spot_img
Home Blog Page 5590

ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା, ନବୀନ ପଟ୍ଟନାୟକଙ୍କ ହାତରେ ସୁରକ୍ଷିତ ମଣୁଛନ୍ତି ସାଢ଼େ ଚାରି କୋଟି ଓଡ଼ିଆ

ଭୁବନେଶ୍ୱର: ୧୯୯୯ ମହାବାତ୍ୟା। ୨୬୦ କିଲୋମିଟର ବେଗରେ ପବନ। ପାରାଦୀପ-ଏରସମା ଅଞ୍ଚଳରେ ଲ୍ୟାଣ୍ଡଫଲ୍। ୧୦ ହଜାର ଲୋକଙ୍କ ମୃତ୍ୟୁ। ୨୦୧୩ରେ ଫାଇଲିନ୍। ପ୍ରାୟ ୨୪୦ କିଲୋମିଟର ବେଗରେ ପବନ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଲ୍ୟାଣ୍ଡଫଲ୍। ହେଲେ କାଜୁଆଲଟି ୨୧ରେ ସୀମିତ। ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ପରଠାରୁ ତାଙ୍କ ପଲିଟିକାଲ କମିଟମେଣ୍ଟ ଏବଂ ବିପର୍ଯ୍ୟୟ ବେଳେ ମୃତାହତ ସଂଖ୍ୟା କମାଇବା ପାଇଁ ପ୍ରସ୍ତୁତିକୁ ଜାତିସଂଘ ପୂର୍ବରୁ ପ୍ରଶଂସା କରିଥିଲା। ଏବେ ‘ୟାସ’ର ସଫଳ ପରିଚାଳନାକୁ ପ୍ରଶଂସା କରିଛି। ଜାତିସଂଘ ଡିଜାଷ୍ଟର ରିସ୍କ ରିଡକ୍ସନର ମୁଖ୍ୟ ମାମି ମିଜୁତୋରି ଟ୍ୱିଟ୍ କରିଛନ୍ତି ଯେ ବିପର୍ଯ୍ୟୟର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ସ୍ଥିତିକୁ ଆଗୁଆ ଆକଳନ କରି ମୁକବିଲା ଲାଗି ସବୁ ସ୍ତରରେ ପ୍ରସ୍ତୁତ ରହିବା ଭଳି କୌଶଳ ଓଡ଼ିଶାଠାରୁ ଶିଖିବା ଦରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ଓଡ଼ିଶାର ପଦକ୍ଷେପକୁ ପ୍ରଶାଂସା କରିଥିଲେ। ଆଜି ବି ମନ୍ କି ବାତ୍ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କୁ ମୋଦି ପ୍ରଶଂସା କରିଛନ୍ତି। ନବୀନଙ୍କ ମିଶନ ଜିରୋ କାଜୁଆଲଟି, ଲୋକଙ୍କ ସହଭାଗିତା, ସବୁବେଳେ ସଜାଗ ପ୍ରଶାସନ ସାଙ୍ଗକୁ ସମସ୍ତଙ୍କ ବିଶ୍ୱାସ ଜିତିବା ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଓଡ଼ିଶାକୁ ପ୍ରଶଂସା, ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ଗର୍ବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ୧୯୯୯ରେ ଅର୍ଥ, ମାନବସମ୍ବଳ, ବୈଷୟିକ ଜ୍ଞାନକୌଶଳ ଓ ସର୍ବୋପରି ମନୋବଳ ମଧ୍ୟ ନଥିଲା। କିନ୍ତୁ ଆଜି ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସାଢ଼େ ଚାରିକୋଟି ଜୀବନ ସୁରକ୍ଷିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି।

ଫିଲ୍ମଷ୍ଟାର ମାଧବନ୍‌, ପୂର୍ବତନ କେନ୍ଦ୍ରୀୟ ସଚିବ ଅନୀଲ ସ୍ୱରୁପଙ୍କ ସମେତ ବହୁ ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ସାମୁଦ୍ରିକ ଝଡ଼ ‘ୟାସ୍‌’ର ସଫଳ ମୁକାବିଲା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଲମତାପୁଟରୁ ୨ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆକୁ ଧରିଲା ହରିୟାଣା ପୋଲିସ

