spot_img
Home Blog Page 5599

ସମୀକ୍ଷା ପରେ ଓଡିଶାକୁ ୫ଶହ କୋଟି ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି ଟଙ୍କା ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ୫୦୦କୋଟି ଟଙ୍କା ଘୋଷଣା କରାଯାଇଛି ।

ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ୩ଜିଲ୍ଲା ଓ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ କରିଥିଲେ ଅନୁଧ୍ୟାନ ।

ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କଣ କଣ ହୋଇଛି ସେ ନେଇ 8ମିନଟର ଭିଡ଼ିଓ ମୋଦିଙ୍କୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।

ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ସୂରୁପ ୨ଲକ୍ଷ ଅନୁକମ୍ପା ଯୋଗାଇଦିଆଯିବ  । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି  । ବାତ୍ୟା ୟାସରେ ସର୍ବାଧିକ କ୍ଷତି ହୋଇଥିବା ରାଜ୍ୟ ଓଡ଼ିଶାକୁ ୫ଶହ କୋଟି ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗକୁ ୨୫୦ କୋଟି ଏବଂ ଝାଡଖଣ୍ଡକୁ ୨୫୦ କୋଟି ସହାୟତା ରାଶି ଘୋଷଣା କରାଯାଇଛି  । ସମୀକ୍ଷା ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି  ।

ଦିଲ୍ଲୀ ପାଇଁ ଖୁସି ଖବର ! ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ, ଖୋଲିବ କାରଖାନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଦେଶର ରାଜଧାନୀରେ କରୋନା ମାମଲା ହ୍ରାସ ପାଉଥିବାରୁ ଲକଡାଉନ୍ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅନେକ ପ୍ରଚେଷ୍ଟା ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇଛି, ତଥାପି କରୋନା ବିରୋଧରେ ଯୁଦ୍ଧ ସରିନାହିଁ । ସେ କହିଛନ୍ତି ଯେ ସମାଜର ଗରିବ ଶ୍ରେଣୀର ଲୋକ, ଶ୍ରମିକ, ପ୍ରବାସୀ ଭାରତୀୟଙ୍କ ଯତ୍ନ ନେବା ପାଇଁ ଆମେ ଦିଲ୍ଲୀରେ ଧୀରେ ଧୀରେ ଲକଡାଉନକୁ ଖୋଲିବାକୁ ଯାଉଛୁ । ଏବଂ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି ଯେ, ସୋମବାର ଠାରୁ ଆସନ୍ତା ଏକ ସପ୍ତାହ ପାଇଁ ନିର୍ମାଣ କର୍ଯ୍ୟ ଏବଂ କାରଖାନା ଗୁଡ଼ିକୁ ଖୋଲାଯିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଜନସାଧାରଣଙ୍କ ଠାରୁ ମତାମତ ଏବଂ ଏକ୍ସପର୍ଟଙ୍କ ପରାମର୍ଶ ନେବା ପରେ ଆମେ ଲକଡାଉନ ଉଠାଇବାର ପ୍ରକ୍ରିୟା ଜାରି ରଖିବୁ ।  ଯଦି କରୋନା ଭାଇରାସ ବୃଦ୍ଧି ପାଉଥିବାର ସାମ୍ନାକୁ ଆସେ ତେବେ ରାଜ୍ୟରେ ପୁଣି ଲକଡାଉନ ଲାଗୁ କରିବାକୁ ପଡ଼ିବ । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, କରୋନା ସହିତ ଜଡିତ ସବୁ ପ୍ରକାର ସତର୍କତାକୁ ପାଳନ କରିବା ଏ ସମୟରେ ନିହାତି ଆବଶ୍ୟକ । ଯେତେବେଳେ ଆମେ ନିୟମ ପାଳନ କରିବୁ ସେତେବେଳେ ଦିଲ୍ଲୀର ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଖୋଲିବାରେ ସକ୍ଷମ ହୋଇପାରିବୁ । ଯଦି କରୋନା ସଂକ୍ରମଣ ପୁଣି ବଢିବା ଆରମ୍ଭ ହୁଏ, ତେବେ ଆମକୁ ପୁଣି ଲକଡାଉନ ଲାଗୁ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯଦି ଆବଶ୍ୟକ ନହୁଏ ତେବେ ଘରୁ ବାହାରକୁ ଯାଆନ୍ତୁ ନାହିଁ, ଆମ ସମସ୍ତଙ୍କୁ ବହୁତ ଗମ୍ଭୀରତାର ସହ ଆଚରଣ କରିବାକୁ ପଡିବ, ଯାହାଫଳରେ ଆମେ ସମସ୍ତେ କରୋନ କବଳରୁ ଦିଲ୍ଲୀକୁ ବଞ୍ଚାଇବା ସହ ଦେଶର ରକ୍ଷା କରିପାରିବା । କରୋନାକୁ ଆଦୌ ଅଣଦେଖା କରନ୍ତୁ ନାହିଁ, ଯଦି ଆବଶ୍ୟକ ନହୁଏ ତେବେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।

କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତିରେ ବ୍ୟବସାୟୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ କିଭଳି ଅଧିକ ନ ବୃଦ୍ଧି ପାଉ ତାହା କେବଳ ସରକାରଙ୍କ ନୁହେଁ ବରଂ ବ୍ୟବସାୟୀମାନଙ୍କର ମଧ୍ୟ ପ୍ରାଥମିକତା । ଏହି ଦୁଇଟି କ୍ଷେତ୍ରକୁ ଖୋଲି ବଜାର ନ ଖୋଲିବାରେ କୌଣସି ଯଥାର୍ଥତା ବୁଝା ପଡ଼ୁନାହିଁ ।

ଟିକା ନେଲେ ଲାଗିବ ‘ଲଟେରୀ’ ! ମିଳିବ ୭ କୋଟି ଟଙ୍କା… ଜାଣନ୍ତୁ କେଉଁଠି ?

