spot_img
Home Blog Page 5598

ବିଧାୟକଙ୍କୁ ମହାନତା, ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ଅମର

ଭୁବନେଶ୍ୱର: କରୋନା ମହାମରୀରେ  କେବଳ ମଣିଷ ନୁହେଁ ପଶୁ, ପକ୍ଷୀ ସଭିଏଁ ପ୍ରଭାବିତ। ଲକଡାଉନ ରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି  । ମନ୍ଦିର ବନ୍ଦ ରହିବା ଫଳରେ ମନ୍ଦିର ପାଖରେ ଥିବା ପଶୁ ମାନେ ବେଶ ପ୍ରଭାବିତ ହୋଇଛନ୍ତି  ।  ଯାଜପୁର ଜିଲ୍ଲା ରେ ପ୍ରସିଦ୍ଧ ଚଣ୍ଡୀମନ୍ଦିର ଓ ମହାବିନାୟକ ମନ୍ଦିର ପରିସରରେ ଥିବା ମାଙ୍କଡ଼ ଗୁଡିକ ଭୋକ ଉପାସ ରେ ରହୁଛନ୍ତି  ।

ପର୍ଯ୍ୟଟକ ଆସୁ ନଥିବା ରୁ ମାଙ୍କଡ଼ ଙ୍କ ବେଶ ଦୟନୀୟ ହୋଇ ପଡ଼ିଥିବ ବେଳେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମନ୍ଦିର ପାଖରେ ପହଁଚି ମାଙ୍କଡ଼ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି  । ମଣିଷ ସମାଜ ସହ ଜୀବ ଜଗତ ଉଭୟ ପରସ୍ପର ସହ ଜଡିତ  । ତେଣୁ ଆମେ ବଂଚିବା ସହ ଜୀବ ଜନ୍ତୁ ଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ବିଧାୟକ ଆହ୍ୱାନ ଦେଇଛନ୍ତି । ବଡ଼ଚଣା ବିଧାୟକ ଙ୍କ ସହ ବହୁ ଜନ ପ୍ରତିନିଧି ପହଂଚି ମାଙ୍କଡ଼ ମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଛନ୍ତି।

ଜୁନ୍ ୧ ରୁ ବଦଳିବ ଏହିସବୁ ନିୟମ….

ନନ୍ଦିଘୋଷ ବ୍ୟୁରୋ:  ୧ରୁ ବଦଳିବ ଅନେକ ନିୟମ । ସାଧାରଣ ଲୋକଙ୍କର ଦୈାନନ୍ଦିନ ଜୀବନ ଚଳଣିରେ ପୁଣି ଦେଖାଯିବ କିଛି ପରିବର୍ତନ । ତେବେ ନିୟମ ବଦଳିବା ତାଲିକାରେ ରହିଛି-ବ୍ୟାଙ୍କିଙ୍ଗ,ଇନକମ୍ ଟ୍ୟାକ୍ସ,ଗ୍ୟାସ ସିଲିଣ୍ଡର ଆଦି ଭଳି ଜରୁରୀ ଜିନିଷ । ଜୁନ୍ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକ୍ ପେମେଣ୍ଟ କରିବାର ପ୍ରକ୍ରିୟା ବଦଳିବାର ବ୍ୟବସ୍ଥା ରହିଛି । ସରକାରୀ ତୈଳ କଂମ୍ପାନୀ ପ୍ରତିମାସ ଏଲପିଜି ଗ୍ୟାସ ସିଲିଣ୍ଡରର ଦରଦାମ ବୃଦ୍ଦିକୁ ଅପଡେଟ୍ କରନ୍ତି । ତେଣୁକରି ସେଥିରେ ବି ପରିବର୍ତନ ହୋଇପାରେ । ଏହିସବୁ ସାଧାରଣ ଲୋକଙ୍କର ଦୈନନ୍ଦିନ ଜୀବନରେ ଚାଲିଥିବା କାର୍ଯ୍ୟ । ଏଥିରେ ପରିବର୍ତନ ହେଲେ ନିଶ୍ଚିତ ରୂପେ ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଚାଲନ୍ତୁ ନଜର ପକାଇବ କଣ କଣ ବଦଳିବ ଜୁନ୍ ୧ ତାରିଖରୁ ।

