାକ୍ସିନ୍ ଅଭାବ ଟଳୁନିଷ । ଆସନ୍ତାକାଲି ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ । ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ । ଫଳରେ ବୁଧବାର ରାଜ୍ୟର ୧୫ଟି ଜିଲ୍ଲାର କୌଣସି ସ୍ଥାନରେ କୋଭିଡ୍ ଟିକା ଦିଆଯିବ ନାହିଁ ।

Vaccine Shortage, No Vaccination Planned In 15 District Of Odisha Tomorrow

ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର କୌଣସି ବି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ଆଜି ମୋଟ ୧୧୯ଟି କେନ୍ଦ୍ରରେ ୨୫ ହଜାର ୨୧୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୫୯ ଲକ୍ଷ ୨୯ ହଜାର ୫୨୫ ଡୋଜ୍ ଟିକା ଦିଆଯାଇ ସାରିଲାଣି । ଏବେ ରାଜ୍ୟ ପାଖରେ କେନ୍ଦ୍ର କୋଟାରେ ୧ ଲକ୍ଷ ୯ ହଜାର ୫୭୦ ଡୋଜ୍ କୋଭିସିଲ୍ଡ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୦ ଡୋଜ୍ କୋଭାକ୍ସିନ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନ୍ ମଧ୍ୟରୁ ୧ ଲକ୍ଷ ୩୫ ହଜାର ୮୪୦ ଡୋଜ୍ ଥିବା ଜଣାପଡ଼ିଛି ।

କରୋନାର ନୂଆ AP ଷ୍ଟ୍ରେନ୍ ଚିହ୍ନଟ, ୧୫ ଗୁଣା ଅଧିକ ମାରାତ୍ମକ

ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ଏକ ନୂଆ ରେକର୍ଡ଼ କରୁଛି। ଅକ୍ସିଜେନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହାରି ଭିତରେ ଭାରତରେ କରୋନା ଭାଇରସର ଆଉ ଏକ ନୂଆ ଭ୍ୟାରିୟାଣ୍ଟ ଚିହ୍ନଟ ହୋଇଛି। ଯାହାର ନାଁ ହେଉଛି AP ଷ୍ଟ୍ରେନ୍। ଏହା ଆନ୍ଧ୍ରପ୍ରଦେଶରେ ଚିହ୍ନଟ ହୋଇଛି। ବୈ଼ଜ୍ଞାନିକ ବା ମେଡିକାଲ୍ ଭାଷାରେ ଏହାକୁ N440K ଭ୍ୟାରିୟାଣ୍ଟ କୁହାଯାଉଛି। ଏହାକୁ ସେଣ୍ଟର ଫର୍ ସେଲ୍ୟୁଲର ଆଣ୍ଡ ମଲିକ୍ୟୁଲର ବାୟୋଲୋଜିର ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।

କୁହାଯାଉଛି ଯେ ଏହି ଭ୍ୟାରିୟାଣ୍ଟ ବର୍ତ୍ତମାନର ଭ୍ୟାରିୟାଣ୍ଟଠୁ ୧୫ ଗୁଣା ଅଧିକ ମାରାତ୍ମକ। ଏହି ଭ୍ୟାରିୟାଣ୍ଟ ସଂକ୍ରମଣ ହେଲେ ରୋଗୀ ୩ ରୁ ୪ ଦିନ ମଧ୍ୟରେ ଅସୁସ୍ଥ ହୋଇପଡ଼ୁଛନ୍ତି। ଏହି ଭ୍ୟାରିୟାଣ୍ଟ B1.617 ଓ B1.618 ଭ୍ୟାରିୟାଣ୍ଟଠୁ ବି ଅଧିକ କ୍ଷତିକାରକ। ଏହି ଏପି ଷ୍ଟ୍ରେନ୍ ବହୁତ ଶୀଘ୍ର ବିସ୍ତାର ହେଉଛି ଏବଂ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ।  ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ୩ ରୁ ୪ ଦିନ ମଧ୍ୟରେ ବହୁତ ଗମ୍ଭୀର ହୋଇଯାଉଛି ।