ଓହିୟୋ: କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା ମାତ୍ରେ ସମସ୍ତ ଗାଁ ଲୋକ ନଦୀକୁ ଡେଇଁପଡିଥିଲେ । ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ ପାଲିଥିଲା । ଏଭଳି ପରିସ୍ଥିତିରେ ଏମିତି ମଧ୍ୟ ଏକ ସ୍ଥାନ ଅଛି ଯେଉଁଠାରେ ଟିକା ନେଉଥିବା ଲୋକଙ୍କ ପାଇଁ ଲଟେରୀ ମଧ୍ୟ ଉଠିବା ଆରମ୍ଭ ହୋଇଛି । ପ୍ରକୃତରେ କରୋନା ସମୟରେ ଲୋକଙ୍କୁ ଅଧିକ ସଚେତନତା କରିବା ଏବଂ କରୋନା ଟିକା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି । ଟିକାକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମେରିକାର ଓହିୟୋରେ ଲଟେରୀ ସିଷ୍ଟମ ମାଧ୍ୟମରେ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଓହିୟୋର ଗଭର୍ଣ୍ଣର ମାଇକ ଡେଭିନ୍ ଏହାକୁ ଲଞ୍ଚ କରିଛନ୍ତି। ଏହି ଘୋଷଣା ଅନୁସାରେ ଯିଏ  ଟିକା ନେବ ସେ ହିଁ ଏହି ଲଟେରୀରେ ଭାଗ ନେଇପାରିବ ।

‘ଦି ଗାର୍ଡୟନ୍’ର ଏକ ରିପୋର୍ଟ ଅନୁଯାୟୀ, ଲଟେରୀ ଜିତିଥିବା ସମସ୍ତ ଲୋକଙ୍କୁ ୧୦ଲକ୍ଷ ଡଲାର୍ ( ପ୍ରାୟ ୭.୨ କୋଟି ଟଙ୍କା ) ଦିଆଯିବ। ଯହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମାଇକ୍ ଡେଭିନ କହିଛନ୍ତି ଯେ, ପ୍ରଥମ ସପ୍ତାହରେ ଭିନ୍ନ ଭିନ୍ନ ବିଜେତା ଘୋଷିତ ହୋଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ମାଇକ୍ ଡେଭିନ କହିଛନ୍ତି ଯେ, ଲଟେରୀରେ ଭାଗ ନେବା ପାଇଁ ଦୁଇଟି ବର୍ଗ ବା ଶ୍ରେଣୀ କରାଯାଇଛି । ପ୍ରଥମରେ ବ୍ୟକ୍ତିର ବୟସ ୧୮ବର୍ଷରୁ ଅଧିକ ହେବା ଆବଶ୍ୟକ ଏବଂ ସେମାନେ ଓହିୟୋର ମୂଳ ବାସିନ୍ଦା ହେବା ଆବଶ୍ୟକ । ଯେତେବେଳେ କି ୧୨ ରୁ ୧୭ ବର୍ଷର ଯୁବପିଢିଙ୍କ ପାଇଁ ଏକ ଅଲଗା ଲଟେରୀ ବ୍ୟବସ୍ଥା ରଖାଯାଇଛି ।

ଦ୍ୱିତୀୟ ବର୍ଗର ଲୋକଙ୍କ ପାଇଁ କୌଣସି ନଗଦ ପୁରସ୍କାର ନାହିଁ, ଯେଉଁଥିରେ ୧୨ ରୁ ୧୭ ବର୍ଷ ବୟସର ଯୁବପିଢିମାନଙ୍କୁ ଚାରି ବର୍ଷର ଛାତ୍ରବୃତ୍ତି ପ୍ରଦାନ କରାଯିବ । ଯେଉଁଥିରେ ଟ୍ୟୁସନ ଏବଂ ରୁମ୍ ଖର୍ଚ୍ଚ ଅନ୍ତର୍ଭୂକ୍ତ ହେବ, ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହି ସମସ୍ତ ଲଟେରୀ ଯୋଜନାଗୁଡିକ ଓହିୟୋ ଆଡମିନିଷ୍ଟ୍ରେସନ୍ ଅଫ୍ କୋଭିଡ୍ ଫଣ୍ଡ ଦ୍ୱାରା ଖର୍ଚ୍ଚ ହେବ । ଏବଂ ଏହାର ସମ୍ପୂର୍ଣ୍ଣ ହିସାବ ରେକର୍ଡ କରାଯିବ ।

ଓହିୟୋର ଏହି ଲଟେରୀ ଯୋଜନା ଆମେରିକାରେ ଆଲୋଚନାର ବିଷୟ ପାଲଟିଛି । ଓହିୟୋରେ ଏହି ଯୋଜନା ଟୀକାକରଣ ପ୍ରକ୍ରିୟାରେ କେତେ ପ୍ରଭାବ ପକାଇବ ଏବଂ କେତେ ସଂଖ୍ୟାର ଲୋକେ ଟିକା ନେବାକୁ ଆଗକୁ ଆସିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗଭର୍ଣ୍ଣର ମାଇକ ଡେଭିନ୍ କହିଛନ୍ତି ଯେ, ମେ ୧୨ ରେ ଲଟେରୀ ଘୋଷଣା ପରେ ଓହିୟୋରେ ଟୀକାକରଣକାରୀଙ୍କ ସଂଖ୍ୟା ୩୩% ବୃଦ୍ଧି ପାଇଛି । ସେହି ସମୟରେ, ୧୬ ଏବଂ ୧୭ ବର୍ଷ ବୟସ୍କଙ୍କ ଦ୍ୱାରା ଟୀକାକରଣ ସଂଖ୍ୟାରେ ୯୪ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଅନ୍ୟ ବୟସ ବର୍ଗର ଲୋକମାନେ ଟୀକାକରଣ ବୃଦ୍ଧି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁନ୍ ୨୩ ପର୍ଯ୍ୟନ୍ତ ଓହିୟୋରେ ଟୀକାକରଣ ଅଭିଯାନ ଜାରି ରହିବ । ସୂଚନା ଅନୁସାରେ, ଓହିୟୋ ଭଳି ସହରରେ ଦୈନିକ ଟୀକାକରଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହି ଯୋଜନା ଆରମ୍ଭ ହୋଇଛ । ଯଦିଓ ଲଟେରୀ ପୁରସ୍କାର ଘୋଷଣା ପରେ ଓହିୟୋରେ ହଠାତ୍ ଟିକାକରଣ ବୃଦ୍ଧି ପାଇଥି୍ବାର ଦେଖାଯାଇଛି ।