ଲାଗୁହେବ ନୂତନ ସୁଧହାର

ଏହି ମାସରେ ପିପିଏଫ୍‌,ଏନଏସସି,କେଭିପି ଏବଂ ସୁକନ୍ୟା ସମୃଧୀ ପରି କ୍ଷୁଦ୍ର ସଂଚୟ ଯୋଜନାର ସୁଧ ହାରରେ ପରିବର୍ତନ କରାଯିବ । କ୍ଷୁଦ୍ର ସଂଚୟ ଯୋଜନାରେ ପ୍ରତି ୩ମାସରେ ସରକାର ନୂତନ ସୁଧହାର ପ୍ରୟୋଗ କରନ୍ତି । ତେବେ ୩୧ ମାର୍ଚ୍ଚ ୨୦୨୦-୨୧ ଆର୍ଥିକ ବର୍ଷରେ ପୁରୁଣା ସୁଧହାର ରହିଥିଲା । କିନ୍ତୁ ଏହି ଜୁନରେ ପୁଣିଥରେ ନୂତନ ସୁଧହାର ଲାଗୁକରାଯିବ ।

ଚେକ୍ ପେମେଣ୍ଟରେ ହେବ ପରିବର୍ତ୍ତନ

ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ପାଇଁ ଜୁନ୍ ୧ ରୁ ଚେକ୍ ପେମେଣ୍ଟର ପ୍ରକ୍ରିୟାରେ ପରିବର୍ତନ କରିବେ । ଠକେଇର ଶିକାର ହେବା ଭଳି ଅସୁବିଧାକୁ ଏଡାଇବା ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ “ପଜିଟିଭ୍ ପେ କନଫରମେଶନ” ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଅଧିକାରୀଙ୍କ ଅନୁସାରେ ଗ୍ରାହକଙ୍କୁ ଯଦି ୨ଲକ୍ଷ କିମ୍ବା ତା ଠୁ ଅଧିକ ଟଙ୍କାର ଚେକ୍ କାମ କରିବାକୁ ପଡେ ତେବେ “ପଜିଟିଭ୍ ପେ ସିଷ୍ଟମ” ଅନ୍ତର୍ଗତ ଚେକ୍‌ରେ ସବୁ ତଥ୍ୟ ନିଶ୍ଚିତ କରିବାକୁ ହେବ ।

ଏଲପିଜି ସିଲିଣ୍ଡରର ବଢିପାରେ ଦରଦାମ୍‌

୧ଜୁନରୁ ଏଲପିଜି ସିଲିଣ୍ଡରର ଦରଦାମରେ ପରିବର୍ତନ ହୋଇପାରେ । କାହିଁକି ନା ଅନେକ ସମୟରେ ମାସରେ ତୈଳ କଂମ୍ପାନୀ ଦ୍ୱାରା ମାସକୁ ୨ଥର ମଧ୍ୟ ଦରଦାମ ପରିବର୍ତନ ହୋଇଛି । ତେଣୁକରି ଅନୁମାନ କରାଯାଉଛି ଯେ ଜୁନ୍ ୧ରୁ ଗ୍ୟାସ ସିଲିଣ୍ଡରର ଦରଦାମରେ ବି ପରିବର୍ତନ ହେବ । ବର୍ତମାନ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ହୁଏତ ନୂତନ ମୂଲ୍ୟ ଧାର୍ଯ୍ୟ ହୋଇପାରେ କିମ୍ବା ସେହି ସମାନ ମୂଲ୍ୟ ରହିପାରେ ।