ଲମତାପୁଟ: କୋରାପୁଟର ଲମତାପୁଟ ଅଞ୍ଚଳରେ ଏବେ ହରିୟାଣା ପୋଲିସ। ୨ଆନ୍ତରାଜ୍ୟ ଗଞ୍ଜେଇ ମାଫିଆକୁ ନନ୍ଦପୁର ଓ ଲମତାପୁଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।  କିଛି ମାସ ତଳେ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରୁ ହରିୟାଣା ରାଜ୍ୟକୁ ଏକ ଟ୍ରକ୍‌ ଯୋଗେ ୧୭ କ୍ୟୁଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ  ହରିୟାଣା ରାଜ୍ୟର ସ୍ୱପ୍ନାଲି ପୁଲିସ ହାତରେ ଧରା ପଡିଥିଲ। ଏହି ଘଟଣାରେ ସ୍ୱପ୍ନାଲି ପୋଲିସ କିଛି ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ପୋଲିସର ତଦନ୍ତ ପରେ କୋରାପୁଟ ଜିଲ୍ଲା ଲମତାପୁଟର ପ୍ରଦୀପ ଶର୍ମା ଓ ମାଲକାନଗିରି ଜିଲ୍ଲା ମାଥିଲି ଥାନା  ଅଞ୍ଚଳର ଜୟରାମ ଜାଲାରୀ ସମ୍ପୃକ୍ତ ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ହରିୟାଣା SP କୋରାପୁଟ SP ଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ  କୋରାପୁଟ SP ନନ୍ଦପୁର SDPOଙ୍କୁ ଏନେଇ ନିର୍ଦ୍ଦେଶରେ ଦେଇଥିଲେ। SPଙ୍କ ନିର୍ଦ୍ଦେଶରେ ଲମତାପୁଟ ଓ ନନ୍ଦପୁର ପୋଲିସ ଏକ ଟିମ୍‌ ଗଠନ କରି ୨ଆନ୍ତରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ୨ ଗଞ୍ଜେଇ ମାଫିଆଙ୍କୁ ହସ୍ତାନ୍ତର କରିଥିବା ନନ୍ଦପୁର sdpo ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।

ଗର୍ଲଫ୍ରେଣ୍ଡ ସହ ବୁଲିବାକୁ ଆସିଥିବା ବେଳେ ଗିରଫ ହୋଇଛି ମେହୁଲ ଚୋକସି !

 ଆଣ୍ଟିଗୁଆ: ଭାରତରୁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଡୋମିନିକାରେ ଗିରଫ କରାଯିବା ପରେ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ଦାବି ଜୋର ଧରିଛି । ଏହାକୁ ନେଇ ବିଭିନ୍ନ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ଏମଧ୍ୟରେ ଆଣ୍ଟିଗୁଆ ଏବଂ ବାରବୁଦା ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ପଳାତକ ମେହୁଲ ଚୋକସିଙ୍କ ନିଜ ଦେଶରୁ ରହସ୍ୟମୟ ନିଖୋଜ ହେବା ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ଏକ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ବ୍ରାଉନ୍ କହିଛନ୍ତି ଯେ, ମେହୁଲ ଚୋକସି ଏଠାକୁ ଆସି ବଡ଼ ଭୁଲ୍ କରିଛନ୍ତି । ସେ ତାଙ୍କ ପ୍ରେମିକା ଡୋମିନିକାଙ୍କ ସହ କିଛି ଭଲ ସମୟ ବିତାଇବାକୁ ଏଠାକୁ ଆସିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ଭାରତ ହସ୍ତାନ୍ତର କରାଯାଇପାରେ।

୧୩ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମେହୁଲ ଚୋକସି ଓକିଲ କିନ୍ତୁ ଭିନ୍ନ କାହାଣୀ କହିଛନ୍ତି । ସେ କହିଛନ୍ତି ଯେ, ଚୋକସିଙ୍କୁ ୨୩ ମେ ୨୦୨୧ରେ ଭାରତ ଏବଂ ଆଣ୍ଟିଗୁଆ ପାଇଁ କାର୍ଯ୍ୟ କରୁଥିବା ଅଧିକାରୀମାନେ ଅପହରଣ କରି ନେଇଥିଲେ। ଏହି ସମୟରେ ତାଙ୍କୁ ମାଡ ଓ ନିର୍ଯାତନା ଦିଆଯିବା ସହ ଏକ ଜାହାଜ ମାଧ୍ୟମରେ ଡୋମିନିକାକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଯଦିଓ ଆଣ୍ଟିଗୁଆର ପୋଲିସ ଅପହରଣ ଦାବିକୁ ଖଣ୍ଡନ କରିବା ସହ ନିର୍ଯାତନା ଦିଆଯାଇ ନଥିବା କହିଛି । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ମେହୁଲ ଚୋକସିଙ୍କ ବିରୋଧରେ ବଡ଼ଧରଣ ବ୍ୟାଙ୍କ ଠକେଇର ଅଭିଯୋଗକୁ ପ୍ରମାଣିତ କରିବାକୁ କିଛି ଭାରତୀୟ ଅଧିକାରୀମାନେ ଡକ୍ୟୁମେଣ୍ଟ ଆକାରରେ ଡୋମିନିକାରେ ପହଞ୍ଚିଛନ୍ତି। ଯାହା ସ୍ପଷ୍ଟ ହେବା ମାତ୍ରେ ଚୋକସିଙ୍କୁ ଭାରତ ପଠାଯାଇପାରିବ ।

ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ଡୋମିନିକାନ୍ ସରକାରଙ୍କୁ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ନୁହେଁ ବରଂ ଭାରତ ପଠାଯିବା ଉଚିତ୍। ମେହୁଲ ଚୋକସିଙ୍କ ଅପହରଣ, ନିର୍ଯାତନା ଏବଂ ବେଆଇନ ଗିରଫ ମାମଲା ଡୋମିନିକାନ୍ ହାଇକୋର୍ଟରେ ବିଚାରାଧୀନ ଅଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମେହୁଲ ଚୋକସିଙ୍କ ଅନ୍ୟ ଦେଶକୁ ପ୍ରତ୍ୟର୍ପଣକୁ କୋର୍ଟ ସ୍ଥଗିତ ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁନ୍ ୨ରେ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶା ରୋଲ୍ ମଡେଲ୍। ବିପର୍ଯ୍ୟୟକୁ ବାଜିମାତ୍ କରିବାରେ ସକ୍ଷମ ନବୀନ ସରକାର। ସେ କରୋନା ହେଉକି ବାତ୍ୟା ୟାସ୍‌। ସବୁକୁ ସାମ୍ନା କରିବାରେ ସଫଳ ଓଡ଼ିଶା ସରକାର। ଓଡ଼ିଶା ସରକାରଙ୍କ ଜିରୋ କାଜୁଆଲିଟି ରଣନୀତି ପାଇଁ ବିପର୍ଯ୍ୟୟର ବିଭିଷୀକା ଉପରେ ରୋକ୍ ଲାଗେ। ଏଭଳି କିଛି କହି ପୁଣି ଓଡ଼ିଶା ସରକାରଙ୍କୁ ଓଡ଼ିଶାକୁ ତାରିଫ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ  କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଛାତ୍ର ଓ ସାଧାରଣ ଲୋକଙ୍କୁ ତାଲିମ ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ପଦକ୍ଷେପ ପାଇଁ ଆନନ୍ଦ ମହିନ୍ଦ୍ରା ତାଙ୍କ ନେତୃତ୍ୱ ଗୁଣ ପାଇଁ ପ୍ରଶଂସା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟ୍‌ରେ ଆନନ୍ଦ ମହିନ୍ଦ୍ରା ପ୍ରତିକ୍ରିୟ ଦେଇଛନ୍ତି। ସେ କହିଛନ୍ତି “ଯେତେବେଳେ ପ୍ରକୃତି ଓ ଏହାର କାରକ ପୃଥିବୀକୁ ଅତ୍ୟଧିକ ଅସ୍ଥିର ଓ ଅପ୍ରତ୍ୟାଶିତ କରି ଦେଇଛନ୍ତି ସେତେବେଳେ ଏହା ନେତୃତ୍ୱ ଲାଗି ଏକ ବିରାଟ ଶିକ୍ଷା”।

ଓଡ଼ିଶା ମନ୍ତ୍ରୀ ପରିଷଦ ଦ୍ୱାରା ପାରିତ ହୋଇଥିବା ଏହି ସଂକଳ୍ପରେ ଜରୁରୀକାଳୀନ ପରିସ୍ଥିତି ଉପରେ କେମିତି କାର୍ଯ୍ୟ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିକୁ କିପରି ମୁକାବିଲା କରାଯିବ ଏବଂ ପୂର୍ବାନୁମାନ କରାଯାଇ ପାରିନଥିବା ବିପର୍ଯ୍ୟୟ ସହ ଲଢ଼ିବା ପାଇଁ ରାଜ୍ୟ ସରକାର ତାଲିମ ଦେବେ। ବର୍ତ୍ତମାନ ହାଇସ୍କୁଲ ଏବଂ କଲେଜଗୁଡ଼ିକରେ ପାଠ୍ୟକ୍ରମର ଏକ ଅଂଶ ଭାବରେ ରାଜ୍ୟ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ପାଠ୍ୟକ୍ରମ ରହିବ।

