ପଦ୍ମ ପୁରସ୍କାର ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

1 min read

ନୂଆଦିଲ୍ଲୀ: ଏଣିକି ସମ୍ମାନଜନକ ପଦ୍ମ ପୁରସ୍କାର ନେଇ ମନୋନୀତ କରିପାରିବେ ସାଧାରଣ ଜନତା । ତୃଣମୂଳସ୍ତରରେ ବିଭିନ୍ନ କ୍ଷେତ୍ରରେ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଆବେଦନ କରିବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ତୃଣମୂଳସ୍ତରରେ ଏଭଳି ଅନେକ ଲୋକେ ଅଛନ୍ତି ଯେଉଁମାନେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ବିଷୟରେ ଆମେ ବହୁତ କାମ ଜାଣିଥାନ୍ତି ବା ଶୁଣିଥାନ୍ତି ।

ଏଭଳି ବ୍ୟକ୍ତିଙ୍କୁ ଆଗକୁ ଆଣିବା ସହ ସେମାନଙ୍କୁ ସମ୍ମାନିତ କରିବା ନେଇ ପିପଲ୍ସ ପଦ୍ମ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ padmaawars.gov.inରେ ଲୋକେ ସେଭଳି କିଛି ପ୍ରେରଣାଦାୟୀ ବ୍ୟକ୍ତିଙ୍କ ନାମ ମନୋନୀତ କରିପାରିବେ ବୋଲି ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେପ୍ଟମ୍ୱର ୧୫ ଯାଏଁ ଏହି ଓ୍ୱେବସାଇଟରେ ଲୋକେ ନାମ ରେକମେଣ୍ଡ କରିପାରିବେ ।   ସୂଚନା ଯୋଗ୍ୟ ୧୯୫୪ ଠାରୁ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଦେଶର ସମ୍ମାନ ଜନକ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥାନ୍ତି । 

ଏଥିସହିତ ପଢ଼ନ୍ତୁ: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

Leave a Reply