ବର୍ତ୍ତମାନ କୋରନା ଭାଇରସର ପ୍ରଭାବ ମହାରାଷ୍ଟ୍ରରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ଏଠି B.1.617 ଭ୍ୟାରିୟଣ୍ଟ ଅଧି୍କ ଦେଖିବାକୁ ମିଳୁଛି। ହେଲେ ଏବେ ଏଠାରେ ବି AP ଷ୍ଟ୍ରେନ୍ ବା N440K ଭ୍ୟାରିୟାଣ୍ଟ ଦେଖିବାକୁ ମିଳିଲାଣି। ବର୍ତ୍ତମାନ ମହାରାଷ୍ଟ୍ରର ଲୋକମାନେ ପାଖାପାଖି ୬ଟି ଷ୍ଟ୍ରେନରେ ପିଡ଼ୀତ ଅଛନ୍ତି। ଏହି ନୂଆ ଷ୍ଟ୍ରେନ୍ ଯୋଗୁ ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର, ୟୁପି, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକା ଓ କେରଳରେ କୋରନା ସଂକ୍ରମଣ ଅଧିକ ବଢ଼ିଯାଇଛି।

 

କୋଭିଡ୍ ଟିକା ନେଲେ ମିଳିବ ମାଗଣା ବିୟର୍

ୱାଶିଂଟନ୍: ବିଶ୍ୱ ମହାମାରୀ କରୋନା ସହ ଯୁଝୁଛି । କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଚାଲିଛି । ଆମେରିକା ତାର ପ୍ରତିଟି ନାଗରିକଙ୍କୁ ଟିକା ଦେବା ପାଇଁ ପ୍ରୟାସ କରୁଛି । ଏହାରି ଭିତରେ ଲୋକଙ୍କୁ ବିଶେଷକରି ଯୁବବର୍ଗଙ୍କୁ କୋଭିଡ୍ ଟିକା ନେବା ପାଇଁ ଆକୃଷ୍ଟ ପାଇଁ ଆମେରିକାର ନ୍ୟୁ ଜର୍ସି ରାଜ୍ୟର ରାଜ୍ୟପାଳ ଅଜବ ଘୋଷଣା କରିଛନ୍ତି ।

ଯେଉଁମାନେ ମେ’ ମାସରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବେ, ସରକାର ତାଙ୍କୁ ମାଗଣାରେ ବିୟର ଦେବେ ବୋଲି ଘୋଷଣା କରିଛନ୍ତି । ତେବେ, ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କେବଳ ଏହି ସୁବିଧା ମିଳିବ । ଚାହିଦାକୁ ରଖି ସରକାର ୧୩ ପ୍ରକାର ବିୟର୍ ଅଫର ଦେଇଛନ୍ତି । ମେରେ ପ୍ରଥମ ଡୋଜ୍ ଟିକା ନେବା ପରେ ଯୁବକ ନିଇ ମନ ପସନ୍ଦ କମ୍ପାନୀର ବିୟର ବାଛି ପାରିବେ ।

ଏଯାବତ୍ ଆମେରିକା ଜନସଂଖ୍ୟାର ୨୯ ପ୍ରତିଶତ ଟିକା ନେଇ ସାରିଛନ୍ତି । ଆଉ ଅନେକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ୫ ଜଣରୁ ଜଣେ ଆମେରିକୀୟ ଟିକା ନେବାକୁ ମନା କରୁଛନ୍ତି । ଏସବୁକୁ ଦେଖି ସରକାର ଟିକା ନେଲେ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ ପାଇଁ ବିୟର୍ ଦେବେ ବୋଲି କହିଛନ୍ତି ।

ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଆନ୍ତର୍ଜାତୀୟ ପୁରସ୍କାର ଓ ପ୍ରତିଷ୍ଠା ହେବ ଲାଇବ୍ରେରୀ