ବେଙ୍ଗାଲୁର ବର୍ବର ଦୁଷ୍କର୍ମ: ଅଭିଯୁକ୍ତ ଖସି ଯିବାବେଳେ ଏନକାଉଣ୍ଟର କଲା ପୋଲିସ

ବେଙ୍ଗାଲୁରୁ: ଜଣେ ଯୁବତୀଙ୍କୁ ଅମାନୁଷିକ ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ଏହି ଘଟଣା ବିଷୟରେ ଅନୁସନ୍ଧାନ ଜାରି ରଖିଥିଲା ପୋଲିସ। ଅଭିଯୁକ୍ତଙ୍କୁ ବେଙ୍ଗାଲୁରରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । କିନ୍ତୁ ସଂଶ୍ଲିଷ୍ଟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟରୁ ୨ ଜଣ ଖସିଯିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଛି ।

୨ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୋଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସୂଚନା ଅନୁଯାୟୀ ଗତକାଲି ସମସ୍ତ ଅଭିଯୁକ୍ତକୁ ପୋଲିସ ବେଙ୍ଗାଲୁରରୁ ଗିରଫ କରିବାରେ ସଫଳ ହୋଇଥିଲା । ଆଜି ଭୋର୍‌ ପ୍ରାୟ ୫ଟା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଘଟଣସ୍ଥଳକୁ ନେଇଥିଲା। ଘଟାଇଥିବା ନୃଶଂସ କାଣ୍ଡର ପୁନଃସଂରଚନା ନିମନ୍ତେ । କିନ୍ତୁ ଭୋର ସମୟରେ ୬ ଜଣଙ୍କୁ ମଧ୍ୟରୁ ୨ଜଣ ଅଭିଯୁକ୍ତ ସେଠାରୁ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଭିଯୁକ୍ତ ଦ୍ୱୟକୁ ଗୁଳିମାଡ କରିଥିଲା ।

ଅଭିଯୁକ୍ତଙ୍କୁ ଗୋଡରେ ଗୁଳି ବାଜିଥିବେଳେ ଉଭୟେ ଆହତ ହୋଇଥିବା ଜଣାପଡିଛି । ପୂର୍ବ ବେଙ୍ଗାଲୁରୁର ଡିସିପି ଶ୍ରନପ୍ପା ଏସ୍‌ ଡି ଗଣାମାଧ୍ୟମକୁ ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ଆହତ ଅଭିଯୁକ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି। ସୂଚନା ମୁତାବକ ସମସ୍ତେ ବାଂଲାଦେଶର ହୋଇଥିବାବେଳେ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ଜଣେ ଯୁବତୀ  ।

ଗତକାଲି ଭିଡିଓ ଭାଇରାଲ ପରେ ପୋଲିସ କେଉଁ ସ୍ଥାନର ଘଟଣା ବୋଲି ଟ୍ରେସ୍ କରିପାରିନଥିଲା । ୫ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଆସାମ ପୋଲିସ ଟ୍ବିଟ୍ କରିଥିଲା । ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ସୋସିଆଲ୍ ମିଡିଆରେ ମଧ୍ୟ ଜୋର ଧରିଥିଲା ଦାବି। ପୋଲିସ ତଦନ୍ତଙ୍କୁ ତ୍ୱରାନିତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି  ।

ସରକାର ଆପଣଙ୍କ ମେସେଜ୍ ପଢୁଛନ୍ତି କି ? ହ୍ୱାଟସଆପରେ ରେଡ୍ ଟିକ୍ ଆସିବା ନେଇ ଭାଇରାଲ ମେସେଜର ସତ କ’ଣ,ଜାଣନ୍ତୁ

ନୂଆ ହ୍ୱାଟସଆପ୍ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । କେତେବେଳେ ହ୍ୱାଟସଆପ୍ର ନୂଆ ଅପଡେଟ୍ ଫିଚରକୁ ନେଇ ପ୍ରଶ୍ନ ଉଠେ ତ ପୁଣି କେତେବେଳେ ହ୍ୱାଟସଆପ୍ରେ ୟୁଜରସ୍ଙ୍କର ଗୋପନୀୟତାକୁ ନେଇ । ଏସବୁ ଭିତରେ ଅନେକ ସମୟରେ ଫେକ୍ ନ୍ୟୁଜ ଓ ଫେକ୍ ମେସେଜ୍ କାରଣରୁ ବି ଲୋକମାନେ ଭ୍ରାନ୍ତଧାରଣାରେ ପଡନ୍ତି । ଯେମିତିକି ବର୍ତମାନ ହ୍ୱାଟସଆପ୍ ରେ ଭାଇରାଲ୍ ମେସେଜ୍ ବୁଲୁଛି । ସେହି ମେସେଜ୍ ଜରିଆରେ ପ୍ରଚାର କରାଯାଉଛି ଯେ ଏବେ ଆପଣଙ୍କ ହ୍ୱାଟସଆପ୍ ମେସେଜ୍ ସରକାର ପଢିପାରିବେ । ହ୍ୱାଟସଆପ୍ ର ଏକ ଫିଚର୍ ବାବଦରେ ସମସ୍ତ ୟୁଜର ଜାଣନ୍ତି ଯେ, ଆପଣ କାହାକୁ ମେସେଜ୍ ପଠାଇଲେ ରିସିଭର୍ ମେସେଜ୍ ପଢିବା ପରେ ଦୁଇଟି ବ୍ଲୁ ଟିକ୍ ଦେଖାଏ ।

