ୟୁଟ୍ୟୁବ ଦେଖି ତିଆରି କଲେ ବୋମା, ଥାନାରେ ପହଞ୍ଚି କହିଲେ ‘ଡିଫ୍ୟୁଜ୍ କର’

Youth Make An Bomb Watching Youtube And Reached Police Station For Defuse

ନାଗପୁର: ମହାରାଷ୍ଟ୍ର ନାଗପୁରର ନନ୍ଦନବନ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି । ଯେଉଁଠି ରାହୁଲ ପଗଡ଼େ ନାମକ ଜଣେ ଯୁବକ ହାତରେ ଏକ ବ୍ୟାଗ୍ ଧରି ଥାନାରେ ପହଞ୍ଚି ପୋଲିସକୁ କହିଥିଲେ ମୋ ହାତରେ ଥିବା ବ୍ୟାଗରେ ବୋମା ଅଛି । ବୋମାକୁ ଡିଫ୍ୟୁଜ୍ କରି ଦିଅନ୍ତୁ । ଏହା ଶୁଣି ପୋଲିସ ବି ଚକିତ ହୋଇ ଯାଇଥିଲା ।

ରାହୁଲ ପ୍ରଥମେ ବୋମା ଭର୍ତ୍ତି ବ୍ୟାଗଟିକୁ ବାଟର ପାଇଥିବା ପୋଲିସକୁ କହିଥିଲା । ପରେ ପୋଲିସର ସନ୍ଦେହ ହେବାରୁ ରାହୁଲ୍ ମାନିଥିଲା ସେ ୟୁଟ୍ୟୁବ ଦେଖି ବୋମା ତିଆରି କରିଛି । ତେବେ ଏହି ବୋମା ଦ୍ୱାରା ସେ କାହାର କ୍ଷତି କରିବାକୁ ଚାହୁଁନଥିବା କହିଥିଲା ।

ରାହୁଲ୍ ୟୁଟ୍ୟୁବ ଦେଖି ବୋମା ତ ପ୍ରସ୍ତୁତ କରି ଦେଇଥିଲା । କିନ୍ତୁ ତାହାକୁ ଡିଫ୍ୟୁଜ୍ କରିପାରି ନଥିଲା । ବୋମା ବ୍ୟାଗ୍ ନେଇ ସେ ଥାନାରେ ପହଞ୍ଚିବା ପରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମକୁ ଡାକି ବମ୍ ଡିଫ୍ୟୁଜ୍ କରିଥିଲା । ପୋଲିସ ରାହୁଲ୍ ବିରୋଧରେ ଆଇପିସି ଧାରା ୨୮୫, ୨୮୬ ସହ ଭାରତୀୟ ଅସ୍ତ୍ରଶସ୍ତ୍ର ନିୟମ ୭, ୨୫ (୧) (ଏ), ଆଇପିସି ଧାରା ୧୨୩ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଛି ।

Leave a Reply