ଟୋକିଓ ଅଲିମ୍ପିକ୍ସ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି, ଦର୍ଶକ ବସିବେନି କିନ୍ତୁ ଖେଳ ଚାଲିବ

ଟୋକିଓ: ବିନା ଦର୍ଶକରେ ଏଥର ଅଲିମ୍ପିକ୍ସ  । ଦର୍ଶକ ବସିବେନି କିନ୍ତୁ ଖେଳ ଚାଲିବ  । କୋଭିଡ ଜନିତ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଜାପାନରେ ବଢି ଚାଲିଥିବାବେଳେ ଜାପାନ ପ୍ରଧାନମନ୍ତ୍ରୀ ନେଇଛନ୍ତି ଏହି ନିଷ୍ପତ୍ତି  ।  ଚଳିତ ବର୍ଷ ଜୁଲାଇ 23 ରୁ ଅଗଷ୍ଟ 8 ଯାଏଁ ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓରେ ଖେଳାଯିବାକୁ ଥିବାବେଳେ ଏପରି କଠୋର କଟକଣା ଲଗାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା  ।

ଟୋକିଓ ଅଲମ୍ପିକ ଖେଳାଯିବା ପୂର୍ବରୁ ଅନେକ କ୍ରୀଡ଼ାବିତ୍ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି  । ସେପଟେ ସମଗ୍ର ଜାପାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି  ।  ତେବେ ଜାପାନ ସରକାର, ଟୋକିଓ ଅଲମ୍ପିକର ଆୟୋଜକ, ଅଲମ୍ପିକ ଏବଂ ପାରା ଅଲମ୍ପିକର କିଛି ସଦସ୍ୟଙ୍କୁ ନେଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply