spot_img
Home Blog Page 5589

ରାଜ୍ୟରେ ପ୍ରଥମ: ବୁର୍ଲା ଭିମ୍‌ସାର୍ ବ୍ଳାକ୍ ଫଙ୍ଗସ୍ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ୱଲପୁର: ବୁର୍ଲା ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଧିଗ୍ଧଙ୍କ ମୃତ୍ୟୁ । ଆଉ ତିନିଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି । ମୃତକ ଜଣଙ୍କର ନମୁନା ପରୀକ୍ଷା ପାଇଁ ଭୀମସାର କତ୍ତୃପକ୍ଷ ଭୁବନେଶ୍ୱରକୁ ପଠାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବ୍ଲାକ ଫଙ୍ଗସ କି ନୁହଁ ସ୍ପଷ୍ଟ ହୋଇନାହିଁ । ଅନ୍ୟ ତିନିଜଣ ସନ୍ଧିଗ୍ଧଙ୍କ ମଧ୍ୟ ନମୁନାକୁ ଭୁବନେଶ୍ୱରକୁ ପଠା ହୋଇଛି । ସେଠାରୁ ରିପୋର୍ଟ ଆସିବା ପରେ ହିଁ ଏହି ସମସ୍ତ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ କି ନୁହଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ: ୩୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୮ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ: ୩୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦିନକରେ ୮ହଜାର ୩୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୫ଜଣଙ୍କ ଜୀବନ ନେଇଛି କିଲର କରୋନା । ଅନୁଗୁଳରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ସୋନପୁରରୁ ୩ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡରୁ ୨ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମରୀ । ସେହିପରି ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୧ହଜାର ୮୮୧ । କ୍ବାରେଣ୍ଟାଇନରୁ ୪ହଜାର ୬୫୫, ଲୋକାଲ୍ କେସ୍ ୩ହଜାର ୬୫୮ । ଖୋର୍ଦ୍ଧାରୁ ସର୍ବାଧିକ ୯୭୪, କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨, ଅନୁଗୁଳରୁ ୫୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୪୬୫, ବାଲେଶ୍ବରରୁ ୪୫୨, ଢେଙ୍କାନାଳରୁ ୪୦୭, ପୁରୀରୁ ୪୦୫, ଯାଜପୁରରୁ ୩୫୪, କେନ୍ଦ୍ରାପଡାରୁ ୩୩୧, ନୟାଗଡ଼ରୁ ୨୮୩, ଜଗତସିଂହପୁରରୁ ୨୮୦, ବରଗଡ଼ରୁ ୨୭୯, ବୌଦ୍ଧରୁ ୨୦୯, ନବରଙ୍ଗପୁରରୁ ୨୦୫, ସମ୍ବଲପୁରରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୧୯୮, କେନ୍ଦୁଝରରୁ ୧୮୦, କଳାହାଣ୍ଡି ଓ ଷ୍ଟେଟପୁଲରୁ ୧୬୨ଜଣ ଲେଖାଏଁ, ରାୟଗଡାରୁ ୧୪୮, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୧୧୯, ଗଞ୍ଜାମରୁ ୧୨୯, ସୋନପୁରରୁ ୧୨୩, ଝାରସୁଗୁଡାରୁ ୧୧୧, ମାଲକାନଗିରିରୁ ୧୦୩, କନ୍ଧମାଳରୁ ୯୦, ଗଜପତିରୁ ୮୫, ଦେଓଗଡ଼ରୁ ୫୫, ନୂଆପଡାରୁ ୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୭୦ହଜାର ୫୨୭ । ଆକ୍ଟିଭ କେସ୍ ୯୧ହଜାର ୬୬୩ ।

 

 

 

ଜୁନ୍ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି କରୋନା ଟିକାର ଡୋଜ୍: ଖୋଲା ବଜାରରୁ କିଣିପାରିବେ ରାଜ୍ୟ

ନୂଆଦିଲ୍ଲୀ: ଟିକାକରଣ ନେଇ ଭଲ ଖବର । ଜୁନ୍ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି କରୋନା ଟିକାର ଡୋଜ୍ । ଯାହା ବିଶ୍ୱର ଏହି ବୃହତ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ଓ ବ୍ୟାପକ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ । ତେବେ ମଇ ମାସରେ ୭୯୪ କୋଟି ଡୋଜ୍ ଟିକାକରଣ ନେଇ ଉପଲବ୍ଧ ଥିଲା ।