ତେବେ ବର୍ତମାନ ଏହି ଭାଇରାଲ୍ ମେସେଜ୍ ଅନୁସାରେ ଯଦି ଆପଣଙ୍କ ମେସେଜ୍ ସରକାର ପଢନ୍ତି ତେବେ ଏହା ୨ଟି ନୁହେଁ ୩ଟି ବ୍ଲୁ ଟିକ୍ ଦେଖାଇବ । ଦ୍ରୁତଗତିରେ ଭାଇରାଲ ହେଉଥିବା ଏହି ଫେକ୍ ମେସେଜ୍ ରେ ଆହୁରୀ ମଧ୍ୟ ଦାବି କରାଯାଉଛି ଯେ, ଆପଣଙ୍କ ମେସେଜ୍ ଉପରେ ସରକାର ଯଦି ଚାହିଁବେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆଉ ଯଦି ଏହିଭଳି ହେଲା ତାହାଲେ ମେସେଜ୍ ଉପରେ ୨ଥର ରେଡ୍ ଟିକ୍ ହୋଇଯିବ । କେବଳ ଏତିକିରେ କଥା ସରୁନି । ଆହୁରୀ ମଧ୍ୟ ଦାବି କରାଯାଉଛି ଯଦି ଏହି ରେଡ୍ ଟିକ୍ ୨ ନହେଇ ୩ ଟି ଦେଖାଏ ତେବେ ତାର ଅର୍ଥ ହେଲା ମେସେଜ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା କୋର୍ଟରେ ପହଂଚି ସାରିଛି । କୋର୍ଟ ପାଖରୁ ଶୀଘ୍ର ଆପଣଙ୍କୁ ନୋଟିସ୍ ଆସିବ ।

ହ୍ୱାଟସଆପରେ ଘୁରିବୁଲୁଥିବା ଏହି ମେସେଜ ଯଦି ଆପଣଙ୍କ ପାଖରେ ପହଂଚି ସାରିଛି ଓ ଆପଣ ପଢି ସାରିଛନ୍ତି ତେବେ ଆପଣ ଏହାକୁ କ’ଣ ସତ ବୋଲି ଭାବୁଛନ୍ତି କି ? ନା ଆଜ୍ଞା ଏହା ସତ ନୁହେଁ ବରଂ ସମ୍ଫୂର୍ଣ୍ଣ ରୂପେ ମିଛ ଓ ଫେକ୍ ମେସେଜ୍ । ଆପଣଙ୍କ ହ୍ୱାଟସଆପ୍ ମେସେଜ୍ ନା ସରକାର ପଢିପାରିବେ ନା ଆପଣଙ୍କ ମେସେଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆପଣମାନେ ଭଲଭାବରେ ଜାଣିରଖନ୍ତୁ କି -ଆପଣଙ୍କ ହ୍ୱାଟସଆପ୍ ମେସେଜ୍  ଆଉ କେହି ତୃତୀୟଲୋକ ପଢିପାରିବେ ନାହିଁ । ଅର୍ଥାତ ସରକାର ବି ନୁହଁ । ସବୁ ହ୍ୱାଟସଆପ୍ ମେସେଜ୍ ଏଣ୍ଡ ଟୁ ଏଣ୍ଡ ଏନସ୍ରିପଟେଡ୍ ହୋଇଥାଏ । ଏହିଭଳି ଫେକ୍ ନ୍ୟୁଜ୍ ଅନେକ ସମୟରେ ଭାଇରାଲ୍ ହୁଏ ଓ ସାଧାରଣ ୟୁଜରସ୍ ମାନେ ଏହାକୁ ସତ ଭାବି ଦ୍ୱନ୍ଦରେ ପଡିଯାଆନ୍ତି । ତେଣୁକରି ଏହିଭଳି ମେସେଜ ପ୍ରଚାର କରୁଥିବା ଲୋକଙ୍କୁ ହିଁ ରିପୋର୍ଟ ମାରନ୍ତୁ । ଆଉ କୈାଣସି ଖବରର ସତ୍ୟତାକୁ ନ ଜାଣି ତାକୁ ହ୍ୱାଟସଆପ୍ ରେ ସେୟାର କରନ୍ତୁ ନାହିଁ ।

ଆଉ ଯଦି ସରକାରଙ୍କ ନୂଆ ଡିଜିଟାଲ ନିୟମ ବିଷୟରେ କହିବା ତାହାଲେ ସରକାର ହ୍ୱାଟସଆପ୍ର ରାଇଟ୍ ଟୁ ପ୍ରାଇଭେସୀକୁ ସମ୍ମାନ କରନ୍ତି । ଆଉ କିଛି ଜରୁରୀ ଅପରାଧିକ ମାମଲା ହେଲେ ହିଁ ସରକାରଙ୍କୁ ହ୍ୱାଟସଆପ୍ କୈାଣସୀ ବ୍ୟକ୍ତିର ବ୍ୟକ୍ତିଗତ ସୂଚନା ଦେବାକୁ ବାଧ୍ୟ ହେବ । ଆଉ ଏହି ନିୟମ ସବୁ ଟେକ୍ କମ୍ପାନୀ ଉପରେ ଲାଗୁ ହେଉଛି । କାହିଁକି ନା ଭାରତ ସରକାରଙ୍କ ଅନୁସାରେ ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଆଇନ ଆଣିବାକୁ ପଡିଛି । ଆଉ ଭାରତସରକାର ହ୍ୱାଟସଆପ୍ ଙ୍କୁ  ଯେଉଁ ବିବରଣୀ ମାଗିଛନ୍ତି ତା’ଦ୍ୱାରା ସାଧାରଣ ୟୁଜରସ ଙ୍କ ଉପରେ କୈାଣସି ପ୍ରଭାବ ପଡିବନାହିଁ ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ: ମେ’ ୩୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଦାୟର ଯାଚିକର ଶୁଣାଣିକୁ ସ୍ଥଗିତ ରଖିଲେ ମାନ୍ୟବର ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି ବୋଲି ଜାଣିବା ପରେ ୨୦୨୧ ‘ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଇବା ନିମନ୍ତେ ଦାଖଲ ହୋଇଥିବା ଆବେଦନର ଶୁଣାଣିକୁ ଆଜି ସୁପ୍ରିମ୍‌ କୋର୍ଟ ସ୍ଥଗିତ ରଖିଛନ୍ତି । ତଥାପି ମେ’ ୩୧ ତାରିଖ ଦିନ ଉକ୍ତ ଆବେଦନର ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସାରା ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଦ୍ରୁତଗତି ବଢ଼ି ଚାଲିଥିବା ବେଳେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେବା ପାଇଁ ଦାଖଲ ହୋଇଥିବା ଆବେଦନର ମେ ୩୧ ତାରିଖ ଦିନ ଶୁଣାଣି କରିବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଚାରପତି ଏ. ଏମ୍‌. ଖାନୱିଲ୍‌କର୍‌ ଏବଂ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଏହି ଆବେଦନ ଶୁଣାଣି ପାଇଁ ଆସିଥିଲା।