ବଦଳିବ ଆଇଏଫ୍‌ଏସସି କୋଡ୍‌

କାନାରା ବ୍ୟାଙ୍କ ୱେବସାଇଟର ସୂଚନା ଅନୁସାରେ ଜୁଲାଇ ୧ରୁ ବ୍ୟାଙ୍କର ଆଇଏଫ୍‌ଏସସି କୋଡରେ ପରିବର୍ତନ କରିବ । ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ୩୦ଜୁନ୍ ସୁଦ୍ଦା ନୂତନ ଆଇଏଫ୍‌ଏସସି କୋଡ୍ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ତେଣୁକରି ନୂଆ ଆଇଏଫ୍‌ଏସସି କୋଡ୍ ଜାଣିବା ପାଇଁ କାନାରା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟକୁ ଯାଇ ସୂଚନା ପାଇପାରିବେ । ଆଉ ଜାଣିରଖନ୍ତୁ ସିଣ୍ଡିକେଟ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ବର୍ତମାନ ମିଶ୍ରିତ ହୋଇରହିଛି ।

ବଦଳିବ ଆୟକର ବିଭାଗର ପୋର୍ଟାଲ

ଆୟକର ବିଭାଗର ଇ-ଫାଇଲ୍ ପୋର୍ଟାଲ ଜୁନ୍ ୧ ରୁ ୬ ପର୍ଯ୍ୟନ୍ତ କାମ କରିବ ନାହିଁ । କାହିଁକି ନା ଜୁନ୍ ୭ତାରିଖରୁ ଆୟକର ବିଭାଗ ଟିକସଦାତାମାନଙ୍କ ପାଇଁ ଏକ ନୂତନ ଆୟକର ଇ-ଫାଇଲ୍ ପୋର୍ଟାଲ ଲଂଚ କରିବେ । ଆୟକର ନିର୍ଦ୍ଦେଶାଳୟ ଅନୁଯାୟୀ,ଆଇଟିଆର ପୂରଣ କରିବାର ଅଫିସିଆଲ ୱେବସାଇଟ ୭ ଜୁନ୍‌ରୁ ବଦଳି  http://INCOMETAX.GOV.IN ହେବ । ବର୍ତମାନ ଏହା http://incometaxindiaefiling.gov.in ରହିଛି ।
ତେବେ ଏହିସବୁ କ୍ଷେତ୍ରରେ ଜୁନ୍ ୧ ତାରିଖରୁ କିଛି ନୂଆ ନିୟମ ଲାଗୁକରାଯିବ ।

‘କୋଭିଡ୍ ସମ୍ବନ୍ଧୀୟ ମେଡିକାଲ ଉପକରଣ ଉପରେ ଛାଡ଼ କରାଯାଉ GST’

ନୂଆଦିଲ୍ଲୀ: ଟିକା ଓ କୋଭିଡ୍ ସମ୍ବନ୍ଧୀୟ ମେଡିକାଲ ଉପକରଣ ଉପରେ ଜିଏସଟି ଛାଡ଼ କରାଯାଉ । ଏହାସହ କୋଭିଡ ମହାମାରୀ ଯୋଗୁ ଯେଉଁ କ୍ଷତି ହୋଇଛି, ତାର ଭରଣା ନେଇ କିଛି ନିଷ୍ପତ୍ତି ନିଆଯାଉ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିବା ୪୩ତମ ଜିଏସଟି ପରିଷଦ ବୈଠକରେ ଏଭଳି ଦାବି କରିଛି ଓଡ଼ିଶା । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ମହାମାରୀ ସମୟରେ ଅକ୍ସିଜେନ, ଭେଣ୍ଟିଲେଟର, ଟିକା ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉପରେ ଜିଏସ୍‌ଟି ଛାଡ କରିବା ପାଇଁ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି । ଗତ 6 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଟିକା ଉପରେ ଜିଏସଟି ହଟାଇବା ନିଷ୍ପତ୍ତି ଯଦି ନିଅନ୍ତି ତେବେ ଟିକା କମ୍ପାନୀମାନେ ଟିକାର ମୂଲ୍ୟ ବଢାଇଦେବାର ଆଶଙ୍କା ଅଛି । ଏପରି ସ୍ଥିତିରେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ସ୍ଥିତିକୁ ଆୟତ୍ତ କରିପାରିବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

