କାନ୍ଧାର ମୁହାଁ ତାଲିବାନ ସୈନିକ: ୫୦ କୁଟନୀତିଜ୍ଞ ଓ ସୁରକ୍ଷାକର୍ମୀଙ୍କୁ ନେଇ ଭାରତକୁ ଫେରୁଛି ବାୟୁ ସେନା

1 min read

ଆଫଗାନିସ୍ତାନରେ ପୁଣି ସକ୍ରିୟ ହୋଇଛି ତାଲିବାନ୍ ସଂଗଠନ । ତାଲିବାନର ସୈନିକ ଏବେ କାନ୍ଧାରରେ ପାଖରେ ପହଞ୍ଚିସାରିଲାଣି । ଏହାରି ମଧ୍ୟରେ ଭାରତ ସରକାର କାନ୍ଧାରେ ନିୟୋଜିତ ପାଖାପାଖି ୫୦ଜଣ କୁଟନୈତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ଦେଶକୁ ଫେରାଇ ଆଣିଛି । ଏ ସମସ୍ତଙ୍କୁ ବାୟୁସେନାର ବିମାନ ଜରିଆରେ ଭାରତ ଫେରାଇ ଆଣାଯାଉଛି । ସଦ୍ୟ ସୂଚନା ମୁତାବକ, ବାୟୁସେନାର ବିମାନ ୫୦ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ଯାତ୍ରା ଆରମ୍ଭ କରିସାରିଛି ।  ସ୍ଥାନୀୟ କର୍ମଚାରୀ ଏବେ ମଧ୍ୟ ମିଶନରେ ସାମିଲ ଅଛନ୍ତି । କିନ୍ତୁ ବାଣିଜ୍ୟିକ ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ ରହିଛି ।

ଗୁରୁବାର ନିଜ ସାପ୍ତାହିକ ବିବୃତ୍ତିରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏହି ମାମଲା ଉପରେ କହିଛନ୍ତି ଯେ, ‘କାବୁଲରେ ଆମ ଦୂତାବାସ ଏବଂ କାନ୍ଧାର ‘ମଜାର- ଏ-ଶରୀଫରେ ବାଣିଜ୍ୟିକ ଦୂତାବାସ କାର୍ଯ୍ୟ କରୁଛି । ଆମେ ଆଫଗାନିସ୍ତାନରେ ବିଗୁଡ଼ିଥିବା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛୁ । ସୂଚନା ମୁତାବକ କାନ୍ଧାର ଏବଂ ଦକ୍ଷିଣ ପ୍ରାନ୍ତରେ ପାକିସ୍ତାନ ସ୍ଥିତ ଲସ୍କର ଏ ତୋଏବାର ଆତଙ୍କୀ ବଡ଼ ସଂଖ୍ୟାରେ ଉପସ୍ଥିତ ରହିଛନ୍ତି । ଏହାକୁ ନଜରରେ ରଖି କୁଟନୈତିଜ୍ଞ ଏବଂ ସୁରକ୍ଷାକର୍ମଙ୍କୁ ଭାରତ ଫେରାଇ ଅଣାଯାଇଛି । ଦକ୍ଷିଣ ଆଫଗାନିସ୍ତାନରେ ତାଲିବାନ ସହି ମିଶି ୭ହଜାରରୁ ଅଧିକ ଲସ୍କର -ଏ- ତୋଏବାର ସୈନିକ ଲଢ଼ୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ ବର୍ଷକୁ ୧୦ ଦିନ ଯିବେ ଛୁଟିରେ

Leave a Reply