ଜନସଂଖ୍ୟା, ଟିକା ଅପଚୟ ଓ ଆବଶ୍ୟକତାକୁ ଆଧାର କରି ଏହି ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦୋକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଜୁନ୍ ମାସ ପାଇଁ ୬୦୯ କୋଟି କୋଭିଡ ଟିକାର ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବା ଲୋକମାନଙ୍କ ପାଇଁ ପଠାଯିବ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକେ ରହିବେ ।

ଏଥିସହିତ ୫୮୬ କୋଟି ଡୋଜ୍ ଖୋଲା ବଜାରରେ ଉପଲବ୍ଧ ହେବ । ଯାହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କିଣିପାରିବେ । ତେବେ ମନ୍ତ୍ରାଳୟ ପକ୍ଷରୁ ଟିକାପ୍ରଦାନ ସମ୍ପର୍କିତ ସୂଚନା ଆଗୁଆ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସୂଚିତ କରାଯିବ ବୋଲି କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଟେଷ୍ଟ୍‌ ଖସୁଛି ପଜିଟିଭ୍ ରେଟ୍, ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିର୍ଦ୍ଦେଶ

୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା । ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, କଲାହାଣ୍ଡି, କନ୍ଧମାଲ, ଯାଜପୁର, ବାଲେଶ୍ବର, ଭଦ୍ରକ  । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି  । ସେପଟେ ଜୁନ୍ ୩ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଏନେଇ ପାଗ ଅନୁକୂଳ ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଜୁନ୍ ୮ ତାରିଖ ବେଳକୁ ମୌସୁମୀ ସଂପୂର୍ଣ୍ଣ କେରଳ ଛୁଇଁବ । ଏହା ପରେ ବର୍ଷାର ପରିମାଣ ବଢି ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୧ ଜୁନ୍‌ଠାରୁ ୧୭ ଜୁନ୍‌ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍

ତଉତେ ବାତ୍ୟା ଯୋଗୁଁ ସମୁଦ୍ର ମଝିରେ ଫସିଲା ଜାହାଜ, ଲିକ୍‌ ହେଉଛି ୮୦ ହଜାର ଲିଟର ଡିଜେଲ

ନୂଆଦିଲ୍ଲୀ: ସମୁଦ୍ର ମଝିରେ ଅଟକି ରହିଥିବା ଜାହାଜରୁ ଲିକ୍‌ ହେବାରେ ଲାଗିଛି ଡିଜେଲ। ଡିଜେଲ ଲିକ୍‌ ହେବା ପରେ ପୁରା ସମୁଦ୍ରରେ ଏବେ ଡିଜେଲ ମିଶିବାରେ ଲାଗିଛି। ଯେଉଁଥିପାଇଁ ମାଛ ମାନଙ୍କ ମଧ୍ୟରୁ ଏବେ ଡିଜେଲ ବାସ୍ନା ଆସିବାରେ ଲାଗିଛି। ତେବେ ତଉତେ ବାତ୍ୟା ଯୋଗୁଁ ଆଲିବାଗ ନିକଟରେ ଗେଲ୍ କନଷ୍ଟ୍ରକ୍ଟର ନାମକ ଏକ ଜାହାଜକୁ ଲଙ୍ଗର କରାଯାଇଥିଲା। କିନ୍ତୁ ପ୍ରବଳ ବେଗରେ ପବନ ବହିବା କାରଣରୁ ଭାଙ୍ଗିଯାଇଥିଲା ଜାହାଜର ଲଙ୍ଗର। ଲଙ୍ଗର ଭାଙ୍ଗିଯିବା ପରେ ସମୁଦ୍ର ଭିତରକୁ ଚାଲିଯାଇଥିଲା ଜାହାଜ। ପରେ ଏହି ଜାହାଜ ଆଲିବାଗଠାରୁ ୧୦୦ କିଲୋମିଟର ଦୂରରେ ଥିବା ପାଲଗଡ଼ ଅଞ୍ଚଳର ଭଦ୍ରାଇରେ ପହଞ୍ଚିଥିଲା।​​ ତେବେ ଜାହାଜଟି ପାଲଗଡ଼ ଅଞ୍ଚଳର ଭଦ୍ରାଇରେ ପଥର ଚଟାଣ ମଧ୍ୟରେ ଅଟକିଯିବା ଫଳରେ ଏବେ ଫଥରରେ ମାଡ଼ ହୋଇ ଡିଜେଲ ଟ୍ୟାଙ୍କର ଲିକ୍‌ ହୋଇଯାଇଛି। ଜାହାଜରେ ୮୦ ହଜାର ଲିଟରରୁ ଅଧିକ ଡିଜେଲ ଲୋଡ୍ ହୋଇ ରହିଛି।

ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ଜାହାଜରୁ ୧୩୭ ଜଣଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ ପଥର ଯୋଗୁଁ ଜାହାଜର କ୍ଷତି ଏବଂ ଡିଜେଲ ସମୁଦ୍ର ଭିତରକୁ ପଶିଯିବା କାରଣରୁ ମତ୍ସ୍ୟଜୀବୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମତ୍ସ୍ୟଜୀବୀ ତଥା ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ସମୁଦ୍ରରେ ଡିଜେଲ ଲିକ ହେତୁ ମାଛରୁ ଡିଜେଲର ଗନ୍ଧ ଆସିବା ଆରମ୍ଭ କରିଛି। ସେପଟେ ONGC, FCON, ତଟରକ୍ଷୀ ବାହିନୀ ଏବଂ ଅନ୍ୟ ଅଧିକାରୀମାନେ ଏହି ଲିକ୍ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହିତ ଶୀଘ୍ର ବ୍ୟାରେଜରୁ ଡିଜେଲକୁ ଅନଲୋଡ୍ କରିବାକୁ ଉଦ୍ୟମ କରାଯାଉଛି।

ଡିଜେଲ ଅନଲୋଡିଂ ପାଇଁ କର୍ତ୍ତୃପକ୍ଷ ୧୦୦୦ ଲିଟର ବଡ଼ ଟ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ସେମାନେ ଟ୍ୟାଙ୍କରକୁ ସ୍ଥାନୀୟ ଲୋକଙ୍କ ଛୋଟ ଡଙ୍ଗାରେ ପଠାଇ ଜାହାଜକୁ ପଠାଉଛନ୍ତି। ଏହା ପରେ, ଜାହାଜାରେ ରଖାଯାଇଥିବା ଡିଜେଲକୁ ଛୋଟ ଛୋଟ ଟ୍ୟାଙ୍କରରେ ଲୋଡ଼ କରାଯାଇ କୂଳକୁ ଅଣାଯାଉଛି।