ଭୁବନେଶ୍ୱର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କୁ ସମ୍ମାନ । ତାଙ୍କ ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ । ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

 An international Award Will Be Given In Memory Of Manoj Das

ଯୁବପିଢ଼ିଙ୍କ ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ । ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମ ସ୍ଥାନ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ଗାଁରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ । ତାହାକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ । ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା  ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ । ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ ।

 An international Award Will Be Given In Memory Of Manoj Das

ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ ।

ସୂଚନାଯୋଗ୍ୟ ଯେ ସ୍ବର୍ଗତ ମନୋଜ ଦାସଙ୍କର ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରର ସଦସ୍ୟ ମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତି ରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।

ଭିଡ଼ ପାଇଁ ୟୁନିଟ୍-୧ ପରିବା ହାଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ହାଟରେ ଅସମ୍ଭାଳ ଭିଡ଼ । ବୁଧବାର ଆସନ୍ତାକାଲି ଠାରୁ ଲକଡାଉନ୍ ଲାଗୁ ହେଉଥିବା ବେଳେ ଆଜି ଦିନ ତମାମ୍ ୟୁନିଟ୍-୧ ହାଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ହାଟକୁ ସିଲ୍ କରି ଦେଇଛି । ପୋଲିସ ଉପସ୍ଥିତିରେ ବିଏମସି ଏକ ନମ୍ବର ହାଟକୁ ସିଲ୍ କରିବା ସହ ବ୍ୟବସାୟୀଙ୍କ ଠାରୁ ଫାଇନ୍ ଆଦାୟ କରିଛି । ପ୍ରବଳ ଭିଡ଼ ଯୋଗୁଁ ହାଟରେ ସାମାଜିକ ଦୂରତା ରହୁନଥିଲା ।

BMC Sealed Unit-1 Market For Flouting Covid Guidelines

ଲକଡାଉନ୍ ପାଇଁ ହାଟରେ ସକାଳ ଠାରୁ ଭିଡ଼ ଲାଗି ରହିଥିଲା । ଲକଡାଉନ୍ ପାଇଁ ଲୋକେ ଆବଶ୍ୟକତା ଠାରୁ ଅଧିକ ପନିପରିବା କିଣି ନେଉଥିଲେ । ଫଳରେ ବ୍ୟବସାୟୀ ପନିପରିବାର ଦରଦାମ ମଧ୍ୟ ବୃଦ୍ଧି କରିଥିଲେ । ହାଟରେ କୌଣସି ପରିବା ୩୦ ତଳେ ନଥିଲା ।

 BMC Sealed Unit-1 Market For Flouting Covid Guidelines

ହାଟରେ ଭିଡ଼ ନ କରିବା ଲାଗି ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଲୋକ ଶୁଣି ନଥିଲେ । ଭିଡ଼ କରିବାରୁ ବିଏମସି ୟୁନିଟ୍ ୧ ପରିବା ହାଟକୁ ସିଲ୍ କରି ଦେଇଛି । ଲକଡାଉନ୍ ସମୟରେ ପାଦରେ ଚାଲି ଚାଲି ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ପନିପରିବା କିଣିବାକୁ ଅନୁମତି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ- ଭିଡ଼ ବଢ଼ାଇଲା ଦର, ୩୦ ତଳେ ନାହିଁ କୌଣସି ପନିପରିବା

ପଲସରରେ ଆସି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷେରୁ ଅଧିକ ଟଙ୍କା

ବାଲିପାଟଣା: ରାଜଧାନୀ ଉପକଣ୍ଠରେ ଲୁଟତରାଜ୍ । ବନ୍ଧୁକ ମୁନରେ ଲୁଟିନେଲେ ୧ ଲକ୍ଷ ୧୫ ହଜାର ଟଙ୍କା । ଚନାହାଟ ଟିଂକିପଡ଼ା ରୋଡରୁ ଫାଇନନାସ୍ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ବନମାଳିପୁର ଭାକରସାହିର ରାକେଶ ବିଶ୍ବାଳ ଟଙ୍କା ଆଦାୟ କରି ବାଇକ୍ ଯୋଗେ ଫେରୁଥିଲେ ।

 Miscreants Looted More Than 1 Lakh in Gun Point

ସେହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ନୀଳ ରଙ୍ଗର ପଲସରରେ ଆସି ରାକେଶଙ୍କ ବାଇକକୁ ଅଟକାଇଥିଲେ । ଗାଡ଼ି ରଖି ୨ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ଫଳରେ ରାକେଶ ଟଙ୍କା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତକୁ ଦେଇ ଦେଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ଛାନଭିନ୍ ଜାରି ରଖିଛି ।

ନିଜ ମୃତ୍ୟୁର ଗୁଜବ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମିନାକ୍ଷୀ: ଆମେରିକାରୁ ପଠାଇଲେ ଫଟୋ

ମୁମ୍ବାଇ: ୮୦-୯୦ ଦଶକର ଜଣାଶୁଣା ଓ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀଙ୍କ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ଗୁଜବ ସୃଷ୍ଟି ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ନାନା ଖବର ସାମ୍ନାକୁ ଆସିଥିଲା । କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଥିଲା ।

କିନ୍ତୁ ଏହି ଗୁଜବର ସତ ସାମ୍ନାକୁ ଆସିଛି । ନିଜ ସହ ଜଡିତ ଏହିଭଳି ନକାରାତ୍ମକ ଖବର ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀ । ସୋସିଆଲ ମିଡ଼ିଆ ଜରିଆରେ ସେ ନିଜେ ଖବରର ସତ୍ୟତା ଜଣାଇଛନ୍ତି । ଆମେରିକାର ଡଲାସ ସହରରେ ନିଜ ସ୍ୱାମୀ ଓ ଦୁଇ ଶିଶୁଙ୍କ ସହ ରହୁଥିବା ମିନାକ୍ଷୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସୟୋର କରିଛନ୍ତି । ଫଟୋ ସୟୋର କରି ସେ ଲଖେିଛନ୍ତି, ‘ଡାନ୍ସ ପୋଜ’।  ଏହି ପୋଷ୍ଟ ଜରିଆରେ ସେ ନିଜର ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି । ଅବଶ୍ୟ ଏହା ଉପରେ ସନ୍ଦେହ ରହିଛି ଯେ, ଏହା ତାଙ୍କର ଅଫିସିଆଲ ଆଇଡି ଅଟେ କି ନହେଁ କାରଣ ଏଥିରେ କୌଣସି ବ୍ଲୁ ଟିକ୍ ନାହିଁ ।

ମାନାକ୍ଷୀ ଶିଷାଦ୍ରୀ ଅଭିନୟ ଛାଡ଼ିବାର ବହୁ ବର୍ଷ ବିତିଗଲାଣି । ଅଭିନେତ୍ରୀ ନିଜ ବୈବାହିକ ଜୀବନରେ ବ୍ୟସ୍ତ ଅଛନ୍ତି ଏବଂ ଦୀର୍ଘ ସମୟ ଧରି ଲାଇମ ଲାଇଟରୁ ଦୂରରେ ରହୁଛନ୍ତି । ଅଭିନେତ୍ରୀ ଜଣଙ୍କ ନିଜ ସ୍ୱାମୀ ଏବଂ ଦୁଇ ଶିଶୁଙ୍କ ସହ ଆମେରିକାରେ ରହୁଛନ୍ତି ।