କୋଭିଡରେ ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଦେହାନ୍ତ

ଅନୁଗୋଳ: କରୋନା ନେଲା ଆଉଜଣେ ସାମ୍ବାଦିକଙ୍କ ଜୀବନ । ଜୀ ଓଡିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ଆଜି ପରଲୋକ ଘଟିଛି । ପଜିଟିଭ୍ ଚିହ୍ନଟ ପରେ ସେ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସପିଟାଲରେ ଗତ ବୁଧବାର ଦିନ ଭର୍ତ୍ତି ହୋଇଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା । ଏ ପର୍ଯ୍ୟନ୍ତ କରୋନା ନେଲାଣି ୩୭ ଜଣ ସାମ୍ବାଦିକଙ୍କ ଜୀବନ । ଚଳିତ ବର୍ଷ ୩୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ବର୍ଷ ମହାମାରୀରେ ୪ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ ।

ନବୀନଙ୍କ ନିଷ୍ପତି: ୟୁଜର କହିଲେ ରାଜ୍ୟ ପାଇଁ ନବୀନ ଭରସା

ଭୁବନେଶ୍ୱର: ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର ହୁଏନି ବଂର ସବୁଠି ପ୍ରଶଂସା ସାଉଁଟେ । ଆଉ ଯେଉଁଥିପାଇଁ ତାଙ୍କୁ କୁହାଯାଏ ରାଷ୍ଟ୍ର ନାୟକ ନବୀନ ।

ଏମିତି କିଛି ହ୍ୟାଜଟାଗ ଆଜି ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ #Naveen4OdishaAlways ବୋଲି ଉଲ୍ଲେଖ ରହିଛି । ବାତ୍ୟା ହେଉ କିମ୍ବା ବନ୍ୟା । ଉତ୍ତମ ପରିଚାଳନା କରି ଧନଜୀବନକୁ ପ୍ରାଧାନ୍ୟ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବୋଲି ସମ୍ବୋଧନ କରିଛନ୍ତି । ନବୀନ ସର୍ବଦା ଓଡିଶା ପାଇଁ, ଓଡିଶାର ସ୍ବାର୍ଥ ପାଇଁ ସର୍ବଦା ତାଙ୍କ କାର୍ଯ୍ୟ ବୋଲି ଟ୍ବିଟରେ ଲେଖିଛନ୍ତି ୟୁଜର ।

https://twitter.com/ShivaSingh122/status/1398185157723521032

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରିଥିବାବେଳେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । କିନ୍ତୁ କୌଣସି ସହୟତା ରାଶି ଦାବି କରିନଥିଲେ । ଦେଶରେ ବର୍ତ୍ତମାନ COVID19 ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

ଏବଂ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।

https://twitter.com/anjalipanigrhi/status/1398205801714503682

ସେପଟେ ବାତ୍ୟା ୟାସରେ ସର୍ବାଧିକ କ୍ଷତି ଓଡିଶାରେ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଅନ୍ୟପଟେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଥିବା ସ୍ୱତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିଳମ୍ବରେ ଆସିଥିଲେ । ଏହାସହ ଅଧିକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଓଡି଼ଶା ସରକାରଙ୍କ ଏହି ନିଷ୍ପତିକୁ ଟ୍ବିଟରରେ ପ୍ରଶଂସା କରାଯାଇଥିବାବେଳେ ନବୀନ ସର୍ବଦା ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ ।

ଗୁଗୁଲ ଓ ଜିଓର ସହଭାଗିତାରେ ଖୁବ ଶୀଘ୍ର ବଜାରକୁ ଆସିବ ଏହି ଶସ୍ତା ସ୍ମାର୍ଟ ଫୋନ୍ !

