ପୁଣି ଟିକା ଅଭାବ, ଆଜି ୫ ଜିଲ୍ଲାରେ ଦିଆଯିବନି କୋଭିଡ୍ ଟିକା

Covid Vaccination Stopped In 5 District Of Odisha

ଭୁବନେଶ୍ୱର: ଟିକା ସଂକଟରୁ ମୁକୁଳି ପାରୁନି ଓଡ଼ିଶା । କେନ୍ଦ୍ର କୋଭିସିଲ୍ଡ ଟିକା କମ୍ ଦେଉଥିବାରୁ ପୂରା ରାଜ୍ୟରେ ଟିକାକରଣ ହୋଇ ପାରୁନି । ପର୍ଯ୍ୟାପ୍ତ ଟିକା ନଥିବାରୁ ଆଜି ୫ ଜିଲ୍ଲାରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆଜି ଟିକା ଦିଆଯିବ ନାହିଁ । ଆଜି ରାଜ୍ୟର ମାତ୍ର ୫୨୦ଟି କେନ୍ଦ୍ରରେ ଟିକା ଦିଆଯିବ ।

Covid Vaccination Stopped In 5 District Of Odisha

ଗତକାଲି ୭୧୭ଟି କେନ୍ଦ୍ରରେ ୧ ଲକ୍ଷ ୩୬ ହଜାର ୯୬୪ ଡୋଜ୍ କୋଭିଡ୍ ଟିକା ଦିଆଯାଇଥିଲା । ଏବେ ଯାଏଁ ରାଜ୍ୟରେ ୧ କୋଟି ୩୧ ଲକ୍ଷ ୭୯ ହଜାର ୩୦୪ ଡୋଜ୍ ଟିକା ଦିଆଯାଇଛି । ଏବେ ରାଜ୍ୟ ପାଖରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ କୋଭିସିଲ୍ଡ ଟିକା ଥିବାବେଳେ ୨ ଲକ୍ଷ ୫୪ ହଜାର ୩୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି ।

ଭୁବନଶ୍ୱରକୁ ବାଦ୍ ଦେଇ ସମଗ୍ର ରାଜ୍ୟରେ କୋଭିସିଲ୍ଡ ଟିକା ଦିଆଯାଉଛି । କେବଳ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଦିଆଯାଉଛି କୋଭାକ୍ସିନ୍ ଟିକା । ୧୫ ତାରିଖରେ କେନ୍ଦ୍ର ସରକାର ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଟିକା ରାଜ୍ୟକୁ ପ୍ରଦାନ କରିବେ । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ । ଜୁଲାଇ ମାସରେ କେନ୍ଦ୍ର ସରକାର ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଏବଂ ୧ ଲକ୍ଷ ୭୦ ହଜାର ୨୫୦ ଡୋଜ୍ କୋଭକ୍ସିନ ଟିକା ପ୍ରଦାନ କରିଛନ୍ତି ।

Leave a Reply