ସୋସିଆଲ ମିଡିଆରେ ଯୋଗାଉଛନ୍ତି କରୋନା ଚିକିତ୍ସା, ସ୍ୱେଚ୍ଛାକୃତ ସେବାରେ ସାମିଲ ଡାକ୍ତର ଓ ସମାଜସେବୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ କରୋନା ଚିକିତ୍ସା। ସଙ୍କଟ କାଳରେ ସଂଯୋଗର ସେତୁ। ସ୍ୱେଚ୍ଛାକୃତ ସେବାରେ ଡାକ୍ତର ଓ ସମାଜସେବୀ। ଭରସା ଜୁଟାଉଛି ଟେଲି ମେଡିସିନ୍। ଆଇସିୟୁ ହେଉ ବା ଅକ୍ସିଜେନ। ହସ୍ପିଟାଲରେ ଆଡମିସନ ହେଉବା ଡାକ୍ତରଙ୍କ ପ୍ରେସକ୍ରିପସନ। ଏବେ ସବୁକିଛି ହେବ ଅନଲାଇନରେ। କେବଳ ଓଡିଶା ନୁହେଁ, ସାରା ଭାରତର କୋଣ ଅନୁକୋଣରେ ଯଦି କୌଣସି ରୋଗୀର କିଛି ସମସ୍ୟା ରହିଲା, ତେବେ ସମାଧାନର ସୂତ୍ର କାଢୁଛନ୍ତି ଡାକ୍ତର ଓ ସ୍ୱେଛାସେବୀ। ଦିନକୁ ୧୨ ରୁ ୧୪ ଘଣ୍ଟା ସେମାନେ ଅନଲାଇନ ରହି ସେବା ଯୋଗାଇବା ସହ ଲକଡାଉନ ସମୟରେ ଅଯଥା ଘରୁ ନବାହାରି ଚିକିତ୍ସିତ ହେବାକୁ ପରାମର୍ଶ ଦେଉଛନ୍ତି। କେବଳ କୋଭିଡ ନୁହେଁ, ଅନ୍ୟ ଗୁରୁତର ରୋଗର ଚିକିତ୍ସା ଟେଲିମେଡିସିନ ମାଧ୍ୟମରେ ହେଉଥିବା ବେଳେ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ସଂକଟ ସମୟରେ ଗୋଟିଏ ରୋଗର ନିରାକରଣ କରିବାକୁ ଯାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଆଉ ଏକ ବଡ଼ ରୋଗକୁ ନିମନ୍ତ୍ରଣ କରିବାର ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଆଭ୍ୟନ୍ତରିଣ ଗାଁ, ଯେଉଁଠାରେ ଉନ୍ନତ ଚିକିତ୍ସା ଅପହଞ୍ଚ, ସେଭଳି ଲୋକେ ମଧ୍ୟ ଶଙ୍କାଗ୍ରସ୍ତ ନହୋଇ ଫୋନ ଯୋଗେ ପରାମର୍ଶ ନେଇପାରୁଛନ୍ତି। ଆଲୋଚନା ମାଧ୍ୟମରେ ଦୁଃସାଧ୍ୟ ରୋଗକୁ ମଧ୍ୟ ଭଲ କରାଯିବା ସହ ମାନସିକ ଚାପ ଓ ଆର୍ଥିକ ବୋଝ କମ କରାଯାଇପାରୁଛି। ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ସାହୁଙ୍କ ତତ୍ୱାବଧାନରେ ଦେଶବ୍ୟାପୀ ଏକ ଗ୍ରୁପ ଜରିଆରେ ଟେଲିମେଡିସିନର ପ୍ରଚାର ପ୍ରସାର କରାଯାଇଥିବା ବେଳେ ତାଙ୍କୁ ଏ ମହତ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି ସେଲିବ୍ରିଟି ଓ ସମାଜସେବୀ।

ଟେଲିମେଡିସିନ ସେବାର ବ୍ୟାପକତା ପାଇଁ ସଚେତନତାର ଆବଶ୍ୟକତା ରହିଛି। ଏହାଦ୍ୱାରା କମ ମାନଵସମ୍ବଳ ପ୍ରୟୋଗ ହେବା ସହ ଡାକ୍ତରମାନେ ମଧ୍ୟ ସଂକ୍ରମିତ ହେବାରୁ ବଞ୍ଚିପାରିବେ।

ଗୁହାଳକୁ ଫେରୁଥିବା ବେଳେ ଗାଇ ଗୋଠକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୮ ଗାଇଙ୍କର ମୃତ୍ୟୁ

ନରସିଂହପୁର: ଗୋରୁ ଗୋଠକୁ ପିଟିଲା ପିକ୍‌ ଅପ୍‌ ଭ୍ୟାନ୍‌। ରାତିରେ ଗୋଠରୁ ଗାଇ ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କନ୍ଧବେରିଣୀ ଛକ ଠାରେ ଏଭଳି ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ୮ ଗାଇଙ୍କର ମୃତ ହୋଇଥିବା ବେଳେ ୭ ଗାଇ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେବା ପରେ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଗାଇ ଗୁଡ଼ିକ ଗୋଠରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି।