୧୯୮୧ ମସିହାରେ ଆୟୋଜିତ ହୋଇଥିବା ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ମିନାକ୍ଷୀ । ସତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରେ ଫିଲ୍ମ ପେଣ୍ଟର ବାବୁ ଜରିଆରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ମିନାକ୍ଷୀ । ଫିଲ୍ମ ସୁପରହିଟ୍ ହୋଇଥିଲା । ୧୯୮୫ ମସିହାରେ ହରିଶ ମୈସୁର ନାମକ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ସହ ବିବାହ କରିଥିଲେ। ଏହାପରେ ସେ ସ୍ୱାମୀଙ୍କ ସହ ଆମେରିକା ଚାଲିଯାଇଥିଲେ। ତାପରେ ସେ ଦୁଇ ଶିଶୁର ମା’ ହୋଇଥିଲେ । ଡଲାସରେ ସେ ଏକ ଡାନ୍ସ ସ୍କୁଲ ମଧ୍ୟ ଚଳାନ୍ତି। ତାଙ୍କର ଶଷେ ଫିଲ୍ମ ଥିଲା ଘାତକ । ଏଥିରେ ସେ ସନ୍ନି ଦେଓଲଙ୍କ ସହ ଅଭିନୟ କରିଥିଲେ। ଫିଲ୍ମ ୧୯୯୬ରେ ରିଲିଜ ହୋଇଥିଲା।

ମିନାକ୍ଷୀ ପେଣ୍ଟର ବାବୁ, ଆୱାରା ବାପ, ଘର ହୋ ତୋ ଐସା, ଇନାମ ଦଶ ହଜାର, ଲଭର ବଏ, ଆଂଧୀ ତୁଫାନ, ସ୍ଵାତି, ମେରୀ ଜଙ୍ଗ, ଡକାଏତ୍, ଜୁର୍ମ, ଗଙ୍ଗା ଯମୁନା ସରସ୍ୱତୀ, ଘରାନା, ପରିବାର, ଘାୟଲ, ଦାମିନୀ ଭଳି ହଟ୍ ଫିଲ୍ମରେ କାମ କରିଛନ୍ତି।

ତୁମେ ଅନ୍ଧ ହୋଇପାର ଆମେ ଆଖି ବୁଜି ପାରିବୁନି, କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗୁଥିବାବେଳେ ରାଜଧାନୀ ଦିଲ୍ଲୀରେ ଅଏକ୍ସିଜେନର ମଧ୍ୟ ଅଭାବ ଲାଗି ରହିଛି।  ମଙ୍ଗଳବାର ପୁଣିଥରେ ଦୀଲ୍ଲି ହାଇକୋର୍ଟରେ ଏହି ମାମାଲାର ଶୁଣାଣି କରାଯାଇଛି । ମହାମାରୀ ବେଳେ ଅକ୍ସିଜେନର ଏଭଳି ସଂକଟକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି।

ହାଇକୋର୍ଟ କେନ୍ଦ୍ରକୁ ଦିଲ୍ଲୀକୁ ତୁରନ୍ତ ୭ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ନୋଟିସ କରିଛନ୍ତି। ହାଇକୋର୍ଟ କହିଛନ୍ତି, ‘ଅମ୍ଳଜାନ ଯୋଗାଣ ଉପରେ କୌଣସି ବାହାନା କିମ୍ବା ଯୁକ୍ତି ଆଉ ଶୁଣାଯିବ ନାହିଁ। ବର୍ତ୍ତମାନ ଆପଣଙ୍କୁ ତୁରନ୍ତ ଦିଲ୍ଲୀକୁ ୭ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ପଡ଼ିବ। ଏହି ଆଦେଶ ପାଳନ କରିବା ବ୍ୟତୀତ ଆପଣଙ୍କ ପାଖରେ ଅନ୍ୟ କୌଣସି ବାଟ ନାହିଁ।’

