କେନ୍ଦ୍ର କ୍ୟାବିନେଟ ନିଷ୍ପତି: ମଣ୍ଡି ମାଧ୍ୟମରେ ଚାଷୀ ପାଇବେ ଏକ ଲକ୍ଷ କୋଟି

ନୂଆଦିଲୀ: ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏପିଏମସି ଜାରି ରହିବା ସହ ମଣ୍ଡି ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଆତ୍ମନିର୍ଭର ଭାରତ ଯୋଜନା ମଧ୍ୟ ଲାଭ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଯେଉଁ ଚାଷୀ ମାନେ ଆନ୍ଦୋଳନରତ ଅଛନ୍ତି ସେମାନଙ୍କୁ ମଧ୍ୟ ଏପିଏମସି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି । ଏଥିସହ ନଡିଆ ଚାଷୀଙ୍କୁ ଲାଭ ପହଞ୍ଚଇବା ପାଇଁ ନଡିଆ ବୋର୍ଡରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ।

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୩ ହଜାର ୧୦୦ କୋଟି ଟଙ୍କା ଏମର୍ଜେନ୍ସି ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଦିଆଯିବ । ଏଥିରେ କୋଭିଡ ହସ୍ପିଟାଲ ଓ ଆବଶ୍ୟକ ଭିତ୍ତିଭୂମିରେ ଆବଶ୍ୟକ ବ୍ୟବସ୍ଥା କରାଯିବ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରାଯିବା ପରେ ନୂଆ ଦାୟିତ୍ବ ନେଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ।

Leave a Reply