ତେବେ ଗାଇ ଜଗୁଆଳି କହିବା ଅନୁଯାୟୀ ସବୁଦିନ ପରି ଆଜି ଗାଇ ଚରିବାକୁ ଗାଁ ପାଖରେ ଥିବା ପାହାଡ଼କୁ ଯାଇଥିଲେ। ଫେରିବା ସମୟରେ ଗାଇ ଗୁଡ଼ିକ କଟକ ନରସିଂହପୁର ରାଜ୍ୟ ରାଜପଥ ଏନ୍‌ଏଚ୍‌ ୬୫କୁ ପାର ହେଉଥିବା ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୃତ ଗତିରେ ଆସି ଗାଇ ଗୁଡ଼ିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଗାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଟି ଗାଇ ଗୁରୁତର ଅଛନ୍ତି। ରାସ୍ତା ଉପରେ ମୃତ ଗାଈ ଗୁଡିକ ପଡି ରହିଛନ୍ତି। ଏହାପରେ ଗ୍ରାମବାସୀ କଟକ ନରସିଂହପୁର ମୁଖ୍ୟ ରାସ୍ତାକୁ କନ୍ଧବେରିଣୀ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ କାନପୁର ପୋଲିସ ଓ ନରସିଂହପୁର ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ଓଡ଼ିଶା ମୋ ପରିବାର ତରଫରୁ ବାଲେଶ୍ୱରରେ ରିଲିଫ୍ ବଣ୍ଟନ

ବାଲେଶ୍ୱର: କେହି ବି ଭୋକରେ ରହିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ସଫଳ କରିବାକୁ ଓଡ଼ିଶା ମୋ ପରିବାର ତରଫରୁ ବାଲେଶ୍ୱରରେ ରିଲିଫ୍ ବଣ୍ଟନ କରାଯାଉଛି। ବିଜେଡିର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ଦିଆଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବିପନ୍ନଙ୍କ ସହିତ ଆଲୋଚାନ କରିଛନ୍ତି ଓ ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି। ଭୋଗରାଇ, ବାଲିଆପାଳ, ରେମୁଣା, ବାଲେଶ୍ୱର, ବାହାନଗା ପ୍ରଭୃତି ପଞ୍ଚାୟତର ୬୦ ହଜାର ବାତ୍ୟା ପ୍ରଭାବିତଙ୍କୁ ପ୍ରଥମ ପର୍ଯାୟରେ ରିଲିଫ ବଣ୍ଟନ କରାଯାଇଛି। ପ୍ରତି ସପ୍ତାହରେ ଏହିପରି ରିଲିଫ୍ ବଣ୍ଟନ କରାଯିବ। ବାଲେଶ୍ୱର ଜିଲ୍ଲାର ମୋଟ ୧୮ଲକ୍ଷ ୯ହଜାର ୯୮୩ ଜଣ ବାତ୍ୟା ପ୍ରଭାବିତଙ୍କୁ ଓଡ଼ିଶା ମୋ ପରିବାର ତରଫରୁ ରିଲିଫ ପ୍ରଦାନ କରାଯିବ ବୋଲି ବିଧାୟକ ସ୍ୱରୂପ ଦାସ କହିଛନ୍ତି।

ଗତ ୧୦ ଦିନରେ ୭ ଥର ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ମହାମାରୀ ବେଳେ ମହଙ୍ଗାମାଡ଼। ବାରମ୍ବାର ବଢ଼ିବାରେ ଲାଗିଛି ତୈଳ ଦର। ଆଉ ଏବେ ୧୦୦ ପାର୍‌ ତୈଳଦର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ଶହେ ପାର୍‌ ହୋଇଛି। ଓଡ଼ିଶାର ବି କିଛି ସ୍ଥାନରେ ସ୍ପିଡ୍‌ ଅଏଲ ଦର ଲିଟର ପିଛା ଶହେ ଟଙ୍କା ଟପିଛି। ମାଲକାନଗିରିରେ ୧୦୦ଟଙ୍କାଠାରୁ ମାତ୍ର କିଛି ଦୂରରେ ତୈଳଦର ରହିଛି। ଏଠି ପେଟ୍ରୋଲ ଦର ୯୯ ଟଙ୍କା ୭୯ ପାଇସା ଥିବା ବେଳେ ଡିଜେଲ ଦର ୯୭ଟଙ୍କା ୬୪ ପଇସା ରହିଛି। ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ଏଠି ପେଟ୍ରୋଲ ଦର ୯୪ଟଙ୍କା ୭୨ ପାଇସା ଥିବା ବେଳେ ଡିଜେଲ ଦର ମଧ୍ୟ ୯୨ ଟଙ୍କା ୫୫ ପଇସାରେ ପହଞ୍ଚିଛି। ଗତ ଦୁଇମାସରେ ପେଟ୍ରୋଲ ଦର ୩ ଟଙ୍କା ୪୫ ପଇସା, ଡିଜେଲ ଦର ୪ ଟଙ୍କା ୪୩ ପଇସାକୁ ବୃଦ୍ଧି ପାଇଛି। ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୭ ଥର ବୃଦ୍ଧି ଘଟିଛି।

