୧୪ ବର୍ଷର ବାଳକକୁ ହତ୍ୟା କଲା ହାତୀ, ଗିରଫ କଲା ପୋଲିସ

ଦିସପୁର:  ଶିଶୁ ହତ୍ୟା ଅଭିଯୋଗରେ ମାଈ ହାତୀ ଗିରଫ । ଆସାମର ଗୋଲାଘାଟ ଜିଲ୍ଲାରେ ଘଟିଛି ଏଭଳି ଏକ ରୋଚକ ଘଟଣା । ହାତୀଟି ଜଣେ 14 ବର୍ଷର ବାଳକକୁ ହତ୍ୟା କରିଥିବା ଜଣା ପଡ଼ିଛି । ପୋଲିସର କହିବା ଅନୁସାରେ ପୂର୍ବତନ ବୋକାଖଟ ବିଧାୟକ ଜିତେନ ଗୋଗୋଇଙ୍କ ମାଲିକାନାରେ ଥିବା ଦୁଲୁମୋନି ନାମକ ଏହି ହାତୀ ଗୋଟିଏ ଶିଶୁକୁ ହତ୍ୟା କରିଛି । ଜୁଲାଇ 8ରେ ଶିଶୁଟିକୁ ହତ୍ୟା କରାଯାଇଥିଲା ।

ତେବେ ଶିଶୁଟିର ମୃତ୍ୟୁ ପରେ ଜଙ୍ଗଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ପରେ ଏନେଇ ଭାରତୀୟ ଦଣ୍ଡବିଧି ଆଇନର ଧାରା 304 ଅନୁଯାୟୀ ଏକ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି । ଏଥିସହ ବୋକାଖଟ ପୋଲିସ ହାତୀକୁ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ପୂର୍ବରୁ ହାତୀଟି ଦୁଇ ଜଣଙ୍କ ଉପରେ ଆକ୍ରମଣ କରିସାରିଛି ବୋଲି କୁହାଯାଉଛି ।

Leave a Reply