‘ସିବିଏସ୍‌ଇ’ ତରୁଫରୁ ଆସିଥିବା ଓକିଲ ଓ କେନ୍ଦ୍ର ସରକାରଙ୍କୁ ଏହି ଆବେଦନର ନକଲ ଦିଆଯାଇଛି କି, ନାହିଁ, ଖଣ୍ଡପୀଠ ଅଦାଲତ କାର୍ଯ୍ୟ ଆରମ୍ଭ ସମୟରେ ଆବେଦନକାରିଣୀ ମମତା ଶର୍ମାଙ୍କୁ ପଚାରିଥିଲେ। ସେମାନଙ୍କୁ ପିଟିସନ୍‌ର ନକଲ ଦିଆଯିବ ବୋଲି ଆବେଦନକାରିଣୀ କହିବାରୁ ଖଣ୍ଡପୀଠ କହିଲେ, ଆପଣ ପିଟିସନ୍‌ର ନକଲ ସେମାନଙ୍କୁ ଦିଅନ୍ତୁ। ଆମେ ସୋମବାର ଦିନ ଶୁଣାଣି କରିବୁ ବୋଲି ମାନ୍ୟବର କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ଦେଶରେ ୩୫ ପ୍ରତିଶତ କମିଛି ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍  । ଗୋଟିଏ ପଟେ ଦେଶରେ କରୋନାକୁ ନେଇ କରୁଣ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଅନ୍ୟପଟେ ଗତ କିଛି ଦିନ ମଧ୍ୟରେ କରୋନାକୁ ନେଇ ଭଲ ଖବର ଆସିବା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୨ ଦିନ ଧରି ଲଗାତାର ଅତ୍ୟଧିକ ମାତ୍ରାରେ ନୂଆ ମାମଲା ଆସୁଛି ଏବଂ ବହୁ ସଂଖ୍ୟାରେ  କରୋନା ପରୀକ୍ଷା କରାଯାଉଛି, ପଜିଟିଭ ହାର ହ୍ରାସ ଏବଂ ପୁନରୁଦ୍ଧାର ହାରରେ ବୃଦ୍ଧି ହେତୁ କରୋନାର ଦ୍ୱିତୀୟ ଲହର ଥମିବାର ନଜର ଆସୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ହେଉଛି । ଦେଶର ୨୪ଟି ରାଜ୍ୟରେ କରୋନା ପଜିଟିଭ୍ ମାମଲାର କମୁଥିବାର ଦେଖିବାକୁ ମିଳିଛି । ସେ ଏହାମଧ୍ୟ କହିଛନ୍ତି ଯେ, କରୋନାର ଲହରରେ ବ୍ରେକ ଲାଗିଲା ଭଳି ନଜର ଆସୁଛି । କିନ୍ତୁ ବର୍ତ୍ତମାନ ସମୟରେ କୋଭିଡ ମାମଲାରେ କଠୋରତା ଏବଂ ସତର୍କତା ନିହାତି ଆବଶ୍ୟକ ।

୩୫ପ୍ରତିଶତ କମିଛି ସଂକ୍ରମଣ ମାମଲା

ବର୍ତ୍ତମାନ ଦେଶରେ ୨୪.୨ ଲକ୍ଷ କରୋନା ପଜିଟିଭ୍ ମାମଲା ରହିଛି। ଏହି ସଂଖ୍ୟା ପୂର୍ବ ସପ୍ତାହର ରିପୋର୍ଟ ତଥା ୯ ମେ’ରେ ଆସିଥିବା ରିପୋର୍ଟ ଠାରୁ ୩୫ ପ୍ରତିଶତ କମ୍ ରହିଛି । ଗତ ସପ୍ତାହରେ ୩୭.୪ ଲକ୍ଷ ସକ୍ରିୟ ମାମଲା ରହିଥିଲା। ଗତ ନଅ ଦିନ ଧରି ଦୈନିକ ୨୦ ଲକ୍ଷ କୋଭିଡ -19 ପରୀକ୍ଷା କରାଯାଉଛି  । ଯଦିଓ ମେ ୨୦ ରୁ ମେ ୨୬ ମଧ୍ୟରେ ପଜିଟିଭ୍ ହାର ୧୦.୪ ପ୍ରତିଶତ ଥିବାବେଳେ ଏପ୍ରିଲ୍ ୨୯ ରୁ ମେ ୫ ମଧ୍ୟରେ ପଜିଟିଭ୍ ହାର ୨୧.୫ ପ୍ରତିଶତ ଥିଲା । ଗୋଟିଏ ପଟେ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁରେ ସଂକ୍ରମିତ ମାମଲା ହ୍ରାସ ପାଉଛି । ଏହା ସତ୍ତ୍ୱେ ଏହି ୧୦ ପ୍ରତିଶତ ସକାରାତ୍ମକ ହାର ଚିନ୍ତାର ବିଷୟ ପାଲଟିଛି । ପଜିଟିଭିଟି ହାରକୁ ୫ ପ୍ରତିଶତରୁ କମ୍ କରିବାକୁ ରାଜ୍ୟମାନଙ୍କୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସେହିପରି ଦେଶରେ  ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ପଜିଟିଭ୍ । ଦିନକରେ ୩ ହଜାର ୬୬୦ ଜଣଙ୍କ ଜୀବନ ନେଇଛି କରୋନା । ଏବଂ ଦେଶରେ କରୋନରୁ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୫୯ ହଜାର ୪୫୯ ଆକ୍ରାନ୍ତ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ଛୁଇଁଥିବା ବେଳେ, ସେମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଆକ୍ରାନ୍ତ  । ଏବେ ସାରା ଦେଶରେ ମୋଟ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ କେସ୍ ରହିଛି  । ଅନ୍ୟପଟେ କରୋନା ଟିକାକରଣ ଜାରିଥିବା ବେଳେ, ୨୦ କୋଟି ୫୭ ଲକ୍ଷ ୨୦ ହଜାର ୬୬୦ ଲୋକଙ୍କୁ ଦିଆଯାଇଛି ଟିକା  ।

ନିଜ ସମ୍ବଳରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବୁ କହି ଟ୍ୱିଟରରେ ଟ୍ରେଣ୍ଡ୍ ହେଲେ ନବୀନ