ତୈଳଦର ବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ତୈଳବୃଦ୍ଧି ଯୋଗୁ ବଜାରରେ ଅନ୍ୟସବୁ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ। ସେପଟେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ବ୍ୟାରେଲ ପ୍ରତି ୫ରୁ ୬ ଡଲାର ବୃଦ୍ଧି ଯୋଗୁ ଏଭଳି ହୋଇଥିବା କୁହାଯାଉଛି।

ଦେଶରେ ମୁମ୍ବାଇରେ ପେଟ୍ରୋଲ ଲିଟର ୧ଶହ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଭୋପାଳ, ଔରଙ୍ଗାବାଦ ଭଳି କିଛି ସ୍ଥାନରେ ମଧ୍ୟ ଶହେ ପାର ତୈଳଦର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ବ୍ରିଟିଶ ପ୍ରଫେସର ଓ ନରଓ୍ୱେ ବୈଜ୍ଞାନିକଙ୍କ ସାଙ୍ଘାତି ତଥ୍ୟ, ଚୀନରେ ହିଁ ତିଆରି ହୋଇଛି କରୋନା ଭାଇରସ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଚୀନରେ ହିଁ ତିଆରି ହୋଇଛି। ଏହା ପ୍ରାକୃତିକ କେବେ ବି ନୁହେଁ। ଚୀନର ଉହାନ ସ୍ଥିତ ଲ୍ୟାବରେ ବୈଜ୍ଞାନିକମାନେ ଏହି ଭାଇରସକୁ ବିକଶିତ କରିଛନ୍ତି। କିନ୍ତୁ ସ୍ଥିତି ହାତରୁ ଖସିଯିବା ପରେ ଭାଇରସ୍‌ ବାଦୁଡିଠାରୁ ବ୍ୟାପିଥିବା କହିଥିଲେ। ଚୀନ‌ ବୈଜ୍ଞାନିକମାନେ ଗେନ୍‌ ଅଫ ଫଙ୍କସନ୍‌ ନାମକ ଏକ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ଏହି ଭାଇରସ ଲିକ୍‌ ହୋଇଥିଲା। ବ୍ରିଟିଶ ପ୍ରଫେସର ଓ ନରଓ୍ୱେ ବୈଜ୍ଞାନିକ ଗବେଷଣା କରି ଏହି ତଥ୍ୟ ଦେଇଛନ୍ତି।

କରୋନା ଭାଇରସ ଉପରେ ଗବେଷଣା କରି ଏହାକୁ ଆହୁରି ସାଂଘାତିକ କରିଛନ୍ତି ବୈଜ୍ଞାନିକ। ଗବେଷଣା ବେଳେ କୋଭିଡ -୧୯ ସାମ୍ପଲରେ ଏକ ପ୍ରକାର ଫିଙ୍ଗର ପ୍ରିଣ୍ଟ ମିଳିଥିଲା। ଚୀନର ଲ୍ୟାବ୍‌ରେ ହିଁ ଭାଇରସ ନଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଗେନ୍‌ ଅଫ ଫଙ୍କସନ୍‌ ପ୍ରୋଜେକ୍ଟକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବେଆଇନ ଘୋଷଣା କରିଥିଲେ। ଏହି ଗବେଷଣା ଦ୍ୱାରା ଅତି ସାଂଘାତିକ ଭାଇରସ ସହ ଖେଳ ଖେଳିବା ସହ ସମାନ ବୋଲି ଆମେରିକା ଅନୁଭବ କରିଥିଲା। ଏହା ସତ୍ୱେ ଚୀନରେ ଗବେଷଣା ଜାରି ରହିଥିଲା।