ଗୁଗୁଲ ଏବେ ଜିଓ ସହଭାଗିତାରେ ସୁଲଭ ଦରରେ  ସ୍ମାର୍ଟଫୋନ୍ ଆଣିବା ଉପରେ କାର୍ଯ୍ୟ କରୁଛି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏ ବିଷୟରେ ସୂଚନା ଦେଇଛନ୍ତି । ସୁନ୍ଦର ପିଚାଇ କହିଛନ୍ତି ଯେ, ସେ ସୁଲଭ ଦରରେ ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜିଓ ସହିତ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି । ସୂଚନା ଅନୁଯାୟୀ, ସିଲେକ୍ଟ ଏସିଆ ପେସିଫିକ୍ ରିପୋର୍ଟର୍ସଙ୍କ ସହ ଏକ ଭର୍ଚୁଆଲ୍ କନଫରେନ୍ସରେ ସୁନ୍ଦର ପିଚାଇ କହିଛନ୍ତି ଯେ, ଏକ ସୁଲଭ ସ୍ମାର୍ଟ ଫୋନ୍ ତିଆରି ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ । ଆମେ ଏହି ପ୍ରୋଜେକ୍ଟରେ ଅଛୁ ଏବଂ ଏଥିପାଇଁ ଜିଓ ସହିତ କାମ କରୁଛୁ ।

ଯଦିଓ ସେ ଫୋନ ଲଞ୍ଚ ହେବାର ତାରିଖ କିମ୍ବାର ଏହାର ମୂଲ୍ୟ ଉପରେ କିଛି ବି ବିବରଣୀ ଦେଇ ନାହାଁନ୍ତି। ଗୁଗୁଲ ଗତ ବର୍ଷ ଜିଓ ପ୍ଲାଟଫର୍ମରେ ୭.୭ ପ୍ରତିଶତ ଅଂଶଧନ ୩୩,୭୩୭ କୋଟି ଟଙ୍କାରେ ନେଇଥିଲା । ଏହା ବ୍ୟତୀତ ଜିଓ ପ୍ଲାଟଫର୍ମ ସହିତ ଏହାର ବ୍ୟବସାୟୀକ ଚୁକ୍ତି ମଧ୍ୟ ହୋଇଥିଲା । ଏବଂ ଏଥିରେ ଫୋନଟିର ଏଣ୍ଟ୍ରି ସ୍ତରର ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ୍ ତିଆରି କରିବାକୁ ମଧ୍ୟ କୁହାଯାଇଥିଲା ।

ଜିଓ ପ୍ଲାଟଫର୍ମରେ ଗୁଗୁଲର ବିନିଯୋଗ ‘ଗୁଗୁଲ୍ ଫର୍ ଇଣ୍ଡିଆ ଡିଜିଟାଇଜେସନ୍ ଫଣ୍ଡ୍’ର ଏକ ଅଂଶ ଥିଲା । ଗତ ବର୍ଷ କମ୍ପାନୀ ଏହା ଘୋଷଣା କରିଥିଲା । ପିଚାଇ ୭୫ହଜାର କୋଟି ଟଙ୍କାକୁ ଗତ ବର୍ଷ ଭାରତରେ ବିନିଯୋଗ କରିବାର ଯୋଜନା ବିଷୟରେ କହିଥିଲେ। ଯାହା ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶକୁ ଡିଜିଟାଲ ଟେକ୍ନୋଲୋଜି ଦେବାରେ ସାହାଯ୍ୟ କରିବ ।

ପିଚାଇ ଏହା ମଧ୍ୟ କହିଛନ୍ତି ଯେ, ଏହି ଫଣ୍ଡ ଦ୍ୱାରା ସେ ନୂତନ ପୁଞ୍ଜି ବିନିଯୋଗ କରିବାର ସୁଯୋଗ ଖୋଜୁଛନ୍ତି । ଏହି ପ୍ରୋଜେକ୍ଟ ଉପରେ COVID-19 କାରଣରୁ ପଡ଼ିଥିବା ପ୍ରଭାବ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ କରୋନା ଲୋକଙ୍କ ଜୀବନରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣତାକୁ ଦେଖାଇଦେଇଛି ।

ଗୁଗୁଲ୍ ମିଟ୍ ହେଉ କିମ୍ବା ନେଟୱାର୍କ ମାଧ୍ୟମରେ କାର୍ଯ୍ୟକରିବାର କ୍ଷମତା ହେଉ, ସବୁଥିରେ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରେ ଅତି ସହଜରେ କାମ କରିବାର ସୁଯୋଗ ପାଇଛନ୍ତି ଉପଭୋକ୍ତା । ଏହା ମଧ୍ୟ ଆମର ପ୍ରୟାସକୁ ଦର୍ଶାଉଛି ବୋଲି ପିଚାଇ କହିଛନ୍ତି।

ଆଉ ଆସୁନି ୨ ହଜାର ଟଙ୍କିଆ ନୋଟ, ଛପା ବନ୍ଦ କଲାଣି ଆରବିଆଇ !