ଭୁବନେଶ୍ୱର: ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି,ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ନିକଟରେ କୌଣସି ତତ୍କାଳିକ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ଆମେ ଏହି ପରିସ୍ଥିତିର ମୁକାବିଲା ପାଇଁ ନିଜ ପାଣ୍ଠି ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାତ୍ୟା ୟାସ୍ ସମୀକ୍ଷା ବୈଠକ ପରେ ଆସିଥିଲା । ଯାହା ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା । ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ । କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଓ ନାୟକ ବୋଲି ବର୍ଣ୍ଣନା କରିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ ଯେଉଁ ସବୁ କମେଣ୍ଟ୍ ଆସୁଥିଲା ସେଥି ମଧ୍ୟରୁ ଅଧିକାଂଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବୀନଙ୍କ ଠାରୁ କିଛି ଶିଖିବାକୁ ପରାମର୍ଶ ଦିଆଯାଇଥିଲା । ଉଞ୍ଚୁ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅନ୍ୟମାନଙ୍କୁ ଦୋଷ ନଦେଇ କେମିତି କାମ କରାଯିବା କଥା ତାହା କେଜ୍ରିୱାଲ ନବୀନ ପଟ୍ଟନାୟକଙ୍କଠରୁ ଶିଖନ୍ତୁ । ସେହିଭଳି ପ୍ରିତି ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଅରବିନ୍ଦ କେଜ୍ରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷା କରି ଲେଖାଯାଇଛି ଯେ, ମୁଁ ଏହି ତଥାକଥିତ ମୁଖ୍ୟମନ୍ତ୍ରୀ ମାନେ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ ବୋଲି ଆଶା କରୁଛି । ଜଣେ ହେଉଛି ‘ଆଡ୍’ ମ୍ୟାନ୍ ଓ ଆଉ ଜଣେ ହେଉଛନ୍ତି ‘ବ୍ୟାଡ୍ ମ୍ୟାନ୍’

 

ସେହିଭଳି ଅତୁଲ ଶର୍ମା ଟ୍ୱିଟ୍ କରିଛନ୍ତି ଯେ, ଏହା ହେଉଛି ପ୍ରକୃତ ରାଷ୍ଟ୍ରନୀତି । ନବୀନ ବାବୁ ଓଡ଼ିଶାର ଦାବିକୁ ନେଇ ସବୁବେଳେ ମୁଖର କିନ୍ତୁ ସେ କେବେ ମଧ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି ନାହିଁ । ଏନଡିଆରଏଫ୍ ଗଠିତ ହେବାର ଢେର ଆଗରୁ ଓଡ଼ିଶା ଓଡ୍ରାଫ୍ ଗଠନ କରିସାରିଥିଲା । ବେଲା ନାମକ ୟୁଜର ଟ୍ୱିଟ୍ କରିଛନ୍ତି ଯେ, ନବୀନ ହେଉଛନ୍ତି ସେହିଭଳି ଜଣେ ନାୟକ ଯାହାଙ୍କଠାରୁ ପ୍ରେରଣା ନିଆଯାଇପାରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ୟାସକୁ ନେଇ ସମୀକ୍ଷା ବୈଠକ କରିଥିଲେ

ବାତ୍ୟା ମୁକାବିଲା ନେଇ ଓଡ଼ିଶାର ପ୍ରଭାବଶାଳୀ ପ୍ରସ୍ତୁତି

୧୯୯୯ ମହାବାତ୍ୟାକୁ କିଏ ବା ଭୁଲି ପାରିବ । ସେହି ସମୟର ସେହିପ୍ରଳୟଙ୍କାରୀ ମହାବାତ୍ୟାରେ ଓଡ଼ିଶାର କେତେ ପ୍ରାଣ ହାନି ହୋଇଥିଲା ତାହାକୁ ଭୁଲିବା ଅସମ୍ଭବ । ସେହି ମହାବାତ୍ୟା ଭାରତର ଇତିହାସର ଏକ ଅଭୁଲା ଅତୀତ । ଯହାକୁ ସାମ୍ନା କରିଥିଲା ଓଡ଼ିଶା । ୨୦୨୧ରେ ଆଉ ଏକ ବାତ୍ୟା ୟାସ ଓଡ଼ିଶା ଉପରେ ଆକ୍ରମଣ କରିଥିଲା କିନ୍ତୁ ଓଡ଼ିଶା ସରକାରଙ୍କ ବ୍ୟାପକ ପୂର୍ବ ପ୍ରସ୍ତୁତି ପାଇଁ ଏହି ବାତ୍ୟାରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ।
ବାତ୍ୟା ୟାସ ମେ ୨୬ରେ ଭଦ୍ରକ ଜିଲ୍ଲାର ଧାମରା ଉପକୂଳ ଓ ବାଲେଶ୍ୱରର ବାହନଗାଠାରେ ସ୍ଥଳଭାଗ ଛୁଇଁ ଥିଲା ଏବଂ ଦୀର୍ଘ ସମୟର ଧ୍ୱଂସ ଲୀଳାପରେ ବାତ୍ୟା ଝାଡଖଣ୍ଡ ମୁହାଁ ହୋଇଥିଲା । ତେବେ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ପାଇଁ ଓଡ଼ିଶାରେ ମାତ୍ର ୨ ଜଣଙ୍କ ଜୀବନହାନୀ ହୋଇଛି । ଗତ ୩୦ମାସ ମଧ୍ୟରେ ଓଡ଼ିଶା ପାଖାପାଖି ୬ଟି ବାତ୍ୟାକୁ ସାମ୍ନା କରିଥିବା ବେଳେ ଜିରୋ କାଜୁଆଲିଟି ରେକର୍ଡ କରିଛି । ବାତ୍ୟା ମୁକାବିଲାରେ ଓଡ଼ିଶାର ଏହି ଦକ୍ଷତା ବାବଦରେ କହିବାକୁ ଯାଇ ଓଡ଼ିଶାର ରିଲିଫ କମିଶନର ପି କେ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ୧୯୯୯ ଏବଂ ୨୦୨୧ ମଧ୍ୟରେ ପାର୍ଥକ୍ୟ ହେଉଛି କେବଳ ‘ପୂର୍ବ ପ୍ରସ୍ତୁତି’ର । ସେ ସମୟରେ ଯେଉଁ ବାତ୍ୟା ଆସୁଥିଲା ସେନେଇ ପୂର୍ବ ପ୍ରସ୍ତୁତି କରାଯାଇ ପାରୁ ନଥିଲା କିନ୍ତୁ ଏବେ ପୂର୍ବ ପ୍ରସ୍ତୁତି ପାଇଁ ବିଶେଷ କ୍ଷୟକ୍ଷତି ହେଉ ନାହିଁ ।

