ଡାକ୍ତରଙ୍କୁ ୬ ଘଣ୍ଟା ତାଲା ପକାଇଦେଲେ ଗ୍ରାମବାସୀ

କେନ୍ଦୁଝର: ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ୬ଘଣ୍ଟା ତାଲା ପକାଇଲେ ଅଞ୍ଚଳବାସୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଭଗାମୁଣ୍ଡା ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବି ଖାଲି ରହିଛି। ଜଣେ ମାତ୍ର ଡାକ୍ତର ନିଯୁକ୍ତ ହୋଇଥିବାବେଳେ ତାଙ୍କର ମନମୁଖି କାର୍ଯ୍ୟ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନପାଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ମୁଖ୍ୟଚିକିତ୍ସାଧିକାରୀ ଡାକ୍ତରଖାନା ପରିଦର୍ଶନରେ ଯାଇଥିବାବେଳେ ଏନେଇ ଅଞ୍ଚଳବାସୀଙ୍କ ତରଫରୁ ଅଭିଯୋଗ ହୋଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟଚିକିତ୍ସା୍ଧିକାରୀଙ୍କୁ ଅଞ୍ଚଳବାସୀ ତାଲା ପକାଇ ରଖିଥିଲେ। ଜଣେ ଡାକ୍ତର ଓ ଜଣେ ନର୍ସ ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଯାଇ ଲୋକମାନେ ମୁଖ୍ୟଚିକିତ୍ସା୍ଧିକାରୀଙ୍କୁ ଛାଡିଦେଇଥିଲେ।

Leave a Reply