ନୂଆଦିଲ୍ଲୀ: ଆଉ ଏଟିଏମରୁ ବାହାରୁନି ୨ ହଜାର ଟଙ୍କିଆ ନୋଟ । କାରଣ ଆରବିଆଇ ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିଦେଇଛନ୍ତି । ନଭେମ୍ବର ୨୦୧୬ରେ ସରକାର ବିମୁଦ୍ରୀକରଣ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ମୁତାବକ ୫ ଶହ ଏବଂ ହଜାରେ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରାଯାଇଥିଲା । ହଠାତ ଗଛିତ ଥିବା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ ଅଚଳ ହୋଇପଡିଥିଲା । ଏବଂ ଏହା ବଦଳରେ ପ୍ରଚଳିତ ହୋଇଥିଲା ୨ ହଜାର ଟଙ୍କିଆ ନୋଟ ।

କିନ୍ତୁ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟରେ ୨ ହଜାର ଟଙ୍କିଆ ବାବଦରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ଏବେ ନୂଆ ୨ହଜାର ଟଙ୍କା ଛପା ବନ୍ଦ କରିଦେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ସଫା ସଫା କହିଦେଇଛି । ତେଣୁ ବ୍ୟାଙ୍କ ଗୁଡ଼ିକରେ ବର୍ତ୍ତମାନ ଏବେ ଆଉ ୨ ହଜାର ଟଙ୍କିଆ ନୋଟ ପ୍ରଚଳିତ ହେଉନାହିଁ । ସୂଚନା ମୁତାବକ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକରୁ ଲିଖିତ ଜବାବ ମାଧ୍ୟମରେ ଜଣାଇଥିଲେ ଯେ, ୨୦୧୮ରେ ୨୦୦୦ ଟଙ୍କିଆ ୩୩୬.୨ କୋଟି ନୋଟ୍‌ ସର୍କୁଲେସନ୍‌ ହୋଇଥିଲା। କିନ୍ତୁ ୨୬ ଫେବୃଆରୀ ୨୦୨୧ ବେଳକୁ ଏହି ସଂଖ୍ୟା ୨୪୯.୯ କୋଟିରେ ପହଞ୍ଚିଥିଲା।

ଏହା ସହ ଅନୁରାଗ ଠାକୁର କହିଥିଲେ, ‘କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ଲେଣ ଦେଣ ଚାହିଦା ପୂରଣ ହୋଇପାରିବ ତାହା ଆରବିଆଇ ଧାର୍ଯ୍ୟ କରେ। ତେଣୁ ୨୦୧୯ ମସିହା ଠାରୁ ୨୦୦୦ ହଜାର ଟଙ୍କିଆ ନୋଟ ଛପା ହେଉନାହିଁ କିମ୍ବା ଛପାଇବା ପାଇଁ ଆରବିଆଇକୁ ଅର୍ଡର ଦିଆହୋଇନାହିଁ ବୋଲି ପ୍ରକାଶ କରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

୩୦ ମିନିଟ ବସି ରହିଲେ ମୋଦି, ବିଳମ୍ବରେ ଆସିଲେ କାଗଜ ଦେଇ ଚାଲିଗଲେ ଦିଦି

କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କଲେ । ମିଟିଂ ଶେଷ ଆଡକୁ ଆସିଲେ ଆଉ କିଛି କାଗଜଡପତ୍ର ଦେଇ ଚାଲିଗଲେ । ଆପଣ ଭାବୁଥିବେ ଚାଲିଯିବା ବ୍ୟକ୍ତି ଜଣଙ୍କ କିଏ ? ପୁଣି କିଏ ସେ ବ୍ୟକ୍ତି ଯାହାଙ୍କ ପାଇଁ ପ୍ରଧାନମନ୍ତ୍ରୀ ୩୦ ମିନିଟ ଅପେକ୍ଷା କଲେ । ହଁ, ସେ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସରେ ପ୍ରଭାବିତ ହୋଇଥିବା ଓଡ଼ିଶା ଏବଂ ପଶ୍ଚିମବଙ୍ଗର କ୍ଷୟକ୍ଷତି ସମୀକ୍ଷା କରିବାକୁ ଆସିଥିଲେ ପ୍ରଧାନମନ୍ତ୍ରୀ । ସକାଳେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିଥିଲେ । ଏବଂ ପରେ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଥିଲେ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଥିଲେ । ଏକ ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ କରିବେ ବୋଲି ଏକଥା ମଧ୍ୟ ଜାଣିଥିଲେ ମୁଖ୍ୟମନ୍ତ୍ରୀ ମମତା । ତଥାପି ବିଳମ୍ବରେ ଆସିଥିଲେ । ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟପାଳ ଜଗଦୀପ ଧନକଡ ପ୍ରାୟ ୩୦ ମିନିଟ ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ । ଏବଂ ଅଧଘଣ୍ଟା ପରେ ଆସିଥିଲେ ଦିଦି । ବୈଠକ ଗୃହରେ ପ୍ରବେଶ କରିବା ମାତ୍ରେ କ୍ଷୟକ୍ଷତି ସମ୍ପର୍କୀତ କିଛି ତଥ୍ୟ ଦେଇ ଅନ୍ୟଏକ ବୈଠକ ଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଚାଲିଯାଇଥିଲେ ମମତା ।

ସେପଟେ ବୈଠକରେ ପଶ୍ଚିମବଙ୍ଗ ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ବୈଠକରେ ମଧ୍ୟ ଯୋଗଦେଇଥିଲେ ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ  । ରାଜ୍ୟପାଳ ଜଗଦୀପ ଧନକଡ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ ମନ୍ତ୍ରୀ ଏବଂ ପଦାଧିକାରୀ ଯୋଗଦେଇଥିଲେ  । ଖବର ମୁତାବକ ବୈଠକରେ ଶୁଭେନ୍ଦୁ ଅଧିକାରୀ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାରାଜ ଥିଲେ  । ଯେଉଁଥିପାଇଁ ଅଧଘଣ୍ଟା ବିଳମ୍ବରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀ ବୈଠକ ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି  ।  ଯେଉଁଥିରେ ଓଡିଶାକୁ ଅତିରିକ୍ତ ସହାୟତା ରାଶି ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ୫୦୦ କୋଟି ଘୋଷଣା ହୋଇଛି  ।

ଲାକ୍ଷାଦ୍ୱୀପରେ ବିଜେପିକୁ ଝଟକା, ଇସ୍ତଫା ଦେଲେ ବିଜେପି ଯୁବ ମୋର୍ଚ୍ଚାର ୮ ସଦସ୍ୟ

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପରେ ବିଜେପିକୁ ଶକ୍ତ ଝଟକା । ଇସ୍ତଫା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର ୮ ଜଣ ସଦସ୍ୟ । କଂଗ୍ରେସ ନେତା ଶଶି ଥରୁର ଏକ ଚିଠି ସେୟାର କରିବା ପରେ ଏ ସମ୍ପର୍କରେ ଜଣାପଡିଛି । ଗତ କିଛିଦିନ ହେବ ଲାକ୍ଷାଦ୍ବୀପ ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଏହି ଆଇନକୁ ସେଠାକାର ବାସିନ୍ଦା ଓ ରାଜନେତା ବିରୋଧ କରୁଥିବା ବେଳେ କେରଳରେ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯାଉଛି ।

ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲ ତାଙ୍କ କାର୍ଯ୍ୟକାଳର ପ୍ରଥମ ପାଞ୍ଚ ମାସରେ ଏମିତି କିଛି ବିବାଦୀୟ ଆଇନ ଲାଗୁ କରିଛନ୍ତି । ଆଉ କିଛି ଡ୍ରାଫ୍ଟ ଆକାରରେ ରହିଛି, ଯାହାକୁ ବିରୋଧ କରି ସୋସିଆଲ ମିଡିଆରେ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି । ପ୍ରଫୁଲ୍ଲ ଖେଡା ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋହତ୍ୟା ନିଷେଧାଦେଶ, ସାରା ଦେଶରେ ଲାକ୍ଷାଦ୍ବୀପରେ ସବୁଠାରୁ କମ୍ ଅପରାଧ ପରେ ବି କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ ଭଳି କିଛି ବିବାଦୀୟ ଆଇନ ରହିଛି।

ବିରୋଧୀଙ୍କ ଆରୋପ ହେଉଛି ଗୁଜୁରାଟର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପଟେଲ ଲାକ୍ଷାଦୀପର ମୁସଲିମ୍ ବହୁଳ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ବିଜେପିର ରାଜନୈତିକ ଏଜେଣ୍ଡାକୁ ଅନୁସରଣ କରୁଛନ୍ତି । ଏହାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପିପି ମହମ୍ମଦ ହାସିମଙ୍କ ସମେତ ଯୁବ ମୋର୍ଚ୍ଚାର ନେତା ଇସ୍ତଫା ଦେଇଛନ୍ତି । ପଟେଲ ଲାକ୍ଷାଦ୍ବୀପରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପଟେଲ ଆଣିଥିବା ନିୟମକୁ ମଧ୍ୟ ବିରୋଧ କରିଛନ୍ତି ବିରୋଧୀ । ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ । ଏହାସହ ତୁରନ୍ତ ଏହି ନିଷ୍ପତ୍ତକୁ ପ୍ରତ୍ୟାହାର କରାଯିବା ସହ ତାଙ୍କୁ ପଦରୁ ହଟାଇବାକୁ ଦାବି ମଧ୍ୟ କରାଯାଇଛି ।

ପାଟିରେ ନିଶ୍ୱାସ ଦେଇ ବିଷଧର ସାପକୁ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ସାପକୁ ଅକ୍ସିଜେନ୍‌। ଅଚେତ ନାଗସାପକୁ ଅକ୍ସିଜେନ୍‌ ଫୁଙ୍କି ବଞ୍ଚାଇଲେ ଜଣେ ଯୁବକ । ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ କଥାଟା ପଢିବା ବେଳେକୁ ଟିକେ ଅଡୁଆ ଲାଗୁଥିବ, ମାତ୍ର ଘଟଣାଟି ସତ । ଅଚେତ ବିଷଧର ସାପକୁ ଅକ୍ସିଜେନ୍‌ ଦେଇ ବଞ୍ଚାଇଛନ୍ତି ଜଣେ ବ୍ୟକ୍ତି।

ସୂଚନା ମୁତାବକ ମାଲକାନଗିରି ନୂଆଗୁଡା ଗ୍ରାମରେ ଜଣଙ୍କ ଘରେ ଏକ ବିଷଧର ନାଗସାପ ପଶିଥିଲା । ଲୋକମାନେ ଏହାକୁ ଦେଖି ଭୟ କରିଥିଲେ। ସ୍ନେହାଶୀସ ନାୟକ ନାମକ ଜଣେ ଯୁବକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ୪ ଫୁଟ୍‌ର ନାଗ ସାପ ଅଚେତ ହୋଇ ପଡିଥିଲା । ସେ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ସାପ ପାଟିରେ ପୁରାଇ ତାକୁ କିଛି ପବନ ଦେଇଥିଲେ ।

ଯୁବକ ଜଣଙ୍କ ନଳୀ ସାହାଯ୍ୟରେ ସାପଟିକୁ କିଛି ସମୟ ଫୁଙ୍କିବା ପରେ ସାପଟି ଚେତା ପାଇଥିଲା। ଅଚେତ ହୋଇପଡ଼ିଥିବା ସାପଟି ଚେତା ଫେରି ପାଇଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ପାଣି ଦେବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଉକ୍ତ ଯୁବକ ଜଣକ ପୋଲିସ ଚାକିରୀ କରିଥିବାବେଳେ ଅଚେତ ସାପଟିକୁ ବଞ୍ଚାଇବାରେ ବଡ ଭୂମିକା ନିର୍ବାହ କରିଥିଲେ ।