ପ୍ରସ୍ତୁତି
ପାଣିପାଗ ବିଶେଷଜ୍ଞମାନେ ବାତ୍ୟା ୟାସ୍ ନିକଟତର ହେବାର ପୂର୍ବାନୁମାନ କରିବା ମାତ୍ରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଆକ୍ସନ ମୋଡ ଆସିଥିଲା । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟରେ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଜିରୋ କାଜୁଆଲଟି ଲକ୍ଷ୍ୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ODRAF, NDRF, ଓଡିଶା ପୋଲିସ, ଅଗ୍ନିଶମ ବାହିନୀ, ଶକ୍ତି ବିଭାଗ ଏବଂ PWDର ଏକାଧିକ ଟିମ୍ ଯୁଦ୍ଧଭୂମିକୁ ଓହ୍ଲାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା । ଫଳସ୍ୱରୂପ, ଘଣ୍ଟାଏ ମଧ୍ୟରେ ରାସ୍ତା ସଫା କରାଯାଇଥିଲା ଏବଂ ୭ରୁ୮ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ସ୍ୱଭାବିକ କରାଯାଇଥିଲା ।

ଓଡ଼ିଶା ସରକାର ପାଖାପାଖି ୭ଲକ୍ଷ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା। NDRF ର ୫୨ ଟି ଟିମ୍ , ODRAF ର ୬୦ଟି ଦଳ, ଅଗ୍ନିଶମ ବାହିନୀର ୨୦୬ ଟି ଦଳ, ୫୦ ପ୍ଲାଟୁନ୍ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ, ରାଜ୍ୟ ଜଙ୍ଗଲ ବିଭାଗର ୮୬ ବୃକ୍ଷ କଟର ଦଳ ଏହି ବାତ୍ୟାମୁକାବିଲାରେ ସାମିଲ ହୋଇଥିଲେ ।

ବିପର୍ଯ୍ୟୟ ମୁକାବିଲା ଦଳ ବ୍ୟତୀତ ରାଜ୍ୟ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ପୁନନିର୍ମାଣ ପାଇଁ ଅନେକ ଦଳ ନିୟୋଜିତ କରିଛି । ଏଥିରେ ଜନ କଲ୍ୟାଣ ବିଭାଗର ୧୫୪ ଜଣ କର୍ମଚାରୀ, ଗ୍ରାମୀଣ ବିକାଶ ବିଭାଗର ୩୧୩ଟି ଟିମ୍, ସଡକ ସଫା କରିବା ପାଇଁ ୧୦୪ ଟି ଟିମ୍, ୬୦୬ଟି ଇଞ୍ଜିନିୟରିଂ ବିଭାଗ ଦଳ ସାମିଲ ଅଛନ୍ତି । ଶକ୍ତି ବିଭାଗର ପାଖାପାଖି ୧୦ହଜାର ସଦସ୍ୟଙ୍କୁ ଶୀଘ୍ର ପୁନରୁଦ୍ଧାରରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଏବଂ ଡାକ୍ତରଖାନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୂର୍ବରୁ ନିୟୋଜିତ କରାଯାଇଥିଲା ।
ରାଜ୍ୟ ସରକାର କ୍ଷତିଗ୍ରସ୍ତ ଗାଁରେ ଜଳ ଯୋଗାଣ ପାଇଁ ଏକ ହଜାର ଡିଜେଲ ଜେନେରେଟର ବ୍ୟବସ୍ଥା, ଏକ ହଜାର ମୋବାଇଲ୍ ଟ୍ୟାଙ୍କର୍, ୨ହଜାରରୁ ଅଧିକ ପିଭିସି ଟ୍ୟାଙ୍କ ନିୟୋଜିତ କରିଥିଲେ।


ସ୍ଥାନାନ୍ତର
ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପୁଣି କୋଭିଡ୍ -19 ମହାମାରୀ ସମୟରେ ଏହା ଏକ ସରାକାକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ଲୋକଙ୍କୁ କଚ୍ଚା ଘର ଏବଂ ନିମ୍ନମାନର ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ଫଳସ୍ୱରୂପ ୧୫୦ ରୁ ଅଧିକ ଗାଁରେ କୌଣସି ମୃତ୍ୟୁ ହୋଇନଥିଲା ଯଦିଓ ସେଠାରେ ସମୁଦ୍ର ଜୁଆର ମାଡ଼ିଆସିବାରୁ ବନ୍ୟା ଭ୍ରମ ସୃଷ୍ଟି ହୋଇଥିଲା ।

ବାତ୍ୟା ସମୟରେ କୋଭିଡ୍ ପରିଚାଳନା
ବାତ୍ୟା ଏବଂ କୋଭିଡ -19 ମହାମାରୀ ପରିସ୍ଥିରେ ଦୁଇ ଦୁଇଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ପୁନରୁଦ୍ଧାର ଦଳ ସେମାନଙ୍କ କାର୍ଯ୍ୟ ଜାରି ରଖିଥିଲେ ଏବଂ କୋଭିଡର ନିର୍ଦ୍ଦିଷ୍ଟ ଡାକ୍ତରଖାନାର ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଇଞ୍ଜେକ୍ସନ, ଆବଶ୍ୟକୀୟ ସାମଗ୍ରୀକୁ ଡାକ୍ତରଖାନାରେ ମହଜୁଦ ରଖିଥିଲେ । ଏହାସହ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଅମ୍ଳଜାନ ସିଲିଣ୍ଡର ମଧ୍ୟ ରଖାଯାଇଥିଲା । ଏହାସହ ଡାକ୍ତରଖାନା ଭିତରେ ରୋଗୀ, ଡାକ୍ତର ଏବଂ ପାରାମେଡିକ୍ସଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଫଳସ୍ୱରୂପ, ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଥିବା କୋଭିଡ ଡାକ୍ତରଖାନାଗୁଡ଼ିକ ମଧ୍ୟରୁ କୌଣସି ଅଘଟଣ ଘଟି ନ ଥିବା ଜଣାଯାଇଛି।

