ସକାଳୁ ଥରିଲା ମଣିପୁର, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୫

1 min read
Ukhrul Earthquake In Manipur Early Morning

ଇମ୍ଫାଲ: ଉତ୍ତର ପୂର୍ବ ରାଜ୍ୟ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୫ଟା ୫୬ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଏହି ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ସିମୋସଲଜି । ତେବେ ଭୂମିକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ନେଇ ଏବେ ଯାଏଁ ସୂଚନା ମିଳିନାହିଁ ।

ଗତ ଜୁନ୍ ୨୦ରେ ମଧ୍ୟ ଉଖରୁଲ ଜିଲ୍ଲାରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଶିଋଇ ଠାରୁ ୨୦ କିଲୋମିଟରଦୂର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏହି ଭୂମିକମ୍ପ ଆସିଥିଲା । ତାର ଏକ ମାସ ପୂର୍ବରୁ ମେ ୨୩ରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ୪.୩ ଥିଲା ।

ଗତ ବୁଧବାର ସକାଳେ ଆସାମରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହା ପଡ଼ୋଶୀ ମେଘାଳୟ ଓ ପଶ୍ଚିମବଙ୍ଗର ଉତ୍ତର ପାର୍ଶ୍ୱ ସହ ବାଂଲାଦେଶରେ ଅନୁଭୂତ ହୋଇଥିଲା ।

Leave a Reply