ରାଜ୍ୟରେ ଦୁର୍ବଳ ହେଉଛି , ୨୪ ଘଣ୍ଟାରେ ୨ ହଜାର ୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା , ଲଗାତାର ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗୋଟେପଟେ ସଂକ୍ରମଣ କମିବାରେ ଲାଗିଛି ଓ ଅନ୍ୟପଟେ ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ। ଅନ୍ୟପଟେ ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୧୨୦ ସଂକ୍ରମିତ।

ଆଜିର ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଷ୍ଟେଟପୁଲରୁ ୧୧୭, ଯାଜପୁରରୁ ୧୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୮୩, ଜଗତସିଂହପୁରରୁ ୭୩, ଭଦ୍ରକରୁ ୭୧ ଓ ସୁନ୍ଦରଗଡ଼ରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୬୨, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୫, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୨୦, ସମ୍ବଲପୁରରୁ ୧୮, ଗଞ୍ଜାମ ଓ ବରଗଡରୁ ୧୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାୟଗଡ଼ାରୁ ୧୫, କଳାହାଣ୍ଡିରୁ ୧୨, ନବରଙ୍ଗପୁରରୁ ୧୨, ଝାରସୁରୁଗୁଡାରୁ ୧୧, ବୌଦ୍ଧରୁ ୧୦, ବଲାଙ୍ଗୀରରୁ ୯, ଗଜପତିରୁ ୮, ସୋନପୁରରୁ ୭, ଦେବଗଡ଼ରୁ ୬, ନୂଆପଡାରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୯ହଜାର ୭୫୨ ସଂକ୍ରମିତ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୯ହଜାର ୬୩୯ । ଆକ୍ଟିଭ କେସ୍ ୨୫ହଜାର ୪୬୧ରେ ପହଞ୍ଚିଛି।

Leave a Reply