ଏହା ବ୍ୟତୀତ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନାର ମୌଳିକ ପ୍ରକୃତି ଉପରେ ତାଲିମ ଦେବେ। ଏଥିସହ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ କେମିତି ବିପର୍ଯ୍ୟୟ ମୁକାବିଲା କରିହେବ ତାହା ଶିଖାଇବେ। ଏବଂ ମହାମାରୀ ପରିଚାଳନା ଉପରେ ଏକ ବାଧ୍ୟତାମୂଳକ ସିଲାବସ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସେୟାର କରିଥିଲେ। ଯାହାକୁ ନେଇ ପ୍ରଶଂସା କରିଛନ୍ତି ଆନନ୍ଦ ମହିନ୍ଦ୍ରା। ଖାଲି ସେତିକି ନୁହେଁ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି , ବନ ସୁରକ୍ଷା ସମିତି ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନଙ୍କୁ ତାଲିମ ଦେବେ।

ଯେମିତି ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶାର ସମସ୍ତେ ପ୍ରସ୍ତୁତ ରହିବେ ସେଥିପାଇଁ ଏହି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ବିପର୍ଯ୍ୟୟ ତଥା ମହାମାରୀ ପ୍ରତିରୋଧକାରୀ ଓଡ଼ିଶା ନିର୍ମାଣର ଏହି ମିଶନକୁ ଆଗକୁ ନେବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ। ଭବିଷ୍ୟତର ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଆମର ସବୁଠୁ ବଡ ପ୍ରସ୍ତୁତି ହେବ ବୋଲି ପ୍ରସ୍ତାବରେ କୁହାଯାଇଛି ।  #DisasterReadyOdisha ।

ଅନ୍ୟ ଦେଶର ସିଡ଼ି ବିକୁଥିଲେ, ପରିବାର ସାମ୍ନାରେ ଗୁଳି କଲେ ସରକାର

ଦୁନିଆର ସବୁଠାରୁ ରହସ୍ୟମୟ ଦେଶ ହେଉଛି ଉତ୍ତର କୋରିଆର । ଏହି ଦେଶ ବିଷୟରେ କୌଣସି ପ୍ରକାରର ସୂଚନା ପାଇବା ଅତ୍ୟନ୍ତ କଷ୍ଟକର । ଯଦି ଏହି ଦେଶର ଅଧିକାରୀମାନେ ଚାହାଁନ୍ତି, ତେବେ ବିଶ୍ୱକୁ କୌଣସି ସୂଚନା ମିଳିପାରିବ । ଏବେ ଏହି ଦେଶରେ ଆଇନରେ କୌଣସି ପରିବର୍ତ୍ତନ ଆସିଥିବା ସୂଚନା ମିଳିଛି । ପୂର୍ବରୁ ଆଇନ ଭାଙ୍ଗିବା ପାଇଁ ଯେଉଁ କଠୋର ଦଣ୍ଡ ଦିଆଯାଉଥିଲା, ଏବେ ତାହା ଆହୁରି କଠୋର ହୋଇଥିବା ଜଣାପଡ଼ିଛି ।

ଆଇନର ଏହି ପରିବର୍ତ୍ତନ ପରେ ନିକଟରେ ଜଣେ ବ୍ୟକ୍ତିଙ୍କୁ ଏଠାରେ ଗୁଳି କରି ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ନକଲି ସିଡି ବିକ୍ରି କରୁ ଥିବା ବେଳେ ଧରାପଡିଥିଲେ। ଡକାୟତି ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେହି ବ୍ୟକ୍ତିଙ୍କଠାରୁ ସିଡି ରୋମ-ମେମୋରୀ ଷ୍ଟିକ୍ସ (CD Roms’s-Memory Sticks)  ମିଳିଥିଲା । ଯେଉଁଥିରେ ଦକ୍ଷିଣ କୋରିଆର ଚଳଚ୍ଚିତ୍ର, ଗୀତ ଏବଂ ମ୍ୟୁଜିକ୍ ଭିଡିଓ ରହିଥିଲା ​ । ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲାଗିଥିଲା

ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ନାମ ଲି ବୋଲି ଜଣାପଡିଛି । ତାଙ୍କ ଉପେର ଦେଶଦ୍ରୋହ ଏବଂ ଆଣ୍ଟି ସୋସିଆଲିଷ୍ଟ ଏଲିମେଣ୍ଟର ଅଭିଯୋଗ  ଲାଗିଥିଲା । ଲି’ଙ୍କ ପାଖରେ ଦକ୍ଷିଣ କୋରିଆର ଚଳଚ୍ଚିତ୍ର, ଗୀତ ଏବଂ ଟିଭି ଶୋ’ର ସିଡି ଥିଲା । ଲିଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ସେଠାରେ ୫୦୦ ଲୋକଙ୍କୁ ଏକତ୍ରିତ କରାଯାଇଥିଲା । ଏଥିରେ ଲିଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ। ସମସ୍ତଙ୍କ ସାମ୍ନାରେ ଲିଙ୍କୁ ଗୁଳି କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନଙ୍କୁ କାନ୍ଦିବାକୁ ମଧ୍ଯ ଅନୁମତି ନଥିଲା ।

ଲି’ଙ୍କୁ ମାରିବା ପାଇଁ ୧୨ ଜଣ ବନ୍ଧୁକଧାରୀଙ୍କୁ ସେଠାରେ ରଖାଯାଇଥିଲା । ସମସ୍ତେ ଲିଙ୍କୁ ଏକାଠି ଗୁଳି ଚଳାଇଥିଲେ । ସେଠାରେ ଉପସ୍ଥିତ ଥିବା ଲିଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କୁ କାନ୍ଦିବାକୁ ମଧ୍ୟ ଦିଆଯାଇନଥିଲା। ଯଦି ପରିବାର ଏବଂ ପଡ଼ୋଶୀମାନେ କାନ୍ଦୁଥିବାର ଦେଖାଯାଏ, ତେବେ ସେମାନଙ୍କ ଉପରେ ମଧ୍ୟ ଦେଶଦ୍ରୋହୀଙ୍କ ପ୍ରତି ସମବେଦନା ଜଣାଇବା ଅଭିଯୋଗରେ ଦଣ୍ଡ ଦିଆଯିବ ବୋଲି କୁହାଯାଇଥିଲା ।

ଉତ୍ତର କୋରିଆରେ ପ୍ରଣୟନ ହୋଇଛି କଠୋର ଆଇନ

ଡିସେମ୍ବର ୨୦୨୦ ପରେ ଉତ୍ତର କୋରିଆରେ ଏହି ଆଇନକୁ ପରିବର୍ତ୍ତନ କରିଛି । ଏବେ ଏଠାରେ ଦକ୍ଷିଣ କୋରିଆ ଚଳଚ୍ଚିତ୍ର, ଟିଭି ଶୋ ଦେଖିବା ଏକ ଅପରାଧ ହୋଇଯାଇଛି । ଯଦି କେହି ଏହା କରିବାରେ ଧରାପଡ଼ନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବ ବୋଲି ଆଇନରେ କୁହାଯାଇଛି । ଯଦି କେହି ଏହା କରୁଛନ୍ତି ଏବଂ ଆପଣ ଏହା ବିଷୟରେ ସୂଚନା ଦେଇ ନାହାଁନ୍ତି, ତେବେ ଆପଣଙ୍କୁ ମଧ୍ୟ ସାତ ବର୍ଷ ଜେଲ ଦଣ୍ଡ ହୋଇପାରେ । ନିୟମ ପରିବର୍ତ୍ତନ ପରେ ଦେଶର ଲୋକଙ୍କ ଭୟବୀତ ଅବସ୍ଥାରେ ଅଛନ୍ତି ।

ରାଜ୍ୟରେ ୧ ଜୁନ୍‌ଠାରୁ ୧୭ ଜୁନ୍‌ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୨୫ ପ୍ରତିଶତରୁ କମି ୧୫ ପ୍ରତିଶତରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପଶ୍ଚିମାଞ୍ଚଳରେ କରୋନା ସଂକ୍ରମଣ କ୍ରମାଗତ ଭାବେ କମିବାରେ ଲାଗିଛି। କିନ୍ତୁ ଉପକୂଳ ଓଡ଼ିଶା ଯେମିତିକି ଖୋର୍ଦ୍ଧା, କଟକ, ଅନୁଗୁଳରେ ୨୦ ପ୍ରତିଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ ପାଇଁ କରୋନାରେ ବ୍ରକ୍‌ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି ଠିକ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅକ୍ସିଜେନ ହେଉକି ଔଷଧ ସବୁକିଛି ରାଜ୍ୟରେ ମହଜୁଦ ରହିଛି। ତେବେ କରୋନା ସଂକ୍ରମଣକୁ ନଜରରେ ରଖି ଲକ୍‌ଡାଉନକୁ ବଢ଼ାଯାଇଛି। ରାଜ୍ୟରେ ୧ ଜୁନ୍‌ଠାରୁ ୧୭ ଜୁନ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍। ୧୬ ଦିନ ପାଇଁ ରାଜ୍ୟରେ ପୁଣି ବଢ଼ିଛି ଲକ୍‌ଡାଉନ। ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି। ପୂର୍ବଭଳି ସଟ୍‌ ଡାଉନ ମଧ୍ୟ ଜାରି ରହିବ।

ଜୁନ୍‌ ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ। ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ପାଇଁ ସମାନ ନିୟମ ଲାଗୁ ରହିବ ରହିଛି।

ତେବେ ୩ଟି ଜିଲ୍ଲା ପାଇଁ ଲକ୍‌ଡାଉନ୍‌କୁ କୋହଳ କରାଯାଇଛି। ନୂଆପଡ଼ା, ଗଜପତି ଏବଂ ସୁନ୍ଦରଗଡ଼ରେ ଲକ୍‌ଡାଉନରେ କୋହଳ କରାଯାଇଛି। ଏହି ୩ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ତଳେ ରହିଛି। ସେଥିପାଇଁ ଏହି ୩ଟି ଜିଲ୍ଲାରେ ୭ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ ସବୁ ଦୋକାନ ବଜାର। ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ସହ ଅନ୍ୟ ସବୁ ଦୋକାନକୁ ୬ ଘଣ୍ଟା ଖୋଲିବା ପାଇଁ ରହିଛି ଅନୁମତି। କିନ୍ତୁ ଅନ୍ୟ ସବୁ ଜିଲ୍ଲା ପାଇଁ ପୂର୍ବଭଳି ୭ରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ। ଲକ୍‌ଡାଉନର ୧୬ ଦିନ ମଧ୍ୟରେ ଯଦି ସ୍ଥିତି ସୁଧୁରେ ତେବେ ଲକ୍‌ଡାଉନକୁ କୋହଳ କରାଯିବ।

କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ।

 

ରାଜ୍ୟରେ ବଢୁଛି ଟେଷ୍ଟ୍‌ ଖସୁଛି ପଜିଟିଭ୍ ରେଟ୍, ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍ ପରିସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍। ରାଜ୍ୟରେ ଧିରେ ଧିରେ ପଜିଟିଭ୍ ରେଟ୍ ଖସିବାରେ ଲାଗିଛି। ଯଦି ଦେଖିବା ଏବେ ଦେଶରେ କରୋନା ସଂକ୍ରମଣ କମିବା ଆରମ୍ଭ ହୋଇଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି। ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି।

ସେପଟେ ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ୍ ଆଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ  ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି।

ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଆଜି ସିଧାସଳଖ ଚୀନ୍‌ରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍‌। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍‌ କହିଛନ୍ତି। ଏବେ ଭାରତରେ ବ୍ଲାକ୍‌ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍‌ କହିଛନ୍ତି।

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ସୁରକ୍ଷାକୁ ଆଖି ଆଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଆଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛି। ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଟିକା ନେଇ ସାରିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି। ରାଜ୍ୟରେ ଭ୍ୟାକସିନ୍ ଓ୍ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି। ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆହୋଇଛି। ଗ୍ଲୋବାଲ୍ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ।

ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍‌ କହିଛନ୍ତି। ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍‌ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ସେ କହିଛନ୍ତି। ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର। ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି। ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ RT-PCR ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ।

ଏହି ଦିନରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟ ପରଗ, ଜାଣନ୍ତୁ ଆପଣଙ୍କ ରାଶିରେ କଣ ପଡ଼ିବ ପ୍ରଭାବ

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ୍ ୨୦୨୧ ଗୁରୁବାର ହେବାକୁ ଯାଉଛି । ଚନ୍ଦ୍ରଗ୍ରହଣ ପରେ ଏହା ବର୍ଷର ଦ୍ୱିତୀୟ ଗ୍ରହଣ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ସମୁଦାୟ ୪ଟି ଗ୍ରହଣ ପଡ଼ିବ । ସେ ମଧ୍ୟରୁ ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ ଟି ସୂର୍ଯ୍ୟ ପରାଗ ହେବ । ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗରେ ପ୍ରାୟ ୯୯ ପ୍ରତିଶତ ଚନ୍ଦ୍ରର ଛାଇରେ ଲୁଚି ରହିଥାଏ । ତେବେ ୧୦ ଜୁନ୍ ୨୦୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ ।

ଏହି ସୂର୍ଯ୍ୟପରାଗ ଅପରାହ୍ନ ୧ ଟା ୪୨ରୁ ଲାଗି ସନ୍ଧ୍ୟା ୬.୪୧ ମିନିଟରେ ଶେଷ ହେବ । ପ୍ରାୟ ୫ଘଣ୍ଟା ଧରି ଏହି ପରାଗ ରହିବ । ଏହା ଆଂଶିକ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଦେଖାଯିବ । ଚଳିତ ବର୍ଷର ସୂର୍ଯ୍ୟ ଗ୍ରହଣ କେବଳ ଅରୁଣାଚଳ ପ୍ରଦେଶ ଏବଂ ଭାରତର ଲଦାଖର କିଛି ଅଂଶରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ପରାଗ ଯେଉଁ ସ୍ଥାନରେ ଦୃଶ୍ୟମାନ ହେବ କେବଳ ସେହି ସ୍ଥାନରେ ଖାଦ୍ୟପାନୀୟରେ ବାରଣ ରହିଥାଏ । ଯେହେତୁ ଭାରତରେ ଏହା ଆଂଶିକ ମାତ୍ରାରେ ପଡ଼ିବ ତେଣୁ ଏହି ପରାଗ ପାଇଁ କିଛି ବାରଣ କରାଯିବ ନାହିଁ ।

ମେଷ -ପରାଗ ସମୟରେ, ଏହି ରାଶିର ଲୋକମାନେ ତର୍କବିତର୍କରୁ ଦୂରେଇ ରହିବା ଉଚିତ୍ । ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଆର୍ଥିକ କ୍ଷତି ହୋଇପାରେ ।

ବୃଷ – ସୂର୍ଯ୍ୟ ପରାଗ କାରଣରୁ, ବୃଷର ରାଶିର ବ୍ୟକ୍ତିମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । କ୍ୟାରିୟର ଏବଂ କାର୍ଯ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନ – ଏହି ରାଶିର ବ୍ୟକ୍ତିବିଶେଷ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରିପାରନ୍ତି । ଧନ ହାନୀର ଯୋଗ ରହିଛି । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପାରିବାରିକ ସମ୍ପର୍କ ଭଲ ହେବ ।

କର୍କଟ- ଏହି ରାଶିର ଲୋକମାନେ ସତର୍କ ହେବା ଆବଶ୍ୟକ । ବିତର୍କରୁ ଦୂରେଇ ରୁହନ୍ତୁ । ନିଜର ବାଣୀକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ ।

ସିଂହ- ଏହି ରାଶିର ଲୋକମାନେ ଆର୍ଥିକ ଲାଭ ପାଇପାରିବେ । ଧନ ଲାଭର ଯୋଗ ରହିଛି । କାହା ବିଷୟରେ ନକାରାତ୍ମକ ଚିନ୍ତାଧାରା ଆଣିବା ଠାରୁ ଦୂରେଇ ରୁହନ୍ତୁ । ଆଧ୍ୟାତ୍ମିକତାର କାର୍ଯ୍ୟରେ ମନ ନିବେଶ କରନ୍ତୁ ।

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍  । କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ  । ପାରିବାରିକ ସମ୍ପର୍କ ମଧୁର ହେବ ।

ତୁଳା – ଏହି ରାଶିର ଲୋକମାନେ ଯତ୍ନର ସହ କିଛି କାର୍ଯ୍ୟ କରିବା ଉଚିତ୍ । ମାନସିକ ଚାପରୁ ଦୂରେଇ ରୁହନ୍ତୁ । ଜଣେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

ବିଛା- ଏହି ରାଶିର ବ୍ୟକ୍ତି ସେମାନଙ୍କ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ଧନୁ – ଏହି ରାଶିର ବ୍ୟକ୍ତି କ୍ୟାରିୟର ଏବଂ ଶିକ୍ଷା ପ୍ରତିଯୋଗିତାରେ ସଫଳତା ପାଇବେ । କଠିନ ପରିଶ୍ରମ କରନ୍ତୁ ସମୟ ନଷ୍ଟ କରିବାରୁ ନିବୃତ ରୁହନ୍ତୁ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

ମକର – ଏହି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି କାର୍ଯ୍ୟ ବାଛିବିଚାରି କରନ୍ତୁ । କାହାକୁ ଅଧିକ ବିଶ୍ୱାସ କରିବା କ୍ଷତିକାରକ ହୋଇପାରେ ।

କୁମ୍ଭ – ଏହି ରାଶିର ଲୋକମାନେ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁଙ୍କ ଦ୍ୱାରା ପରାସ୍ତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ ।

ମୀନ- ଏହି ରାଶିର ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ । ବୁଝି ବିଚାରି ନିଷ୍ପତ୍ତି ନେବା ଆବଶ୍ୟକ । ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୃଦଙ୍କ ବଜାଇ ଏବେ ଭାଇରାଲ କୁନି କଳାକାର ବ୍ଲାସନ୍‌, ଦେଖନ୍ତୁ କେମିତି ବଜାଉଛନ୍ତି ମୃଦଙ୍ଗ…

ବଲାଙ୍ଗୀର: ଅଜାଙ୍କ ତାଳରେ ତାଳ ଦେଇ ବଜାଇ ଚାଲିଛନ୍ତି ମୃଦଙ୍ଗ। ଅଜା ପଜାଉଛନ୍ତି ଆଉ ସେହି ତାଳରେ ନାତିଆ ଟୋକା ବଜାଇ ଚାଲିଛି ମୃଦଙ୍ଗ। ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ। ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ। କୁନି ମୃଦଙ୍ଗ ବାଦକ ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ନାଇକେନସିରା ଗାଁର।