ପ୍ରତ୍ୟେକ ଦିନ ଦିଲ୍ଲୀରେ ଅମ୍ଳଜାନ ଅଭାବରେ ହଜାର ହଜାର ରୋଗୀଙ୍କ ମୃତ୍ୟୁ ହେଉଥିବାବେଳେ, କେଦ୍ର ସରକାର ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ମାମଲାରେ ତତ୍ପରତା କାହିଁକି ଦେଖାଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଅନ୍ଧ ହୋଇପାରନ୍ତି ହେଲେ ଆମେ ଆଖି ବୁଜିପାରିବୁ ନାହିଁ।

ମଙ୍ଗଳବାର ଦିଲ୍ଲୀ ସରକାର ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥାଇ ମଧ୍ୟ ତାହାକୁ ବିତରଣ କରାଯାଇ ପାରୁ ନଥିବା ହାଇକୋର୍ଟଙ୍କୁ କହିଥିଲେ। ଏହାକୁ ନେଇ ହାଇକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହାଇକୋର୍ଟ ଅକ୍ସିଜେନ ଯୋଗାଣ ପରିଚଳାନା ବିଫଳତାକୁ ନେଇ କେନ୍ଦ୍ରକୁ ଦାୟୀ କରିଛନ୍ତି। ଏବଂ କହିଛନ୍ତି ଯେ ଆଇଆଇଟି ଏବଂ ଆଇଆଇଏମ ସଂସ୍ଥା ଗୁଡ଼ିକ ଅକ୍ସିଜେନ ଯୋଗାଣରେ ବେଶ ଭଲ କାମ କରିପାରିବେ। ତେଣୁ ଅକ୍ସିଜେନ ଯୋଗାଣରେ ସେମାନଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ କୋଭିଡ୍‌ ମୁକାବିଲା ପାଇଁ ଦେଶର ସେନାକୁ ମୁତୟନ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି।

ଏହା ବ୍ୟତୀତ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଯଦି ଏହି ସମୟରେ ମହାରାଷ୍ଟ୍ରରେ ଅମ୍ଳଜାନର ଆବଶ୍ୟ କମ୍ ରହିଛି ବା ବ୍ୟବହାର କମ୍ ରହିଛି, ତେବେ କିଛି ଟ୍ୟାଙ୍କର୍ ଦିଲ୍ଲୀ ପଠାଯାଇପାରିବ।

ଅନ୍ୟପଟେ ହାଇକୋର୍ଟ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ରକ୍ତ ବ୍ୟାଙ୍କ ଭଳି ସମାନ ଅମ୍ଳଜାନ ସିଲିଣ୍ଡର ବ୍ୟାଙ୍କ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି, ଯେଉଁଠାରେ ଲୋକମାନେ ଅମ୍ଳଜାନ ସିଲିଣ୍ଡର ଜମା କରିପାରିବେ ଏବଂ ଯାହାର ଆବଶ୍ୟକ ଇବ ସେ ଏଠାରୁ ସିଲିଣ୍ଡର ନେଇପାରିବେ। ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଓ ଲୋକଙ୍କୁ ବୁଝାଇବାକୁ କହିଛନ୍ତି ଯେ ଯଦି ଅମ୍ଳଜାନ ସିଲିଣ୍ଡରର କୌଣସି ଆବଶ୍ୟକତା ନାହିଁ ତେବେ ଏହାକୁ ସିଲିଣ୍ଡର ବ୍ୟାଙ୍କରେ ଜମା କରିବା ଉଚିତ୍।

ଲସି ପିଇ ଶତାଧିକ ଅସୁସ୍ଥ, ଜଣଙ୍କ ମୃତ୍ୟୁ ଘଟଣାରେ ବାପାପୁଅ ସହ ୩ ଗିରଫ

କାଲିମେଳା: ବାପପୁଅ ବିକିଥିଲେ ବିଷାକ୍ତ ଲସି । ମାଛ ପେଡ଼ିର ବରଫ, ପଚି ଯାଇଥିବା କଦଳୀରେ ବହୁଦିନ ତଳର ପଚା ଦହି ମିଶାଇ ପ୍ରସ୍ତୁତ କରୁଥିଲେ ଲସି । ଆଉ ଗତ ଶୁକ୍ରବାର ସେହି ବିଷାକ୍ତ ଲସି ପିଇ ଶତାଧିକ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଶନିବାର ଜଣେ ନାବାଳିକା ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କୁର୍ତ୍ତୀ ସାପ୍ତାହିକ ହାଟରେ ବିଷାକ୍ତ ଲସି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