ବୁଧବାର ଦିନ ବାତ୍ୟା ୟାସ୍ ପାଇଁ ଓଡ଼ିଶା କୋଭିଡ୍ ପ୍ରଭାବିତ ରାଜ୍ୟକୁ ଅମ୍ଳଜାନ ପରିବହନରେ ବାଧା ସୃଷ୍ଟି ହୋଇଥିଲା । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ଯେଉଁମାନଙ୍କର ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆନୁମାନିକ ପ୍ରସବ ତାରିଖ ଥିଲା ସେମାନଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପରିବର୍ତ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା।
ଏପରି ପ୍ରାୟ ୪ହଜାର ୫ଶହ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁଥିରୁ ୨୫ଶହ ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଥିଲା । ଯେଉଁ ଦିନ ବାତ୍ୟା ୟାସ୍ ଅବତରଣ କରିଥିଲା, ସେହି ଦିନ ଓଡିଶାରେ ୧୯୦ଟି ପ୍ରସବ ହୋଇଥିବା ସୂଚନା ମିଳିଛି ।
ସେହିପରି ପ୍ରଶାସନ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଏବଂ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱତନ୍ତ୍ର ସୁବିଧା ସହିତ ବିଭିନ୍ନ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା ।

ବିପର୍ଯ୍ୟୟକୁ ମାତ ଦେବାରେ ଓଡ଼ିଶା ସରକାର ସକ୍ଷମ
୧୯୯୯ରୁ ୨୦୨୧ ପର୍ଯ୍ୟନ୍ତ ବାତ୍ୟା ବିରୋଧରେ ଯେଉଁ ଲଢେଇ ଚାଲିଛି ତାହା ମଧ୍ୟରେ ଆକଶ ପାତାଳର ପାର୍ଥକ୍ୟ । ଦକ୍ଷ ନେତୃତ୍ୱ ପାଇଁ ଆଜି ବଦଳିଛି ଓଡ଼ିଶା ଆଉ ବଦଳିଛି ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାର କୌଶଳ ।
୨୦୦୦ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହା ପାଇଁ ରାଜ୍ୟର ବିଶେଷ କ୍ଷୟକ୍ଷତି ହେଉନାହିଁ । ରାଜ୍ୟ ରିଲିଫ କମିଶନର ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ହୋଇଥିବା ଏକ ବୈଠକକୁ ମନେପକାଇ କହିଛନ୍ତି ଯେ ‘ଆମ ରାଜ୍ୟ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ବାତ୍ୟାକୁ ସମ୍ପୂର୍ଣ୍ଣ ରୂପେ ଏଡାଇ ପାରିବା ନାହିଁ । କିନ୍ତୁ ଆମେ କେବଳ ଜୀବନ ବଞ୍ଚାଇ ପାରିବାରେ ସକ୍ଷମ ହୋଇପାରିବା ଏବଂ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ।‘ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗତ ବର୍ଷ ବାତ୍ୟା ଆମ୍ଫାନ୍ ପାଇଁ ପ୍ରସ୍ତୁତି ବେଳେ ସିଏମ୍ ନବୀନ ପଟ୍ଟନାୟକ ପ୍ରଶାସନ ଆଗରେ ‘ଶୂନ୍ୟ କାଜୁଆଲିଟି’ ଟାର୍ଗେଟ ରଖିଥିଲେ। ଯଦିଓ ବାତ୍ୟା ୟାଶ ଯୋଗୁଁ ରାଜ୍ୟରେ ଏକ ଅଙ୍କ ବିଶିଷ୍ଟ ମୃତ୍ୟୁ ସଂଖ୍ୟା ପଞ୍ଜିକୃତ ହୋଇଛି।
ଜେନା କହିଛନ୍ତି ଯେ, ଆମେ ବର୍ତ୍ତମାନ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଅତି କମରେ ୧୦ ରୁ ୫୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର କ୍ଷମତା ହୋଇପାରିଛୁ । ଜେନା କହିଛନ୍ତି ଯେ ପ୍ରତିବର୍ଷ ଜୁନ୍ ୧୯ରେ ସାମୁଦ୍ରିକ ଝଡ଼ କିମ୍ବା ବାତ୍ୟା ଆସିଲେ ସରକାର କିଭଳି ପ୍ରସ୍ତୁତି କରିବେ ସେନେଇ ରାଜ୍ୟବ୍ୟାପୀ ମକ୍ ଡ୍ରିଲ୍ କରନ୍ତି । ସେ କହିଛନ୍ତି ଯେ, ” ଏହିସବୁ କ୍ଷେତ୍ରରେ ଅନୁଷ୍ଠାନ କଠିନ ହେବା ଉଚିତ୍ ନୁହେଁ; ଏହା ନମନୀୟ, ଅନୁକୂଳ ହେବା ଉଚିତ୍। କାରଣ ଜରୁରୀକାଳୀନ ପରିସ୍ଥିତିକୁ ଆପଣ କେତେ ଶୀଘ୍ର ସାମ୍ନା କରିବେ, ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଆପଣ ପ୍ଲାନ୍-ବି ସହିତ କିଭଳି ଶୀଘ୍ର ପରିବର୍ତ୍ତନ କରିବେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ।” ।

କରୋନା ଔଷଧ ୨-ଡିଜିର ମୂଲ୍ୟ ନିର୍ଦ୍ଧାରିତ: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଔଷଧ

ନୂଆଦିଲ୍ଲୀ: କରୋନା ଔଷଧ ୨_ଡିଜିର ମୂଲ୍ୟ ନିର୍ଦ୍ଧାରଣ । ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ । ଗୋଟିଏ ସାଚେଟର ଦାମ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ଯ୍ୟ ଡିସକାଉଣ୍ଟ ପ୍ରାଇସରେ ମିଳିପାରିବ । ୨_ଡିଜି ବା ଡି-ଗ୍ଳୁକୋଜ୍ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ ଅପେକ୍ଷା ୨_ଡିଜି ଔଷଧରେ ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀ ଏମ୍ସର ରୋଗୀଙ୍କୁ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବ୍ରୋଟାରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର ।