ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଳ ଭଣ୍ଡାରର ବାମ ପଟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି। ଦିନ ୧୧ଟାବେଳେ ପାରମ୍ପାରିକ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।

ତେବେ ବନ୍ୟାଜଳ ନିଷ୍କାସିତ ନେଇ ଗତ ଦୁଇ ଦିନ ଧରି ତଳ ମୁଣ୍ଡରେ ଥିବା ୬ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଥିଲେ । ଏହାସହ ବନ୍ୟା ଜଳ ଛାଡିବାର ୬ ଘଣ୍ଟା ପୂର୍ବରୁ ଜଳ ଭଣ୍ଡାରର ସାଇରନ ବଜାର ନିକଟବର୍ତ୍ତି ଅଞ୍ଚଳର ଲୋକଙ୍କୁ ସତର୍କ କରାଇଥିଲା। ସମ୍ବଲପୁର, ରେଢ଼ାଖୋଲ, ସୋନପୁର ଓ ବୌଦ୍ଧ ସମେତ ତଳ ମୁଣ୍ଡରେ ଥିବା ଜିଲ୍ଲାକୁ ମହାନଦୀ ଶଯ୍ୟା ବ୍ୟବହାର ନକରିବାକୁ ସତର୍କ କରାଯାଇଛି।

ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରିବା ଆଶା କରାଯାଉଛି । ଜଳଭଣ୍ଡାରର ଜଳସ୍ତର ଯେତିକି ବଢ଼ିବ, ସେହି ଅନୁପାତରେ ଗେଟ୍ ଖୋଲାଯିବ। ଜଳସ୍ତର କମିଲେ, ପର୍ଯ୍ୟାୟକ୍ରମେ ଜଳଭଣ୍ଡାରର ଗେଟ୍ ବନ୍ଦ କରାଯିବ। ଜଣାଇଦେବାକୁ ଚାହୁଁ ଯେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ହେଉଛି ୬୩୦ ଫୁଟ।

Leave a Reply