BDA ନୋଟିସ୍: ପ୍ଲଟ୍ ପାଇବାର 5 ବର୍ଷ ମଧ୍ୟରେ ଗୃହ ନିର୍ମାଣ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏର ନୋଟିସ୍ । ଜମି ବା ପ୍ଲଟ୍ ପାଇବାର 5 ବର୍ଷ ମଧ୍ୟରେ ଗୃହ ନିର୍ମାଣ ନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଜୋରିମାନା ଆଦାୟ ଏବଂ ଆବଶ୍ୟକ ସ୍ଥଳେ ଆଲଟମେଣ୍ଟକୁ ରଦ୍ଦ କରାଯିବ । ପ୍ଲଟ୍ ମାଲିକଙ୍କୁ ବିଡିଏ ପକ୍ଷରୁ ଏନଓସି ମଧ୍ୟ ଦିଆଯିବ ନାହିଁ । ବିଡିଏ ର 139ତମ ଅଥରୀଟି ବୈଠକରେ ଏଭଳି କଡା ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ।

ବିଡିଏ ରୁ ପ୍ଲଟ ହାତେଇବା ପରେ ଗୃହ ନିର୍ମାଣ ନକରି ପରବର୍ତ୍ତୀ ସମୟରେ ଅଧିକ ମୂଲ୍ୟରେ ବିଲଡରଙ୍କୁ ଉକ୍ତ ପ୍ଲଟ୍ ବିକ୍ରି ହେଉଥିବା ଘଟଣା ବିଡିଏ ର ନଜରକୁ ଆସିଛି । ୨୦୧୨ ରୁ ଅନେକ ବ୍ୟକ୍ତି ବିଡିଏ ଠାରୁ ଆବଣ୍ଟନରେ ପ୍ଲଟ ପାଇବା ପରେ ବାରମ୍ବାର ନୋଟିସ୍ ପାଇ ମଧ୍ୟ ବେଖାତିର କରିଛନ୍ତି । ପ୍ରପର୍ଟି ମେନେଜମେଣ୍ଟ ଆଲଟମେଣ୍ଟ ରେଗୁଲେସନ 2015 ଏବଂ ବିଡିଏ ଲ୍ୟାଣ୍ଡ ଡିସପୋଜାଲ ଆଣ୍ଡ ଆଲଟମେଣ୍ଟ ରେଗୁଲସନ 2015 ଆଧାରରେ ବିଡିଏ ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବ ।

ଆସନ୍ତା ମାର୍ଚ୍ଚ 31ତାରିଖ 2022 ସୁଦ୍ଧା ଆବଣ୍ଟନ ଜରିଆରେ ବିଡିଏ ରୁ ହାତେଇଥିବା ଜମି ବା ପ୍ଲଟ୍ ମାଲିକଙ୍କୁ ଗୃହ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ କରିଛି ବିଡିଏ । ତେବେ କୋଭିଡ କଟକଣା ଯୋଗୁଁ ଆଲଟମେଣ୍ଟ ପାଇ ବିଦେଶରେ ଥିବା ବ୍ୟକ୍ତିଙ୍କ ପାଇଁ ବିଡିଏ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଏକ ବର୍ଷ ସମୟ ଦିଆଯାଇଛି ।

Leave a Reply