ମାଓବାଦୀଙ୍କ ଗୁଳିରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି ଅଭୟ

1 min read
Police ASI To Get Investigation Power

ଭୁବନେଶ୍ୱର: ମାଓବାଦୀଙ୍କ ଗୁଳିରେ ୨ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି ଅଭୟ। ଭୁବନେଶ୍ୱର ଏମ୍ସରେ ଭେଟି ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରୀ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ଡିଜିପି। ବର୍ତ୍ତମାନ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିୁବା ଜଣାପଡ଼ିଛି।

ଗତକାଲି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ । ୮ ଘଣ୍ଟାରୁ ଅଧିକ ସମୟର କମ୍ବିଂ ଅପରେଶନରେ ୨ ଯବାନ ଆହତ ହୋଇଥିଲେ । ଘଟଣାସ୍ଥଳରେ ଡିଜିପି ଅଭୟ ପହଞ୍ଚି ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ଖବର ପାଇ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥଲେ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଦୀର୍ଘ ୮ଘଣ୍ଟା ଧରି ଚାଲିଥିଲା ପୋଲିସର କୁମ୍ବିଂ ଅପରେସନ୍ । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି।

Leave a Reply