ଏହି ଗାଁର ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଲାସନ ବାରିକ। ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ। ଏମିକି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍‌ ମୃଦଙ୍ଗ ବଜାଇ ପାରିବେ ନାହିଁ। ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି।

ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଥିବା ଜଣାପଡ଼ିଥିବା  ବେଳେ ଭିଡ଼ିଓରେ ତାଙ୍କ ଅଜା ଦାସ କାଠିଆ ବଜାଉଛନ୍ତି ଏହି ଚାରି ବର୍ଷର କୁନି ପିଲା ମୃଦଙ୍ଗ ବଜାଉଛନ୍ତି। ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି। ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି। ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗୀରର ଏହି କୁନି କଳାକାର ବ୍ଲେସନ ବାରିକ।

ମଙ୍କି କ୍ୟାପ୍‌ ପିନ୍ଧା ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀରେ ମେଡିସିନ ଷ୍ଟୋର

ଭୁବନେଶ୍ୱର: ଲକଡାଉନରେ  ଭୁବନେଶ୍ୱରରେ ଅପରେସନ ମେଡିସିନ ଷ୍ଟୋର। ରାଜଧାନୀରେ ଲକ୍‌ଡାଉନ ସମୟରେ ସକ୍ରିୟ ହୋଇଛନ୍ତି ଡକାୟତି ଗ୍ୟାଙ୍ଗ। ମଙ୍କି କ୍ୟାପି ପିନ୍ଧି ଅନ୍ଧାର ରାତିରେ କଳାକନା ବୁଲାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଚୋର। ସିସିଟିଭିରେ କଏଦ ହେଲା ଚୋରିର ପୁରା କାରନାମା। ନୟାପଲ୍ଲୀ ଥାନା ଅଞ୍ଚଳରେ ସିରିଜ ଚୋରି ଉଦ୍ୟମ କରିଛନ୍ତି ଲୁଟେରା। କେମିତି କିଛି କ୍ଷଣ ମଧ୍ୟରେ ସଟର ଭାଙ୍ଗି ଲୁଟି ନିଅନ୍ତି ତାର ପୁରା ରେକର୍ଡ ରହିଛି ସିସିଟିଭିରେ। ହାଇଫାଇ ମେଡ଼ିସିନ ଷ୍ଟୋରର ବଡ ବଡ ତାଲାକୁ ବି ଛାଡୁନାହାନ୍ତି ଏହି ଲୁଟେରା। ରାସ୍ତା ଉପରେ ଚଳ ପ୍ରଚଳ ସ୍ଥାନରେ କରୁଛି ଚୋରିର ଲାଇଭ ଅପରେସନ।

ତାଲା ଭାଙ୍ଗି ସଟର ତାଡି ଲୁଟି ନେଉଛି ଲକ୍ଷ ଲକ୍ଷ ଟଙ୍କା। ଗତ ୨୮ ତାରିଖ ରାତି ୨ଟାରେ କରିଛନ୍ତି ଚୋରିର ଅପରେସନ। ନୟାପଲ୍ଲୀ ଏନ-୪ର ନେଟ ମେଡରୁ କ୍ୟାସ ଡ୍ର ତାଡି ନେଇଛି ୧ଲକ୍ଷ ୭୦ ହଜାର ଟଙ୍କା। ସେହିପରି ଏନ-୪ର ମେଡପ୍ଲସରୁ ଉଦ୍ୟମ କରି ଭିତରେ ଲକ ଥିବା ଯୋଗୁଁ ଫେଲ ମାରିଛି ଚୋରର ଉଦ୍ୟମ। କେବଳ ସେତିକି ନୁହେଁ ୨୫ ତାରିଖ ରାତିରେ ରିଚି ହୋଟେଲ ପାଖ ପଣ୍ଡା ମେଡ଼ିସିନ ଷ୍ଟୋର, ମେଡପ୍ଲସ, ମେଡ଼ିସିନ ଷ୍ଟୋରର ତାଲା ତାଡି ଲୁଟ ଉଦ୍ୟମ କରିଛି ଏହି ଲଟେରା ଗ୍ୟାଙ୍ଗ। ଏ ନେଇ ପୋଲିସ ତଦନ୍ତ କରୁଛି। ପୋଲିସର ଲକଡ଼ାଉନରେ ପୋଲିସ  ପାଟ୍ରୋଲିଂ ଓ ନାକାକୁ ନେଇ ଉଠଛି ପ୍ରଶ୍ନ।