 Kalimela Poisoned Lassi Case, Three Arrested

ଲସି ବିକ୍ରି କରୁଥିବା ବାପପୁଅ ସହ ପୋଲିସ ଏମପିଭି ୭୦ ଗାଁର ଆଉ ଜଣଙ୍କୁ ଗିରଫ କରିଛି । ବାପପୁଅ ସୁକଦେବ ପୋଦ୍ଦାର ଓ ସାମଲ ପୋଦ୍ଦାର ସହ ତାରକ ମଣ୍ଡଳଙ୍କୁ ଏମଭି ୭୯ ଥାନା ପୋଲିସ ଗିରଫ କରିଛି । ଏମାନେ ଲସିରେ ସମସ୍ତ ପଚା ଜିନିଷ ସହ ମାଛ ପେଟିରେ ବ୍ୟବହୃତ ବରଫ ଏବଂ ଆନ୍ଧ୍ରର ଦହି ପ୍ୟାକେଟ୍ ମିଶାଇଥିଲେ । ପୋଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତଦନ୍ତ ଜାରି ରହିଛି ।

ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୬, ୧୬୪ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ଆରୋଗ୍ୟ ହାର୍ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬ ହଜାର ୧୬୪ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ୪ ଲକ୍ଷ ୧୦ ହଜାର ୨୨୭ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସଂକ୍ରମଣ ଭଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୧ ଜଣ, ଝାରସୁଗୁଡ଼ାରୁ ୫୫୭ ଜଣ, ନୂଆପଡ଼ାରୁ ୪୪୮ ଜଣ, କଟକରୁ ୩୪୨ ଜଣ, କଳାହାଣ୍ଡିରୁ ୩୨୦ ଜଣ, ବରଗଡ଼ରୁ ୨୯୮ ଜଣ, ସମ୍ବଲପୁରରୁ ୨୭୯ ଜଣ, ନବରଙ୍ଗପୁରରୁ ୨୨୯ ଜଣ, ଗଞ୍ଜାମରୁ ୨୧୬ ଜଣ, ଯାଜପୁରରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୮୦ ଜଣ, ପୁରୀରୁ ୧୪୩ ଜଣ, ଅନୁଗୁଳରୁ ୧୦୭ ଜଣ, ବାଲେଶ୍ୱରରୁ ୧୦୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ସେହିଭଳି ବଲାଙ୍ଗିରରୁ ୯୮ ଜଣ, କୋରାପୁଟରୁ ୯୨ ଜଣ, କେନ୍ଦୁଝରରୁ ୮୯ ଜଣ, ଜଗତସିଂହପୁରରୁ ୮୭ ଜଣ, ଭଦ୍ରକରୁ ୮୬ ଜଣ, ନୟାଗଡ଼ରୁ ୮୫ ଜଣ, ଗଜପତିରୁ ୭୮ ଜଣ, ରାୟଗଡ଼ାରୁ ୭୦ ଜଣ, ସୋନପୁରରୁ ୬୨ ଜଣ, ଦେବଗଡ଼ରୁ ୪୨ ଜଣ, କେନ୍ଦ୍ରାପଡ଼ାରୁ ୩୮ ଜଣ, କନ୍ଧମାଳରୁ ୩୭ ଜଣ, ମାଲକାନଗିରିରୁ ୧୬ ଜଣ, ବୌଦ୍ଧରୁ ୧୪ ଜଣ, ଢେଙ୍କାନାଳରୁ ୮ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୭୯ ଜଣ ସୁସ୍ଥ ହୋଇଛନ୍ତି ।