ରଥଯାତ୍ରାରେ ଏସଓପି ଉଲ୍ଲଘଂନ: ୧୦ ଜଣଙ୍କ ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଏସଓପି ଉଲ୍ଲଘଂନ ନେଇ ବିଭିନ୍ନ ଅଫିସ୍ ଓ ଲଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସ ସିଲ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରା ଦିନ ଏହି ଅଫିସର ବାଲକୋନି ଉପରେ ଗୋବିନ୍ଦ କ୍ରିଷ୍ଣ ଦାସ ଦର୍ଶନ କରିବା ସହ ସୋସିଆଲ ମିଡିଆରେ ଲାଇଭ୍ କରୁଥିଲେ । ଯାହାକି ଜିଲ୍ଲା ପ୍ରଶାସନର ଏସଓପିକୁ ଉଲ୍ଲଘଂନ କରିଛି । ଏଣୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସ ସିଲ କରିଛି ପ୍ରଶାସନ । ନିୟମ ଉଲ୍ଲଂଘନ ଅଭିଯୋଗରେ ଗତକାଲି ପୁରୀର ଗଙ୍ଗା ଲଜ୍‌କୁ ସିଲ୍ କରିଥିଲା ପ୍ରଶାସନ ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏସଓପି ଉଲ୍ଲଘଂନ ନେଇ ପୋଲିସ ପକ୍ଷରୁ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣାର ଥିବାବେଳେ ଅନ୍ୟ ୮ ଜଣ ହେଉଛନ୍ତି ପୁରୀ ଜିଲ୍ଲାର । ରଥଯାତ୍ରା ଦିନ ଯେଉଁ ବ୍ୟକ୍ତିମାନେ ନିୟମ ଉଲ୍ଲଘଂନ କରିଛନ୍ତି ସେମାନେ ହେଉଛନ୍ତି ହରିୟାଣାର ଗୋବିନ୍ଦ କ୍ରିଷ୍ଣ ଦାସ, ଅତୁଲ କ୍ରିଷ୍ଣା । ଅନ୍ୟମାନେ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଯେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ବନାଥ ସାହୁ  ।

Leave a Reply